ଖୋଲା ଆକାଶ ତଳେ ପିଲାଙ୍କ ପାଠପଢ଼ା

ଦଶପଲ୍ଲା,୧୯ା୮( ଡି.ଏନ.ଏ.): ନୟାଗଡ଼ ଜିଲା ଦଶପଲ୍ଲା ବ୍ଲକ୍‌ ଅନ୍ତର୍ଗତ କୁଜାମେଣ୍ଡି ପଞ୍ଚାୟତ କୁମ୍ବିକିଲା ଗ୍ରାମରେ ରହିଛି ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ । ରାଜ୍ୟ ସରକାରଙ୍କ ୫-ଟି ଯୋଜନାରେ ଏହି ସ୍କୁଲ ସାମିଲ ହୋଇପାରିନାହିଁ । ଫଳରେ ଛାତ୍ରୀଛାତ୍ରମାନେ ଗଛ ତଳେ କିମ୍ବା ଖୋଲା ଆକାଶ ତଳେ ବସି ପାଠ ପଢ଼ୁଛନ୍ତି । ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ୨୦୦୭ରେ ନିର୍ମାଣ କରାଯାଇଥିଲା । ହେଲେ ନିମ୍ନମାନର କାମ ହୋଇଥିବାରୁ କାନ୍ଥ ଫାଟି ଆଁ କରିଛି । କାନ୍ଥ ଓ ଛାତର ପ୍ଲାଷ୍ଟର ଛାଡ଼ି ପାଣି ଗଳୁଛି । ୨ଟି ଶ୍ରେଣୀଗୃହ ଥିଲେ ମଧ୍ୟ ଗୋଟିଏ ଗୃହର କବାଟ ଝରକା ନାହିଁ। ସ୍କୁଲ ପରିଚାଳନା କମିଟି ସଭାପତି ନୀଳକଣ୍ଠ ପ୍ରଧାନ ଓ ପ୍ରଧାନ ଶିକ୍ଷୟିତ୍ରୀ ରଞ୍ଜିତା ମଲିକ ଶ୍ରେଣୀ ଗୃହ ଅବସ୍ଥା ଦେଖି ବାହର ପିଣ୍ଡିରେ ପିଲାଙ୍କୁ ବସାଇ ପାଠ ପଢ଼ାଉଥିଲେ । କିନ୍ତୁ ଲଗାଣ ବର୍ଷାରେ ପିଲରରୁ ସିମେଣ୍ଟ ପ୍ଲାଷ୍ଟର ଛାଡ଼ି ଯିବା ଯୋଗୁ ଏବେ ପିଲାମାନେ ଗଛ ମୂଳେ ପାଲ ପକାଇ ପଢ଼ୁଛନ୍ତି । ସଭାପତି ଓ ଗ୍ରାମର ୱାଡ଼ ମେମ୍ବର ନକୁଳ ପ୍ରଧାନ ସମେତ ଗ୍ରାମବାସୀ ନୟାଗଡ ଜିଲା ପ୍ରଶାସନ ଏଂ ଶିକ୍ଷା ଅଧିକାରୀଙ୍କୁ ଏ ସଂକ୍ରାନ୍ତରେ ଅବଗତ କରିଥିଲେ ମଧ୍ୟ କୋଣସି ପ୍ରତିକାର ହୋଇ ପାରିନାହିଁ ।


Enter your email to get our daily news in your inbox.

All Right Reserved By Dharitri.Com

ମିଳୁନି ଅଣଧାନ ବିହନ

ବଅଁରପାଳ,୧ା୮(ଡି.ଏନ.ଏ.) – ଅନୁଗୋଳ କୃଷି ଜିଲା ବଅଁରପାଳ ବ୍ଲକ ଅଞ୍ଚଳରେ ଅଣ ଧାନ ଜାତୀୟ ବିହନ ପାଇପାରୁନାହାନ୍ତି ଚାଷୀ। ବାରମ୍ବାର କୃଷି କାର୍ଯ୍ୟାଳୟଠାରୁ ଆରମ୍ଭ କରି...

ସ୍ତନ କର୍କଟ ସଚେତନତା: ସ୍ତନ ଯନ୍ତ୍ରଣାକୁ ହେୟଜ୍ଞାନ କରନ୍ତୁ ନାହିଁ

କଟକ ଅଫିସ,୧୧ା୧୦: ଅକ୍ଟୋବର ମାସକୁ ସ୍ତନ କର୍କଟ ସଚେତନତା ମାସ ଭାବେ ପାଳନ କରାଯାଏ। ଏହି ପରିପ୍ରେକ୍ଷୀରେ ରୋଟାରୀ କ୍ଲବ ଅଫ୍‌ କଟକ ଗୋଲ୍ଡେନ ଷ୍ଟାର୍‌,...

କନ୍ଧମାଳ ଜିଲା ଚିଠି: ତଦନ୍ତକୁ ନେଇ ସନ୍ଦେହ

ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ମୁତାବକ କନ୍ଧମାଳ ଜିଲାରେ ୨୦୧୧ ମସିହାରୁ ନିଯୁକ୍ତି ପାଇଥିବା ଶିକ୍ଷକମାନଙ୍କ ପ୍ରମାଣପତ୍ର ଯାଞ୍ଚ ପ୍ରକ୍ରିୟା ଗତ ଜୁଲାଇ ମାସରୁ ଆରମ୍ଭ ହୋଇଛି।...

ବିନା ଫିଟ୍‌ନେସ୍‌ରେ ଗଡୁଛି ସ୍କୁଲ ବସ୍‌: କଟିଲା ଚାଲାଣ

ଦେବଗଡ଼ ୨୨।୪ (ଡିଏନ.ଏ): ପରିବହନ କମିଶନର ସ୍କୁଲ ବସ୍‌ଗୁଡ଼ିକର ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ନିର୍ଦ୍ଦେଶ ଅନୁଯାୟୀ ଦେବଗଡ଼ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ସହରରେ...

ଗଞ୍ଜାମରେ କରୋନା ନେଲା ଆଉ ଏକ ମୁଣ୍ଡ: ମୃତ୍ୟୁ ସଂଖ୍ୟା ୬କୁ ବୃଦ୍ଧି, ପୁଣି ୪ ପଜିଟିଭ୍‌ ଚିହ୍ନଟ

ଛତ୍ରପୁର,୧୪।୬(ଡି.ଏନ୍‌.ଏ): ଗଞ୍ଜାମ ଜିଲାରେ ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ୫୫ ବର୍ଷୀୟ ବ୍ୟକ୍ତି । ହସ୍ପିଟାଲରେ ଚିକିତ୍ସିତ ହେଉଥିବା...

ସହର ସାନିଟାଇଜ୍‌ରେ ପଶିଲା ପଲିଟିକ୍ସ

ଅନୁଗୋଳ ଅଫିସ, ୨୩।୪: କରୋନା ଭୂତାଣୁ ରୋକିବାକୁ ଅନୁଗୋଳ ପୌରାଞ୍ଚଳରେ ଚାଲିଥିବା ସାନିଟାଇଜ୍‌ ପ୍ରକ୍ରିୟାରେ ଏବେ ପଲିଟିକ୍ସ ପଶିଯାଇଛି। ବୁଧବାର ଏହି କାର୍ଯ୍ୟକୁ ପୌର ନିର୍ବାହୀ ଅଧିକାରୀ...

ସାପକାମୁଡ଼ାରେ ମହିଳାଙ୍କ ଜୀବନଗଲା

କୋରୁକୋଣ୍ଡା,୨୫।୭(ଡି.ଏନ୍‌.ଏ.): ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ନାକାମାମୁ ପଞ୍ଚାୟତ ଅନ୍ତର୍ଗତ ବାମରାଇ ଗ୍ରାମର ବାଲିଆ ମୁଦୁଲିଙ୍କ ସ୍ତ୍ରୀ ସୁମି(୩୦)ଙ୍କ ବୁଧବାର ସନ୍ଧ୍ୟାରେ ସାପକାମୁଡ଼ାରେ ମୃତ୍ୟୁ ଘଟିଥିବା...

ମା’ଙ୍କ ଆବାହନରେ ଉତ୍ସବମୁଖର ଶ୍ରୀକ୍ଷେତ୍ର

ପୁରୀ ଅଫିସ, ୧୨।୧୦: ଦଶହରା ପାଇଁ ଉତ୍ସବମୁଖର ହୋଇଉଠିଛି ଶ୍ରୀକ୍ଷେତ୍ର। ଗାଁଠୁ ସହର ସବୁଠି ମହକୁଛି ପାର୍ବଣର ମହକ। ମା’ ଦଶଭୁଜାଙ୍କ ଆବାହନ ମନ୍ତ୍ରରେ ଆଧ୍ୟାତ୍ମିକ...

Advertisement
Archives

Model This Week