Posted inଜାତୀୟ

ସତର୍କ ରହିବାକୁ ରାଜ୍ୟକୁ ପରାମର୍ଶ

ନୂଆଦିଲ୍ଲୀ,୮ା୪: ଦେଶରେ କୋଭିଡ୍‌-୧୯ ସଂକ୍ରମଣ ବଢ଼ିଚାଲିଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମନ୍‌ସୁଖ ମାଣ୍ଡବ୍ୟ ହସ୍ପିଟାଲଗୁଡ଼ିକରେ ଆସନ୍ତା ସପ୍ତାହରେ ମକ୍‌ଡ୍ରିଲ୍‌ କରାଇବା ପାଇଁ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ଏପ୍ରିଲ ୧୦ ଓ ୧୧ରେ ଏହି ମକ୍‌ଡ୍ରିଲ କରାଯିବ। ଏଥିସହ ଏପ୍ରିଲ ୮ ଓ ୯ରେ ଜିଲା ପ୍ରଶାସନ ଏବଂ ସ୍ବାସ୍ଥ୍ୟ ଅଧିକାରୀମାନେ ପରିଚାଳନା ତଥା ପ୍ରସ୍ତୁତିର ସମୀକ୍ଷା କରିବେ। ଶୁକ୍ରବାର ଅନୁଷ୍ଠିତ ବୈଠକରେ ଭିଡିଓ କନ୍‌ଫରେନ୍ସ ଜରିଆରେ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ, ମୁଖ୍ୟ ସଚିବ ଓ ଅତିରିକ୍ତ ମୁଖ୍ୟ ସଚିବମାନଙ୍କ ସହ ଆଲୋଚନା ପରେ ମାଣ୍ଡବ୍ୟ ଏହି ପରାମର୍ଶ ଦେଇଛନ୍ତି। ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ସତର୍କ ରହିବାକୁ କୁହାଯାଇଛି। ସେହିପରି ଇନ୍‌ଫ୍ଲୁଏଞ୍ଜା-ଲାଇକ୍‌ ଇଲ୍‌ନେସ୍‌ (ଆଇଏଲ୍‌ଆଇ) ଏବଂ ସିଭିଅର୍‌ ଆକ୍ୟୁଟ୍‌ ରେସ୍‌ପିରେଟୋରି ଇନ୍‌ଫେକ୍ସନ୍‌ (ଏସ୍‌ଏଆର୍‌ଆଇ)ର ଟ୍ରେଣ୍ଡ୍‌କୁ ଅନୁଧ୍ୟାନ କରି ଏମର୍ଜେନ୍ସି ହଟ୍‌ସ୍ପଟ୍‌ଗୁଡ଼ିକୁ ଚିହ୍ନଟ ସକାଶେ ମାଣ୍ଡବ୍ୟ ଗୁରୁତ୍ୱାରୋପ କରିଛନ୍ତି। କେବଳ ଏତିକି ନୁହେଁ, ଟେଷ୍ଟିଂ, ଟିକାକରଣ, ହସ୍ପିଟାଲ ଭିତ୍ତିଭୂମିର ପ୍ରସ୍ତୁତି ସୁନିଶ୍ଚିତ କରିବା ପାଇଁ ମଧ୍ୟ ମାଣ୍ଡବ୍ୟ ନିର୍ଦ୍ଦେଶ ଦେଇଛନ୍ତି। ଜେନୋମ୍‌ ସିକ୍ୱେନ୍ସିଂକୁ ତ୍ୱରାନ୍ବିତ କରି ପଜିଟିଭ୍‌ ସାମ୍ପୁଲଗୁଡ଼ିକୁ କ୍ରମାନ୍ବୟରେ ରଖିବା ଏବଂ କୋଭିଡ୍‌-ଉପଯୁକ୍ତ ବ୍ୟବହାର ଉପରେ ଜନସଚେତନତା ସୃଷ୍ଟି ପାଇଁ ସ୍ବାସ୍ଥ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ମହାମାରୀ ମୁକାବିଲା ପାଇଁ କେନ୍ଦ୍ର ଓ ରାଜ୍ୟଗୁଡ଼ିକ ମଧ୍ୟରେ ସମନ୍ବୟ ରଖିବାକୁ ସେ କହିଛନ୍ତି। ଏହି ଭର୍ଚୁଆଲ ବୈଠକରେ ପଣ୍ଡିଚେରୀ ମୁଖ୍ୟମନ୍ତ୍ରୀ ଏନ୍‌.ରଙ୍ଗାସ୍ବାମୀଙ୍କ ସମେତ ଉତ୍ତରାଖଣ୍ଡର ଧନ ସିଂ ରାଓ୍ବତ୍‌, ଆସାମର କେଶବ ମହନ୍ତ, ଗୋଆର ବିଶ୍ୱଜିତ୍‌ ରାଣେ, ଝାଡ଼ଖଣ୍ଡର ବନ୍ନା ଗୁପ୍ତା, ମଧ୍ୟପ୍ରଦେଶର ପ୍ରଭୁରାମ ଚୌଧୁରୀ, ପଞ୍ଜାବର ବଲବୀର ସିଂ, ମଣିପୁରର ସପନ ରଞ୍ଜନ ସିଂ, ହରିୟାଣାର ଅନିଲ ଭିଜ୍‌, ତାମିଲନାଡୁର ଥିରୁ ମା ସୁବ୍ରମଣ୍ୟମ୍‌ ଏବଂ ତେଲଙ୍ଗାନାର ଥାନିରୁ ହରିଶ ରାଓ ପ୍ରମୁଖ ସ୍ବାସ୍ଥ୍ୟମନ୍ତ୍ରୀମାନେ ସାମିଲ ହୋଇଥିଲେ।
ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ) ବର୍ତ୍ତମାନ ଭାରିଆଣ୍ଟ୍‌ ଅଫ୍‌ ଇଣ୍ଟ୍ରେଷ୍ଟ (ଭିଓଆଇ), ଏକ୍ସବିବି.୧.୫ ଏବଂ ଅନ୍ୟ ୬ଟି ଭାରିଆଣ୍ଟ (ବିକ୍ୟୁ.୧, ବିଏ.୨.୭୫, ସିଏଚ୍‌.୧.୧, ଏକ୍ସବିବି, ଏକ୍ସବିଏଫ୍‌ ଏବଂ ଏକ୍ସବିବି.୧.୧୬) ଉପରେ ଅନୁଧ୍ୟାନ କରୁଥିବା ବିଷୟ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଉକ୍ତ ବୈଠକରେ ଅବଗତ କରାଯାଇଛି। ଓମିକ୍ରନ୍‌ ଏବଂ ଏହାର ସବ୍‌ଲିନିଏଜ୍‌ଗୁଡ଼ିକ ସବୁଠୁ ଘାତକ ଭାରିଆଣ୍ଟ। ଏକ୍ସବିବି.୧.୧୬ ଫେବୃୟାରୀରେ ୨୧.୬% ଥିବାବେଳେ ମାର୍ଚ୍ଚରେ ଏହା ୩୫.୮%କୁ ବୃଦ୍ଧି ପାଇଛି। ବୈଠକରେ ଆହୁରି କୁହାଯାଇଛି ଯେ, ୨୩ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ପ୍ରତି ୧ ନିୟୁତ ଜନସଂଖ୍ୟାରେ ହାରାହାରି ଟେଷ୍ଟ ଜାତୀୟ ହାର ତୁଳନାରେ କମ୍‌ ରହିଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହର୍ମୁଜକୁ ନେଇ ଆସିଲା ଭଲ ଖବର: ଇରାନ-ଓମାନ ମଧ୍ୟରେ ଚୁକ୍ତି ଚୂଡ଼ାନ୍ତ

ତେହରାନ,୧୬।୮: ଇରାନ ଏବଂ ଓମାନ ମଧ୍ୟରେ ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଚାଲିଥିବା ଚୁକ୍ତିକୁ ନେଇ ସକାରାତ୍ମକ ଖବର ଆସିଛି। ରିପୋର୍ଟଗୁଡ଼ିକ ସୂଚାଇଛି ଯେ ଏହି ରଣନୈତିକ ଜଳପଥ…

ନିଜ ନକ୍ଷତ୍ରରେ ପ୍ରବେଶ କରିବେ ବୁଧ; ୪ ରାଶିଙ୍କ ଗୋଲ୍ଡେନ୍‌ ଟାଇମ୍‌ ଆରମ୍ଭ, ଯାଚିକି ଟଙ୍କା ଦେବେ ଲୋକ…

ଗ୍ରହଗୁଡ଼ିକର ଚଳନ ଏବଂ ଅବସ୍ଥାନରେ ପରିବର୍ତ୍ତନ ଯୋଗୁଁ ବିଭିନ୍ନ ରାଶିର ବ୍ୟକ୍ତିବିଶେଷଙ୍କ ଜୀବନରେ ପ୍ରଭାବ ପଡ଼ିଥାଏ। ଏବେ ବୁଧ ୨୨ ଅଗଷ୍ଟ ପର୍ଯ୍ୟନ୍ତ ଏହି ନକ୍ଷତ୍ରରେ ରହିବେ।…

ଦବିଲା ୫୩ ନମ୍ବର ଜାତୀୟ ରାଜପଥ: ଓଲଟିଲା ୩ ଟ୍ରକ୍‌, ନିମ୍ନମାନର ନିର୍ମାଣ ନେଇ…

ମହାକାଳପଡ଼ା, ୧୬/୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ୍‌ ଅଧୀନ ନୀଳାଚଳ ଛକ ନିକଟରେ ୫୩ ନମ୍ବର ଜାତୀୟ ରାଜପଥର ପାର୍ଶ୍ୱ ରାସ୍ତା ଭୁଶୁଡ଼ି…

ଅଟଳ ବିହାରୀ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି – କହିଲେ ‘ଦେଶକୁ ଏକ ନୂତନ ଦିଗଦର୍ଶନ ଦେଇଥିଲେ’

ନୂଆଦିଲ୍ଲୀ,୧୬।୮: ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଅଷ୍ଟମ ଶ୍ରାଦ୍ଧ ବାର୍ଷିକୀରେ ଦେଶ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି…

ଭଦ୍ରକରେ ପୁଣି ବନ୍ୟା: ବିପଦ ସଙ୍କେତ ଟପିଲା ବୈତରଣୀ, ସଙ୍କେତ ଛୁଇଁବ ସାଳନ୍ଦୀ

ଭଦ୍ରକ, ୧୬/୮ (ସନାତନ ରାଉତ): ଭଦ୍ରକ ଜିଲାକୁ ବନ୍ୟାରେ ପ୍ରଭାବିତ କରୁଥିବା ଦୁଇ ପ୍ରମୁଖ ନଦୀ ବୈତରଣୀ ଓ ସାଳନ୍ଦୀରେ ରବିବାର ପୁଣି ବନ୍ୟା ପରିସ୍ଥିତି ସୃଷ୍ଟି…

ସରକାରୀ କାର୍ଯ୍ୟାଳୟରେ ଯନ୍ତ୍ରୀ ଉଡ଼ାଇଲେ ଓଲଟା ଜାତୀୟ ପତାକା: ପ୍ରଶାସନ ପଦକ୍ଷେପକୁ ଅପେକ୍ଷା

ମହାକାଳପଡ଼ା, ୧୬।୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳରେ ଥିବା ମହାକାଳପଡ଼ା ଗ୍ରାମ୍ୟ ଉନ୍ନୟନ ଉପଖଣ୍ଡ ସ୍ତରୀୟ ସହକାରୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ…

ରେଳବାଇରେ ସରକାରୀ ଚାକିରି ସୁଯୋଗ: ୩୯୯୩ JE ପଦବୀ ପାଇଁ ଆବେଦନ ଆରମ୍ଭ

ନୂଆଦିଲ୍ଲୀ,୧୬।୮: ରେଳବାଇରେ ସରକାରୀ ଚାକିରି ପାଇବାର ସ୍ୱପ୍ନ ଦେଖୁଥିବା ପରୀକ୍ଷାର୍ଥୀଙ୍କ ପାଇଁ ଖୁସିଖବର। ଆରଆରବି (RRB)ର ଜୁନିୟର ଇଞ୍ଜିନିୟର (JE) ନିଯୁକ୍ତି ପାଇଁ ଅନଲାଇନ୍ ଆବେଦନ ପ୍ରକ୍ରିୟା…

ଭଗବାନଙ୍କ ଭରସାରେ ପରିବାର: ୩୦ ବର୍ଷ ବିତିଗଲା, ପଲିଥିନ ତଳେ ବିତୁଛି ଜୀବନ, ପ୍ରଶାସନ ନିଦାବିଷ୍ଣୁ

କେସିଙ୍ଗା, ୧୬।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କନ୍ତେଶିର ଗ୍ରାମ ପଞ୍ଚାୟତ ଅଧୀନସ୍ଥ କୁର୍ଲୁପଡ଼ା ଗ୍ରାମ ନିକଟରେ ଥିବା କଲେକ୍ଟରପଡ଼ାରେ ବସବାସ କରୁଥିବା ରାମେଶ୍ୱର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri