ଦୁଇ ସାକ୍ଷୀଙ୍କ ବୟାନ ରେକର୍ଡ

ବଲାଙ୍ଗୀର ଅଫିସ, ୪ା୪: କ୍ରାଇମବ୍ରାଞ୍ଚ ଟିମ୍‌ ଜାଲ୍‌ ସାର୍ଟିଫିକେଟ୍‌ ମାମଲାର ବହୁ ଗୁରୁତ୍ୱପୂର୍ଣ୍ଣ ଦିଗକୁ ଅନୁସନ୍ଧାନ କରୁଛି। ମାମଲାର ଦୁଇ ପୀଡିତା ତଥା ସାକ୍ଷୀଙ୍କୁ ବଲାଙ୍ଗୀର ଏସ୍‌ଡିଜେଏମ୍‌ କୋର୍ଟରେ ହାଜର କରାଯାଇ ମାଜିଷ୍ଟ୍ରେଟ୍‌ଙ୍କ ସମ୍ମୁଖରେ ୧୬୪ ଧାରାରେ ବୟାନ ରେକର୍ଡ କରାଯାଇଛି। ଏହା ସହିତ କ୍ରାଇମବ୍ରାଞ୍ଚ ଅଧିକାରୀମାନେ ଅଭିଯୁକ୍ତଙ୍କ କୋଚିଂ ଅନୁଷ୍ଠାନ ରିଲାଏନ୍ସ ଏଜୁକେଶନ୍‌ କମ୍ପ୍ଲେକ୍ସକୁ ଯାଇ ଅନୁସନ୍ଧାନ କରିଛନ୍ତି। ଏଠାକାର ଷ୍ଟାଫ୍‌ଙ୍କ ସିଆରପିସି ୧୬୧ଧାରାରେ ବୟାନ ରେକର୍ଡ କରାଯାଇଥିଲା। ପୂର୍ବାହ୍ନ ପ୍ରାୟ ୧୧ଟାରୁ କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ଜାଲ୍‌ ସାର୍ଟିଫିକେଟ ମାମଲାର ଦୁଇ ପୀଡିତା ସୁବଳୟା ଭୁଏ ଏବଂ ରମଣୀ ନାଗଙ୍କୁ ବଲାଙ୍ଗୀର ସିଭିଲ କୋର୍ଟ ପରିସରକୁ ନେଇ ଯାଇଥିଲେ। ସେଠାରେ ଅପରାହ୍ଣ ୨ଟା ୩୦ ପର୍ଯ୍ୟନ୍ତ ଅପେକ୍ଷା କରିବା ପରେ ମଧ୍ୟ ଦୁଇ ପୀଡିତା ତଥା ଏହି ମାମଲାର ପ୍ରମୁଖ ସାକ୍ଷୀଙ୍କ ବୟାନ ରେକର୍ଡ ହୋଇପାରି ନ ଥିଲା। ଏହାପରେ ଅପରାହ୍ଣ ପ୍ରାୟ ୫ଟାରେ ପୁଣି ଥରେ ଦୁଇ ସାକ୍ଷୀଙ୍କୁ କ୍ରାଇମ୍‌ବ୍ରାଞ୍ଚ ଟିମ୍‌ କୋର୍ଟ ପରିସରକୁ ନେଇଥିଲେ। ସେଠାରେ ମାଜିଷ୍ଟ୍ରେଟ୍‌ଙ୍କ ସମ୍ମୁଖରେ ଉଭୟ ସାକ୍ଷୀଙ୍କ ୧୬୪ ବୟାନ ରେକର୍ଡ କରାଯାଇଥିଲା। ଏହି ବହୁଚର୍ଚ୍ଚିତ ଜାଲ ସାର୍ଟିଫିକେଟ ମାମଲା ପାଇଁ ଦୁଇ ସାକ୍ଷୀଙ୍କ ବୟାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିଛି। ବୟାନ ରେକର୍ଡ କରିବା ପରେ କ୍ରାଇମ୍‌ବ୍ରାଞ୍ଚ ଏବେ ଅନ୍ୟ ଦିଗ ଉପରେ ତଦନ୍ତ କେନ୍ଦ୍ରୀଭୂତ କରିବ ବୋଲି ଜଣାପଡିଛି।
କ୍ରାଇମ୍‌ବ୍ରାଞ୍ଚ ଡିଏସ୍‌ପି ଦେବବ୍ରତ ଚକ୍ରଙ୍କ ନେତୃତ୍ୱରେ ସୋମବାର ତୃତୀୟ ଦିନରେ ବହୁ ଗୁରୁତ୍ୱପୂର୍ଣ୍ଣ ଦିଗକୁ ତଦନ୍ତ କରାଯାଇଛି। ଜାଲ ସାର୍ଟିଫିକେଟ ମାମଲାରେ ବଲାଙ୍ଗୀର ଟାଉନ୍‌ ଥାନାରେ ଦୁଇଟି ମାମଲା ରୁଜୁ ହୋଇଥିଲା। ବଲାଙ୍ଗୀର ଡାକ ଅଧୀକ୍ଷକ ରାଜେନ୍ଦ୍ର କୁମାର ପଟ୍ଟନାୟକଙ୍କ ଅଭିଯୋଗ ମୁତାବକ ଟାଉନ୍‌ ଥାନାରେ ଏକ ମାମଲା (୧୪୧/୨୩) ରୁଜୁ ହୋଇଥିଲା। ବଲାଙ୍ଗୀର ଡାକ ମଣ୍ଡଳରେ ୬୦ଟି ଗ୍ରାମୀଣ ଡାକ ସେବକ ପଦବୀରେ ପ୍ରାର୍ଥୀମାନେ ଆବେଦନ କରିଥିଲେ। ସେଥିରୁ ୩୮ ଜଣ ପ୍ରାର୍ଥୀ ଉତ୍ତରପ୍ରଦେଶ ବୋର୍ଡ ଓ ମାଧ୍ୟମିକ ଶିକ୍ଷା ପରିଷଦର ଦଶମ ଏବଂ ଇଣ୍ଟରମିଡିଏଟ୍‌ ସାର୍ଟିଫିକେଟ୍‌ ଦାଖଲ କରିଥିଲେ। ସାର୍ଟଫିକେଟରେ ଉଲ୍ଲେଖଥିବା ମାର୍କ ଏବଂ ପ୍ରାର୍ଥୀଙ୍କ ହାବଭାବରୁ ସନ୍ଦେହ ପରି ଡାକ ଅଧୀକ୍ଷକ ପଟ୍ଟନାୟକ ଏହା ଜାଲ୍‌ ସାର୍ଟିଫିକେଟ ସନ୍ଦେହ କରି ଟାଉନ୍‌ ଥାନାରେ ଲିଖିତ ଅଭିଯୋଗ କରିଥିଲେ। । ସିନ୍ଧେକେଲା ଥାନା ଚାନ୍ଦୋତରା ଗ୍ରାମର ରଜତ କୁମାର ନାଏକଙ୍କୁ ଏମ୍‌ସିଏଲରେ ଚାକିରି କରାଇ ଦେବା ନଁାରେ ରିଲାଏନ୍ସ କୋଚିଂ ସେଣ୍ଟର ମାଲିକ ତଥା ମୁଖ୍ୟ ଅଭିଯୁକ୍ତ ମନୋଜ ଏବଂ ସହଯୋଗୀ ଆଲୋକ ୫ ଲକ୍ଷ ଟଙ୍କା ନେଇଥିଲେ। ଏହି ମାମଲାର ମଧ୍ୟ ତଦନ୍ତ କ୍ରାଇମବ୍ରାଞ୍ଚ ସୋମବାର ଆରମ୍ଭ କରିଛି। ମିଳିଥିବା ସୂଚନା ମୁତାବକ ତୃତୀୟ ଦିନରେ କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ବଲାଙ୍ଗୀର ପ୍ରଧାନ ଡାକଘରକୁ ଯାଇ ତଦନ୍ତ କରିବା ସହ ଡକ୍ୟୁମେଣ୍ଟର ଛାନଭିନ୍‌ କରିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୁଣ୍ଡା ସାହୁ ଅପହରଣ ମାମଲା: ଗିରଫ ୪ ଅଭିଯୁକ୍ତ କୋର୍ଟ ଚାଲାଣ , ଜାମିନ ନାମଞ୍ଜୁର ହେବାରୁ

ବଲାଙ୍ଗୀର, ୧୭।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ବ୍ୟବସାୟୀ ନରେନ୍ଦ୍ର ଓରଫ୍ ଗୁଣ୍ଡା ସାହୁ ଅପହରଣ ମାମଲାରେ ଗିରଫ ହୋଇଥିବା ୪ ଜଣ ଅଭିଯୁକ୍ତଙ୍କୁ ବଲାଙ୍ଗୀର ପୋଲିସ…

୨ ବର୍ଷର ବନବାସର ଘଟିଲା ଅନ୍ତ: ସ୍ମୃତିଙ୍କୁ ମିଳିଲା…

ନୂଆଦିଲ୍ଲୀ,୧୭।୮: ଭାରତୀୟ ଜନତା ପାର୍ଟି (ଭାଜପା)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ଦ୍ୱାରା ଘୋଷଣା କରାଯାଇଥିବା ନୂତନ ଦଳରେ, ପୂର୍ବତନ ଏମ୍‌ପି ଏବଂ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ…

ନୂଆ ଟିମ୍‌ ଘୋଷଣା ପରେ ପ୍ରତିକ୍ରିୟା ରଖିଲେ ନୀତିନ ନବୀନ, କହିଲେ…

ନୂଆଦିଲ୍ଲୀ,୧୭।୮: ନୂଆ ଟିମ୍‌ ଘୋଷଣା କରିବା ପରେ ଭାଜପା ସଭାପତି ନୀତିନ ନବୀନ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସଭାପତି ନବନିଯୁକ୍ତ ଭାଜପା କାର୍ଯ୍ୟକର୍ତ୍ତାଙ୍କୁ…

ପିଉସାଙ୍କୁ ହତ୍ୟା କରି ପୋଡିଦେବା ଘଟଣା: ଜମି ବିବାଦ ନା ଗୁଣି ଗାରେଡି, ୨ ଜଣଙ୍କୁ…

ଦାରିଙ୍ଗବାଡି,୧୭।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ବାଡାବାଙ୍ଗା ପଞ୍ଚାୟତ ସିକନବାଡି ଗାଁରେ ଏକ ହତ୍ୟା ଘଟଣାର ପୋଲିସ ଖୁଲାସା କରିଛି। ହତ୍ୟାର ଶିକାର ହୋଇଛନ୍ତି ଉକ୍ତ…

ବ୍ରାହ୍ମଣୀରେ ଭୟଙ୍କର ବନ୍ୟା: ବିପଦ ସଙ୍କେତ ଡେଇଁ ୨୦ ଫୁଟରେ ପ୍ରବାହିତ ଜଳ, ଅଳଭା ଠାରେ ଘଳିଆ

ପଟ୍ଟାମୁଣ୍ଡାଇ,୧୭।୮ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଦେଇ ପ୍ରବାହିତ ବ୍ରାହ୍ମଣୀ ନଦୀରେ ବନ୍ୟା ପରିସ୍ଥିତି ଅତ୍ୟନ୍ତ ଗମ୍ଭୀର ରୂପ ଧାରଣ କରିଛି। ବ୍ରାହ୍ମଣୀ ନଦୀର ବିପଦ…

ନୂଆ ଟିମ୍ ଘୋଷଣା କଲେ ନୀତିନ ନବୀନ; କିଏ ଏହି ଦୀପକ ମହସ୍କେ, ଯାହାଙ୍କୁ ମିଳିଲା ବଡ଼ ଦାୟିତ୍ବ

ନୂଆଦିଲ୍ଲୀ,୧୭।୮: ନୀତିନ ନବୀନ ତାଙ୍କ ନୂଆ ଟିମ୍‌ ଘୋଷଣା କରିଛନ୍ତି । ଏଥିରେ ସବୁଠାରୁ ବଡ଼ ଚର୍ଚ୍ଚାର ବିଷୟ ହୋଇଛି ଦଳର ଆଇଟି ସେଲ୍‌ ମୁଖ୍ୟ ପଦରେ…

ପବିତ୍ର ଶ୍ରାବଣ ସୋମବାରକୁ ସଂକ୍ରାନ୍ତି ସଂଯୋଗ: ବିଭିନ୍ନ ମନ୍ଦିରରେ କାଉଡ଼ିଆଙ୍କ ପାଇଁ….

କଲ୍ୟାଣସିଂହପୁର, ୧୭।୮ (ଦୀପକ କୁମାର ପରିଡ଼ା): ପବିତ୍ର ଶ୍ରାବଣ ମାସର ତୃତୀୟ ସୋମବାର ତଥା ସିଂହ ସଂକ୍ରାନ୍ତି ଅବସରରେ କଲ୍ୟାଣସିଂହପୁର ବ୍ଲକର ବିଭିନ୍ନ ପ୍ରମୁଖ ଶୈବପୀଠ ଓ…

ବନ୍ୟାପାଣିରେ ଭାସିଯାଇଥିଲେ ଯୁବକ, ୪ଦିନ ପରେ ମୃତଦେହ ଉଦ୍ଧାର

ଧାମନଗର,୧୭।୮(ଦେବେନ୍ଦ୍ର ଆନ୍ଦିଆ): ଧାମନଗର ବ୍ଲକ ଦିହୁଡ଼ି-ଆନନ୍ଦପୁର ପଞ୍ଚାୟତ ପାହଡ଼ପୁର ଯେନାସାହି ଗ୍ରାମର ଗଣେଶ ଜେନା (୫୨)ଙ୍କ ମୃତଦେହ ଉଦ୍ଧାର କରାଯାଇଛି । ନିଖୋଜର ୪ଦିନ ପରେ ଜଙ୍ଗଲରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri