ବିପଦସଙ୍କୁଳ କେନ୍ଦ୍ରରେ ଅଙ୍ଗନୱାଡି ଶିଶୁ

ନୟାଗଡ଼ ଅଫିସ,୨୨।୭: ବିପଦସଙ୍କୁଳ ଅଙ୍ଗନଓ୍ବାଡି କେନ୍ଦ୍ରରେ ପାଠ ପଢ଼ୁଛନ୍ତି କୁନି କୁନି ପିଲା। ହେଲେ ଏଥିପ୍ରତି ପ୍ରଶାସନର ନଜର ନାହିଁ ।ଏଭଳି ଅଭିଯୋଗ ନୟାଗଡ଼ ଜିଲାରେ ଗତ ୨୦ ବର୍ଷ ହେଲା ହୋଇ ଆସୁଛି। ତଥାପି ଧିମେଇ ଚାଲିଛି ଅଙ୍ଗନଓ୍ବାଡି କେନ୍ଦ୍ରର ନିର୍ମାଣ । ଏପରି କି ଜିଲାର ରଣପୁର ବ୍ଲକ ସୁଅଁାସିଆସାହିରେ ଏକ ସ୍କୁଲ ଗୃହ ହଠାତ୍‌ ଭୁଶୁଡ଼ି ପଡ଼ିବା ଯୋଗୁ ୭ ଅଙ୍ଗନୱାଡି ଶିଶୁଙ୍କ ମୃତ୍ୟୁ ଘଟିଥିଲା । ଏହି ଘଟଣାକୁ ପ୍ରାୟ ୧୦ ବର୍ଷ ବିତି ଥିଲେ ମଧ୍ୟ ଜିଲାର ଅଙ୍ଗନୱାଡି କେନ୍ଦ୍ରର ରୂପରେଖ ବଦଳି ପାରିନି । ଜିଲାରେ ୧୫୮୪ ଅଙ୍ଗନୱାଡି କେନ୍ଦ୍ର ରହିଛି । ସେଥିମଧ୍ୟରୁ ଆଜି ସୁଦ୍ଧା ୮୧୦ କେନ୍ଦ୍ରର ନିର୍ମାଣ ସରିଛି ବୋଲି ଜିଲା ସମାଜ ମଙ୍ଗଳ ବିଭାଗର ରେକର୍ଡ କହୁଛି। ଅନ୍ୟପକ୍ଷେ ଅଙ୍ଗନୱାଡି ଗୃହ କାମ ଶେଷ ପରେ ଅଧିକାଂଶ କେନ୍ଦ୍ର ଫାଙ୍କା ପଡ଼ିଛି । ନୂତନ ଗୃହକୁ ଅଙ୍ଗନୱାଡି କେନ୍ଦ୍ର ସ୍ଥାନାନ୍ତରିତ ହୋଇ ପାରୁନି । ଅଙ୍ଗନୱାଡି କେନ୍ଦ୍ର ନିର୍ମାଣରେ କାହିଁକି ବିଳମ୍ବ ହେଉଛି, ଗୃହ ନିର୍ମାଣ ପରେ ବି କାହିଁକି ତାହା କାର୍ଯ୍ୟକ୍ଷମ ହେଉନି ସେ ନେଇ ଜିଲା ପ୍ରଶାସନ ସମୀକ୍ଷା ସନ୍ତୋଷ ଜନକ ନ ଥିବା ସ୍ପଷ୍ଟ ହେଉଛି ।
ସୂଚନା ଅନୁଯାୟୀ, ଜିଲାର ଭାପୁର ବ୍ଳକରେ ୧୫୩, ଦଶପଲ୍ଲା ବ୍ଲକରେ ୨୨୩, ଗଣିଆ ବ୍ଲକରେ ୮୨, ଖଣ୍ଡପଡ଼ା ବ୍ଳକରେ ୧୬୯, ନୟାଗଡ଼ ବ୍ଲକରେ ୨୩୦, ନୂଆଗାଁ ବ୍ଲକରେ ୧୬୮, ଓଡ଼ଗାଁ ବ୍ଳକରେ ୨୩୦, ରଣପୁର ବ୍ଲକରେ ୩୨୩ ଅଙ୍ଗନୱାଡି କେନ୍ଦ୍ରକୁ ମିଶାଇ ମୋଟ୍‌ ୧୫୮୪ ଅଙ୍ଗନୱାଡି କେନ୍ଦ୍ର ରହିଛି । ସେଥିରୁ ଭାପୁର ବ୍ଳକରେ ୧୪୯, ଦଶପଲ୍ଲା ବ୍ଲକରେ ୨୧୬, ଗଣିଆ ବ୍ଲକରେ ୭୮, ଖଣ୍ଡପଡ଼ା ବ୍ଳକରେ ୧୬୩, ନୟାଗଡ଼ ବ୍ଲକରେ ୨୨୭, ନୂଆଗାଁ ବ୍ଲକରେ ୧୬୪, ଓଡ଼ଗାଁ ବ୍ଳକରେ ୨୨୬, ରଣପୁର ବ୍ଲକରେ ୩୨୦ ଅଙ୍ଗନୱାଡି କେନ୍ଦ୍ରକୁ ମିଶାଇ ମୋଟ ୧୫୪୩ ଅଙ୍ଗନୱାଡି କେନ୍ଦ୍ରର ଗୃହ ନିର୍ମାଣ ପାଇଁ କାର୍ଯ୍ୟାଦେଶ ଦିଆଯାଇଥିଲା। ସେଥିମଧ୍ୟରୁ ଭାପୁର ବ୍ଳକରେ ୧୦୫, ଦଶପଲ୍ଲା ବ୍ଲକରେ ୯୮, ଗଣିଆ ବ୍ଲକରେ ୪୧, ଖଣ୍ଡପଡ଼ା ବ୍ଳକରେ ୮୬, ନୟାଗଡ଼ ବ୍ଲକରେ ୧୩୫, ନୂଆଗାଁ ବ୍ଲକରେ ୯୫, ଓଡ଼ଗାଁ ବ୍ଳକରେ ୧୦୮, ରଣପୁର ବ୍ଲକରେ ୧୪୨ ଅଙ୍ଗନୱାଡି କେନ୍ଦ୍ର ଅର୍ଥାତ୍‌ ୮୧୦ ଅଙ୍ଗନୱାଡି କେନ୍ଦ୍ରର ଗୃହ କାର୍ଯ୍ୟ ସମାପ୍ତ ହୋଇଥିବା ସରକାରୀ ରେକର୍ଡ କହୁଛି । ଅନ୍ୟପକ୍ଷେ ଭାପୁର ବ୍ଳକରେ ୨୮, ଦଶପଲ୍ଲା ବ୍ଲକରେ ୭୦, ଗଣିଆ ବ୍ଲକରେ ୧୭, ଖଣ୍ଡପଡ଼ା ବ୍ଳକରେ ୩୩, ନୟାଗଡ଼ ବ୍ଲକରେ ୪୩, ନୂଆ ଗାଁ ବ୍ଲକରେ ୨୧, ଓଡ଼ ଗାଁ ବ୍ଳକରେ ୮୨, ରଣପୁର ବ୍ଲକରେ ୯୯ ଅଙ୍ଗନୱାଡି କେନ୍ଦ୍ରକୁ ମିଶାଇ ମୋଟ୍‌ ୩୯୩ ଅଙ୍ଗନୱାଡି କେନ୍ଦ୍ରର ଗୃହ କାହିଁକି ଆରମ୍ଭ ହେଉନି ତାହା ଜଣାପଡୁନି । ତେବେ ଜିଲାର ୩୪୦ ଅଙ୍ଗନୱାଡି ଗୃହ କାମ ଚାଲୁଛି।


Enter your email to get our daily news in your inbox.

All Right Reserved By Dharitri.Com

କୋଭିଡ ନିୟମ କଡାକଡି ପାଳନ ନିର୍ଦ୍ଦେଶ: ଚାଲିଚାଲି ଯାଇ ସ୍ଥିତି ପରଖିଲେ ଜିଲାପାଳ

ଛତ୍ରପୁର,୧୭।୬(ଡି.ଏନ୍‌.ଏ.): କରୋନା ମହାମାରୀ ନେଇ ଲକ୍‌ଡାଉନ୍‌ ଉଠି ନ ଥିବା ବେଳେ କଟକଣା କୋହଳ ହୋଇଛି। ଏଣୁ ସମସ୍ତେ କୋଭିଡ ନିୟମ ମାନିବାକୁ ବାଧ୍ୟତାମୂଳକ ଏହାକୁ...

ଅଫ୍‌ଲାଇନ୍‌ରେ ପିଡିଏସ୍‌ ସାମଗ୍ରୀ ଦେବାକୁ ଦାବି

ଖଜୁରିପଡ଼ା/ବଲସକୁମ୍ପା,୧ା୫(ଡି.ଏନ.ଏ.)-ପିଡିଏସ୍‌ ସାମଗ୍ରୀ ଅଫ୍‌ଲାଇନ୍‌ ମାଧ୍ୟମରେ ଯୋଗାଇଦେବା ପାଇଁ ଶୁକ୍ରବାର ଯୋଗାଣ ସହାୟକ ସଂଘ କନ୍ଧମାଳ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇ ଏକ ଦାବିପତ୍ର ପ୍ରଦାନ କରିଛି। କରୋନା...

୧ ଲକ୍ଷ ୭୦ ହଜାର ଟଙ୍କାର ବ୍ରାଉନସୁଗାର ଜବତ, ୩ ଗିରଫ

ଢେଙ୍କାନାଳ ଅଫିସ,୧୦।୬: ଢେଙ୍କାନାଳ ସହର ରାମେଶ୍ୱରପୁର ରେଳଧାରଣା ନିକଟରୁ ଶୁକ୍ରବାର ଟାଉନ ଥାନା ପୋଲିସ ୧୬ ଗ୍ରାମ୍‌ ୭୦୦ ମିଲିଗ୍ରାମ୍‌ ବ୍ରାଉନସୁଗାର ଜବତ କରିଛି। ପୋଲିସ...

ଓଡ଼ିଶା ଦଳରେ ସମୀର

ବ୍ରହ୍ମପୁର ଅଫିସ୍‌,୧୨ା୧୨: କୁଚ୍‌ବିହାର ଟ୍ରଫିର ଆଗାମୀ ମ୍ୟାଚ୍‌ ଆସନ୍ତା ୧୩ତାରିଖରେ ଓଡ଼ିଶା ଦଳ ଆସାମ ବିପକ୍ଷରେ ଖେଳିବ। ଆସାମରେ ଅନୁଷ୍ଠିତ ହେବାକୁ ଥିବା ଏହି ମ୍ୟାଚ୍‌ରେ...

କଂସାମାରି ଗ୍ରାମରୁ ବିରଳ ପ୍ରଜାତିର ବଜ୍ରକାପ୍ତା ଉଦ୍ଧାର

ପାଟପୁର,୧ା୬(ଡି.ଏନ.ଏ.)-ସାନଖେମୁଣ୍ଡି ବ୍ଲକ କଂସାମାରି ଗ୍ରାମର ନନ୍ଦ ଗୌଡ଼ଙ୍କ କୂଅରୁ ସୋମବାର ଏକ ବିରଳ ପ୍ରଜାତିର ବଜ୍ରକାପ୍ତା ଉଦ୍ଧାର କରାଯାଇଛି। ଗ୍ରାମର ଯୁବକ ଗୋଷ୍ଠୀ ବଜ୍ରକାପ୍ତାକୁ ଦେଖି...

ଦୁର୍ଘଟଣାରେ ଶିଶୁ ମୃତ: କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ବାଲିଗୁଡା,୨୬ା୧୦(ଡି.ଏନ.ଏ.): ବାଲିଗୁଡ଼ା ଉପଖଣ୍ଡ ସାରଙ୍ଗଡ଼ ଥାନା ଗୁଞ୍ଜିବାଡ଼ି ଗ୍ରାମ ପଞ୍ଚାୟତର ଜିଡୁବାଡ଼ି ଛକ ନିକଟରେ ରବିବାର ସନ୍ଧ୍ୟାରେ ଏକ ବୋଲେରୋ ଧକ୍କାରେ ଜଣେ ୫ ବର୍ଷର...

‘ଯୋଗ୍ୟ ହିତଧିକାରୀଙ୍କୁ ରାଶନ କାର୍ଡ ମିଳୁନି’

ସଜନାଗଡ଼,୧୬।୪(ଡି.ଏନ.ଏ.)- ବାଲେଶ୍ୱର ଜିଲା ନୀଳଗିରିର ପୂର୍ବତନ ବିଧାୟକ ଚିତ୍ତରଞ୍ଜନ ଷଡ଼ଙ୍ଗୀ ଗୁରୁବାର ପୂର୍ବାହ୍ନ ୧୧ଟା ସମୟରେ ରାଶନକାର୍ଡ଼ ସମ୍ବନ୍ଧୀୟ ଏକ ଦାବିପତ୍ର ନୀଳଗିରିର ଉପଜିଲାପାଳ ହରିଶ୍ଚନ୍ଦ୍ର...

ପୋଲିଓ ବୁନ୍ଦା ଖାଇ ଶିଶୁକନ୍ୟା ମୃତ୍ୟୁ ଅଭିଯୋଗ : ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ପରିବାର ଲୋକଙ୍କ ଧାରଣା

ବ୍ରହ୍ମଗିରି,୬।୯(ଡି.ଏନ୍‌.ଏ.): ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ନରଣପୁର ଗ୍ରାମରେ ବୁଧବାର ପୋଲିଓ ବୁନ୍ଦା ଖାଇ ଅଢେଇ ମାସର ଶିଶୁକନ୍ୟା ପ୍ରିୟଙ୍କା ବିଶ୍ବାଳ ଅସୁସ୍ଥ ହୋଇ...

Advertisement
Archives

Model This Week