ପ୍ରାଣୀ ଚିକିତ୍ସାଳୟରେ କର୍ମଚାରୀ ନିଯୁକ୍ତି ଦିଆଯାଉ

ଲାଠୋର, ୮ା୬(ଡି.ଏନ୍‌.ଏ.): ବଲାଙ୍ଗିର ଜିଲା ଖପ୍ରାଖୋଲ ବ୍ଲକ ଅଧିନ ଲାଠୋର ପ୍ରାଣୀ ଚିକିତ୍ସାଳୟରେ ବର୍ଷ ବର୍ଷ ଧରି ବିଭିନ୍ନ ପଦବୀ ଖାଲି ପଡ଼ିରହିଥିଲେ ମଧ୍ୟ ସେଠାରେ ନିଯୁକ୍ତି ଦିଆଯାଉ ନାହିଁ। ଫଳରେ ସ୍ଥାନୀୟ ଜନସାଧାରଣ ଗାଈ, ବଳଦ, ଛେଳି, ମେଣ୍ଢା ଇତ୍ୟାଦି ପ୍ରାଣୀକୁ ନେଇ ନାନା ସମସ୍ୟାର ସମ୍ମୁଖିନ ହେଉଥିବା ଅଭିଯୋଗ ହେଉଛି। ଦୀର୍ଘ ୪୦ ବର୍ଷରୁ ଊର୍ଦ୍ଧ୍ୱ ହେବ ଲାଠୋର ଗ୍ରାମରେ ଏକ ପ୍ରାଣୀ ଚିକିତ୍ସାଳୟ ରହିଛି। ଏତେ ପୁରୁଣା ଚିକିତ୍ସାଳୟ ହୋଇଥିଲେ ମଧ୍ୟ ଏଠାରେ ବରାବର କର୍ମଚାରୀ ଅଭାବ ଲାଗି ରହିଛି। ଏହି ଚିକିତ୍ସାଳୟ ଉପରେ ଅଞ୍ଚଳର ୩୪ଖଣ୍ଡ ଗ୍ରାମବାସୀଙ୍କ ସହ ତୁରେକେଲା ବ୍ଲକ ଅଧିନ ମହୁଲପାଟି ଏବଂ ହଲନଭଟା ପଞ୍ଚାୟତର ୧୦ ଖଣ୍ଡ ଏହିପରି ସମୁଦାୟ ୪୩ ଖଣ୍ଡ ଗ୍ରାମର ଅଧିବାସୀ ନିର୍ଭର କରି ଚଳୁଛନ୍ତି। ସଂଖ୍ୟାଧିକ ଗ୍ରାମବାସୀ ନିର୍ଭର କରୁଥିବା ହେତୁ ସୁବିଧା ଦୃଷ୍ଟିରୁ ସାନଗୁର୍ଜିଭଟା ଏବଂ ସାହାଜପାଣି ନାମରେ ଦୁଇ ଗୋଟି ପ୍ରାଣୀ ସହାୟକ କେନ୍ଦ୍ର ମଧ୍ୟ ଖୋଲାଗଲା। ହେଲେ କର୍ମଚାରୀ ନିଯୁକ୍ତି ଦିଆଗଲା ନାହିଁ। ବର୍ତ୍ତମାନ ଲାଠୋର ଚିକିତ୍ସାଳୟରେ କେବଳ ଜଣେ ମାତ୍ର ପ୍ରାଣୀ ଚିକିତ୍ସକ ଡ଼ା.କାରୋ ମାରାଣ୍ଡି ନିଯୁକ୍ତ ରହିଥିବା ବେଳେ ଦୁଇଗୋଟି ପ୍ରାଣୀ ସହାୟକ କେନ୍ଦ୍ର ସାନଗୁର୍ଜିଭଟାରେ ଏଲଆଇ ରମାକାନ୍ତ ଖମାରୀ ଏବଂ ସାହାଜପାଣିିରେ ଗଣେଶ ପଧାନ ଏଲଆଇ ଭାବେ ନିଯୁକ୍ତ ରହିଛନ୍ତି। ନିୟମ ଅନୁସାରେ ଲାଠୋର ଚିକିତ୍ସାଳୟରେ ଚିକିତ୍ସକଙ୍କ ସହ ଜଣେ ପରିଚାରକ(ଆଟାଣ୍ଡାଣ୍ଟ) ଏବଂ ଜଣେ ୱାଚର ନିଯୁକ୍ତି ଦେବା ସହ ଦୁଇ ଗୋଟି ପ୍ରାଣୀ ସହାୟକ କେନ୍ଦ୍ରରେ ଜଣେ ଲେଖାଏଁ ପରିଚାରକ ନିଯୁକ୍ତି ଦେବା କଥା। ହେଲେ ଏଠାରେ ଆବଶ୍ୟକତା ରହିଥିବା କର୍ମଚାରୀ ନିଯୁକ୍ତି ଦିଆଯାଉ ନାହିଁ। ଫଳରେ ଅଞ୍ଚଳର ଅଧିବାସୀ ନାନା ସମସ୍ୟାର ସମ୍ମୁଖିନ ହେଉଛନ୍ତି। କର୍ମଚାରୀ ଅଭାବ ହେତୁ ବିଭିନ୍ନ ସମୟରେ ବିଭିନ୍ନ ସମସ୍ୟା ଯୋଗୁ ଅଞ୍ଚଳର ଲୋକ ଘରେ ଘରେ ରଖିଥିବା ଗୃହପାଳିତ ପଶୁ ଆଉ ରଖିବାକୁ ଉଚିତ ମନେ ନ କରି ବିକ୍ରୟ କରି ଦେଉଛନ୍ତି। ଏହି କାରଣ ଯୋଗୁ ଲାଠୋର ଅଞ୍ଚଳରୁ କ୍ରମାଗତ ଭାବେ ଦେଶୀ ଗୋରୁ, ଛେଳି, ମେଣ୍ଢା ଲୋପ ପାଇବାରେ ଲାଗିଛି। ତେଣୁ ଆବଶ୍ୟକତା ମୁତାବକ କର୍ମଚାରୀ ନିଯୁକ୍ତି ଦେବାକୁ ସାଧାରଣରେ ଦାବି ହେଉଛି।
ବରାବର କର୍ମଚାରୀ ଅଭାବ ଲାଗି ରହିଥିବାବେଳେ ଏଠାରେ କାର୍ଯ୍ୟରତ ପ୍ରାଣୀ ଚିକିତ୍ସକଙ୍କୁ ଅନ୍ୟତ୍ର ବଦଳି କରାଯିବା ପରିସ୍ଥିତିକୁ ଆହୁରି ସଙ୍ଗିନ କରି ପକାଇବା ଆଶଙ୍କା ସୃଷ୍ଟି କ଼ରୁଛି। ଏନେଇ ଖପ୍ରାଖୋଲ ଗୋଷ୍ଠୀ ପ୍ରାଣୀ ଚିକିତ୍ସକ ଡ଼ା. ସପ୍ନେଶ୍ୱର ନାଏକଙ୍କୁ ପଚାରିବାରୁ କିଛି କହିପାରିବି ନାହଁି ବୋଲି କହିଥିଲେ। ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସକ ଡ଼ା.ସନ୍ତୋଷ କୁମାର ପଣ୍ଡାଙ୍କୁ ଯୋଗାଯୋଗ କରାଯାଇଥିଲା। ସେ ତାଙ୍କ ପ୍ରତିକ୍ରିୟାରେ କହିଥିଲେ, ବର୍ତ୍ତମାନ ଆମ ପାଖରେ କର୍ମଚାରୀ ଅଭାବ ରହିଛି। ଯେଉଁ ସ୍ଥାନମାନଙ୍କରେ କର୍ମଚାରୀ ଅଭାବ ରହିଛି ସେଠାରେ ନିଯୁକ୍ତି ଦେବାକୁ ଉପର ମହଲକୁ ସୁପାରିସ କରିଛି ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇସ୍ରୋ ମୁଖ୍ୟାଳୟ ଉଡାଇ ଦେବାକୁ ଆସିଲା ଧମକ: ତଦନ୍ତ ଆରମ୍ଭ

ବେଙ୍ଗାଲୁରୁ,୨।୭: ବେଙ୍ଗାଲୁରୁରେ ଥିବା ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ମୁଖ୍ୟାଳୟ ଉଡାଇଦେବାକୁ ଧମକ ମିଳିଛି। ଇସ୍ରୋ ମୁଖ୍ୟାଳୟକୁ ଇମେଲ ମାଧ୍ୟମରେ ଏହି ବୋମା ଧମକ ମିଳିଛି। ଏହାପରେ…

ପ୍ୟାଣ୍ଟ କାଢି…ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବିସ୍ଫୋରକ ମନ୍ତବ୍ୟ ଦେଲେ ରବି ଶାସ୍ତ୍ରୀ

ନୂଆଦିଲ୍ଲୀ,୨।୭: ପୂର୍ବତନ ଭାରତୀୟ କ୍ରିକେଟର ରବି ଶାସ୍ତ୍ରୀ ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏକ ବିସ୍ଫୋରକ ମନ୍ତବ୍ୟ ଦେଇଛନ୍ତି। ୧୫ ବର୍ଷୀୟ ବ୍ୟାଟସମ୍ୟାନ ବୈଭବଙ୍କୁ ଆୟରଲାଣ୍ଡ ଗସ୍ତରେ ଡେବ୍ୟୁ…

ଆନ୍ଦୋଳନରେ ଡାକ୍ତର, ହଇରାଣ ହେଉଛନ୍ତି ଗରିବ ରୋଗୀ

ପଦ୍ମପୁର,୨ା୭(ପ୍ରଦୀପ୍ତ ଦାଶ): ଜୁଲାଇ ୧ରେ ଡାକ୍ତର ଦିବସରେ ଓଡ଼ିଶା ମେଡିକାଲ ସର୍ଭିସ ଆସୋସିଏଶନର ନିର୍ଦ୍ଦେଶ କ୍ରମେ ପଦ୍ମପୁର ଉପଖଣ୍ଡ ଡାକ୍ତରଖାନାରେ ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ବୁଧବାରଠାରୁ ଆରମ୍ଭ…

‘ଅଦୃଶ୍ୟ ସହ ବିପଜ୍ଜନକ’: ଆଇନଗତ ପ୍ରକ୍ରିୟାରେ କୃତ୍ରିମ ବୁଦ୍ଧିମତ୍ତା(AI)ର ବ୍ୟବହାର ବିରୁଦ୍ଧରେ ଚେତାବନୀ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨।୭: ନ୍ୟାୟିକ ପ୍ରକ୍ରିୟାରେ କୃତ୍ରିମ ବୁଦ୍ଧିମତ୍ତା (AI) ବ୍ୟବହାର ସମ୍ପର୍କରେ ସୁପ୍ରିମକୋର୍ଟ ଗମ୍ଭୀର ଚିନ୍ତା ପ୍ରକାଶ କରିଛନ୍ତି। ନ୍ୟାୟାଳୟ ଜାତୀୟ କମ୍ପାନୀ ଆଇନ ଟ୍ରିବ୍ୟୁନାଲ (NCLT) ଏବଂ…

ନିଶାସକ୍ତ ପ୍ରଧାନ ଶିକ୍ଷକଙ୍କୁ ନିଲମ୍ବନ କଲା ପ୍ରଶାସନ, ସ୍କୁଲ ନଯାଇ ମଦ ପିଇ କରୁଥିଲେ…

ଚାନ୍ଦବାଲି,୨।୭(ଅଶୋକ ପଣ୍ଡା): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ରାମପୁର ବୀଣାପାଣି ନୋଡାଲ UPME ସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀନାଥ ଦାସ ନିଲମ୍ବିତ । ବିଇଓ ଗୁରୁବାର ଦିନ…

ରାସ୍ତା ଉପରେ ଜମୁଛି ନର୍ଦ୍ଦମା ପାଣି, ସ୍ଥାୟୀ ସମାଧାନ ଦାବିରେ ଜିଲାପାଳଙ୍କୁ ଭେଟି…

ଅମରପାଲି,୨ା୭(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଖଣ୍ଡହତା ଗ୍ରାମ ଦେଇ ଯାଇଥିବା ପୂର୍ତ୍ତ ବିଭାଗର ମୁଖ୍ୟ ରାସ୍ତା ଏବେ ସ୍ଥାନୀୟ ଲୋକଙ୍କ ପାଇଁ ଦୁର୍ଦ୍ଦଶାର…

କୂଳ ଲଂଘୁଛି ସମୁଦ୍ର ଜୁଆର, ଜିଲାପାଳ ଅଫିସ ଘେରାଉ କରିବାକୁ ଅଞ୍ଚଳବାସୀ ସଜବାଜ

ଗଞ୍ଜାମ,୨ା୭(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲାର ଗଞ୍ଜାମ ବ୍ଲକ ଅନ୍ତର୍ଗତ ଋଷିକୂଲ୍ୟା ମୁହାଣ ପୁରୁଣାବନ୍ଧ ଠାରୁ ପ୍ରୟାଗି ପର୍ଯ୍ୟନ୍ତ ଗତ କିଛି ମାସ ହେଲା ବେଳାଭୂମି ଦ୍ରୁତଗତିରେ ଅବକ୍ଷୟ…

ସ୍କୁଟି ଚାଳକଙ୍କୁ ଚାପିଦେଲା ମୋରମ ବୋଝେଇ ହାଇଓ୍ବା, ଲୋକେ ଚକାତଳୁ ମୃତଦେହ କାଢ଼ି…

ପୁରୁଷୋତ୍ତମପୁର,୨ା୭(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟ ରାସ୍ତାର ଭାଟକୁମରଡ଼ା କଲେଜ ନିକଟରେ ଏକ ହାଇଓ୍ବା ଦ୍ରୁତଗତିରେ ଆସି ସ୍କୁଟିକୁ ଧକ୍କାଦେଇଥିଲା। ଫଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri