ଆଚରଣ ବିଧି ସମୟରେ ଚାଲିଛି ନିଯୁକ୍ତି

ନୟାଗଡ଼,୨୧।୪(ଲୋକନାଥ ମିଶ୍ର)ନିର୍ବାଚନ ଆଚରଣ ବିଧି ଲାଗୁ ପରେ ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସରଳୟ(ଡିଏଚ୍‌ଏଚ୍‌)ରେ ନିଯୁକ୍ତି ହେଉଥିବା ଅଭିଯୋଗ ହୋଇଛି। ପୁଣି ଜିଲାପାଳଙ୍କ ଅଧ୍ୟକ୍ଷତାରେ ବଦଳି କମିଟି ବୈଠକ ନ ହୋଇ ୫୦ରୁ ଉର୍ଦ୍ଧ କର୍ମଚାରୀଙ୍କ ବଦଳି କରାଯାଇଛି । ବଦଳି ଓ ନିଯୁକ୍ତିରେ ଲାଞ୍ଚ କାରବାର ହୋଇଥିବା ଅଭିଯୋଗ ହୋଇ ଆସୁଛି । ସ୍ବାସ୍ଥ୍ୟ ବିଭାଗର ଜଣେ ମୁଖ୍ୟ କିରାଣୀ ବଦଳି, ନିଯୁକ୍ତି ପରି ବିଭିନ୍ନ ଅନିୟମିତତତା ଘଟଣାରେ ମୁଖ୍ୟ ନାୟକ ସାଜିଥିବା ଅଭିଯୋଗ ରହିଛି । ନୟାଗଡ଼ ଜିଲା ସ୍ବାସ୍ଥ୍ୟ ବିଭାଗରେ ଅନିୟମିତତା ବଢ଼ି ଚାଲିଥିବାବେଳେ ଏହାର ତଦନ୍ତ ହେଉନାହିଁ। ବେଆଇନ ନିଯୁକ୍ତ, ବଦଳି ଓ ଲାଞ୍ଚ କାରବାରର ତଦନ୍ତ ପାଇଁ ସାଧାରଣରେ ଦାବି ହୋଇଛି।

ଅଭିଯୋଗ ଅନୁଯାୟୀ, ଆଚରଣ ବିଧି ଲାଗୁ ସମୟରେ ଜଣେ କମ୍ୟୁନିଟ୍‌ ହେଲ୍‌ଥ ଅଫିସରଙ୍କ ଗଣିଆରୁ ଓଡ଼ଗଁା ବଦଳି ହୋଇଛି । ସେହିପରି ଅନ୍ୟ ଜଣେ କମ୍ୟୁନିଟ୍‌ ହେଲ୍‌ଥ ଅଫିସରଙ୍କ ବଡସିଲିଙ୍ଗାରୁ ରଣପୁରର ଝାରପଡ଼ା ବଦଳି ହୋଇଛି । ଜଣେ ଲାବୋରୋଟାରୀ ଟେକ୍‌ନସିଆନଙ୍କ ଗଣିଆରୁ ଦଶପଲ୍ଲା ଓ ଅନ୍ୟଜଣେ ଲାବୋରୋଟାରୀ ଟେକ୍‌ନସିଆନଙ୍କ ମହିପୁରରୁ ନୟାଗଡ଼ ବଦଳି ହୋଇଛି । ପୁଣି ଚର୍ଚ୍ଚାରେ ରହିଛି ଜଣେ ଏଏନ୍‌ଏମ୍‌ଙ୍କ ବଦଳି । ଜଣେ ଏଏନ୍‌ଏମ୍‌ଙ୍କ ବଦଳି ପ୍ରଥମେ ସାକେରୀରୁ ଓଡ଼ଗଁା, ପରେ ଓଡ଼ଗଁାରୁ ପନ୍ତିଖାରୀ, ପନ୍ତିଖାରୀରୁ ଗିରିଡିପଲ୍ଲୀ ହୋଇଛି । ଏପରି ୫୦ରୁ ଊର୍ଦ୍ଧ୍ୱ କର୍ମଚାରୀଙ୍କ ବଦଳି ଜିଲାର ବିଭିନ୍ନ ସ୍ବାସ୍ଥ୍ୟକେନ୍ଦ୍ରକୁ ହୋଇଛି । ବଦଳି ହେବାକୁ ହେଲେ ଜିଲାପାଳଙ୍କ ଅଧ୍ୟକ୍ଷତାରେ ବଦଳି କମିଟି ବୈଠକ ବସିବାର ନିୟମ ରହିଛି। ବଦଳି କମିଟିରେ ବଦଳି ହେବା ପାଇଁ ନିଷ୍ପତ୍ତି ହେଲେ ମାର୍ଚ୍ଚରୁ ଜୁନ ମାସ ମଧ୍ୟରେ ବଦଳି କରାଯାଇପାରେ । ବର୍ଷର ସବୁ ସମୟରେ ବଦଳି କରାଯାଇ ପାରି ବ ନାହିଁ ବୋଲି ନିୟମ ରହିଛି । ହେଲେ ବଦଳି ନିୟମକୁ ଶୀତଳଭଣ୍ଡାରକୁ ଫୋପାଡ଼ି ବଦଳି କରାଯାଇଛି । ଅପରପକ୍ଷେ ଜିଲା ମୁଖ୍ୟ ଚିକିତ୍ସାଳୟରେ ୪ଜଣ ଲିଫ୍ଟ ଅପରେଟରଙ୍କୁ ନୂଆ ନିଯୁକ୍ତି ମିଳିଛି । ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥିବାରୁ ନୂଆ ନିଯୁକ୍ତିକୁ ବାରଣ ଥିବାବେଳେ ଜିଲା ମୁଖ୍ୟ ଚିକିତ୍ସାଳୟରେ କଟକଣାକୁ ବାଟବଣା କରାଯାଇ ନିଯୁକ୍ତି ଦିଆଯାଇଛି। ଏନେଇ ସମାଜିକ କର୍ମୀ ସନ୍ତୋଷ ପ୍ରଧାନ କୁହନ୍ତି,ଆଚରଣ ବିଧି ଲାଗୁ ସମୟରେ ବଦଳି ଓ ନିଯୁକ୍ତି କରିବା ବେଆଇନ। ଏହାର ତଦନ୍ତ କରାଯାଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ହେଉ । ନଚେତ୍‌ ଆମେ ଆଇନର ଆଶ୍ରୟ ନେବୁ ବୋଲି କହିଛନ୍ତି।

ବରିଷ୍ଠ ଥାଉ ଥାଉ କନିଷ୍ଠଙ୍କୁ ଡିଏଚ୍‌ଏଚ୍‌ ଅଧୀକ୍ଷକ
ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ବରିଷ୍ଠ ଡାକ୍ତର ଥିଲେ ମଧ୍ୟ କନିଷ୍ଠ ଡାକ୍ତରଙ୍କୁ ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟର ଅଧୀକ୍ଷକ ଭାବେ ନିଯୁକ୍ତି ମିଳିଛି। ଦାୟିତ୍ୱରେ ଥିବା ଜିଲା ମୁଖ୍ୟ ଚିକିତ୍ସାଳୟର ଅଧୀକ୍ଷକ ଛୁଟି କାଟି ଫେରିବା ବେଳକୁ ତାଙ୍କୁ ପଦବୀରୁ ହଟାଇ ଦିଆଯାଇଛି। ସମ୍ପୃକ୍ତ ଡାକ୍ତର ମୂଳ ପଦବୀରେ କାମ କରୁଥିବାର ଦେଖିବାକୁ ମିଳିଛି। ଏନେଇ ସିଡିଏମ୍‌ଓ ରମାକାନ୍ତ ପଣ୍ଡା କୁହନ୍ତି, ଆଉଟ୍‌ ସୋସିର୍ର୍ଂରେ ୨ଜଣ ଲିଫ୍‌ ଅପରେଟର ନିଯୁକ୍ତି ପାଇଛନ୍ତି। ଅତି ଜରୁରୀ ଥିବାରୁ ନିଯୁକ୍ତି ଦିଆଯାଇଛି। ଆଉଟ୍‌ ସୋସିର୍ର୍ଂରେ ନିଯୁକ୍ତି କରିବାରେ କୌଣସି ଅସୁବିଧା ନାହିଁ। ପୁଣି ବଦଳି ନେଇ କହିଥିଲେ ଆବଶ୍ୟକତା ହେବାରୁ କିଛିଟା ବଦଳି ହୋଇଛି। ଲାଞ୍ଚ କାରବାର ସମ୍ପୂର୍ଣ୍ଣ ମିଥ୍ୟା, ନିଯୁକ୍ତି ଓ ବଦଳିରେ କୌଣସି ଅନିୟମିତତା ହୋଇ ନ ଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୃଷ୍ଟି ହେଲା ଆଉ ଏକ ଲଘୁଚାପ, ପ୍ରବଳ ବର୍ଷିବ

ଭୁବନେଶ୍ୱର, ୨୬ା୭(ଅନୁରାଧା ମହାରଣା) – ଲଘୁଚାପ ପ୍ରଭାବରେ ଓଡ଼ିଶାରେ ତୁହାକୁ ତୁହା ବର୍ଷା ଲାଗିରହିଥିବାବେଳେ ପ୍ରାୟ ସବୁ ଜିଲାରେ ସ୍ଥିତି ବିଗିଡ଼ିବାରେ ଲାଗିଛି। ବର୍ଷା ଯୋଗୁ...

ମମତାଙ୍କୁ ଚିଠି ଲେଖିବା ନେଇ ନବୀନଙ୍କୁ ଟାର୍ଗେଟ କଲା ଭାଜପା

ଭୁବନେଶ୍ୱର, ୨୬।୭(ସୁନିତ୍‌ ମିଶ୍ର): ନିଜ ୨୪ ବର୍ଷ ଶାସନରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ସରକାର ଓଡ଼ିଶାକୁ କୌଣସି କ୍ଷେତ୍ରରେ ଆତ୍ମନିର୍ଭରଶୀଳ ରାଜ୍ୟ ଭାବେ ଗଢ଼ି...

କୃଷି ବିଭାଗରେ ସରକାରୀ କାର୍ଯ୍ୟ ଓଡ଼ିଆ ଭାଷାରେ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୨୬।୭(ଶର୍ମିଷ୍ଠା ପାଣିଗ୍ରାହୀ): କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏହାର ନିର୍ଦ୍ଦେଶାଳୟ ଏବଂ ବିଭାଗ ଅଧିନରେ ଥିବା ଅନ୍ୟ ଅଧସ୍ତନ କାର୍ଯ୍ୟାଳୟଗୁଡିକରେ ସମସ୍ତ ସରକାରୀ କାର୍ଯ୍ୟ...

ଅଗ୍ନିବୀର ଯୋଜନା ନେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି

ଭୁବନେଶ୍ୱର,୨୬।୭: ଅଗ୍ନିବୀରଙ୍କୁ ପାଇଁ ବଡ଼ ଘୋଷଣା କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝି। ରାଜ୍ୟର ସବୁ ୟୁନିଫର୍ମ ସେବାରେ ସେମାନଙ୍କୁ ଗ୍ରହଣ କରାଯିବ ବୋଲି ଘୋଷଣା...

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ହରିଣ ଛୁଆକୁ ଘେରିଗଲେ ବିଲୁଆ ଦଳ:, ଆଉ ତା’ପରେ…

ପାତ୍ରପୁର,୨୬।୭(ଉମା ଚରଣ ନେପାକ): ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଗୋପୀନାଥପୁର ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଏକ ଆହତ ହରିଣ ଛୁଆ ଉଦ୍ଧାର ହୋଇଛି। କିଛି ବିଲୁଆ ହରିଣମାନଙ୍କୁ...

ଆଳୁ ଦରକୁ ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ବୟାନ, ୨ ଦିନ ମଧ୍ୟରେ…

ଭୁବନେଶ୍ୱର,୨୬।୭: ଆଳୁ ଦର ସମୀକ୍ଷା ପରେ ଗଣମାଧ୍ୟମରେ ପ୍ରତିକ୍ରୟା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ୨ ଦିନ ମଧ୍ୟରେ ସମସ୍ୟାର ସମାଧାନ ହେବ କହଛନ୍ତି...

ବର୍ଷା ଅଭାବ: ଚାଷ ଜମିରେ ଚରିଲେ ଗୋରୁ

ଔପଦା, ୨୬।୭(ଧରିତ୍ରୀ ପଣ୍ଡା)-ଜୟ ଯବାନ, ଜୟ କିଷାନ ଧ୍ୱନିରେ ଚାଷ ଅଛି ଯାହାର, କି ଆନନ୍ଦ ତାହାର ଉକ୍ତିର ଆଜି ବିପରୀତ ଦେଖାଦେଇଛି। ଧାନ ଚାଷ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri