ଓଡ଼ିଶାରେ କୋଭିଡ୍‌ ସ୍ଥିତି ନିୟନ୍ତ୍ରଣରେ ଅଛି

ଭୁବନେଶ୍ୱର, ୧ା୧୦ (ବ୍ୟୁରୋ):ମହାମାରୀ ପରିଚାଳନାରେ ରାଜ୍ୟ ସରକାର ଉତ୍କୃଷ୍ଟ ପଦକ୍ଷେପ ନେଇଥିବାରୁ ଅନ୍ୟରାଜ୍ୟ ତୁଳନାରେ ଓଡ଼ିଶାରେ କୋଭିଡ୍‌ ସ୍ଥିତି ନିୟନ୍ତ୍ରଣରେ ରହିଛି। ବୁଧବାର ବିଧାନସଭାରେ ବିରୋଧୀଙ୍କ କୋଭିଡ୍‌ ସଂକ୍ରାନ୍ତ ମୁଲତବୀ ନୋଟିସ୍‌ ପରେ ବୁଧବାର ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ନିଜ ବିବୃତିରେ ଏହା କହିଛନ୍ତି। ସେ କହିଲେ, ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଲକ୍‌ଡାଉନ୍‌ କଟକଣା ଯୋଗୁ ପ୍ରଥମ ଦୁଇମାସ ସଂକ୍ରମଣ ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ଥିଲା। କିନ୍ତୁ ଅନ୍ୟ ରାଜ୍ୟରେ ଫସିଥିବା ପ୍ରବାସୀ ଓଡ଼ିଆଙ୍କ ପ୍ରତ୍ୟାବର୍ତ୍ତନ ପରେ ସଂକ୍ରମଣ ବୃଦ୍ଧି ପାଇଥିଲା। ତେବେ ୭.୬୭ ଲକ୍ଷ ପ୍ରବାସୀଙ୍କୁ ରଖିବା ଲାଗି ୧୬ ହଜାର ୮୨୪ଟି ଟିଏମ୍‌ସି ବ୍ୟବସ୍ଥା କରାଯାଇଥିଲା। ପ୍ରଥମ ପର୍ଯ୍ୟାୟରେ କେବଳ ଆର୍‌ଏମ୍‌ଆରସିରେ କୋଭିଡ୍‌-୧୯ ନମୁନା ପରୀକ୍ଷା ହେଉଥିଲା। ଏବେ କିନ୍ତୁ ୫୧ଟି ପରୀକ୍ଷଣ କେନ୍ଦ୍ରରେ ପାଖାପାଖି ଦୈନିକ ୫୦ ହଜାର ନମୁନା ଟେଷ୍ଟିଂ କରାଯାଉଛି। ଘରୋଇ ହସ୍ପିଟାଲରେ ଆର୍‌ଟି-ପିସିଆର୍‌ ପରୀକ୍ଷା ପାଇଁ ପ୍ରତି ଟେଷ୍ଟ ପିଛା ୧୨୦୦ ଟଙ୍କା ଓ ରାପିଡ୍‌ ଆଣ୍ଟିଜେନ୍‌ ଟେଷ୍ଟ ଲାଗି ୪୫୦ ଟଙ୍କା ମୂଲ୍ୟ ନିର୍ଦ୍ଧାରଣ ହୋଇଥିବା କହିଥିଲେ।

ଅନ୍ୟପକ୍ଷରେ ମଙ୍ଗଳବାର ବିଧାନସଭାରେ ଉଠିଥିବା ମାସ୍କ ଓ ପିପିଇ କିଟ୍‌ ଦୁର୍ନୀତି ପ୍ରସଙ୍ଗକୁ ନେଇ ମଧ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ଏହାଉପରେ ସ୍ପଷ୍ଟ କରିଥିଲେ। ସେ କହିଲେ, କୋଭିଡ୍‌ କିଟ୍‌ କିଣାରେ ଆସିଥିବା ଦୁର୍ନୀତି ଅଭିଯୋଗ ଲୋକାୟୁକ୍ତଙ୍କ ପାଖରେ ବିଚାରାଧୀନ ଅଛି। ତଦନ୍ତ ପରେ ଯିଏ ଦୋଷୀ ସାବ୍ୟସ୍ତ ହେବେ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ତେବେ କୋଭିଡ୍‌-୧୯ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ଲାଗି ଇମରଜେନ୍ସି ପ୍ରୋକ୍ୟୁର୍‌ମେଣ୍ଟ କମିଟି ଏବଂ ଅର୍ଥ ଓ ଅବକାରୀ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ମନ୍ତ୍ରୀସ୍ତରୀୟ କମିଟି ଗଠନ କରାଯାଇଥିଲା। ଏହି ଅନୁଯାୟୀ ଓଡ଼ିଶା ରାଜ୍ୟ ଔଷଧ ନିଗମ ଯୁଦ୍ଧକାଳୀନଭିତ୍ତିରେ ଜରୁରିକାଳୀନ ପରିସ୍ଥିତିର ମୁକାବିଲା ନିମନ୍ତେ ଇମରଜେନ୍ସି ପ୍ରୋକ୍ୟୁରମେଣ୍ଟ କମିଟି, ମନ୍ତ୍ରୀସ୍ତରୀୟ କମିଟି ଓ ରାଜ୍ୟ କ୍ୟାବିନେଟ୍‌ ଅନୁମୋଦନ ପୂର୍ବକ ସମସ୍ତ ସମୟୋଚିତ ପଦକ୍ଷେପ ଗ୍ରହଣ କରିଥିଲା। ସେପ୍ଟେମ୍ବର ୨୯ ସୁଦ୍ଧା ନିଗମରେ ୧୧ କୋଟି ୧୦ ଲକ୍ଷ ୧୯ ହଜାର ୩୩୩ ପାରାସିଟାମଲ୍‌, ୪ କୋଟି ୧୩ ଲକ୍ଷ ୬୮ ହଜାର ୮୬୪ଟି ସେଟ୍ରିଜିନ୍‌ ଡିହାଇଡ୍ରୋକ୍ଲୋରାଇଡ୍‌, ୨ କୋଟି ୩୨ ଲକ୍ଷ ୮୬ ହଜାର ୧୬୮ଟି ଆଜିଥ୍ରୋମାଇସିନ୍‌, ୬ ଲକ୍ଷ ୬୫ ହଜାର ୯୫୩ ଲିଟର ସାନିଟାଇଜର ଓ ୫ ଲକ୍ଷ ୯୭ ହଜାର ୫୮୪ ଏନ୍‌-୯୫ ଓ କେଏନ୍‌-୯୫ ମାସ୍କ ଗଚ୍ଛିତ ରହିଛି। ୧ କୋଟି ୭୫ ଲକ୍ଷ ୭୭ ହଜାର ଟ୍ରିପଲ୍‌ ଲେୟାର ଫେସ୍‌ ମାସ୍କ ରହିଛି। ୩ ଲକ୍ଷ ୭୦ ହଜାର ୮୭୨ ପିପିଇ କିଟ୍‌, ୧୭ ହଜାର ୭୩୫ ଅକ୍ସିଜେନ୍‌ ସିଲିଣ୍ଡର, ୨ ଲକ୍ଷ ୭ ହଜାର ୭୨୬ ଫାଭିପିଆର୍‌ଭି, ୪୮ ଲକ୍ଷ ୩୫ ହଜାର ୫୬୫ ହାଇଡ୍ରୋକ୍ଲୋରକୁଇନ୍‌(୨୦୦ ଏମ୍‌ଜି) ଓ ୯୧ ଲକ୍ଷ ୪୦ ହଜାର ୫୭୦ ହାଇଡ୍ରୋକ୍ଲୋରକୁଇନ୍‌(୪୦୦ ଏମ୍‌ଜି), ୧୨ ଲକ୍ଷ ୨୯ ହଜାର ୬୫୦ ରାପିଡ୍‌ ଆଣ୍ଟିଜେନ୍‌ ଟେଷ୍ଟ କିଟ୍‌ ଗଚ୍ଛିତ ରହିଛି। ସେହିଭଳି କୋଭିଡ୍‌ ମୁକାବିଲା ପାଇଁ ଡିସିଏଚ୍‌/ଡିସିଏଚ୍‌ସିରେ ୮୨୫୫ ବେଡ୍‌ ଥିବାବେଳେ ୪୫୪୪ କରୋନା ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି। କୋଭିଡ୍‌ କେୟାର ସେଣ୍ଟରରେ ୧୬ ହଜାର ୮୨୮ ବେଡ୍‌ ଥିବାବେଳେ ୨୮୫୯ ରୋଗୀ ଚିକିତ୍ସିତ ହେଉଛନ୍ତି। ୧୪୨୬ ଆଇସିୟୁରୁ ୮୦୮ ଓ ୫୩୧ ଭେଣ୍ଟିଲେଟର ମଧ୍ୟରୁ ୨୨୬ରେ ରୋଗୀ ଅଛନ୍ତି। ଭୁବନେଶ୍ବର, କଟକ ସମେତ ୫ଟି ମହାନଗର ନିଗମ ଅଞ୍ଚଳରେ ଏବେ ବି ଶଯ୍ୟା ଖାଲିରହିଛି। ଏଥିସହ ସରକାରୀ ଓ ବେସରକାରୀ କୋଭିଡ୍‌ ହସ୍ପିଟାଲରେ ୨୪ ଘଣ୍ଟିଆ ହେଲ୍ପଡେସ୍କ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ରେ ଗୋଷ୍ଠୀ ସଂଘର୍ଷ: ସାମାନ୍ୟ କଥା କଟାକଟିରୁ ଭୁଜାଲି-ଛୁରୀ ମାଡ଼; ୮ ଗୁରୁତର, ୨ ଜଣଙ୍କ ଅବସ୍ଥା…

ବରଗଡ଼,୧୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ୍ ଥାନା ଅନ୍ତର୍ଗତ ପାତିକାରପଲ୍ଲୀ ଅଞ୍ଚଳରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଭୟାବହ ଗୋଷ୍ଠୀ ସଂଘର୍ଷ ଘଟିଯାଇଛି। ସାମାନ୍ୟ କଥା କଟାକଟିକୁ କେନ୍ଦ୍ର…

ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ, ସୁପ୍ରିମ୍ କୋର୍ଟଙ୍କ ଦ୍ୱାରସ୍ଥ ହେଲେ ମମତା ବାନାର୍ଜୀ

ନୂଆଦିଲ୍ଲୀ/କୋଲକାତା,୧୮ା୯: ତୃଣମୂଳ କଂଗ୍ରେସ (TMC) ର ନାମ ଏବଂ ନିର୍ବାଚନ ଚିହ୍ନକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଭିତରେ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୁପ୍ରିମ୍…

ବାତ୍ୟାର ରୂପ ନେବ ଲଘୁଚାପ ନା ହେବ ଝଡ଼ବର୍ଷା? ଓ୍ବାର୍ନିଂ ଜାରି କରି ସତର୍କ କଲା…

ଭୁବନେଶ୍ୱର, ୧୮ା୯(ବନ୍ଦନା ସେଠୀ) – ଉତ୍ତର ଥାଇଲାଣ୍ଡ ଉପରେ ବାୟୁମଣ୍ଡଳୀୟ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ସମୁଦ୍ରପତ୍ତନଠାରୁ ୯.୪ କି.ମି ଉଚ୍ଚତା ପର୍ଯ୍ୟନ୍ତ ବିସ୍ତୃତ ରହିଛି। ଶନିବାର…

IASସ୍ତରରେ ବଡ଼ ଧରଣର ଅଦଳବଦଳ କଲେ ରାଜ୍ୟ ସରକାର: ଏକାଧିକ ବିଭାଗର…

ଭୁବନେଶ୍ୱର,୧୮।୯: ରାଜ୍ୟ ପ୍ରଶାସନିକ ସେବାରେ ଏକ ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ବରିଷ୍ଠ ଅଧିକାରୀମାନଙ୍କ ଦାୟିତ୍ୱରେ ପରିବର୍ତ୍ତନ କରାଯାଇ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ନୂତନ…

ଗଣେଶ ମେଢ଼ ଭସାଣି ବେଳେ ପୁଣି ବଡ଼ ଦୁର୍ଘଟଣା: ଜେନେରେଟର ନିଆଁରେ ପୋଡ଼ି ୫ ଶିଶୁ ଗୁରୁତର

ପୁରୁଷୋତ୍ତମପୁର,୧୮।୯(ସବିତା ମିଶ୍ର): ଗଣେଶ ମେଢ଼ ଭସାଣି ଶୋଭାଯାତ୍ରା ବେଳେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ଏକ ଅଭାବନୀୟ ଦୁର୍ଘଟଣା ଘଟିଯାଇଛି। ପ୍ରତାପୁର ରୁଷିକୂଲ୍ୟା ନଦୀରେ ଭସାଣି ବେଳେ…

ବେଆଇନ ବାଣ ବିକ୍ରି ଅଭିଯୋଗରେ ପୋଲିସର ଅତର୍କିତ ଚଢ଼ାଉ: ୧ ଲକ୍ଷରୁ ଊର୍ଦ୍ଧ୍ୱ ବାଣ ଜବତ

ଗଜପତି,୧୭।୯(ଗିରିଧାରୀ ପରିଛା): ପାରଳାଖେମୁଣ୍ଡି ସହରରେ ବେଆଇନ ବାଣ ବିକ୍ରି ଅଭିଯୋଗ ଆଉ ଏକ ଘଟଣା ସାମ୍ନାକୁ ଆସିଛି। ବାଣ ବିକ୍ରି ପାଇଁ ଆବଶ୍ୟକ ଅନୁମତି ନ ଥାଇ…

ଗୁରୁତର ରୋଗୀଙ୍କୁ ଧମକ ଦେଇ ଡିସଚାର୍ଜ ଅଭିଯୋଗ

ଗୁଡ଼ାରି, ୧୮/୯ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ସେବାରେ ଅବହେଳା ଓ ଦୁର୍ବ୍ୟବହାର ଭଳି ଏକ ଅଭିଯୋଗ ଶୁକ୍ରବାର ସାମ୍ନାକୁ ଆସିଛି।…

ସିଙ୍ଗାରି ଅଞ୍ଚଳରେ ୨ ହାତୀଙ୍କ ଉପଦ୍ରବ: ବାଣ ଫୁଟାଇ ଜଙ୍ଗଲକୁ ଘଉଡ଼ାଇଲା ବନ ବିଭାଗ!

କଲ୍ୟାଣସିଂହପୁର, ୧୮/୯(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ୍ ଅନ୍ତର୍ଗତ ସିଙ୍ଗାରି ପଞ୍ଚାୟତ ସାନବାମୁଣଗୁଡ଼ା ଅଞ୍ଚଳରେ ୨ଟି ଜଙ୍ଗଲୀ ହାତୀ ପଶି ଆସିବା ଯୋଗୁଁ ସ୍ଥାନୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?