Posted inଜାତୀୟ

ଲାଲ୍‌ କିଲ୍ଲା ପାଲଟିଲା ଅଭେଦ୍ୟ ଦୁର୍ଗ,୯ ଆଣ୍ଟି ଡ୍ରୋନ୍‌-୩୦୦ ସିସିଟିଭି-୫୦୦୦ ଯବାନ ମୁତୟନ…

ନୂଆଦିଲ୍ଲୀ,୧୪।୮: ଦେଶର ୭୫ତମ ସ୍ବାଧୀନତା ଦିବସକୁ ଦୃଷ୍ଟିରେ ରଖି ଦିଲ୍ଲୀର ଲାଲ୍‌ କିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। କିଲ୍ଲାକୁ ଅଭେଦ୍ୟ ଦୁର୍ଗରେ ପରିଣତ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲ୍‌ କିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରିବେ। ସମଗ୍ର ଦିଲ୍ଲୀ ଏକ ବହୁସ୍ତରୀୟ ସୁରକ୍ଷା ଗଡ଼ରେ ପରିଣତ ହୋଇଛି। ଲାଲ୍‌ କିଲ୍ଲା ଚାରିପାଖରେ ସ୍ବତନ୍ତ୍ର ପ୍ରସ୍ତୁତି କରାଯାଇଛି। ଲାଲ୍‌ କିଲ୍ଲା ଚାରିପାଖରେ ୯ ଟି ଆଣ୍ଟି-ଡ୍ରୋନ ରାଡାର ପ୍ରସ୍ତୁତ କରି ରଖାଯାଇଛି। ସେହିପରି ୩୦୦ ସିସିଟିଭି କ୍ୟାମେରା ଲଗାଯାଇଛି ଯାହାଦ୍ୱାରା ପ୍ରତ୍ୟେକ ଲୋକଙ୍କ ଚେହେରାର ସବିଶେଷ ତଥ୍ୟ ରଖାଯାଇପାରିବ। ମୁଖ୍ୟ ଫାଟକ ବାହାରେ ୧୫ରୁ ୨୦ ବଡ଼ ବଡ଼ କଣ୍ଟେନର ରଖାଯାଇଛି। ଯାହାଫଳରେ ସମ୍ମୁଖରୁ ଲାଲ୍‌ କିଲ୍ଲା ଦେଖାଯିବ ନାହିଁ। କିଲ୍ଲାର ସୁରକ୍ଷା ପାଇଁ ୫୦୦୦ ଯବାନଙ୍କୁ ମୁତୟନ କରାଯାଇଛି। ଏହା ବ୍ୟତୀତ ସମଗ୍ର ଦିଲ୍ଲୀରେ ୪୦ ହଜାରରୁ ଅଧିକ ସୁରକ୍ଷାକର୍ମୀ ନିୟୋଜିତ ହୋଇଛନ୍ତି। ସତର୍କତା ଦୃଷ୍ଟିରୁ ଦିଲ୍ଲୀର ସମସ୍ତ ସୀମାକୁ ସିଲ୍‌ ହୋଇଯାଇଛି। ସୁରକ୍ଷା ବ୍ୟବସ୍ଥା ପ୍ରାଟୋଲିଂକୁ କଡାକଡି କରାଯାଇଛି। ପ୍ରତ୍ୟେକ ଯାନ ଉପରେ ତୀକ୍ଷ୍ଣ ନଜର ରଖାଯିବା ସହିତ ଆବଶ୍ୟକସ୍ଥଳେ ଯାଞ୍ଚ୍‌ କରାଯାଉଛି।
ସୁରକ୍ଷା କାର୍ଯ୍ୟରେ ଦିଲ୍ଲୀ ପୋଲିସ ବ୍ୟତୀତ ପାରାମିଲିଟାରୀ ଫୋର୍ସ, ଏନ୍‌ଏସ୍‌ଜି କମାଣ୍ଡୋ ଏବଂ ଏସ୍‌ପିଜି କର୍ମଚାରୀଙ୍କୁ ମୁତୟନ କରାଯାଇଛି। ଉଚ୍ଚ ଅଟ୍ଟାଳିକା ଉପରେ ସ୍ନାଇପରଙ୍କୁ ମୁତୟନ କରାଯାଇଛି। ଏହା ବ୍ୟତୀତ ସରକାରୀ ଅଟ୍ଟାଳିକାରେ ସୁରକ୍ଷା ମଧ୍ୟ ବୃଦ୍ଧି କରାଯାଇଛି।
ଖାଲିସ୍ତାନୀ ଆତଙ୍କବାଦୀମାନେ ଅଗଷ୍ଟ ୧୫ରେ ଆକ୍ରମଣ ଲାଗି ଧମକ ଦେଇଥିବା ନେଇ ସୁରକ୍ଷା ଏଜେନ୍ସିଙ୍କ ପକ୍ଷରୁ ସତର୍କ ସୂଚନା ଜାରିକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୋଲିସ ଏଭଳିି ପଦକ୍ଷେପ ନେଇଛି। ଦିଲ୍ଲୀ ପୋଲିସ ପକ୍ଷରୁ ଲାଲ୍‌ କିଲ୍ଲା ଚାରିପାଖରେ ଆତଙ୍କବାଦୀଙ୍କ ପୋଷ୍ଟର ଲଗାଯାଇଛି। ପୋଷ୍ଟରରେ ୬ ଜଣ ଆତଙ୍କବାଦୀଙ୍କ ଫଟୋ ଲଗାଯିବା ସହିତ ସେମାନଙ୍କ ନାମ ଏବଂ ଠିକଣା ମଧ୍ୟ ଲେଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏମ୍‌ପିଙ୍କ ପୁଅ ଗାଡ଼ି ଧକ୍କାରେ ଚାଲିଗଲା ଓଡ଼ିଆ ଯୁବତୀଙ୍କ ଜୀବନ

ହାଇଦ୍ରାବାଦ,୨୧।୮: ହାଇଦ୍ରାବାଦରେ ଏମ୍‌ପିଙ୍କ ପୁଅ ଗାଡ଼ି ଧକ୍କାରେ ଜଣେ ଓଡ଼ିଆ ଯୁବତୀଙ୍କ ମୃତ୍ୟୁ ଘଟିଛି। ରାସ୍ତା ପାର୍‌ ବେଳେ ଏମ୍‌ପି ପୁଅଙ୍କ ଏକ ବିଳାସପୂର୍ଣ୍ଣ କାର୍‌ ଯୁବତୀଙ୍କୁ…

ରାସନ କାର୍ଡ ପାଖରେ ନଥିଲେ ବି ମିଳିବ ରାସନ! ଜାଣନ୍ତୁ ସରକାରଙ୍କ ପୂରା ନିୟମ…

ନୂଆଦିଲ୍ଲୀ,୨୧ା୮: ସରକାର ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଏବଂ ଅସହାୟ ଲୋକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଯୋଜନା ଚଳାନ୍ତି। ଯଦି ଆପଣ ମଧ୍ୟ ସରକାରୀ ରାସନରୁ ଉପକୃତ ହେଉଛନ୍ତି, ତେବେ…

ନିଯୁକ୍ତି ମେଳାରେ ୧୩୭ ପ୍ରାର୍ଥୀ ଚୟନ

କୋରାପୁଟ,୨୧ା୮(ଅମିତାଭ ବେହେରା): ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ (ସିୟୁଓ) ପକ୍ଷରୁ ବୋର୍ଡ ଅଫ ପ୍ରାକ୍ଟିକାଲ ଟ୍ରେନିଂ (ଇଷ୍ଟର୍ଣ୍ଣ ରିଜିଅନ) ସହଯୋଗରେ ସୁନାବେଡ଼ାସ୍ଥିତ ବିଶ୍ୱବିଦ୍ୟାଳୟ ପରିସରରେ ସ୍ନାତକ ଛାତ୍ରୀଛାତ୍ରଙ୍କ ପାଇଁ…

ପ୍ରଶାସନିକ ଉଦାସୀନତା: ରାସ୍ତାରେ ଆଣ୍ଠୁଏ କାଦୁଅ, ଯାତାୟାତରେ ସମସ୍ୟା ନେଇ…

ଜମନକିରା,୨୧ା୮(ରବୀନ୍ଦ୍ର ପ୍ରସାଦ ଦାନୀ): ଗ୍ରାମାଞ୍ଚଳରେ ଯାତାୟାତ ସୁବିଧା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ପ୍ରଶାସନିକ ଉଦାସୀନତା ଓ ଦୂରଦୃଷ୍ଟିହୀନ କାର୍ଯ୍ୟ ଯୋଗୁ…

ବରିଷ୍ଠ IPS ସ୍ତରରେ ଅଦଳବଦଳ: ଜାଣନ୍ତୁ କାହାକୁ କେଉଁ ଦାୟିତ୍ୱ

ଭୁବନେଶ୍ୱର,୨୧।୮: ରାଜ୍ୟ ସରକାର ବରିଷ୍ଠ IPS ସ୍ତରରେ ଅଦଳବଦଳ କରିଛନ୍ତି। ପୋଲିସ ପ୍ରଶାସନକୁ ଅଧିକ ସୁଦୃଢ଼ ଓ ସକ୍ରିୟ କରିବା ଲକ୍ଷ୍ୟରେ ବରିଷ୍ଠ IPS ଅଧିକାରୀମାନଙ୍କୁ ବିଭିନ୍ନ…

ମେଗା ଷ୍ଟିଲ୍‌ ପ୍ଲାଣ୍ଟ ପାଇଁ ଗ୍ରାମସଭା, ପ୍ରଭାବିତ ଗ୍ରାମ୍ୟ କମିଟି ତରଫରୁ ଗାଁରେ ବିରୋଧ କରାଯିବାରୁ…

ପାଟଣା,୨୧ା୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ଅନ୍ତର୍ଗତ ଚେମେଣା ଓ ଯମୁନା ପୋଷି ପଞ୍ଚାୟତ ୧୨ଟି ମୌଜାକୁ ନେଇ ପ୍ରସ୍ତାବିତ ମେଗା ଷ୍ଟିଲ ପ୍ଲାଣ୍ଟ ପାଇଁ…

ଚାଷୀ ପଞ୍ଜୀକରଣ ସରଳୀକରଣ ଓ ସମୟସୀମା ଅବଧି ବୃଦ୍ଧି ନେଇ ଆନ୍ଦୋଳନ

ଗଞ୍ଜାମ,୨୧ା୮(ବିଦ୍ୟାଧର ସାହୁ): ଅଖିଳ ଭାରତ କୃଷକ ସଭା ଅନୁବନ୍ଧିତ ଓଡ଼ିଶା କୃଷକ ସଭା ଗଞ୍ଜାମ ଜିଲା କମିଟି ପକ୍ଷରୁ ଚାଷୀଙ୍କ ବିଭିନ୍ନ ସମସ୍ୟା ନେଇ ବିକ୍ଷୋଭ ପ୍ରଦର୍ଶନ…

SBI ଗ୍ରାହକଙ୍କ ପାଇଁ ବଡ଼ ଅପଡେଟ୍‌, ଅକ୍ଟୋବର ୧ରୁ କ୍ୟାଶ୍‌ ଉଠାଇଲେ ଲାଗିବ ଏକ୍ସଟ୍ରା ଚାର୍ଜ

ନୂଆଦିଲ୍ଲୀ,୨୧ା୮: ଯଦି ଆପଣଙ୍କର ଆକାଉଣ୍ଟ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ରେ ଅଛି ଏବଂ ଆପଣ ମାସକୁ ଅନେକ ଥର ବ୍ୟାଙ୍କ ଶାଖା (ବ୍ରାଞ୍ଚ) କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri