ଦୋଷୀ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସୁପାରିସ

ହାଟଡ଼ିହୀ,୨୯l୧୨(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡ଼ହୀ ବ୍ଲକ୍‌ ଶଢ଼ା ପଞ୍ଚାୟତରେ ୨୦୧୭-୧୮ ରୁ ୨୦୨୦-୨୧ ପର୍ଯ୍ୟନ୍ତ ବିଭିନ୍ନ ସରକାରୀ ଉନ୍ନୟନ କାର୍ଯ୍ୟରେ ଆର୍ଥିକ ଅନିୟମିତତା ଏବଂ ପ୍ରକଳ୍ପ ଅସମ୍ପୂର୍ଣ ନେଇ ଓଡ଼ିଶା ଲୋକାୟୁକ୍ତଙ୍କ ନିକଟରେ ମାମଲା ଦାୟର ହୋଇଥିଲା। ବଳରାମ ଦାସ ଏବଂ ଅନ୍ୟ ୭ ଜଣଙ୍କ ଅଭିଯୋଗ ଆଧାରରେ ଲୋକାୟୁକ୍ତରେ କେସ (ନଂ. ଏଲୱାଇ ୬୧୩/୨୦୨୧) ରୁଜୁ ହୋଇଥିଲା। ୨୨ ଡିସେମ୍ବର ୨୦୨୩ରେ ଉକ୍ତ ମାମଲାର ଶୁଣାଣି ହୋଇଛି। ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ଗାଇଡ୍‌ଲାଇନ ପାଳନ କରି ନ ଥିବା ଏବଂ କାଗଜପତ୍ର କରି ନ ଥିବା ଦୋଷୀ କର୍ମଚାରୀ ଏବଂ ବିଜୁ ପକ୍କାଘର ଯୋଜନାରେ ଅନିୟମିତା ଅଭିଯୋଗ ନେଇ ଜଣେ ଯନ୍ତ୍ରୀଙ୍କ ବିରୋଧରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଓଡ଼ିଶା ପଞ୍ଚାୟତ ଏବଂ ପାନୀୟ ଜଳ ବିଭାଗର ପ୍ରିନ୍ସିପାଲ ସେକ୍ରେଟାରୀଙ୍କୁ ଲୋକାୟୁକ୍ତ ସୁପାରିସ କରିଛନ୍ତି।
ପ୍ରକାଶ ଯେ, ୫ ଅପ୍ରେଲ ୨୦୨୨ରେ ହାଟଡ଼ିହୀ ବିଡିଓ ଏବଂ କେନ୍ଦୁଝର ଜିଲାପାଳଙ୍କୁ ଅଭିଯୋଗର ଉତ୍ତର ରଖିବାକୁ ଲୋକାୟୁକ୍ତ ନୋଟିସ୍‌ ଜାରି କରିଥିଲେ। ୬ ଜୁନ୍‌ ୨୦୨୨ରେ ଜିଲାପାଳ ଓ ବିଡିଓ ଲିଖିତ ଉତ୍ତର ରଖିଥିଲେ। ଲୋକାୟୁକ୍ତଙ୍କ ନିର୍ଦ୍ଦେଶ କ୍ରମେ ୧ ମଇ ୨୦୨୩ରେ ତଦନ୍ତକାରୀ ସଂସ୍ଥା ୬୧ଟି ପ୍ରକଳ୍ପର ତଦନ୍ତ ରିପୋର୍ଟ ଲୋକାୟୁକ୍ତଙ୍କ ନିକଟରେ ଦାଖଲ କରିଥିଲେ। ପ୍ରାଥମିକ ତଦନ୍ତ ରିପୋର୍ଟକୁ ନେଇ ୨୬ ମଇ ୨୦୨୩ରେ ଲୋକାୟୁକ୍ତଙ୍କ ତିନି ସଦସ୍ୟ ବିଶିଷ୍ଟ ବେଞ୍ଚ ତିନି ଜଣ ପୂର୍ବତନ ବିଡିଓ, ତିନି ପୂର୍ବତନ ସହକାରୀ ନିର୍ବାହୀ ଯନ୍ତ୍ରୀ, ଦୁଇ ଯନ୍ତ୍ରୀ, ପୂର୍ବତନ ପିଇଓ, ପୂର୍ବତନ ସରପଞ୍ଚଙ୍କୁ ନୋଟିସ ଜାରି କରିଥିଲେ। ଲୋକାୟୁକ୍ତଙ୍କ ତରଫରୁ ଓଡ଼ିଶା ପଞ୍ଚାୟତ ଏବଂ ପାନୀୟ ଜଳ ବିଭାଗର ପ୍ରିନ୍ସିପାଲ ସେକ୍ରେଟାରୀଙ୍କୁ ମଧ୍ୟ ନୋଟିସ୍‌ କରି ମତ ଲୋଡ଼ାଯାଇଥିଲା। ଲୋକାୟୁକ୍ତଙ୍କ ନୋଟିସ ପୂର୍ବରୁ ସହକାରୀ ନିର୍ବାହୀ ଯନ୍ତ୍ରୀ ନାନୀନ୍ଦ୍ର ୯ ମଇ ୨୦୨୩ରେ ବାଇକ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଛନ୍ତି। ପୂର୍ବତନ ଯନ୍ତ୍ରୀ ପ୍ରଫୁଲ୍ଲ ବେହେରା, ଜ୍ୟୋତି ରଞ୍ଜନ ସାମନ୍ତରାୟ, ପୂର୍ବତନ ସରପଞ୍ଚ ଜୟନ୍ତୀ ସାମଲ, ପୂର୍ବତନ ପିଇଓ ଡମ୍ବରୁଧର ପଟ୍ଟନାୟକ, ବିଡିଓ ସୁଶାନ୍ତ ବାରିକ, ସହକାରୀ ଯନ୍ତ୍ରୀ ଆଶିଷ ବାନାର୍ଜୀ ଲିଖିତ ଜବାବ ପ୍ରଦାନ କରିଥିଲେ। ମାମଲାର ଶୁଣାଣି କରି ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାର ଗାଇଡ୍‌ଲାଇନ ପାଳନ କରି ନ ଥିବା ଏବଂ କାର୍ଯ୍ୟକାରୀ ପ୍ରକଳ୍ପ ସମ୍ବଦ୍ଧୀୟ କାଗଜପତ୍ର କରି ନ ଥିବା ଦୋଷୀ କର୍ମଚାରୀଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନେବାକୁ ଓଡ଼ିଶା ପଞ୍ଚାୟତ ଏବଂ ପାନୀୟ ଜଳ ବିଭାଗର ପ୍ରିନ୍ସିପାଲ ସେକ୍ରେଟାରୀଙ୍କୁ ଲୋକାୟୁକ୍ତ ସୁପାରିସ କରିଛନ୍ତି। ଏଥିସହ ୫ ବିଜୁ ପକ୍କା ଘର ଯୋଜନାରେ ଆବାସ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ନ ଥିଲେ ଯନ୍ତ୍ରୀ ପ୍ରଫୁଲ୍ଲ ବେହେରାଙ୍କୁ ଦାୟୀ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସହ ଏମଜିଏନ୍‌ଆର୍‌ଇଜିଏସ୍‌ରେ ଏକ ସ୍ପଷ୍ଟ ଗାଇଡ଼ଲାଇନ କରିବାକୁ ମଧ୍ୟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?