ଆବାସ ଯୋଜନାରୁ ବାଦ୍‌ ପଡ଼ିଛନ୍ତି ପ୍ରକୃତ ହିତାଧିକାରୀ

ନୂଆଗାଁ,୧୬।୬ (ଧନେଶ୍ୱର ସାହୁ): ଆବାସ ଯୋଜନା ମାଧ୍ୟମରେ କଚ୍ଚାଘରେ ରହୁଥିବା ପରିବାରକୁ ପକ୍କାଘରଟିଏ ଯୋଗାଇ ଦେବା ପାଇଁ ସରକାର ନିଷ୍ପତ୍ତି ନେଇ ପ୍ରକୃତ ହିତାଧିକାରୀଙ୍କୁ ଅନୁଦାନ ଯୋଗାଇ ଦେଉଛନ୍ତି। ହେଲେ ମୁଣ୍ଡ ଗୁଞ୍ଜିବାକୁ ଭଲ ଘରଟିଏ ନ ଥିଲେ ମଧ୍ୟ ସରକାରଙ୍କ ଆବାସ ଯୋଜନାରୁ ବାଦ୍‌ ପଡିଛନ୍ତି ଗରିବ ଲୋକ । ଏପରି ଅଭିଯୋଗ ଆସିଛି ନୟାଗଡ଼ ଜିଲା ନୂଆଗାଁ ବ୍ଲକ ବଡଗୋଠ ପଞ୍ଚାୟତ ଡିମିରିଝରି ଗ୍ରାମରୁ ।
ନୂଆଗାଁ ବ୍ଲକ ବଡଗୋଠ ପଞ୍ଚାୟତ ଡିମିରିଝରି ଗ୍ରାମର ନବୀନ ନାୟକ ଭୁବନେଶ୍ୱରରେ ଗାଡି ଚଳାଇ ରୋଜଗାର କରୁଥିବା ବେଳେ ଗାଁରେ ସ୍ତ୍ରୀ ଓ ଦୁଇ ପୁଅ ରହୁଛନ୍ତି । ନବୀନ ଓ ସତ୍ୟବାଦୀ ନେତ୍ର ନାୟକଙ୍କ ଦୁଇ ପୁଅ । ବାପ ସମ୍ପତ୍ତିକୁ ଭାଗବଣ୍ଟା କରିବା ପରେ ସତ୍ୟବାଦୀ ଦାଣ୍ଡପଟେ ଘର କରି ରହୁଛନ୍ତି ଓ ନବୀନ ବାପାଙ୍କ ବାଡିପଟେ ଥିବା ପୁରୁଣା ଟାଇଲ ଛପର ଘରେ ରହୁଛନ୍ତି। ନବୀନ ପେସାରେ ଡ୍ରାଇଭର ହୋଇଥିବାରୁ ଭୁବନେଶ୍ୱରରେ ରହି ଗାଡି ଚଳାଇ ସ୍ବଳ୍ପ ରୋଜଗାରରେ ପରିବାର ଚଳାଇବା କଷ୍ଟକର ହୋଇ ପଡୁଛି । ସେଥିରେ ପୁଣି ୨ ପୁଅଙ୍କ ପାଠପଢା ଖର୍ଚ୍ଚ । ଏସବୁ ଜଞ୍ଜାଳ ଭିତରେ ନୂଆ ଘର କରିବା ତ ଦୂରର କଥା ବାପାଙ୍କ ଅମଳର ପୁରୁଣା ଟାଇଲ ଛପର ଘରକୁ ମରାମତି କରିବା ପାଇଁ ମଧ୍ୟ ସେ ଅସମର୍ଥ । ଯାହାଫଳରେ ଟାଇଲ ଘରେ ବ୍ୟବହାର ହୋଇଥିବା କାଠ ସବୁ ଖସି ପଡିଲାଣି । ଫଳରେ ଟାଇଲ ସବୁ ଖସି ଘର ଭିତରେ ଦିନରେ ସୂର୍ଯ୍ୟକିରଣ ଓ ରାତିରେ ଚନ୍ଦ୍ର ଦେଖା ଯାଉଛି । ଘରର କାନ୍ଥ ଫାଟି ଆଁ କଲାଣି । ଏପରିସ୍ଥିତିରେ ରାତିରେ ଘରେ ଶୋଇଥିବା ବେଳେ କେତେବେଳେ ଯେ ଅଘଟଣ ନ ଘଟିବ ତାହା କିଏ କହିବ । ସରକାରଙ୍କ ଆବାସ ଯୋଜନାରେ ଘରଟିଏ ପାଇଁ ଆବେଦନ କଲେ ମଧ୍ୟ ତାଙ୍କୁ ମିଳୁ ନାହଁ । ଘରର ଏପରି ସ୍ଥିତି ଦେଖି ବଡଗୋଠ ସମିତି ସଭ୍ୟାଙ୍କ ପ୍ରତିନିଧି ସନ୍ତୋଷ ନାୟକ ନୂଆଗାଁ ବ୍ଲକ ତତ୍କାଳୀନ ବିଡିଓଙ୍କୁ ଅଭିଯୋଗ କରିବାରେ ବିଡିଓ ପ୍ରମୋଦ କୁମାର ନାୟକ ନବୀନଙ୍କ ଘରକୁ ଯିବାରେ ସେ ଘର ପାଇବା ପାଇଁ ହକ୍‌ଦାର ବୋଲି କହିଥିଲେ । କିନ୍ତୁ ବିଡିଓ ନାୟକ ଅନ୍ୟତ୍ର ବଦଳି ହୋଇ ଯିବାରେ ଆବାସ ଯୋଜନାରୁ ତାଙ୍କ ନାମକୁ କାଟି ଦିଆଯାଇଥିବା କହିଛନ୍ତି ନବୀନ । ଏ ବାବଦରେ ସମିତିସଭ୍ୟାଙ୍କ ପ୍ରତିନିଧି ନାୟକ ପୁନର୍ବାର ବର୍ତ୍ତମାନର ନୂଆଗାଁ ବିଡିଓଙ୍କୁ ଅଭିଯୋଗ କରିଛନ୍ତି। ତେବେ ଲିଖିତ ଅଭିଯୋଗ ପାଇଲେ ସ୍ବତନ୍ତ୍ର ଟିମ୍‌ ଯାଇ ତଦନ୍ତ କରିବେ ବୋଲି କହିଛନ୍ତି ନୂଆଗାଁ ବିଡିଓ ସଚ୍ଚିଦାନନ୍ଦ ମିଶ୍ର ।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?