୫ ବର୍ଷରେ ୪,୨୫୮ ହେକ୍ଟର ଚାଷଜମି ହ୍ରାସ

କେନ୍ଦ୍ରାପଡ଼ା, ୮।୮(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ୨୦୧୮ରୁ ୨୦୨୩ ମଧ୍ୟରେ ପ୍ରାୟ ଶତାଧିକ ହେକ୍ଟର ଅମଳକ୍ଷମ ଉର୍ବର ଚାଷଜମି କିସମ ପରିବର୍ତ୍ତନ ହୋଇ ଘରବାଡ଼ି ହୋଇଛି। ଏଥିପାଇଁ ଚାଷଜମି ହ୍ରାସ ପାଇଚାଲିଛି। ଯଦି ଏଭଳି ଧାରାରେ ଚାଷଜମି ସଂଖ୍ୟା ହ୍ରାସ ପାଏ ତେବେ ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଥିବା ଚାଷଜମି ୨ ଦଶନ୍ଧି ମଧ୍ୟରେ ଶେଷ ହୋଇଯିବ ବୋଲି ଆକଳନ କରାଯାଉଛି। ଫଳରେ ଚାଷୀ ଜୀବିକା ହରାଇବା ସମ୍ଭାବନା ସୃଷ୍ଟି ହେବ।
କର୍ମୀ ଜ୍ୟୋତିପ୍ରକାଶ ପ୍ରଧାନ କୁହନ୍ତି, କୃଷି ବିଭାଗ ରିପୋର୍ଟ ଅନୁଯାୟୀ, ୨୦୧୭-୧୮ରେ ପଟ୍ଟାମୁଣ୍ଡାଇ ଅଞ୍ଚଳରେ ୧୫,୬୫୦ ହେକ୍ଟର ଜମିରେ ଚାଷ ହେଉଥିଲା। ୨୦୨୨-୨୩ରେ କୃଷି ବିଭାଗ ରିପୋର୍ଟରେ ୧୧, ୩୯୨ ହେକ୍ଟର ଜମିରେ ଚାଷ ହେଉଛି। ଅର୍ଥାତ୍‌ ୫ ବର୍ଷ ମଧ୍ୟରେ ପାଖାପାଖି ୪,୨୫୮ ହେକ୍ଟର ଚାଷ ଜମି ହ୍ରାସ ପାଇଛି। ଅର୍ଥାତ୍‌ ବର୍ଷକୁ ପାଖାପାଖି ୮୦୦ ହେକ୍ଟରରୁ ଊର୍ଦ୍ଧ୍ୱ ଚାଷଜମି କମୁଛି। ଯଦି ଏହି ଧାରାରେ ଜମି ହ୍ରାସ ପାଇ ଚାଲେ ତା’ହେଲେ ୫୦ରୁ୬୦ ବର୍ଷ ଭିତରେ ଚାଷ ଜମି ସମ୍ପୂର୍ଣ୍ଣ ଲୋପପାଇଯିବ। ଅପରପକ୍ଷରେ, ପ୍ରତି ଦଶନ୍ଧିରେ ବର୍ଦ୍ଧିତ ଜନସଂଖ୍ୟା ଓ ଘର ପାଇଁ ଆବଶ୍ୟକ ଜମିକୁ ଅନୁଶୀଳନ କଲେ ଆଗାମୀ ୨୦ରୁ୩୦ ବର୍ଷ ମଧ୍ୟରେ ଏହି ସ୍ଥିତି ଆସି ପହଞ୍ଚତ୍ୟିବାର ସମ୍ଭାବନା ରହିଛି। ବୁଦ୍ଧିଜୀବୀ ପ୍ରବୀର ନାୟକ କହିଛନ୍ତି, ଚାଷଜମି ଯେଉଁଭଳି ଭାବେ ହ୍ରାସ ପାଉଛି ସେଥିରେ ପ୍ରଥମ ଚରଣରେ ନାମମାତ୍ର ଓ କ୍ଷୁଦ୍ରଚାଷୀଙ୍କ ଜମି ରହିଛି। ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଓ ଏହାର ଆଖପାଖରେ ଥିବା ଜମି ଦର ଆକାଶଛୁଅଁା ହୋଇଛି। ବିଶେଷକରି ପୌରାଞ୍ଚଳର ପୋଖରିଆପଡ଼ା, ବେଲତଳ, ପଟ୍ଟାମୁଣ୍ଡାଇ-ତାତନା ରାସ୍ତା, କଟକ-ଚାନ୍ଦବାଲି ରାସ୍ତାର ୧୪ ନଂ. କେନାଲଠାରୁ ପଟ୍ଟାମୁଣ୍ଡାଇ ବାଇପାସ୍‌ ଛକ ପର୍ଯ୍ୟନ୍ତ ରାସ୍ତାର ଦୁଇ ପାର୍ଶ୍ୱରେ ଥିବା ଚାଷଜମିର କିସମ ପରିବର୍ତ୍ତନ ହୋଇ ଘର ସବୁ ଗଢ଼ି ଉଠୁଛି। ଏହାଦ୍ୱାରା ଚାଷଜମି ହ୍ରାସ ପାଉଛି। ଆଇନଜୀବୀ ଭବାନୀ ପଣ୍ଡା କହିଛନ୍ତି, ୩ ଦଶନ୍ଧି ମଧ୍ୟରେ ପଟ୍ଟାମୁଣ୍ଡାଇ ମୁଖ୍ୟ କେନାଲରୁ ବାହାରିଥିବା ପୋଖରିଆପଡା ମାଇନର କେନାଲର ଚିହ୍ନବର୍ଣ୍ଣ ଆଉ ନାହିଁ। ଫଳରେ ଉକ୍ତ କେନାଲକୁ ଜଳ ସମ୍ପଦ ବିଭାଗ ମୃତ ଘୋଷଣାକଲା ପରେ ଏହାକୁ ଅନ୍ୟ ବିଭାଗକୁ ହସ୍ତାନ୍ତର କରି ଦିଆଯାଇଛି। ମାତ୍ର ବିଭାଗର ଅଗୋଚରରେ ଏହାର ଉଭୟ ପାର୍ଶ୍ୱରେ ଥିବା ଚାଷଜମି ସବୁ ଘରବାଡ଼ି କିସମରେ ପରିଣତ ହୋଇ କୋଠା ନିର୍ମାଣ ହୋଇ ସହରରେ ପରିଣତ ହୋଇଛି। ପୌରାଞ୍ଚଳରେ ପୋଖରିଆପଡ଼ା କେନାଲ ପାଖ ଜମି ସବୁ ଉପରେ କୋଠା ହୋଇଥିବା ବେଳେ ପଟ୍ଟାମୁଣ୍ଡାଇରୁ ତାତନା ରାସ୍ତାର ଦୁଇପାର୍ଶ୍ୱର ଜମି ସବୁ କୋଠା ହୋଇସାରିଛି। ପୁନଶ୍ଚ ପଟ୍ଟାମୁଣ୍ଡାଇ ଜଳ ସମ୍ପଦ ଅଫିସଠାରୁ ପହରାଜପୁର ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ୱରେ କୋଠା ହୋଇଯାଇଛି। ପଟ୍ଟାମୁଣ୍ଡାଇ ବଜାର ସଂଲଗ୍ନ ବେଲତଳ, ଦକ୍ଷିଣଦିଆ, ପୋଖରିଆପଡ଼ା, ଗୋବରୀ ନଦୀର ଦୁଇପାର୍ଶ୍ୱ ଜମିକୁ ଚଞ୍ଚକତାରେ ଘରଦ୍ୱାର କରି ଚାଲିଛନ୍ତି। ଏପରି ସ୍ଥିତିରେ ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଚାଷଜମି କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି। ଶିକ୍ଷାବିତ୍‌ ପ୍ରଫୁଲ୍ଲ ଦାଶ କହିଛନ୍ତି, ଏମ୍‌ଏନ୍‌ ହାଇସ୍କୁଲଠାରୁ ବକ୍ତାରପୁର ଦେଇ କଖାରୁଣୀ ପୋଲଠାରୁ ମଦନପୁର କଲେଜ ପର୍ଯ୍ୟନ୍ତ ୨ ପାର୍ଶ୍ୱ ଜମିରେ କୋଠା ଗଢ଼ି ଉଠୁଛି। ଗ୍ରାମାଞ୍ଚଳରେ ମଧ୍ୟ ଏହି ଧାରାରେ ଜମିର କିସମ ପରିବର୍ତ୍ତନ ହୋଇ କୋଠାବାଡ଼ି ଗଢ଼ା ହୋଇଚାଲିଛ। ରାସ୍ତାକଡ଼ରେ ଥିବା ଏକ ଗୁଣ୍ଠ ଜମିର ଦାମ୍‌ ୧୫ ଲକ୍ଷରୁ ୩୦ ଲକ୍ଷ ମୂଲ୍ୟରେ ପହଞ୍ଚତ୍ଛି। ଏହି ଅଞ୍ଚଳରେ ଜଣେ ସାଧାରଣ ଚାକିରିଆ ଓ ନିମ୍ନ ମଧ୍ୟବିତ ପରିବାର ନିମନ୍ତେ ଘର ଖଣ୍ଡିଏ ପାଇଁ ଜମି କିଣିବା ପ୍ରାୟତଃ ସାତସପନ। ପଟ୍ଟାମୁଣ୍ଡାଇଠାରୁ ଗଣ୍ଡାକିଆ ପର୍ଯ୍ୟନ୍ତ ପ୍ରାୟ ୨୦ କି.ମି. ଗୋବରୀ ନଦୀ କ୍ରମଶଃ ପୋତି ହୋଇପଡ଼ିଛି। ଏଥିସହ ପାଣି ଅଭାବ ଯୋଗୁ ହଜାର ହଜାର ଏକର ଉର୍ବର ଚାଷଜମି ପଡ଼ିଆ ପଡୁଛି। ଫଳରେ ଜମି ମାଲିକମାନେ ଜମିକୁ ପଡିଆ ରଖିବା ସହ ଘରବାଡି କରି ଦେଉଛନ୍ତି। ସେହିପରି ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ରାସ୍ତାଗୁଡିକର ୨ ପାର୍ଶ୍ୱରେ ଥିବା ନୟନଯୋରୀ ଏବେ ଜବରଦଖଲକାରୀଙ୍କ କବ୍‌ଜାରେ ରହିଛି। ଫଳରେ ଉଭୟ ପାର୍ଶ୍ୱ ଜମିକୁ ଜଳସେଚନ ହୋଇପାରୁ ନ ଥିବାରୁ ଚାଷୀମାନଙ୍କ ମଧ୍ୟରେ ଚାଷ ପ୍ରତି ବିମୁଖ ଭାବ ସୃଷ୍ଟି ହେବାରୁ ଜମି ପଡ଼ିଆ ରହୁଛି। ଏ ଦିଗରେ ରାଜ୍ୟ ସରକାର ଓ ବିଭାଗୀୟ କର୍ତ୍ତୃପକ୍ଷ ଦୃଷ୍ଟିଦେବାକୁ ସାଧାରଣରେ ଦାବି ହେଉଛି। ଏ ସମ୍ପର୍କରେ ତହସିଲଦାର ଦିଲୀପ ସେଠୀଙ୍କୁ ପଚାରିବାରେ ଚାଷଜମିରୁ ଘରବାଡ଼ି ନ କରାଇବାକୁ ସେପରି କିଛି ସରକାରୀ ନିୟମ ଆସିନାହଁି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?