Posted inଜାତୀୟ

ରାଜଧାନୀରେ ଆରମ୍ଭ ହେବ ‘ରେଡ ଲାଇଟ୍ ଅନ୍‌, ଗାଡି ଅଫ୍‌’ ଅଭିଯାନ

ନୂଆଦିଲ୍ଲୀ,୧୨ ।୧୦: ରାଜଧାନୀ ଦିଲ୍ଲୀରେ ଆରମ୍ଭ ହୋଇଗଲାଣି ବାୟୁ ପ୍ରଦୂଷଣ । ଯଦି ଏବେଠାରୁ ଲୋକେ ସଚେତନ ନ ହେବେ ତା’ହେଲେ ଆଗାମୀ ଦିନରେ ଏହାର ପରିଣାମ ଭୋଗିବାକୁ ପଡିପାରେ । ସେଥିପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଗତବର୍ଷ ଆରମ୍ଭ କରାଯାଇଥିବା କାର୍ଯ୍ୟକ୍ରମକୁ ଏଥର ପୁଣି ଦୋହରାଇବାକୁ ଯାଉଛନ୍ତି । ଅର୍ଥାତ୍ ୧୮ ମାର୍ଚ୍ଚରୁ ରାଜଧାନୀରେ ଲାଗୁ ହେବ ‘ରେଡ ଲାଇଟ୍ ଅନ୍‌, ଗାଡି ଅଫ୍‌’ । ଏହାର ଅର୍ଥ ହେଉଛି ଯଦି କାହାକୁ ଟ୍ରାଫିକ ସିଗନାଲରେ ଅଟକି ରହିବାକୁ ପଡୁଛି ତେବେ ସେ ତୁରନ୍ତ ଗାଡିର ଷ୍ଟାର୍ଟ ବନ୍ଦ କରି ଦିଅନ୍ତୁ । ଏହାଦ୍ୱାରା ପ୍ରଦୂଷଣର ମାତ୍ରା ବହୁତ କମ୍ ହେବ ବୋଲି କୁହାଯାଉଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ କହିଛନ୍ତି ଏହାକୁ ଆଜିଠାରୁ ଆପଣମାନେ ଆରମ୍ଭ କରିପାରିବେ କିନ୍ତୁ ଏହା ୧୮ ତାରିଖରୁ ଆରମ୍ଭ ହେବ । ଏହାସହ ପ୍ରଦୂଷଣ କମାଇବାକୁ ସପ୍ତାହରେ ଥରେ ନିଜର ଗାଡି ବ୍ୟବହାର ନ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ଅପିଲ କରିଛନ୍ତି । ସର୍ବସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ଗାଡି ବ୍ୟବହାର କଲେ ଭଲ । ଗ୍ରୀନ ଦିଲ୍ଲୀ ଆପ ଡାଉନଲୋଡ କରି ଯଦି କେଉଁଠି ପ୍ରଦୂଷଣ ନଜର ପଡୁଛି ତେବେ ଏହି ଆପ ମାଧ୍ୟମରେ ଜଣେ ବ୍ୟକ୍ତି ଅଭିଯୋଗ କରିପାରିବେ ବୋଲି କୁହାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ରାଷ୍ଟ୍ରପତି ସଚିବଙ୍କ କାର୍ଯ୍ୟକାଳ ୩ ବର୍ଷ ବଢ଼ିଲା

ନୂଆଦିଲ୍ଲୀ,୨୫ା୭(ପି.ଟି.): ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସଚିବ ସଞ୍ଜୟ କୋଠାରୀଙ୍କ କାର୍ଯ୍ୟକାଳ ୩ ବର୍ଷ ବୃଦ୍ଧି କରାଯାଇଛି। ଏନେଇ ସରକାର ବୁଧବାର ଅନୁମୋଦନ ଦେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ...

କେନ୍ଦ୍ରୀୟ ମନ୍ତ୍ରୀ କରୋନା ପଜିଟିଭ୍‌

କାନପୁର,୨୮।୧୧: କେନ୍ଦ୍ରୀୟ ଗ୍ରାମୀଣ ବିକାଶ ରାଷ୍ଟ୍ରମନ୍ତ୍ରୀ ତଥା ଫତେହପୁର ଏମ୍‌ପି ସାଧ୍ୱୀ ନିରଞ୍ଜନ ଜ୍ୟୋତିଙ୍କ ନମୁନା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ନିଶ୍ୱାସ ନେବାରେ କଷ୍ଟ...

ମାର୍ଚ୍ଚ ୩ରେ ଷଷ୍ଠ ପର୍ଯ୍ୟାୟ ନିର୍ବାଚନ: ହଟ୍‌ ସିଟ୍‌ରେ ଗୋରଖପୁର

ଲକ୍ଷ୍ନୌ,୨।୩: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ବର୍ତ୍ତମାନ ଶେଷରେ ପହଞ୍ଚିଛି। ପୂର୍ବରୁ ପଞ୍ଚମ ପର୍ଯ୍ୟାୟ ପାଇଁ ମତଦାନ ସରିଥିବା ବେଳେ ଆଉ ୨ଟି ପର୍ଯ୍ୟାୟରେ ମତଦାନ ହୋବାକୁ...

ଅକ୍ସିଜେନ୍‌ ସିଲିଣ୍ଡର ସହ ୟୁପିଏସ୍‌ସି ପରୀକ୍ଷା ହଲ୍‌ରେ ବସିଲେ ଛାତ୍ରୀ

ନୂଆଦିଲ୍ଲୀ,୩।୬: ଗମ୍ଭୀର ହାଡ଼ ଜନିତ ସମସ୍ୟା ଓ ନିଃଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ହେଉଥିଲେ ମଧ୍ୟ ନିଜର ମନୋବଳକୁ ଦୃଢ ରଖିଛନ୍ତି କେରଳର ୨୪ ବର୍ଷୀୟା...

ଗାଁରେ ହେବ କରୋନା ଟେଷ୍ଟ: ମୋବାଇଲ ଲ୍ୟାବ୍‌ର ଶୁଭାରମ୍ଭ

ନୂଆଦିଲ୍ଲୀ, ୧୮।୬: କରୋନା ମହାମାରୀର ଆତଙ୍କ ଯୋଗୁ ଦେଶରେ ଅଚଳାବସ୍ଥା ଜାରି ରହିଛି। ଏପରିସ୍ଥଳେ ଗାଁରେ କରୋନା ଟେଷ୍ଟ ପାଇଁ ସରକାରଙ୍କ ପକ୍ଷରୁ ମୋବାଇଲ ଲ୍ୟାବ୍‌ର...

୬ ବ୍ରିଟେନ ଫେରନ୍ତାଙ୍କଠାରେ ନୂଆ ଷ୍ଟ୍ରେନ୍‌ ଚିହ୍ନଟ: ସରକାର ଦେଲେ ସୂଚନା

ନୂଆଦିଲ୍ଲୀ,୨୯।୧୨: କରୋନା ମହାମାରୀର ନୂଆ ଷ୍ଟ୍ରେନ୍‌ ଭାରତରେ ଆତଙ୍କ ଦେଖାଦେଇଛି। ବ୍ରିଟେନ୍‌ରୁ ଫେରିଥିବା ୬ ଜଣଙ୍କଠାରେ ନୂଆ ଷ୍ଟ୍ରେନ୍‌ ଚିହ୍ନଟ ହୋଇଥିବା ଭାରତ ସରକାରଙ୍କ ପକ୍ଷରୁ...

ଚିରଞ୍ଜିବ କରୋନା ପଜିଟିଭ

ଚେନ୍ନାଇ,୯ ।୧୧: ସାଉଥ୍ ସୁପରଷ୍ଟାର ଚିରଞ୍ଜିବ କରୋନା ଭାଇରସ ଦ୍ୱାରା ସଂକ୍ରମିତ ହୋଇଛନ୍ତି । ସେ ନିଜେ ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି ।...

ମାସେ ବଢ଼ିଲା କୋଭିଡ୍‌ କଟକଣା

ନୂଆଦିଲ୍ଲୀ, ୨୯।୯: କେତେକ ରାଜ୍ୟର ନିର୍ଦ୍ଦିଷ୍ଟ ଅଞ୍ଚଳରେ କରୋନା ସଂକ୍ରମଣ ବଢ଼ୁତ୍ଥିବାରୁ ଜନସ୍ବାସ୍ଥ୍ୟ ପାଇଁ ଏହା ବଡ଼ ଚ୍ୟାଲେଞ୍ଜ ହୋଇ ରହିଛି। ଏହାକୁ ଦୃଷ୍ଟିରେ ରଖି...

Advertisement
Archives

Model This Week