ଅକ୍ଟୋବର ୭ରୁ ଅଗ୍ନିପଥ ଯୋଜନାରେ ନିଯୁକ୍ତି ରାଲି

କଟକ ଅଫିସ, ୧୦ା୮: ଭାରତ ସରକାରଙ୍କ ଅଗ୍ନିପଥ ଯୋଜନାରେ ସୈନ୍ୟ ବାହିନୀରେ ନିଯୁକ୍ତି ରାଲି ପାରାଦୀପସ୍ଥିତ ଗୋପବନ୍ଧୁ ଷ୍ଟାଡିୟମରେ ଆସନ୍ତା ଅକ୍ଟୋବର ୭ରୁ ୧୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏଣୁ ପ୍ରାର୍ଥୀମାନେ ଅଗଷ୍ଟ ୧ରୁ ୩୦ ତାରିଖ ମଧ୍ୟରେ ଆବେଦନ କରିପାରିବେ। ଅନ୍‌ଲାଇନରେ ଫର୍ମପୂରଣ ନିମନ୍ତେ ପ୍ରାର୍ଥୀମାନେ ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ କଟକ ସୈନ୍ୟ ବାହିନୀ ନିଯୁକ୍ତି କାର୍ଯ୍ୟାଳୟର ସହାୟତା ନେଇପାରିବେ ବୋଲି ସୈନ୍ୟବାହିନୀ ନିଯୁକ୍ତି ଅଧିକାରୀ କହିଛନ୍ତି। ଏହି ରାଲିରେ ଅଗ୍ନିବୀର ସାଧାରଣ ସେବା, ଅଗ୍ନିବୀର ବୈଷୟିକ ସେବା, ଅଗ୍ନିବୀର ବ୍ୟବସାୟିକ ସେବା, ଅଗ୍ନିବୀର କିରାଣୀ/ଭଣ୍ଡାର ରକ୍ଷକ ବୈଷୟିକ ସେବା ଆଦି ପଦବୀ ପାଇଁ ନିଯୁକ୍ତି ଦିଆଯିବ। ସମସ୍ତ ପଦବୀ ନିମନ୍ତେ ପ୍ରାର୍ଥୀଙ୍କ ବୟସ ୧୭ ବର୍ଷ ୬ ମାସରୁ ୨୩ ବର୍ଷ ମଧ୍ୟରେ ହୋଇଥିବା ଦରକାର। ଅଗ୍ନିବୀର ପଦବୀ ନିଯୁକ୍ତି ପ୍ରକ୍ରିୟାରେ ପୂର୍ବତନ ସାମରିକ କର୍ମଚାରୀଙ୍କ ସନ୍ତାନଙ୍କୁ ଉଚ୍ଚତା, ଛାତି ଏବଂ ଓଜନ ଆଦି ଶାରୀରିକ ପରୀକ୍ଷାରେ ସରକାରଙ୍କ ନୀତି ଅନୁଯାୟୀ କୋହଳ ପ୍ରଦାନ କରାଯିବ। ଶାରୀରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲା ପରେ ପ୍ରାର୍ଥୀମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା ହେବ। ଏହାପରେ ସାଧାରଣ ଲିଖିତ ପରୀକ୍ଷା କରାଯିବ। ପ୍ରାର୍ଥୀମାନଙ୍କର ସମର ଶିକ୍ଷାର୍ଥୀ ବାହିନୀ (ଏନ୍‌ସିସି) ଏ, ବି, ସି ସାର୍ଟିଫିକେଟ ଥିଲେ ସେମାନଙ୍କୁ ଲିଖିତ ପରୀକ୍ଷାରେ ଅଗ୍ରାଧିକାର ଦିଆଯିବ। ଏ ସମ୍ପର୍କିତ ସମସ୍ତ ବିବରଣୀ ୱେବ୍‌ସାଇଟ୍‌ www.joinindianarmy.nic.inରେ ଉପଲବ୍ଧ ରହିଛି। ଏଥିସହ ବିସ୍ତୃତ ବିବରଣୀ ନିମନ୍ତେ ପ୍ରାର୍ଥୀମାନେ ସୈନ୍ୟ ବାହିନୀ ନିଯୁକ୍ତି କାର୍ଯ୍ୟାଳୟ କଟକ ଫୋନ ନମ୍ବର ୦୬୭୧-୨୩୦୫୨୮୦/୯୪୩୭୧୬୨୨୮୦ ରେ ଯୋଗାଯୋଗ କରିବାକୁ କଟକ ଜିଲା ପ୍ରଶାସନ ପକ୍ଷରୁ ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲଲାଟେନ୍ଦୁ ମହାପାତ୍ର ବୁଧବାର ପ୍ରେସ୍‌ ଇସ୍ତାହାରରେ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri