ଟିକସ କମାଅ

ଦେଶରେ ତେଲ ଦର ଲଗାତର ବୃଦ୍ଧି ପାଇବାରେ ଲାଗିଛି। ଡିଜେଲ ଓ ପେଟ୍ରୋଲ ଦର ଏବେ ଆକାଶଛୁଆଁ ହୋଇଛି। ସହରରେ ପେଟ୍ରୋଲ ଦର ଲିଟର ପିଛା ୮୮.୫୪ ଟଙ୍କା ରହିଥିବାବେଳେ ଡିଜେଲ ଦର ଲିଟର ପ୍ରତି ରହିଛି ୮୫.୦୨ ଟଙ୍କା। ତେଲ ଦର ଏଭଳି ଆକାଶୁଆଁ ହେବାର ସ୍ପଷ୍ଟ କାରଣ ହେଉଛି ଅନ୍ତର୍ଜାତୀୟ ଅଶୋଧିତ ତୈଳ ଦର ବୃଦ୍ଧି । ଯେଉଁ ଭଳି ତୈଳ ଦର ବୃଦ୍ଧି ହେଉଛି ତାହା ବାସ୍ତବିକ ଅଯଥାର୍ଥ। ଏହା ସମ୍ପୂର୍ଣ୍ଣ ଜନବିରୋଧୀ କାର୍ଯ୍ୟ। ଯେତେବେଳେ ଅନ୍ତର୍ଜାତୀୟ ଅଶୋଧିତ୍ତ୍ତ ତୈଳର ମୂଲ୍ୟ ବୃଦ୍ଧି ଘଟେ,ସେତେବେଳେ ତାହାର ପ୍ରଭାବ ଗ୍ରାହକଙ୍କ ଉପରେ ସିଧାସଳଖ ପଡ଼େ। କିନ୍ତୁ ଯେତେବେଳେ ବିଶ୍ୱ ବଜାରରେ ଅଶୋଧିତ ତୈଳର ମୂଲ୍ୟ ହ୍ରାସ ପାଏ, ସେତେବେଳେ ତୈଳ ବିପଣନ କମ୍ପାନୀଗୁଡ଼ିକ ସେମାନଙ୍କ ମାର୍ଜିନ ବଞ୍ଚାଇବା ପାଇଁ ସରକାରଙ୍କ ଉପରେ ନିର୍ଭର କରିଥାନ୍ତି। ଏଣୁ ଉଭୟ ସ୍ଥିତିରେ ଗ୍ରାହକ କ୍ଷତି ସହିଥାଆନ୍ତି। ଏହା‘ମୁଁ ଜିତିଛି ତୁମେ ହାରିଛ’ଭଳି କଥା। ଏବେ ବିଶ୍ୱରେ କୋଭିଡ୍‌ ପ୍ରତିରୋଧୀ ଟିକାକରଣ କ୍ରମଶଃ ଆଗକୁ ବଢ଼ିବା ସହ ଅର୍ଥ ବ୍ୟବସ୍ଥାରେ ଧୀରେ ଧୀରେ ସୁଧାର ଆସୁଛି। ଅନ୍ୟପକ୍ଷେ ଅନ୍ତର୍ଜାତୀୟ ଅଶୋଧିତ ତୈଳ ଦର ବି କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି। କୋଭିଡ୍‌ ମହାମାରୀ ଲୋକଙ୍କୁ ବହୁ ଦୁଃଖ ଦେଇଛି। କୋଭିିଡ୍‌ ଯୋଗୁ ବହୁଦିନ ଧରି ଲାଗି ରହିଥିବା ମାନ୍ଦା ଅର୍ଥ ବ୍ୟବସ୍ଥାରେ ଲୋକମାନେ ସନ୍ତୁଳି ହେଉଛନ୍ତି। ଏହି ପରିପ୍ରେକ୍ଷୀରେ ତେଲ ଦର ବୃଦ୍ଧି ସାଧାରଣ ଲୋକମାନଙ୍କୁ ଖୁବ୍‌ ବାଧୁଛି, ଏହା ତାଙ୍କ ଦୁଃଖକୁ ପୁଣି ମନେପକାଇ ଦେଇଛି। ଲୋକମାନଙ୍କ ଚାକିରି ଚାଲିଯାଇଛି। ଚାକିରିରେ ଥିବା ଲୋକମାନେ ବି କମ୍‌ ଦରମା ପାଉଛନ୍ତି। ଏପରି କି ପରିବାରର ଆୟ ମଧ୍ୟ ପୂରା କମିଯାଇଛି। ଏଭଳି ପରିସ୍ଥିତିରେ ତେଲ ଦର ଲୋକମାନଙ୍କ ଦଃଖରେ ଆହୁରି ଦୁଃଖ ଯୋଡ଼ିଦେଇଛି। ଗତ ମାର୍ଚ୍ଚ ମଧ୍ୟଭାଗରୁ ଖୁଚୁରା ପେଟ୍ରୋଲ ଦର ଲିଟର ପିଛା ୧୮.୦୧ ଟଙ୍କା ବଢିଛି। ଅନ୍ତର୍ଜାତୀୟ ତୈଳ ଦର ହ୍ରାସରୁ ସରକାର ଲାଭ ଉଠାଇବା ଲାଗି ରେକର୍ଡ ସ୍ତରର ଟିକସ ବୃଦ୍ଧି କରିବା ଯୋଗୁ ଏଭଳି ଘଟିଛି। ସେହିପରି ଏହି ସମୟରେ ଡିଜେଲ ଦର ପ୍ରତି ଲିଟର ୧୪.୪୪ ଟଙ୍କା ବୃଦ୍ଧି ହୋଇଛି। ଏବକାର ତେଲ ଦର ବୃଦ୍ଧିକୁ ଲକ୍ଷ୍ୟ କଲେ ଜଣାପଡୁଛି, ସତେ ଯେମିତି ଏହା ଅଧିକ ନ ଥିଲା। ଏହି ପରିପ୍ରେକ୍ଷୀରେ ଲୋକଙ୍କ ଉପରେ ଏହାର କୌଣସି ପ୍ରଭାବ ପଡିବ ନାହିଁ ବୋଲି ଭିତ୍ତିିହୀନ ଆଧାରକୁ ନେଇ ଅର୍ଥମନ୍ତ୍ରୀ କେନ୍ଦ୍ର ବଜେଟରେ ପେଟ୍ରୋଲ ଓ ଡିଜେଲ ଉପରେ କୃଷି ସେସ୍‌ ଲାଗୁ କରିଛନ୍ତି। କହୁଛନ୍ତି ଯେ, ଏହି ନୂଆ ଟିକସରେ ତେଲ ଦର ବଢ଼ିବନି, ସେହି ଟିକସ ଭିତରେ ବ୍ୟବସ୍ଥିତ କରାଯିବ। କିନ୍ତୁ ଏହା କେବଳ ଏକ ବାହାନା।
କୋଭିଡ୍‌ ମହାମାରୀରେ ପୂରା ଧ୍ୱଂସ ହୋଇଯାଇଥିବା ଅର୍ଥ ବ୍ୟବସ୍ଥା ନିଜକୁ ସଳଖୁଥିବା ସମୟରେ ତେଲ ଦର ବୃଦ୍ଧି ଏହା ପ୍ରତି ଏକ ଆହ୍ବାନ ଆଣିଛି। ଏହି ସମୟରେ ଅନ୍ତର୍ଜାତୀୟ ତୈଳ ଦର କମିବାଯାଏ ଅପେକ୍ଷା କରିବା ଠିକ୍‌ ନୁହେଁ। ଏହା କାହାର ନିୟନ୍ତ୍ରଣରେ ବି ନାହିଁ। ଏଣୁ ଖାଉଟିମାନଙ୍କୁ ଆଶ୍ୱସ୍ତ କରିବା ଲାଗି ସରକାର ଟିକସ କମାନ୍ତୁ, ଯାହା ଏବକାର ତେଲ ଦରର ଏକ ସିଂହଭାଗ ହୋଇ ରହିଛି। ଏବକାର ପେଟ୍ରୋଲ ଏବଂ ଡିଜେଲ ବିକ୍ରି ମୂଲ୍ୟର ପ୍ରାୟତଃ ୬୦-୭୦ ପ୍ରତିଶତ ହେଉଛି ଟିକସ ଓ ଅନ୍ୟାନ୍ୟ ଦେୟ। ସେହିଭଳି ଅନ୍ତର୍ଜାତୀୟ ବଜାରରେ ଭାରତରେ ବିକ୍ରି ହେଉଥିବା ତୈଳ ଇନ୍ଧନର ୩୦-୪୦ ପ୍ରତିଶତ ଅନ୍ତର୍ଜାତୀୟ ଅଶୋଧିତ ତୈଳର ବଜାର ଦର ସହ ସମ୍ପର୍କ ରହିଛି। ତେଣୁ ଯଦି ଲୋକମାନଙ୍କୁ ଦର ବୃଦ୍ଧିଜନିତ ଦୁଃଖ ଲାଘବ କରିବାକୁ ପେଡେ ତେବେ ତାହା କେବଳ ସରକାର ଟିକସ କମାଇବା ଦ୍ୱାରା ହିଁ ସମ୍ଭବ ହୋଇପାରିବ। ତେଲ ଉପରେ ଉଚ୍ଚ ଟିକସ ଲାଗୁ କରିବାରେ ଭାରତର ଅପଖ୍ୟାତି ରହିଛି । ଲୋକମାନଙ୍କୁ ତୁରନ୍ତ ଆଶ୍ୱସ୍ତ କରିବା ଲାଗି ଟିକସ କମାଇବା ଦରକାର ଓ ସରକାରଙ୍କ ପାଇଁ ଏହା ହିଁ ଉପଯୁକ୍ତ ସମୟ । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ତୈଳ ଟିକସରୁ ଢେର ରୋଜଗାର କରୁଛନ୍ତି। ଏହାଯୋଗୁ ଉଭୟ କେନ୍ଦ୍ର ଓ ରାଜ୍ୟରେ ଏହା ବିରୋଧେରେ ବିରୋଧୀ ଦଳକୁ ଛାଡିଦେଲେ କାହାର ପ୍ରତିବାଦର ସ୍ବର ଆମେ କ୍ୱଚିତ ଶୁଣୁ। କେନ୍ଦ୍ର ଉପତ୍ାଦ ଶୁଳ୍କ ହ୍ରାସ କରିବା ଉଚିତ। ରାଜ୍ୟ ସରକାର ମଧ୍ୟ ମୂଲ୍ୟଯୁକ୍ତ ଟିକସ(ଭାଟ) କମାଇବା ଦରକାର। ପେଟ୍ରୋଲ ଓ ଡିଜେଲ ଉପରେ କେନ୍ଦ୍ର ଲିଟର ପିଛା ପାଖପାଖି ୩୫ଟଙ୍କା ଟିକସ ଲଗାଇଛନ୍ତି। ଏହା ମଧ୍ୟରେ ରହିଛି ବେସିକ ଉପତ୍ାଦ ଶୁଳ୍କ, ସ୍ବତନ୍ତ୍ର ଅତିରିକ୍ତ ଉପତ୍ାଦ ଶୁଳ୍କ ଏବଂ ରାସ୍ତା ଓ ଭିତ୍ତିଭୂମି ସେସ୍‌। ଏହା ସହ ରାଜ୍ୟ ସରକାର ମଧ୍ୟ ଟିକସ ଲଗାଇଛନ୍ତି, ଯାହା ବିଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ହୋଇଥାଏ। ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି)ରେ ପେଟ୍ରୋଲ ଏବଂ ଡିଜେଲକୁ ସାମିଲ କରିବା ଲାଗି ବାରମ୍ବାର ଦାବି କରାଯାଉଛି। କିନ୍ତୁ ଏହା ପ୍ରତି କୌଣସି ରାଜନୈତିକ ପ୍ରତିକ୍ରିୟା ପ୍ରକାଶ ପାଉନାହିଁ। ତେଲ ଦର ବୃଦ୍ଧି ଲୋକମାନଙ୍କୁ ଏହାର ଉପଯୋଗ କମ୍‌ କରିବାକୁ ପ୍ରେତ୍ସାହିତ କରୁଛି, ଏହା ମଧ୍ୟ ଆର୍ଥିକ ସୁଧାରରେ ବାଧା ଉପୁଜାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

ନୀରବତା ଏକ ମୃଗତୃଷ୍ଣା

ଜଡ! ତୁମେ ନିଷ୍କ୍ରିୟ ହୋଇ ପଡ଼ିରହିଛ। ତୁମକୁ ମଣିଷ ହୋଇ ବଞ୍ଚି ରହିବାର କୌଣସି ଅଧିକାର ନାହିଁ। ଅତିଶୟ ଅନ୍ୟାୟର ବଳୟରେ ସୁପ୍ତପ୍ରାୟ ତୁମ ଜୀବନ ଧିକ୍‌…

ସର୍ଜନଶୀଳ ଓଡ଼ିଶା

ଥିବୀର ଯେକୌଣସି ଗୌରବମୟ ସଂସ୍କୃତି ମଧ୍ୟରେ ଓଡ଼ିଆ ସଂସ୍କୃତି କେବଳ ଅନ୍ୟତମ ନୁହେଁ, ଅନନ୍ୟ। ଓଡ଼ିଆଙ୍କ ଜୀବନ ଦର୍ଶନ, ଚିନ୍ତା ଚେତନା,ଭାବଭାବନା ତଥା ଏ ଜାତିର କାରୁକାର୍ଯ୍ୟ,…

ଅନେକ ମେରୁ

ଯେତେବେଳେ ସାଧାରଣ ନାଗରିକ କୌଣସି ଯୁଦ୍ଧରେ ଏକତ୍ରିତ ହୋଇ ଲାଗିପଡ଼ନ୍ତି, ସେହି ଯୁଦ୍ଧ ସମ୍ପୂର୍ଣ୍ଣ ଭିନ୍ନ ରୂପ ନେଇଥାଏ। ତାହା ନାଗରିକଙ୍କ ଯୁଦ୍ଧ ପାଲଟିଯାଇଥାଏ; ଯେତେବେଳେ ନେତୃତ୍ୱ…

ଏଇ ଭାରତରେ

ବହୁ ସମୟରେ ବ୍ୟକ୍ତି ସମ୍ମୁଖରେ ବୟସ ହାର ମାନେ, ଯାହାର ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଜମ୍ମୁରେ। ୭୨ ବର୍ଷ ବୟସରେ ବିଦ୍ୟା କୌର ନିର୍ଭୟରେ କାର ଚଳାଇ…

ପିତୃ ଶବ୍ଦର ମହାନତା

ପିତୃ’ ବା ତତ୍ସମ ଶବ୍ଦ ଯଥା ପିତା, ତାତ, ଜନକ, ବାପା, ବାପୁ, ବାବୁ, ପାପା, ନନା, ବାବା, ଡାଡି, ଡାଡ୍‌, ଡେ’ ଏହିପରି ଏକାର୍ଥବୋଧକ ଯେତେ…

ମଣିମା ଶୁଣିମା ହେଉ

ବାଲ୍ୟକାଳରେ ଶୁଣିଥିବା କାହାଣୀ ବେଳେବେଳେ ବିସ୍ମୃତିରୁ ବାହୁଡ଼ିଆସେ। ସେତେବେଳେ ଶିଶୁମନକୁ ଖୁବ୍‌ ପ୍ରଭାବିତ କରିଥିବା କାହାଣୀର ବିଲୋଳ ଚରିତ୍ର ଆଖି ଆଗରେ ଉଭାହୁଏ। ସାମ୍ପ୍ରତିକ ସମୟର ଲାଞ୍ଚମିଛ,…

କେବଳ ଦର୍ଶକ

ମଧ୍ୟପ୍ରାଚ୍ୟ ଯୁଦ୍ଧ ଏବେ ଦ୍ୱିତୀୟ ମାସରେ ପ୍ରବେଶ କରିଛି। ଏହା ଏକ ଲମ୍ବା ଯୁଦ୍ଧ ହେବାକୁ ଯାଉଛି ଏବଂ ଏ ସମ୍ପର୍କରେ ମୁଁ କିଛି ଟିପ୍ପଣୀ ଦେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri