ସୁସ୍ଥତା ହାର ବଢ଼ିଲା…

ନୂଆଦିଲ୍ଲୀ, ୫।୧: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ପୁଣି ଦୈନିକ କରୋନା ମାମଲା ବଢ଼ିଛି। ଲଗାତାର ଦୁଇ ଦିନ ଧରି ଦୈନିକ ସଂକ୍ରମଣ ବୃଦ୍ଧି ପାଇଛି। ଦୈନିକ ପଜିଟିଭ୍‌
ହାର ଏକ ପ୍ରତିଶତରୁ କମ ହୋଇଛି ଏବଂ ସୁସ୍ଥତା ହାରରେ ମଧ୍ୟ ଉନ୍ନତି ହୋଇଛି।

ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ବଢ଼ି ୨ଶହ ତଳେ ରହିଛି। ଏହା ବଢ଼ି ୧୮୫ ଛୁଇଁଛି। ଗୋଟିଏ ଦିନ ତଳେ ଏହା ୧୭୫ ଥିଲା। ସେହିପରି ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୩ରେ ପହଞ୍ଚିଛି। ଗୋଟିଏ ଦିନ ତଳେ ଏହା ଶୂନ ଥିଲା। ଏହି ସମୟରେ ସକ୍ରିୟ ମାମଲା କମି ୨ ହଜାର ୫୫୪ରେ ପହଞ୍ଚିଛି। ଗୋଟିଏ ଦିନ ତଳେ ଏହା ୨ ହଜାର ୫୭୦ ଥିଲା। ସେହିପରି ୨୪ ଘଣ୍ଟାରେ ୨୧୦ ଜଣ ସୁସ୍ଥ ହୋଇଛନ୍ତି। ଗୋଟିଏ ଦିନ ତଳେ ଏହା ୧୮୭ ଥିଲା। ଇତିମଧ୍ୟରେ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୫ ଲକ୍ଷ ୩୦ ହଜାର ୭୧୦ ଛୁଇଁଛି। ସଂକ୍ରମଣ ଆରମ୍ଭଠାରୁ ଇତିମଧ୍ୟରେ ମୋଟ ୪ କୋଟି ୪୬ ଲକ୍ଷ ୭୯ ହଜାର ୩୧୯ ଜଣ ଆକ୍ରାନ୍ତ ହୋଇଥିବାବେଳେ ୪ କୋଟି ୪୧ ଲକ୍ଷ ୪୬ ହଜାର ୫୫ ଜଣ ସୁସ୍ଥ ହୋଇ ସାରିଛନ୍ତି।

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଜାରି ପ୍ରେସ ବିଜ୍ଞପ୍ତି ଅନୁଯାୟ ଦେଶରେ ସୁସ୍ଥତା ହାର ବୃଦ୍ଧି ପାଇ ୯୮.୮୦ ପ୍ରତିଶତ ରହିଛି। ସେହିପରି ସକ୍ରିୟ ମାମଲା ୦.୦୧ ପ୍ରତିଶତ ରହିଛି। ଦୈନିକ ସଂକ୍ରମଣ ୦.୧୭ ପ୍ରତିଶତ ଏବଂ ସାପ୍ତାହିକ ସଂକ୍ରମଣ ୦.୧୫ ପ୍ରତିଶତ ରହିଛି। ଅପରପକ୍ଷରେ ମୃତ୍ୟୁ ହାର କମି ୧.୧୯ ପ୍ରତିଶତରେ ପହଞ୍ଚିଛି।

ଚାଇନାରେ ଆତଙ୍କ ସୃଷ୍ଟି କରିଥିବା ବିଏଫ୍‌.୭ ଭାରିଆଣ୍ଟ ନେଇ ସତର୍କ ରହିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି। ମାସ୍କ ପିନ୍ଧିବା ଅଧିକରୁ ଅଧିକ ନମୁନା ପରୀକ୍ଷା କରିବା ଏବଂ ଟିକାକରଣକୁ ବଢ଼ାଇବା ପାଇଁ ସରକାରଙ୍କ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ସରକାରଙ୍କ ପକ୍ଷରୁ ସ୍ଥିତି ଉପରେ ତୀକ୍ଷ୍‌ଣ ନଜର ରଖାଯାଇଛି। ଦୈନିକ ସଂକ୍ରମଣ-ସକ୍ରିୟ ମାମଲାକୁ ନେଇ ସରକାର ଚିନ୍ତାରେ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଣ୍ଡାମାନ ଛୁଇଁଲା ମୌସୁମୀ: ଜୁନ ୧ ସୁଦ୍ଧା…

ନୂଆଦିଲ୍ଲୀ,୧୬।୫: ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ଶନିବାର ଆଣ୍ଡାମାନ ଛୁଇଁଛି। ଦକ୍ଷିଣପୂର୍ବ ଆରବ ସାଗରରେ ମଧ୍ୟ ମୌସୁମୀ ଅଗ୍ରସର ହେଉଥିବା ଜଣାପଡ଼ିଛି। ଦକ୍ଷିଣପୂର୍ବ ଓ ଦକ୍ଷିଣପଶ୍ଚିମ ବଙ୍ଗୋପସାଗର ମଧ୍ୟ…

ପ୍ରଥମେ ପ୍ରେମ, ପରେ ବଳାତ୍କାର କରି ବନ୍ଧାହେଲେ ୨ ଭାଇ, କଲେଜ ଯୁବତୀଙ୍କୁ ଟାର୍ଗେଟ୍‌ କରି…

ଜଗତ୍‌ସିଂହପୁର, ୧୬ା୫(ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁର ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ପ୍ରଥମେ ପ୍ରେମ ଜାଲରେ ଫସାଇ ବଳାତ୍କାର କରି ବ୍ଲାକ ମେଲିଂ କରିବା ଭଳି ସଙ୍ଗିନ…

LPGକୁ ନେଇ ଦେଶ ପାଇଁ ଆସିଲା ଖୁସି ଖବର

ନୂଆଦିଲ୍ଲୀ,୧୬।୫: ପଶ୍ଚିମ ଏସିଆରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ପେଟ୍ରୋଲ, ଡିଜେଲ ଏବଂ CNG ର ମୂଲ୍ୟରେ ବୃଦ୍ଧି ପରିଲକ୍ଷିତ ହୋଇଛି। ଏହି ସମୟରେ, ଭାରତ ପାଇଁ LPG…

ପାକିସ୍ତାନରେ ଧୁମ୍‌ ମଚାଇଲା‘ଧୁରନ୍ଧର 2’ ନେଟଫ୍ଲିକ୍ସ ସର୍ଭର କ୍ରାସ, #1 ରେ ଟ୍ରେଣ୍ଡ କରୁଛି…

ଇସଲାମାବାଦ,୧୬।୫: ରଣବୀର ସିଂହଙ୍କ ଆକ୍ସନ ଥ୍ରୀଲର୍‌, ଧୁରନ୍ଧର: ଦି ରିଭେଞ୍ଜ, ପାକିସ୍ତାନରେ ଏକ ବିରାଟ ଆଲୋଡନ ସୃଷ୍ଟି କରିଛି। ଏହି ଫିଲ୍ମଟି ୧୫ ମଇ, ୨୦୨୬ରେ OTT…

ସାବିତ୍ରୀ ବ୍ରତ ପାଇଁ ଦେବାଳୟରେ ପ୍ରବଳ ଭିଡ଼

ପାଟଣା,୧୭ା୫(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଓ ସାହାରପଡ଼ା ଅଞ୍ଚଳରେ ଦେବାଳୟଗୁଡିକରେ ଶନିବାର ସାବିତ୍ରୀ ବ୍ରତ ପାଇଁ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା। ମହିଳାମାନେ ନୂଆ ଶାଢ଼ି,…

କେତେବେଳେ ବି ମହଙ୍ଗା ହୋଇପାରେ ଗ୍ୟାସ୍‌; ପେଟ୍ରୋଲ ପରେ ଚମକାଇବ LPG ଦର!

ନୂଆଦିଲ୍ଲୀ,୧୬।୫: ସାରା ଦେଶରେ ପେଟ୍ରୋଲ ଏବଂ ଡିଜେଲର ବର୍ଦ୍ଧିତ ମୂଲ୍ୟ ମଧ୍ୟରେ, ଏଲପିଜି ସିଲିଣ୍ଡରର ମୂଲ୍ୟ ମଧ୍ୟ ଏବେ ସାଧାରଣ ଲୋକଙ୍କ ମଧ୍ୟରେ ଆଲୋଚନାର ବିଷୟ ପାଲଟିଛି।…

ପିକ୍‌ଅପ୍‌ରେ ଯାଉଥିଲେ ୨୭ ଶ୍ରମିକ, ଭାରସାମ୍ୟ ହରାଇ ରାସ୍ତାରେ ଓଲଟି ପଡ଼ିଲା, ତା’ ପରେ…

ବାସୁଦେବପୁର,୧୭ା୫(କାଳିପଦ ରାୟ): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ଅରଣ୍ଡୁଆ ପଞ୍ଚାୟତର ବେକମୁଡ଼ି ଛକ ନିକଟରେ ଶନିବାର ଏକ ପିକ୍‌ଅପ୍‌ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଛି।…

ସ୍ତ୍ରୀଙ୍କ ପାଇଁ ଆମିଷ ଛାଡ଼ିଦେଲେ କୋହଲି: କହୁ କହୁ କହିଦେଲେ…

ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା ବଲିଉଡ ଏବଂ କ୍ରିକେଟ ଉଭୟରେ ସବୁଠାରୁ ଚର୍ଚ୍ଚିତ ଦମ୍ପତିଙ୍କ ମଧ୍ୟରୁ ଜଣେ। ଏହି ଦମ୍ପତି ସେମାନଙ୍କର କଠିନ ପରିଶ୍ରମ ଦ୍ୱାରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri