ଗୋଟିଏ ଦିନରେ ଦେଶରେ ରେକର୍ଡ ସଂଖ୍ୟକ କରୋନା ଟେଷ୍ଟ

ନୂଆଦିଲ୍ଲୀ, ୨୦।୯: ଭାରତରେ କରୋନା ଭାଇରସ୍‌ଜନିତ ସ୍ଥିତି ଦିନକୁ ଦିନ ସଙ୍ଗୀନ ହେବାରେ ଲାଗିଛି। ଏହି ପ୍ରାଣଘାତୀ ଭାଇରସ୍‌କୁ ବ୍ୟାପିବାରୁ ରୋକିବା ଲାଗି ସରକାର ଅଧିକରୁ ଅଧିକ କରୋନା ଟେଷ୍ଟ କରାଉଛନ୍ତି। ଇତ୍ୟବସରେ ଦେଶରେ ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ଲୋକଙ୍କ କରୋନା ଟେଷ୍ଟ କରାଯାଇଛି। ସେପ୍ଟେମ୍ବର ୧୯ (ଶନିବାର)ରେ ଭାରତରେ ରେକର୍ଡ ୧୨ ଲକ୍ଷ ୬ ହଜାର ୮୦୬ ଜଣ ଲୋକଙ୍କ କରୋନା ଟେଷ୍ଟ ହୋଇଥିବା ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦ (ଆଇସିଏମ୍‌ଆର୍‌) ପକ୍ଷରୁ ସୂଚନା ଦିଆଯାଇଛି। ଏଥିସହ ଦେଶରେ ମୋଟ୍‌ କରୋନା ଟେଷ୍ଟ ସଂଖ୍ୟା ୬ କୋଟି ୩୬ ଲକ୍ଷ ୬୧ ହଜାର ୬୦ରେ ପହଞ୍ଚିଛି। ଏଠାରେ ଉଲ୍ଲେଖଯୋଗ୍ୟ, ଦେଶରେ ପ୍ରଥମ କରୋନା ଆକ୍ରାନ୍ତ ୩୦ ଜାନୁୟାରୀରେ ଚିହ୍ନଟ ହୋଇଥିଲା। ଏହାପରେ ୬ ଏପ୍ରିଲ ପର୍ଯ୍ୟନ୍ତ ମୋଟ୍‌ କରୋନା ଟେଷ୍ଟ ସଂଖ୍ୟା ୧୦ ହଜାର ଥିଲା। ୭ ଜୁଲାଇରେ ଏହି ସଂଖ୍ୟା ଏକ କୋଟି ଛୁଇଁଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସ୍ପେଶାଲ ଲିଭ୍‌ ପିଟିଶନ ଦାଖଲ କଲେ ପଓ୍ବନ

ନୂଆଦିଲ୍ଲୀ,୧୭।୧: ନିର୍ଭୟା ଗଣବଳାତ୍କାର ଦୋଷୀ ପଓ୍ବନ ଗୁପ୍ତା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଶୁକ୍ରବାର ସେ ସୁପ୍ରିମକୋର୍ଟରେ ଏକ ସ୍ପେଶାଲ ଲିଭ୍‌ ପିଟିଶନ(ଏସ୍‌ଏଲ୍‌ପି) ଦାଖଲ କରିଛନ୍ତି। ସେଥିରେ...

ଚଳନ୍ତା ଟ୍ରେନ୍‌ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ: ୩୫ ମିନିଟ୍‌ ଅଟକି ରହିଲା ମେଟ୍ରୋ ଟ୍ରେନ୍‌

କୋଲକତା,୧୨।୯: କୋଲକତା ବେଲ୍‌ଗାଛିଆ ଷ୍ଟେଶନରେ ଗୁରୁବାର ଜଣେ ଯୁବକ ଆତ୍ମହତ୍ୟା ପାଇଁ ଉଦ୍ୟମ କରିଛନ୍ତି। ଫଳରେ ଏଠାରେ ୩୫ ମିନିଟ୍‌ ଧରି ମେଟ୍ରୋ ସେବା ବାଧାପ୍ରାପ୍ତ...

ସାନିଟାଇଜ ସହ ଭୂତାଣୁନାଶକ ଧୂଆଁ ସ୍ପ୍ରେ

ଭୁବନେଶ୍ୱର, ୨।୪ (ବ୍ୟୁରୋ)/ କଟକରୋଡ, (ଡି.ଏନ.ଏ.): କରୋନା ଭୂତାଣୁ ସଂକ୍ରମଣରୁ ଭୁବନେଶ୍ୱରକୁ ରକ୍ଷା କରିବା ପାଇଁ ଆରମ୍ଭ ହୋଇଛି ବିଶୋଧନ କାର୍ଯ୍ୟକ୍ରମ। ବୁଧବାର ଦ୍ୱିତୀୟ ଦିନରେ...

ଗୋଟିଏ ଦିନରେ ୮୩ କୋଟି ଟଙ୍କାର ସାନିଟାଇଜର ବ୍ୟବହାର କରୁଛନ୍ତି ଭାରତୀୟ !

ନୂଆଦିଲ୍ଲୀ,୨୨।୮: କରୋନା ଭାଇରସ ସଂକ୍ରମଣ ହେବା ପରେ ବୈଜ୍ଞାନିକ, ଗବେଷକ, ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହୁଛନ୍ତି ସାନିଟାଇଜର ବ୍ୟବହାର କରୋନା ସଂକ୍ରମଣକୁ ଅନେକାଂଶରେ ରୋକି ପାରିବ। ବିଶେଷଜ୍ଞମାନଙ୍କ...

ଧନୁଷ ତୋପ ସେନାରେ ସାମିଲ୍‌: ଚାଇନା-ପାକିସ୍ତାନର ଚିନ୍ତା ବଢ଼ିଲା

ନୂଆଦିଲ୍ଲୀ,୧୭।୧୦: ଭାରତର ପ୍ରତିରକ୍ଷା ଶକ୍ତି ବୃଦ୍ଧି ପାଇଁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଧନୁଷ ତୋପକୁ ସେନାରେ ସାମିଲ୍‌ କରାଯାଇଛି। ଏହାକୁ ନେଇ ଚାଇନା-ପାକିସ୍ତାନର ଚିନ୍ତା ବଢ଼ିଛି।...

ରାଜ୍ୟସଭାରୁ ଇସ୍ତଫା ଦେଲେ ରବି ଶଙ୍କର

ନୂଆଦିଲ୍ଲୀ, ୨୯।୫: ବିହାରର ପାଟିନ ସାହିବ ଲୋକ ସଭା ଆସନରୁ ବିଜୟ ହାସଲ କରିବା ପରେ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ଭାଜପା ଏମ୍‌ପି...

ଏଏପିକୁ ଟାର୍ଗେଟ କଲେ କପିଲ

ନୂଆଦିଲ୍ଲୀ,୩।୨: ଦିଲ୍ଲୀ ବିଧାନସଭା ନିର୍ବାଚନ ଯେତେ ପାଖେଇ ଆସୁଛି ନେତାମାନେ ପରସ୍ପର ମଧ୍ୟରେ ସେତେ ଦୋଷ ଲଦାଲଦି ହେଉଛନ୍ତି। ଭାରତୀୟ ଜନତା ପାର୍ଟି(ଭାଜପା) ପ୍ରାର୍ଥୀ କପିଲ...

କରୋନା ପ୍ରଭାବ: କ୍ୟାବିନେଟ୍‌ ବୈଠକରେ ବି ସାମାଜିକ ଦୂରତା

ନୂଆଦିଲ୍ଲୀ,୨୫।୩: କରୋନା ସଂକ୍ରମଣର ମୁକାବିଲା ପାଇଁ ଭାରତ ସରକାରଙ୍କ ପକ୍ଷରୁ କେତେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି। ଏହି ମର୍ମରେ ୨୧ ଦିନର ଲକ୍‌ ଡାଉନ୍‌...

Coronavirus Update

Archives

Model This Week

Why Dharitri