ରିଅଲ ଇଷ୍ଟେଟ୍‌ ବ୍ୟବସାୟୀ ତପନ ମହାନ୍ତିଙ୍କୁ ଇଓଡବ୍ଲ୍ୟୁର ଜେରା

ଭୁବନେଶ୍ୱର,୧୬ା୯(ସୂର୍ଯ୍ୟକାନ୍ତ ବେହେରା): କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧିକ ଶାଖା (ଇଓଡବ୍ଲ୍ୟୁ) ରାଜ୍ୟର ଜଣାଶୁଣା ରିଅଲ ଇଷ୍ଟେଟ ବ୍ୟବସାୟୀ ତଥା ଜେଡ୍‌ ଓ୍ବାନର ମାଲିକ ତପନ ମହାନ୍ତିଙ୍କୁ ଶନିବାର କାର୍ଯ୍ୟାଳୟକୁ ଡାକି ଜେରା କରିଛି। ଇଓଡବ୍ଲ୍ୟୁର ଜଣେ ମହିଳା ଡିଏସ୍‌ପି ରାଙ୍କର ଅଧିକାରୀଣୀ ତାଙ୍କୁ ପଚରାଉଚରା କରୁଥିଲେ। ଏନେଇ ଇଓଡବ୍ଲ୍ୟୁ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନ ଥିବା ବେଳେ ପ୍ରୋଜେକ୍ଟ ସମ୍ପର୍କିତ ଉପରେ ପଚରାଉଚରା କରାଯାଇଥିଲା ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି । ଏଥିପାଇଁ ବ୍ୟବସାୟୀ ତପନଙ୍କୁ ହାଜର ହେବାକୁ ପୂର୍ବରୁ ନୋଟିସ୍‌ ଜାରି କରାଯାଇଥିଲା।

ସୂଚନାନୁସାରେ, ଜେଡ୍‌ ଓ୍ବାନର ରଘୁନାଥପୁରସ୍ଥିତ ଆପାର୍ଟମେଣ୍ଟନର ଓନର ଆସୋସିଏଶନ ତାଙ୍କ ନାଁରେ ଇନ୍‌ଫୋସିଟି ଥାନାରେ ଏତଲା ଦେଇଥିଲେ। ଆପାର୍ଟମେଣ୍ଟ ନିର୍ମାଣ ବେଳେ ଅନେକ ଅନିୟମିତତା ହୋଇଥିବା ନେଇ ଅଭିଯୋଗ ହୋଇଥିଲା। ଯେଉଁ ସ୍ଥାନରେ ନିର୍ମାଣ କାର୍ଯ୍ୟ ହେବାର ନ ଥିଲା, ସେଠାରେ ତିଆରି ହୋଇଥିଲା। ଏମିତି ଅନେକ ଅଭିଯୋଗ ନେଇ ଆସୋସିଏଶନ ପକ୍ଷରୁ ତାଙ୍କ ନାଁରେ ଦୀର୍ଘ ଦିନରୁ ଅଭିଯୋଗ କରିଆସୁଥିଲେ ମଧ୍ୟ ପୋଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିଲା । ଏପରିକି ମାମଲା ରୁଜୁ କରି କରି ନ ଥିଲା କି ତଦନ୍ତ ମଧ୍ୟ କରି ନ ଥିଲା। ଯାହାଫଳରେ ଆପାର୍ଟମେଣ୍ଟ କିଣିଥିବା ଲୋକେ ବହୁ ହଇରାଣ ହୋଇଥିଲେ। ପରେ ଏହି ମାମଲାକୁ ଭୁବନେଶ୍ୱର ଅର୍ଥନୈତିକ ଅପରାଧିକ ଶାଖା (ଇଓଡବ୍ଲ୍ୟୁ)କୁ ହସ୍ତାନ୍ତର କରାଯାଇଥିଲା। କିଛି ଆର୍ଥିକ ଅନିୟମିତତା ଅଭିଯୋଗ ରହିଥିବା କୁହାଯାଉଛି। ଯାହାଫଳରେ କି ଏଇ କିଛି ଦିନ ତଳେ ହଠାତ ପୋଲିସ ସକ୍ରିୟ ହୋଇ ଘଟଣାର ତଦନ୍ତ ଆରମ୍ଭ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟା ଦଶମୀରେ ଶ୍ରୀରଘୁନାଥଜୀଉଙ୍କ ସୁନାବେଶ

ଓଡ଼ଗାଁ,୧୦ା୧୦(ସ୍ବ.ପ୍ର.): ଓଡ଼ଗାଁରେ ବିଜେ ଶ୍ରୀରଘୁନାଥଜୀଉଙ୍କ ମନ୍ଦିରରେ ସୋମବାର ବିଜୟା ଦଶମୀ ପାଳିତ ହୋଇଯାଇଛି। ଏହି ତିଥିରେ ପ୍ରଭୁ, ମା’ ସୀତା ଓ ଅନୁଜ ଲକ୍ଷ୍ମଣ ସୁନା...

ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ଚିଠି: ଅଣଲାଭଦାୟକ ଶିକ୍ଷାନୁଷ୍ଠାନରେ ମାଗଣା ବହି ଦିଆଯାଉ

ଭୁବନେଶ୍ୱର,୧୬।୬(ବ୍ୟୁରୋ): କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି। ଏଥିରେ ସେ ସରକାରୀ ସ୍କୁଲର ଛାତ୍ରୀଛାତ୍ରଙ୍କୁ ଯେଭଳି ମାଗଣାରେ ବହି ଯୋଗାଇ...

ବାରଙ୍ଗ ଧନ୍ଦାମୂଳକ ତାଲିମ କେନ୍ଦ୍ରକୁ ଉତ୍ପାଦନମୁଖୀ କରାଯିବ

ଭୁବନେଶ୍ୱର, ୨୪ା୭(ବ୍ୟୁରୋ): ବାରଙ୍ଗସ୍ଥିତ ଧନ୍ଦାମୂଳକ ତାଲିମ କେନ୍ଦ୍ରକୁ ଅଧିକ ସଶକ୍ତ ଓ କ୍ରିୟାଶୀଳ କରାଯିବ। ଏଥିସହିତ ସେଠାରେ ଭିନ୍ନକ୍ଷମମାନଙ୍କ ନିମନ୍ତେ ତାଲିମ ବ୍ୟବସ୍ଥାକୁ ଦୃଢ଼ କରାଯିବ।...

ଘରର ମାଟି କାନ୍ଥ ପଡ଼ି ମହିଳାଙ୍କ ମୃତ୍ୟୁ

କେନ୍ଦୁଝର,୮।୮(ସ୍ବ.ପ୍ର.): କେନ୍ଦୁଝର ସଦର ବ୍ଲକ ହର୍ଷପୁର ଗଁ। ରେ ବୁଧବାର ପ୍ରବଳ ବର୍ଷା ହୋଇଛି। ଲଗାଣ ବର୍ଷା ଯୋଗୁଁ ମାଟି ଘର ସବୁ ସନ୍ତସନ୍ତିଆ ହୋଇଯାଇଛି।...

ପଶ୍ଚିମବଙ୍ଗକୁ କାଠ ଚୋରାଚାଲାଣ

ଜଳେଶ୍ୱର, ୨୨ ।୩(ଡି.ଏନ.ଏ.) ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକର ୧୪ ପଞ୍ଚାୟତ ରାଇବଣିଆ ଥାନା ଅଧୀନରେ ରହିଛି। ଏହି ଅଞ୍ଚଳରୁ ପ୍ରତିଦିନ ବହୁ ଜଙ୍ଗଲଜାତ ଦ୍ରବ୍ୟ...

ଓସିଏସ୍‌ ପରୀକ୍ଷାରେ ସତ୍ୟଜିତ୍‌ଙ୍କ ସଫଳତା

କେନ୍ଦୁଝର,୮ା୧୦(ସ୍ବ.ପ୍ର.): କେନ୍ଦୁଝର ସହରର ମାଇନିଂ ରୋଡ୍‌ସ୍ଥିତ ସତ୍ୟଜିତ୍‌ ପଟ୍ଟନାୟକ ୧୩୦ ର଼୍ୟାଙ୍କ ରଖି ଚଳିତ ବର୍ଷ ଓଡ଼ିଶା ଲୋକସେବା ଆୟୋଗ ଦ୍ୱାରା ପରିଚାଳିତ ଓଡ଼ିଶା ସିଭିଲ...

ସିଲ୍‌ଜୋରା, କାଳିମାଟି ଖଣି ହାତେଇଲେ ଓଡ଼ିଆ ଖଣି ବ୍ୟବସାୟୀ

ଭୁବନେଶ୍ୱର,୧୪।୨(ବ୍ୟୁରୋ): କେନ୍ଦୁଝର ଜିଲା ଅନ୍ତର୍ଗତ ସିଲ୍‌ଜୋରା ଏବଂ କାଳିମାଟି ଲୁହାପଥର ଏବଂ ମାଙ୍ଗାନିଜ୍‌ ଖଣିକୁ ଓଡ଼ିଆ ଖଣି ବ୍ୟବସାୟୀ ଦେବବ୍ରତ ବେହେରା ହାତେଇଛନ୍ତି। ଗୁରୁବାର ଚାଲିଥିବା...

ରାହୁରେଖା ଲାଗିହେଲେ ମହାପ୍ରଭୁ

ପୁରୀ ଅଫିସ,୯। ୮: ଶ୍ରୀମନ୍ଦିରରେ ଶନିବାର ମହାପ୍ରଭୁଙ୍କୁ ସୁନା ରାହୁରେଖା ଲାଗି କରାଯାଇଛି। ଦଇତାପତି ସେବକମାନେ ରାହୁରେଖା ଲାଗି କରିଛନ୍ତି। ଭୋଗମଣ୍ଡପ ନୀତି ସମ୍ପନ୍ନ ପରେ...

Advertisement
Archives

Model This Week