ବନ୍ଧୁକ ମୁନରେ ଗଣଭୋଟ

ଜାପୋରିଝିଆ, ୨୯ା୯: ପୂର୍ବ ୟୁକ୍ରେନ୍‌ର ଡୋନେସ୍କ, ଲୁହାନ୍‌ସ୍କ ସମେତ ଦକ୍ଷିଣରେ ଥିବା ଖେର୍‌ସନ୍‌ ଏବଂ ଜାପୋରିଝିଆରେ ରୁଷିଆ ବଳପୂର୍ବକ ଗଣଭୋଟ କରାଇଛି। ମଙ୍ଗଳବାର ଶେଷ ହୋଇଥିବା ଏହି ଗଣମତଦାନରେ ରୁଷିଆର ବିଜୟ ହୋଇଥିବା କ୍ରେମଲିନ୍‌ ଦାବି କରିଛି। ସେଠାକାର ବାସିନ୍ଦା ରୁଷିଆ ସହ ମିଶିବା ସପକ୍ଷରେ ଭୋଟ ଦେଇଥିବା ମସ୍କୋ କହିବା ସହ ଉକ୍ତ ଅଞ୍ଚଳରେ ନିଜ ଅଧିକାରୀଙ୍କୁ ନିଯୁକ୍ତ କରିଛି। ବନ୍ଧୁକମୁନରେ ଜବରଦସ୍ତି ଭୋଟିଂ କରାଇ ରୁଷିଆ ମିଛ ଫଳାଫଳ ଘୋଷଣା କରିଥିବା ୟୁକ୍ରେନ୍‌ କହିଛି। ଗଣଭୋଟକୁ ୟୁରୋପୀୟ ଦେଶଗୁଡ଼ିକ ନିନ୍ଦା କରିଛନ୍ତି। କ୍ରମାଗତ ମାନବାଧିକାର ଉଲ୍ଲଂଘନ କରିଆସୁଥିବା ରୁଷିଆ ଏପରି କରି ୟୁକ୍ରେନ୍‌ ସାର୍ବଭୌମତ୍ୱ ଏବଂ ଆଞ୍ଚଳିକ ଅଖଣ୍ଡତାକୁ ଅସମ୍ମାନିତ କରିଛି ବୋଲି ୟୁରୋପୀୟ ସଂଘର ବିଦେଶନୀତି ମୁଖ୍ୟ ଜୋସେପ୍‌ ବୋରେଲ୍‌ କହିଛନ୍ତି। ୟୁକ୍ରେନ୍‌, ଏହାର ସହଯୋଗୀ ରାଷ୍ଟ୍ର ଏବଂ ପାଶ୍ଚାତ୍ୟ ଦେଶ କେବେ ତାହା ସ୍ବୀକାର କରିବେ ନାହିଁ ବୋଲି କହିଛନ୍ତି।

ଶରଣାର୍ଥୀ ହୋଇଥିବା ୟୁକ୍ରେନ୍‌ ବାସିନ୍ଦାଙ୍କୁ ମଧ୍ୟ ଏହି ଗଣଭୋଟରେ ସାମିଲ କରାଯାଇଥିଲା। ୨୦୧୪ରୁ ରୁଷିଆ ଦଖଲରେ ଥିବା ୟୁକ୍ରେନ୍‌ ଉପଦ୍ୱୀପ କ୍ରିମିଆର ବାସିନ୍ଦାଙ୍କୁ ମତଦାନ କରିବାକୁ କୁହାଯାଇଥିଲା। ଏହି ପୂର୍ବ ୟୁରୋପୀୟ ଦେଶର ପ୍ରାୟ ୧୫% ଅଞ୍ଚଳରେ ୪୦ ଲକ୍ଷ ଲୋକଙ୍କୁ ଗଣଭୋଟ ପାଇଁ ରୁଷିଆ କହିଥିଲା। ତେବେ ଗଣଭୋଟର ସ୍ବଚ୍ଛତା ଏବଂ ସତ୍ୟତା ପରଖିବା ପାଇଁ ଅନ୍ତର୍ଜାତୀୟ ସ୍ତରରେ କେହି ତଦାରଖ କରି ନ ଥିଲେ। ରୁଷିଆ ନିଜ ହିସାବରେ ଏସବୁ ଆୟୋଜନ କରିବା ସହ ଏକପାଖିଆ ଭାବେ ଫଳାଫଳ ଘୋଷଣା କରିଛି। ରୁଷିଆ ସପକ୍ଷବାଦୀ କର୍ତ୍ତୃପକ୍ଷଙ୍କ କହିବା ଅନୁସାରେ, ଜାପୋରିଝିଆରେ ୯୩.୧୧% ମସ୍କୋ ସହ ମିଶିବା ସପକ୍ଷରେ ମତଦେଇଛନ୍ତି। ସେହିପରି ଖେରସନ୍‌ରେ ୮୭.୦୫%, ଲୁହାନ୍‌ସ୍କରେ ୯୮.୪୨% ଏବଂ ଡୋନେସ୍କରେ ୯.୨୩% ରୁଷିଆରେ ଯୋଗଦେବାକୁ ଭୋଟ ଦେଇଥିବା ମସ୍କୋ ପକ୍ଷରୁ କୁହାଯାଇଛି। ଖୁବ୍‌ଶୀଘ୍ର ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ଏହି ଅଞ୍ଚଳଗୁଡ଼ିକୁ ରୁଷିଆର ଅଂଶ ଘୋଷଣା କରିପାରନ୍ତି।

ଏହି ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳ ମସ୍କୋ ଦଖଲକୁ ଯିବା ପରେ ସେଠାରୁ ୟୁକ୍ରେନ୍‌ର ଆଉ କିଛି ଅଂଶ କବ୍‌ଜା କରିବା ପାଇଁ ରୁଷିଆ ପ୍ରସ୍ତୁତ ହେବ ବୋଲି କୁହାଯାଉଛି। ଡୋନେସ୍କରେ ନିଯୁକ୍ତ ରୁଷିଆ ସପକ୍ଷବାଦୀ ଡେନିସ୍‌ ପୁଶିଲିନ୍‌ ମସ୍କୋ ଯାଇ ବିଧିବଦ୍ଧ ଭାବେ ସମସ୍ତ ଆଇନଗତ ପ୍ରକ୍ରିୟା ଶେଷ କରିବେ ବୋଲି କହିଛନ୍ତି। ଡୋନେସ୍କର ପ୍ରାୟ ୪୦% ଅଞ୍ଚଳ ଏବେ ବି ୟୁକ୍ରେନ୍‌ ଅଧୀନରେ ରହିଛି। ଶୀଘ୍ର ସମ୍ପୂର୍ଣ୍ଣ ଡୋନେସ୍କକୁ ମସ୍କୋ ନିୟନ୍ତ୍ରଣକୁ ଅଣାଯିବ ବୋଲି କ୍ରେମଲିନ୍‌ ମୁଖପାତ୍ର ଡିମିଟ୍ରି ପେସ୍‌କୋଭ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦାୟିତ୍ୱରୁ ଦୂରେଇ ଯାଉଛି ପୋଲିସର ମାନବାଧିକାର ସୁରକ୍ଷା ସେଲ୍‌

କଟକ ସଦର, ୧୪/୯ (ସୁଶାନ୍ତ କୁମାର ଜେନା): ବିଭିନ୍ନ ଫୌଜଦାରୀ ମାମଲାର ରାୟକୁ ସୁପ୍ରିମକୋର୍ଟ ଓ ହାଇକୋର୍ଟ ସମୟକୁ ସମୟ ସମୀକ୍ଷା କରି ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ…

ଆସନ୍ତାକାଲି ନୂଆଖାଇ: ପୂଜା ପାଇଁ ଘର ଘର ବୁଲି ଚାଉଳ ସଂଗ୍ରହ

କେସିଙ୍ଗା, ୧୪।୯ (ତୁମେଶ୍ୱର ସାହୁ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇକୁ ନେଇ ସବୁଠି ଉତ୍ସାହ ଓ ଆନନ୍ଦର ପରିବେଶ। ଆସନ୍ତାକାଲି ନୂଆଖାଇ ପାଳନ ହେବାକୁ ଥିବାବେଳେ ଗରିବଠାରୁ…

ମିଳିତ ଶସ୍ୟ ବଜାର ପ୍ରତିଷ୍ଠା ପାଇଁ ପୁଟିନ୍‌ଙ୍କ ଆହ୍ବାନ

ନୂଆଦିଲ୍ଲୀ,୧୪ା୯: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ବ୍ରିକ୍ସ ଦେଶଗୁଡ଼ିକ ମଧ୍ୟରେ ଏକ ନୂତନ ବୀମା ବ୍ୟବସ୍ଥା ପ୍ରଚଳନ କରିବା ସହିତ ମିଳିତ ଶସ୍ୟ ବଜାର ପ୍ରତିଷ୍ଠା ପାଇଁ…

‘ଢେମ୍‌ସା ନୃତ୍ୟ ଆନ୍ଧ୍ରପ୍ରଦେଶର’ ଗୁଗ୍‌ଲରେ ଉଲ୍ଲେଖ ନେଇ ବଢ଼ୁଛି ଅସନ୍ତୋଷ

ପଟ୍ଟାଙ୍ଗି,୧୪ା୯(ଶରତ କୁମାର ଧଳ):କୋରାପୁଟ କଫି ଏବେ ବ୍ରିକ୍ସ ସମ୍ମିଳନୀରେ ବିଶ୍ୱ ପ୍ରତିନିଧିମାନଙ୍କୁ ପରଷା ଯାଉଛି। କୋରାପୁଟ କଫିକୁ ବିଶ୍ୱ ଦରବାରରେ ପରିଚିତ କରାଇବା ପାଇଁ ଚେଷ୍ଟା ଜାରି…

ଧରାପଡ଼ିଲା ଓରାଙ୍ଗଉଟାନର ଚାଲାଣର ମାଷ୍ଟରମାଇଣ୍ଡ୍‌: ଏହି ୨ ଜଣ କରୁଥିଲେ…

ଭୁବନେଶ୍ୱର/ଭୋଗରାଇ,୧୪ା୯ (ତ୍ରିନାଥ ମହାନ୍ତି/ପ୍ରଦୀପ ଦାସ):ବାଲେଶ୍ୱର ବିଚିତ୍ରପୁର ଜଙ୍ଗଲରୁ ୫ ଓରାଙ୍ଗ୍‌ଉଟାନ ଶାବକ ଉଦ୍ଧାର ଘଟଣାରେ ଅନ୍ତର୍ଜାତୀୟ ଚୋରା ଚାଲାଣକାରୀଙ୍କ ଲିଙ୍କ୍‌ ରହିଛି। ପଶ୍ଚିବଙ୍ଗ ଦୀଘାସ୍ଥିତ ଗ୍ରାଣ୍ଡ୍‌ ହେରିଟେଜ୍‌…

ଜଣଙ୍କୁ ପଢ଼ାଇବା ପାଇଁ ଶିକ୍ଷକଙ୍କ ଦୈନିକ ୫ କି.ମି. ପଦଯାତ୍ରା: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

କୋଲ୍ହାପୁର, ୧୪ା୯ (ପି.ଟି.):ପ୍ରତିଦିନ ସକାଳେ ଶିକ୍ଷକମାନେ ନିଜ ନିଜ ଗାଡ଼ି କିମ୍ବା ବସ୍‌ରେ ସ୍କୁଲ ଯାଉଥିବା ବେଳେ ୫୫ ବର୍ଷୀୟ ଶିକ୍ଷକ ଜୀବନ ମିଥାରୀ କିନ୍ତୁ ଖରା,…

ଏଆଇ ପ୍ରତି ସତର୍କତା

ଇରାନ ଓ ଆମେରିକା ମଧ୍ୟରେ ଯୁଦ୍ଧ ଲାଗି ରହିଛି। ଇତିମଧ୍ୟରେ ୟେମେନ୍‌ର ଇରାନ ସମର୍ଥିତ ହାଉତି ବିଦ୍ରୋହୀମାନେ ଲୋହିତ ସାଗରର ଦକ୍ଷିଣ ପ୍ରବେଶ ପଥରେ ଥିବା ‘ମାୟୁନ୍‌’…

‘ବ୍ରିକ୍ସ ଥାଳି’ (BRICS Thali) କୁ ନେଇ ରାଜନୀତି ସରଗରମ; ନିରାମିଷ ଖାଦ୍ୟ ତାଲିକାକୁ ନେଇ କଂଗ୍ରେସ-ଭାଜପା ମଧ୍ୟରେ ରାଜନୈତିକ ଲଢ଼େଇ

ନୂଆଦିଲ୍ଲୀ,୧୪।୯: ନୂଆଦିଲ୍ଲୀରେ ଅନୁଷ୍ଠିତ ୧୮ତମ ବ୍ରିକ୍ସ (BRICS) ସମ୍ମିଳନୀର ସଫଳ ସମାପ୍ତି ପରେ ଦେଶରେ ଏକ ନୂଆ ରାଜନୈତିକ ବିବାଦ ଦେଖାଦେଇଛି। ଏହି ବିବାଦ ସମ୍ମିଳନୀ ଅବସରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?