Posted inଜାତୀୟ

ରିଅଲ ଇଷ୍ଟେଟ୍‌ ଅପରାଧ ଓପିଆଇଡି ଆଇନ ଅଧୀନରେ ଆସୁନାହିଁ: ହାଇକୋର୍ଟ

ନୂଆଦିଲ୍ଲୀ, ୨୯।୯: ରିଅଲ ଇଷ୍ଟେଟ୍‌ ଅପରାଧ ଓଡ଼ିଶା ଜମାକାରୀ ସ୍ବାର୍ଥ ସୁରକ୍ଷା (ଓପିଆଇଡି) ଆଇନ, ୨୦୧୧ ଅଧୀନରେ ଆସୁ ନ ଥିବା ଓଡ଼ିଶା ହାଇକୋର୍ଟ କହିଛନ୍ତି। ଅନୈତିକ ଫାଇନାନ୍ସ ସଂସ୍ଥାଗୁଡ଼ିକର ଲୋଭନୀୟ ସ୍କିମ୍‌ରେ ପ୍ରଭାବିତ ହୋଇ ଠକାମିର ଶିକାର ହେଉଥିବା ନିରୀହ ଜମାକାରୀମାନଙ୍କ ସ୍ବାର୍ଥର ସୁରକ୍ଷା ଲକ୍ଷ୍ୟରେ ଓପିଆଇଡି ଆଇନ କାର୍ଯ୍ୟକାରୀ ହୋଇଥିଲା ବୋଲି ଜଷ୍ଟିସ୍‌ ଏସ୍‌.କେ. ପାଣିଗ୍ରାହୀଙ୍କ ଖଣ୍ଡପୀଠ କହିଛନ୍ତି। ଏହି ଆଇନ ଜମାରାଶି ଦେଣନେଣ କରୁଥିବା ବ୍ୟବସାୟ ସହ ଜଡ଼ିତ। ତେଣୁ ରିଅଲ ଇଷ୍ଟେଟ କାରବାରକୁ ଏହା ଅଧୀନକୁ ନିଆଯାଇପାରିବ ନାହିଁ। ଓପିଆଇଡ଼ି ଆଇନର ଧାରା ୨(ବି)ରେ ଉଲ୍ଳେଖ ଥିବା ‘ଜମା’ର ସଂଜ୍ଞା ସ୍ଥାବର ସମ୍ପତ୍ତି ପାଇଁ ରିଅଲ ଇଷ୍ଟେଟ୍‌ର ଅର୍ଥ କାରବାର ନୁହେଁ ବୋଲି ହାଇକୋର୍ଟ କହିଛନ୍ତି। ଓପିଆଇଡି ଆଇନର ଧାରା ୬ରେ ଜଣେ ରିଅଲ ଇଷ୍ଟେଟ୍‌ କମ୍ପାନୀ ପରିଚାଳନା ନିର୍ଦ୍ଦେଶକଙ୍କ ବିରୋଧରେ ଦାଏର ମକଦ୍ଦମାକୁ ହାଇକୋର୍ଟ ଖାରଜ କରିଦେଇଛନ୍ତି। ତେବେ ସିଆର୍‌ପିସିର ଧାରା ୪୮୨ରେ ଦାଏର ମାମଲାରେ ହାଇକୋର୍ଟ ହସ୍ତକ୍ଷେପ କରିନାହାନ୍ତି। ୬୦୦ ଲୋକଙ୍କଠାରୁ ୧୨ କୋଟି ଟଙ୍କା ଠକିଥିବା ଅଭିଯୋଗରେ ଆର୍ଥତ୍କ ଅପରାଧ ଶାଖା (ଇଓଡବ୍ଲ୍ୟୁ) ୨୦୧୮ରେ ଜେଡ୍‌-ଇନ୍‌ଫ୍ରା କନ୍‌ଷ୍ଟ୍ରକ୍ସନ୍‌ ପ୍ରାଇଭେଟ ଲିମିଟେଡ୍‌ର ମାଲିକଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ଜଟଣୀ ଅଞ୍ଚଳର ଅଭିଯୋଗକାରୀଙ୍କୁ କମ୍ପାନୀ ଏକ ଜମି ବିକ୍ରି କରିଥିବାବେଳେ ଉକ୍ତ ପ୍ଲଟ୍‌କୁ ଆପ୍ରୋଚ୍‌ ରୋଡ୍‌ ଯୋଗାଇଦେବାର ପ୍ରତିଶ୍ରୁତି ଦେଇଥିଲା। ପରବର୍ତ୍ତୀ ସମୟରେ କମ୍ପାନୀ ରାସ୍ତା ତିଆରି କରି ନ ଥିଲା। ରାସ୍ତା ନିର୍ମାଣ ହେବାକୁ ଥିବା ଜମି କମ୍ପାନୀ ମାଲିକାନାରେ ନ ଥିବା ଅଭିଯୋଗକାରୀ ଜାଣିବା ପରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ ୭୨.୪ କୋଟି ଏଆଇ ୟୁଜର୍ସ

ନୂଆଦିଲ୍ଲୀ, ୨୬।୪:ଭାରତରେ ଏବେ କୃତ୍ରିମ ବୁଦ୍ଧିମତ୍ତା(ଏଆଇ) ବହୁଳ ଭାବେ ବ୍ୟବହାର ହେଉଛି। ଦେଶର ୯୦ ଭାଗ ଇଣ୍ଟରନେଟ ବ୍ୟବହାରକାରୀଙ୍କ ଜୀବନରେ ଏଆଇ ସ୍ପର୍ଶ କରିସାରିଛି। ମାର୍କେଟିଂ...

ମାଧବୀଲତାଙ୍କ ମୋଟ ସମ୍ପତ୍ତି ଜାଣିଲେ ହେବେ ଆଶ୍ଚର୍ଯ୍ୟ

ହାଇଦ୍ରାବାଦ, ୨୬।୪:ତେଲଙ୍ଗାନାର ହାଇଦ୍ରାବାଦ ଲୋକ ସଭା ଆସନରୁ ଭାଜପା ଟିକେଟରେ ପ୍ରାର୍ଥୀ ହୋଇଥିବା କେ. ମାଧବୀଲତାଙ୍କର ୨୨୧ କୋଟି ଟଙ୍କାର ପାରିବାରିକ ସମ୍ପତ୍ତି ରହିଛି। ମାଧବୀ,...

ମୋଦିଙ୍କୁ ନିମନ୍ତ୍ରଣ କଲେ ମେଲୋନି

ନୂଆଦିଲ୍ଲୀ, ୨୬ା୪:ଜୁନ୍‌ରେ ହେବାକୁ ଥିବା ଜି-୭ ସମ୍ମିଳନୀରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଇଟାଲୀ ପ୍ରଧାନମନ୍ତ୍ରୀ ଜିୟୋର୍ଜିଆ ମେଲୋନି ଟେଲିଫୋନ ଯୋଗେ ଗୁରୁବାର ନିମନ୍ତ୍ରଣ କରିଛନ୍ତି।...

ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ

ନୂଆଦିଲ୍ଲୀ,୨୬ା୪: ଶୁକ୍ରବାର ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେଉଛି। ଆଜି ସକାଳ ୭ଟାରୁ ୧୩ ଲୋକ ସଭା ଏବଂ ଗୋଟିଏ କେନ୍ଦ୍ର...

ସ୍ତ୍ରୀ ସମ୍ପତ୍ତି ଉପରେ ସ୍ବାମୀଙ୍କ ନିୟନ୍ତ୍ରଣ ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୬ା୪:ସ୍ତ୍ରୀଙ୍କ ସମ୍ପତ୍ତି ଉପରେ ସ୍ବାମୀଙ୍କର ନିୟନ୍ତ୍ରଣ ନାହିଁ। ଅସୁବିଧା ସମୟରେ ସ୍ବାମୀ ସ୍ତ୍ରୀଙ୍କ ସମ୍ପତ୍ତିକୁ ବ୍ୟବହାର କରିପାରନ୍ତି। କିନ୍ତୁ ତାହାକୁ ଫେରାଇବା ସ୍ବାମୀଙ୍କର ନୈତିକ ଦାୟିତ୍ୱ...

ଆଉ ଏକ ପ୍ରାର୍ଥୀ ତାଲିକା ଜାରି କଲା କଂଗ୍ରେସ

ଚଣ୍ଡିଗଡ଼,୨୫।୪: ହରିୟାଣାର ୮ଟି ଲୋକ ସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଛି। କୁମାରୀ ଶୈଳଜାଙ୍କୁ ସିରସା, ରୋହତକରୁ ଦିପେନ୍ଦ୍ର ସିଂ ହୁଡା, ଅମ୍ବାଲାରୁ...

କେଜରିଓ୍ବାଲ ଜେଲରୁ ନ ଆସିବା ପର୍ଯ୍ୟନ୍ତ ହେବ ନାହିଁ ମେୟର ନିର୍ବାଚନ? ଏଲଜି ଦେଲେ ଏହି ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୫।୪: ଅନୁମାନ କରାଯାଉଛି ଯେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଜେଲରୁ ବାହାରିବା ପର୍ଯ୍ୟନ୍ତ ଏମସିଡି ମେୟର ଏବଂ ଡେପୁଟି ମେୟରଙ୍କ ପାଇଁ ନିର୍ବାଚନ ହୋଇ...

ସ୍ଥଗିତ ରହିଲା ଏମସିଡି ମେୟର, ଡେପୁଟି ମେୟର ନିର୍ବାଚନ

ନୂଆଦିଲ୍ଲୀ,୨୫।୪: ଏପ୍ରିଲ ୨୬ରେ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ମ୍ୟୁନିସିପାଲିଟି କର୍ପୋରେସନ ମେୟର ଏବଂ ଡେପୁଟି ମେୟରଙ୍କ ପାଇଁ ନିର୍ବାଚନ ସ୍ଥଗିତ ରଖାଯାଇଛି। ଏହାର କାରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri