ଜଳ ସ୍ରୋତ ହ୍ରାସ: ମହାନଦୀ ମଝିରେ ବାଲିପଠା ସୃଷ୍ଟି

ମହାକାଳପଡ଼ା, ୯ା୪(ଡି.ଏନ.ଏ.): କେନ୍ଦ୍ରାପଡା ଓ ଜଗତ୍‌ସିଂହପୁର ଜିଲାର ପାରାଦୀପ ମଧ୍ୟଭାଗରେ ଚିରସ୍ରୋତା ମହାନଦୀ ପ୍ରବାହିତ ହେଉଛି। ମହାକାଳପଡା ବ୍ଲକର ରାମନଗର ଓ ବତିଘର ପଞ୍ଚାୟତର ହେଟାମୁଣ୍ଡିଆ ସଂରକ୍ଷିତ ଜଙ୍ଗଲ ଅଞ୍ଚଳ ସଂଲଗ୍ନ ପ୍ରବାହିତ ହୋଇଥିବା ମହାନଦୀ ବଙ୍ଗୋସାଗରର ମୁହାଣରେ ମିଶ୍ରଣ ହୋଇଛି। ହେଲେ ମୁହାଣ ମୁହଁ ଅଧ କିମି ଦୂରଠାରୁ ଦଶ କିମି ଦୂର ପର୍ଯ୍ୟନ୍ତ ବାଲି ଚର ବୃଦ୍ଧି ପାଉଛି। ଫଳରେ ସାମୁଦ୍ରିକ ଲୁଣା ଜଳ ଉପର ମୁଣ୍ଡକୁ ପ୍ରବାହିତ ହେଉଛି। ଅପରପକ୍ଷରେ ମହାନଦୀର ଉପର ମୁଣ୍ଡରୁ ମଧୁର ଜଳ ପ୍ରବାହିତ ହ୍ରାସ ପାଉଛି। ଫଳରେ ସ୍ଥାନୀୟ ମତ୍ସ୍ୟଜୀବୀ ଓ ଚାଷୀମାନେ ବିଭିନ୍ନ ସମସ୍ୟାରେ ପଡିଥିବା ଅଭିଯୋଗ କରିଛନ୍ତି।
ଦିନ ଥିଲା ମହାନଦୀ ମୁହାଣର ୨୦ କିମି ଭୂତମୁଣ୍ଡାଇ ସେତୁ ପର୍ଯ୍ୟନ୍ତ ପ୍ରଚୁର ପରିମାଣରେ ମାଛ ମାରି ମତ୍ସ୍ୟଜୀବୀମାନେ ଜୀବିକା ନିର୍ବାହ କରୁଥିଲେ। ଲବଣାକ୍ତ ଜଳ ବଢିବା ଓ ମଧୁର ଜଳ ପ୍ରବାହିତ ହ୍ରାସ ପାଇବା ଯୋଗୁ ମାଛ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି ବୋଲି ମତ୍ସ୍ୟଜୀବୀମାନେ କହିଛନ୍ତି। ସ୍ଥାନୀୟ ମତ୍ସ୍ୟଜୀବୀ ଦିନକୁ ୨ରୁ ୩ ହଜାର ଟଙ୍କାର ମାଛ ମାରୁଥିଲେ। ଅଦ୍ୟାବଧି ଦିନକୁ ମଜୁରି ଉଠିବା କଷ୍ଟ ହେଉଛି ବୋଲି ବହାକୁଦ ଗ୍ରାମର ମତ୍ସ୍ୟଜୀବୀ ଟୁମୁଣି ବେହେରା କହିଛନ୍ତି। ଅପରପକ୍ଷରେ ସ୍ଥାନୀୟ ବରଜ ବାହାକୁଦ, ଆଖଡ଼ାସାହି ସମେତ ଅନ୍ୟ ଅଞ୍ଚଳର ଚାଷୀମାନେ ଏହି ମହାନଦୀ ମଧୁର ଜଳରେ ବର୍ଷ ସାରା ଖରିଫ୍‌ ଫସଲ, ଖରଦିନିଆ ଡାଳୁଆ ଧାନ, ପନିପରିବା ଚାଷ କରି ପରିବାର ପ୍ରତିପୋଷଣ କରୁଥିଲେ। ତେବେ ବ୍ଲକର ରାମନଗର ପଞ୍ଚାୟତ ବାହାକୁଦ ଗ୍ରାମ ଓ ଆଖଡ଼ାସାହି ନିକଟରେ ମହାନଦୀ ମଝି ଅଂଶରେ ବଡ ବଡ ବଣ ବୁଦା, ବାଲି ପଙ୍କ ଜମିବା ସହ ପଠା ସୃଷ୍ଟିହୋଇଛି। ଏଥିଯୋଗୁ ଚିରସ୍ରୋତା ମହାନଦୀ ଜଳ ପ୍ରବାହିତ ପଥ ଅବରୋଧ ହେବାରେ ଲାଗିଛି। ପାରାଦୀପ ଶିଳ୍ପ କାରଖାନାରୁ ନିର୍ଗତ ହେଉଥିବା ବର୍ଜ୍ୟବସ୍ତୁର ଜଳ ମହାନଦୀକୁ ପ୍ରଦୂଷିତ କରୁଥିବା ସ୍ଥାନୀୟ ଲୋକେ କହିଛନ୍ତି। ଅପରପକ୍ଷରେ ମହାନଦୀରେ ଅପ୍ରାକୃତିକ ଭାବେ ପଠା ସୃଷ୍ଟି ହେବା ଯୋଗୁ ତା’ର ପୂର୍ବ ସୌନ୍ଦର୍ଯ୍ୟ ହରାଇବାରେ ଲାଗିଛି। ଯେଉଁ ସ୍ଥାନରେ ପୂର୍ବରୁ ଦେଶୀ ବିଦେଶୀ ପକ୍ଷୀମାନଙ୍କର ଜଳ କ୍ରୀଡ଼ାର ଭୂସ୍ବର୍ଗ ପାଲଟିଥିଲା ଓ କୋଳାହଳ ରାବ ଶୁଭୁଥିଲା ତାହା ଏବେ ନିସ୍ତବ୍ଧ ଓ ବାଲିର ଠିକଣା ପାଲଟିଛି। ମହାନଦୀ ଗତିପଥର ଠିକଣା ବଦଳି ଯାଇଛି ବୋଲି ବୁଦ୍ଧିଜୀବୀ ଓ ପକ୍ଷୀପ୍ରେମୀ ସୁବାସ ସ୍ବାଇଁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଟଳ ବିହାରୀ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି – କହିଲେ ‘ଦେଶକୁ ଏକ ନୂତନ ଦିଗଦର୍ଶନ ଦେଇଥିଲେ’

ନୂଆଦିଲ୍ଲୀ,୧୬।୮: ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଅଷ୍ଟମ ଶ୍ରାଦ୍ଧ ବାର୍ଷିକୀରେ ଦେଶ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି…

ଭଦ୍ରକରେ ପୁଣି ବନ୍ୟା: ବିପଦ ସଙ୍କେତ ଟପିଲା ବୈତରଣୀ, ସଙ୍କେତ ଛୁଇଁବ ସାଳନ୍ଦୀ

ଭଦ୍ରକ, ୧୬/୮ (ସନାତନ ରାଉତ): ଭଦ୍ରକ ଜିଲାକୁ ବନ୍ୟାରେ ପ୍ରଭାବିତ କରୁଥିବା ଦୁଇ ପ୍ରମୁଖ ନଦୀ ବୈତରଣୀ ଓ ସାଳନ୍ଦୀରେ ରବିବାର ପୁଣି ବନ୍ୟା ପରିସ୍ଥିତି ସୃଷ୍ଟି…

ରାଷ୍ଟ୍ରପତି କଲେ ଅନୁମୋଦନ: କଳାହାଣ୍ଡି ପୁଅ ପାଇବେ ବୀରତ୍ବ ସେନାପଦକ

ଭବାନୀପାଟଣା,୧୬।୮(ଉତ୍ତମ କୁମାର ଦାଶ): ସ୍ୱାଧୀନତା ଦିବସ ପୂର୍ବ ସଂନ୍ଧ୍ୟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରତିରକ୍ଷା ବାହିନୀ ଏବଂ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀର କର୍ମଚାରୀମାନଙ୍କୁ ୧୩ ଟି…

ସରକାରୀ କାର୍ଯ୍ୟାଳୟରେ ଯନ୍ତ୍ରୀ ଉଡ଼ାଇଲେ ଓଲଟା ଜାତୀୟ ପତାକା: ପ୍ରଶାସନ ପଦକ୍ଷେପକୁ ଅପେକ୍ଷା

ମହାକାଳପଡ଼ା, ୧୬।୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳରେ ଥିବା ମହାକାଳପଡ଼ା ଗ୍ରାମ୍ୟ ଉନ୍ନୟନ ଉପଖଣ୍ଡ ସ୍ତରୀୟ ସହକାରୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ…

ଭଗବାନଙ୍କ ଭରସାରେ ପରିବାର: ୩୦ ବର୍ଷ ବିତିଗଲା, ପଲିଥିନ ତଳେ ବିତୁଛି ଜୀବନ, ପ୍ରଶାସନ ନିଦାବିଷ୍ଣୁ

କେସିଙ୍ଗା, ୧୬।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କନ୍ତେଶିର ଗ୍ରାମ ପଞ୍ଚାୟତ ଅଧୀନସ୍ଥ କୁର୍ଲୁପଡ଼ା ଗ୍ରାମ ନିକଟରେ ଥିବା କଲେକ୍ଟରପଡ଼ାରେ ବସବାସ କରୁଥିବା ରାମେଶ୍ୱର…

ଅପହୃତ ବ୍ୟବସାୟୀ ଉଦ୍ଧାର, ଅଭିଯୁକ୍ତ ଅଟକ: ମୁହାଁମୁହିଁ ଜେରା …

ବଲାଙ୍ଗୀର, ୧୬।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରରୁ ଅପହୃତ ବ୍ୟବସାୟୀ ନରେନ୍ଦ୍ର ସାହୁ ଓରଫ୍‌ ଗୁଣ୍ଡାଙ୍କୁ ବଲାଙ୍ଗୀର ପୋଲିସର ସ୍ୱତନ୍ତ୍ର ଟିମ୍‌ ଭୁବନେଶ୍ୱରରୁ ସୁରକ୍ଷିତ ଭାବେ ଉଦ୍ଧାର…

ପୂର୍ବତନ ଡେପୁଟି ସ୍ପିକରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଖେଳିଗଲା ଚାଞ୍ଚଲ୍ୟ!

କୋଲକାତା,୧୬।୮: ପଶ୍ଚିମବଙ୍ଗର ବୀରଭୂମ ଜିଲ୍ଲାର ରାମପୁରହାଟରେ ତୃଣମୂଳ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ଆଶିଷ ବାନାର୍ଜୀଙ୍କ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଛି। ରବିବାର (୧୬…

ଇରାନ ସହ ଯୁଦ୍ଧ ଭିତରେ ଟ୍ରମ୍ପ ନେଲେ ବଡ଼ ନିଷ୍ପତ୍ତି, ଖୁସି ହୋଇଗଲା ଚାଇନା!

ଓ୍ବାଶିଂଟନ,୧୬/୮: ମଧ୍ୟପ୍ରାଚ୍ୟରେ ଇରାନ ସହିତ ‘ମହାଯୁଦ୍ଧ’ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସେ ପ୍ରଶାନ୍ତ ମହାସାଗରରେ ମୁତୟନ ଥିବା ନିଜର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri