ଓଡ଼ିଶାରେ କୋଭିଡ୍‌ ସ୍ଥିତି ନିୟନ୍ତ୍ରଣରେ ଅଛି

ଭୁବନେଶ୍ୱର, ୧ା୧୦ (ବ୍ୟୁରୋ):ମହାମାରୀ ପରିଚାଳନାରେ ରାଜ୍ୟ ସରକାର ଉତ୍କୃଷ୍ଟ ପଦକ୍ଷେପ ନେଇଥିବାରୁ ଅନ୍ୟରାଜ୍ୟ ତୁଳନାରେ ଓଡ଼ିଶାରେ କୋଭିଡ୍‌ ସ୍ଥିତି ନିୟନ୍ତ୍ରଣରେ ରହିଛି। ବୁଧବାର ବିଧାନସଭାରେ ବିରୋଧୀଙ୍କ କୋଭିଡ୍‌ ସଂକ୍ରାନ୍ତ ମୁଲତବୀ ନୋଟିସ୍‌ ପରେ ବୁଧବାର ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ନିଜ ବିବୃତିରେ ଏହା କହିଛନ୍ତି। ସେ କହିଲେ, ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଲକ୍‌ଡାଉନ୍‌ କଟକଣା ଯୋଗୁ ପ୍ରଥମ ଦୁଇମାସ ସଂକ୍ରମଣ ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ଥିଲା। କିନ୍ତୁ ଅନ୍ୟ ରାଜ୍ୟରେ ଫସିଥିବା ପ୍ରବାସୀ ଓଡ଼ିଆଙ୍କ ପ୍ରତ୍ୟାବର୍ତ୍ତନ ପରେ ସଂକ୍ରମଣ ବୃଦ୍ଧି ପାଇଥିଲା। ତେବେ ୭.୬୭ ଲକ୍ଷ ପ୍ରବାସୀଙ୍କୁ ରଖିବା ଲାଗି ୧୬ ହଜାର ୮୨୪ଟି ଟିଏମ୍‌ସି ବ୍ୟବସ୍ଥା କରାଯାଇଥିଲା। ପ୍ରଥମ ପର୍ଯ୍ୟାୟରେ କେବଳ ଆର୍‌ଏମ୍‌ଆରସିରେ କୋଭିଡ୍‌-୧୯ ନମୁନା ପରୀକ୍ଷା ହେଉଥିଲା। ଏବେ କିନ୍ତୁ ୫୧ଟି ପରୀକ୍ଷଣ କେନ୍ଦ୍ରରେ ପାଖାପାଖି ଦୈନିକ ୫୦ ହଜାର ନମୁନା ଟେଷ୍ଟିଂ କରାଯାଉଛି। ଘରୋଇ ହସ୍ପିଟାଲରେ ଆର୍‌ଟି-ପିସିଆର୍‌ ପରୀକ୍ଷା ପାଇଁ ପ୍ରତି ଟେଷ୍ଟ ପିଛା ୧୨୦୦ ଟଙ୍କା ଓ ରାପିଡ୍‌ ଆଣ୍ଟିଜେନ୍‌ ଟେଷ୍ଟ ଲାଗି ୪୫୦ ଟଙ୍କା ମୂଲ୍ୟ ନିର୍ଦ୍ଧାରଣ ହୋଇଥିବା କହିଥିଲେ।

ଅନ୍ୟପକ୍ଷରେ ମଙ୍ଗଳବାର ବିଧାନସଭାରେ ଉଠିଥିବା ମାସ୍କ ଓ ପିପିଇ କିଟ୍‌ ଦୁର୍ନୀତି ପ୍ରସଙ୍ଗକୁ ନେଇ ମଧ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ଏହାଉପରେ ସ୍ପଷ୍ଟ କରିଥିଲେ। ସେ କହିଲେ, କୋଭିଡ୍‌ କିଟ୍‌ କିଣାରେ ଆସିଥିବା ଦୁର୍ନୀତି ଅଭିଯୋଗ ଲୋକାୟୁକ୍ତଙ୍କ ପାଖରେ ବିଚାରାଧୀନ ଅଛି। ତଦନ୍ତ ପରେ ଯିଏ ଦୋଷୀ ସାବ୍ୟସ୍ତ ହେବେ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ତେବେ କୋଭିଡ୍‌-୧୯ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ଲାଗି ଇମରଜେନ୍ସି ପ୍ରୋକ୍ୟୁର୍‌ମେଣ୍ଟ କମିଟି ଏବଂ ଅର୍ଥ ଓ ଅବକାରୀ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ମନ୍ତ୍ରୀସ୍ତରୀୟ କମିଟି ଗଠନ କରାଯାଇଥିଲା। ଏହି ଅନୁଯାୟୀ ଓଡ଼ିଶା ରାଜ୍ୟ ଔଷଧ ନିଗମ ଯୁଦ୍ଧକାଳୀନଭିତ୍ତିରେ ଜରୁରିକାଳୀନ ପରିସ୍ଥିତିର ମୁକାବିଲା ନିମନ୍ତେ ଇମରଜେନ୍ସି ପ୍ରୋକ୍ୟୁରମେଣ୍ଟ କମିଟି, ମନ୍ତ୍ରୀସ୍ତରୀୟ କମିଟି ଓ ରାଜ୍ୟ କ୍ୟାବିନେଟ୍‌ ଅନୁମୋଦନ ପୂର୍ବକ ସମସ୍ତ ସମୟୋଚିତ ପଦକ୍ଷେପ ଗ୍ରହଣ କରିଥିଲା। ସେପ୍ଟେମ୍ବର ୨୯ ସୁଦ୍ଧା ନିଗମରେ ୧୧ କୋଟି ୧୦ ଲକ୍ଷ ୧୯ ହଜାର ୩୩୩ ପାରାସିଟାମଲ୍‌, ୪ କୋଟି ୧୩ ଲକ୍ଷ ୬୮ ହଜାର ୮୬୪ଟି ସେଟ୍ରିଜିନ୍‌ ଡିହାଇଡ୍ରୋକ୍ଲୋରାଇଡ୍‌, ୨ କୋଟି ୩୨ ଲକ୍ଷ ୮୬ ହଜାର ୧୬୮ଟି ଆଜିଥ୍ରୋମାଇସିନ୍‌, ୬ ଲକ୍ଷ ୬୫ ହଜାର ୯୫୩ ଲିଟର ସାନିଟାଇଜର ଓ ୫ ଲକ୍ଷ ୯୭ ହଜାର ୫୮୪ ଏନ୍‌-୯୫ ଓ କେଏନ୍‌-୯୫ ମାସ୍କ ଗଚ୍ଛିତ ରହିଛି। ୧ କୋଟି ୭୫ ଲକ୍ଷ ୭୭ ହଜାର ଟ୍ରିପଲ୍‌ ଲେୟାର ଫେସ୍‌ ମାସ୍କ ରହିଛି। ୩ ଲକ୍ଷ ୭୦ ହଜାର ୮୭୨ ପିପିଇ କିଟ୍‌, ୧୭ ହଜାର ୭୩୫ ଅକ୍ସିଜେନ୍‌ ସିଲିଣ୍ଡର, ୨ ଲକ୍ଷ ୭ ହଜାର ୭୨୬ ଫାଭିପିଆର୍‌ଭି, ୪୮ ଲକ୍ଷ ୩୫ ହଜାର ୫୬୫ ହାଇଡ୍ରୋକ୍ଲୋରକୁଇନ୍‌(୨୦୦ ଏମ୍‌ଜି) ଓ ୯୧ ଲକ୍ଷ ୪୦ ହଜାର ୫୭୦ ହାଇଡ୍ରୋକ୍ଲୋରକୁଇନ୍‌(୪୦୦ ଏମ୍‌ଜି), ୧୨ ଲକ୍ଷ ୨୯ ହଜାର ୬୫୦ ରାପିଡ୍‌ ଆଣ୍ଟିଜେନ୍‌ ଟେଷ୍ଟ କିଟ୍‌ ଗଚ୍ଛିତ ରହିଛି। ସେହିଭଳି କୋଭିଡ୍‌ ମୁକାବିଲା ପାଇଁ ଡିସିଏଚ୍‌/ଡିସିଏଚ୍‌ସିରେ ୮୨୫୫ ବେଡ୍‌ ଥିବାବେଳେ ୪୫୪୪ କରୋନା ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି। କୋଭିଡ୍‌ କେୟାର ସେଣ୍ଟରରେ ୧୬ ହଜାର ୮୨୮ ବେଡ୍‌ ଥିବାବେଳେ ୨୮୫୯ ରୋଗୀ ଚିକିତ୍ସିତ ହେଉଛନ୍ତି। ୧୪୨୬ ଆଇସିୟୁରୁ ୮୦୮ ଓ ୫୩୧ ଭେଣ୍ଟିଲେଟର ମଧ୍ୟରୁ ୨୨୬ରେ ରୋଗୀ ଅଛନ୍ତି। ଭୁବନେଶ୍ବର, କଟକ ସମେତ ୫ଟି ମହାନଗର ନିଗମ ଅଞ୍ଚଳରେ ଏବେ ବି ଶଯ୍ୟା ଖାଲିରହିଛି। ଏଥିସହ ସରକାରୀ ଓ ବେସରକାରୀ କୋଭିଡ୍‌ ହସ୍ପିଟାଲରେ ୨୪ ଘଣ୍ଟିଆ ହେଲ୍ପଡେସ୍କ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାରେ ମିଶିବା ପରେ ଏମିତି କହିଲେ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେବା ପରେ ସୋର ବିଧାୟକ ପର୍ଶୁରାମ ଧଡ଼ା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ମୋଦିଙ୍କ ନେତୃତ୍ୱରେ ଭାରତ ବିକଶିତ ରାଷ୍ଟ୍ର...

VIDEO: ଅଟୋ ଚଳାଇ, ଆଖୁ ପେଡ଼ି ପ୍ରଚାର କଲେ ବିଜେଡି ଏମ୍‌ପି ପ୍ରାର୍ଥୀ ମନ୍ମଥ

ଭୁବନେଶ୍ବର, ୨୬।୪: ବିଜେଡି ଟିକେଟ୍‌ରେ ଭୁବନେଶ୍ବର ଲୋକ ସଭା ଆସନରୁ ପ୍ରାର୍ଥୀ ହୋଇଥିବା ମନ୍ମଥ ରାଉତରାୟ ନିର୍ବାଚନ ପାଇଁ ଜେରଦାର ପ୍ରଚାର କରୁଛନ୍ତି। ଏହି ସମୟରେ...

ଜଙ୍ଗଲରେ ନିଆଁ ଲଗାଇ କରୁଥିଲେ ବନ୍ୟଜନ୍ତୁ ଶିକାର: ମାଡ଼ିବସିଲା ବନ ବିଭାଗ

ଦାରିଙ୍ଗବାଡି,୨୬।୪(ଅରୁଣ ସାହୁ): ଜଙ୍ଗଲରେ ନିଆଁ ଲଗାଇ ଧ୍ବଂସ କରିବା ଏବଂ ଗରମରେ ବନ୍ୟଜନ୍ତୁ ଆଉଟୁପାଉଟୁ ହୋଇ ପାଣି ପିଇବାକୁ ଆସିବା ବେଳେ ଶିକାର କରୁଥିବା ୩ଜଣ...

ସାନଖେମୁଣ୍ଡି ବିଧାନସଭା ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥିନୀ ସୁଶ୍ରୀ

ଛତ୍ରପୁର ୨୬। ୪ (ଦିଲ୍ଲୀପ କୁମାର ସାମଲ) : ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜିଠାରୁ ନାମଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ...

ମୁଖ୍ୟମନ୍ତ୍ରୀ ୨ଟି ଆସନରୁ ଲଢ଼ିବା ପ୍ରସଙ୍ଗରେ ଭାଜପା ନେତାଙ୍କ ଟାର୍ଗେଟ୍‌, କହିଲେ ପାଣ୍ଡିଆନଙ୍କୁ ପଛଦ୍ବାର ବାଟେ…

ଭୁବନେଶ୍ବର, ୨୬।୪: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଟି ଆସନରୁ ଲଢ଼ିବା ପ୍ରସଙ୍ଗରେ ଭାଜପା ନେତା ସମୀର ମହାନ୍ତି ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, ଗୁମାସ୍ତା, ରିମୋଟ୍‌...

ଉମରକୋଟରେ ପାଣ୍ଡିଆନଙ୍କ ହେଲିକପ୍ଟର ଯାଞ୍ଚ କଲା ପୋଲିସ

ଭୁବନେଶ୍ବର, ୨୬।୪: ଉମରକୋଟରେ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ହେଲିକପ୍ଟର ଯାଞ୍ଚ କରିଛନ୍ତି ମାଜିଷ୍ଟ୍ରେଟ ଓ ପୋଲିସ। ପ୍ରଚାର ପାଇଁ ଯାଇଥିବା ବେଳେ ହେଲିକପ୍ଟର ହୋଇଛି।...

ଭାଜପାରେ ସାମିଲ ହେଲେ ସୋର ବିଧାୟକ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେଲେ ସୋର ବିଧାୟକ ପର୍ଶୁରାମ ଧଡ଼ା। ଶୁକ୍ରବାର ଭୁବନେଶ୍ବର ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚି ବିଧିବଦ୍ଧ ଭାବେ ସେ ପଦ୍ମ ଧରିଛନ୍ତି।...

ନିର୍ବାଚନୀ ପ୍ରଚାର ପାଇଁ ଓଡ଼ିଶା ଆସିବେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ

ଭୁବନେଶ୍ୱର,୨୬।୪: ଓଡ଼ିଶା ଆସିବେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ଆସନ୍ତା ୨୮ ତାରିଖରେ ନଡ୍ଡା ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ। ନଡ୍ଡାଙ୍କ ଗସ୍ତକୁ ନେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri