Posted inଖେଳ

ଲକ୍ଷ୍ୟ ପଥରେ ନୀରଜ

ଟୋକିଓ ଅଲିମ୍ପିକ୍‌ ଜାଭେଲିନ୍‌ ଥ୍ରୋ ଚାମ୍ପିୟନ ନୀରଜ ଚୋପ୍ରା ଗତ ସିଜନରେ ତାଙ୍କ ପ୍ରଦର୍ଶନକୁ ନେଇ ସନ୍ତୁଷ୍ଟ ନୁହନ୍ତି। ଗତବର୍ଷ ସେ ବିଶ୍ୱ ଚାମ୍ପିୟନ ହେବା ସହ ହାଙ୍ଗଝୋ ଏସୀୟ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ବଜାୟ ରଖିଥିଲେ। ଡାଇମଣ୍ଡ ଲିଗ୍‌ ଫାଇନାଲ୍ସରେ ନୀରଜ ରୌପ୍ୟ ପଦକ ଜିଣିଥିଲେ। ହାଙ୍ଗ୍‌ଝୋ ଏସୀୟ କ୍ରୀଡ଼ାରେ ସେ ୮୬. ୭୭ମିଟର ଦୂରତା ହାସଲ କରିଥିଲେ। ବୁଦାପେଷ୍ଟ ବିଶ୍ୱ ଆଥଲେଟିକ୍‌ ଚାମ୍ପିୟନଶିପ୍‌ ଜାଭେଲିନ୍‌ ଥ୍ରୋରେ ସେ ୮୮. ୧୭ମିଟର ଦୂରତା ହାସଲ କରି ଚାମ୍ପିୟନ ହୋଇଥିଲେ। ଯୋଗ୍ୟତା ପର୍ଯ୍ୟାୟ ପ୍ରତିଯୋଗିତାରେ କିନ୍ତୁ ୮୮. ୭୭ମିଟର ଦୂରତା ହାସଲ କରିଥିଲେ। ହାଙ୍ଗ୍‌ଝୋରେ ନୀରଜ ପାଇଥିବା ଦୂରତା ମଧ୍ୟ ଉତ୍ସାହଜନକ ନ ଥିଲା। ତାଙ୍କ ଦୂରତା ଥିଲା ୮୬. ୭୭ମିଟର। ଏହା ନୀରଜଙ୍କ ଶ୍ରେଷ୍ଠ ପ୍ରଦର୍ଶନଠାରୁ ବେଶ୍‌ ପଛରେ। ଜୁରିଚ୍‌ ଡାଇମଣ୍ଡ ଲିଗ୍‌ ମିଟ୍‌ରେ ମଧ୍ୟ ନୀରଜ ପୂର୍ଣ୍ଣ ଦକ୍ଷତା ପ୍ରଦର୍ଶନରେ ବିଫଳ ହୋଇଥିଲେ। ତାଙ୍କ ଥ୍ରୋ ଦୂରତା ଥିଲା ୮୫. ୭୧ମିଟର। ସେଠାରେ ସେ ରୌପ୍ୟ ପଦକରେ ସନ୍ତୁଷ୍ଟ ହୋଇଥିଲେ। ମିଟ୍‌ ଚାମ୍ପିୟନ୍‌ ହୋଇଥିଲେ ଚେକ୍‌ ରିପବ୍ଲିକ୍‌ର ଜାକ୍ୟୁବ୍‌ ଭାଦଲେକ୍‌। ସେ ମଧ୍ୟ ତାଙ୍କ ଶ୍ରେଷ୍ଠ ଦୂରତାରୁ ପଛରେ ରହି ୮୫. ୮୬ମିଟର ହାସଲ କରିଥିଲେ। ଭାରତରେ ନୀରଜଙ୍କର ଜାତୀୟ ରେକର୍ଡ ଥିଲା ୮୯. ୩୦ମିଟର। ଏହାକୁ ସେ ୨୦୨୨ ଷ୍ଟକହାମ୍‌ ଡାଇମଣ୍ଡ ଲିଗ୍‌ରେ ଅତିକ୍ରମ କରିଥିଲେ। ଷ୍ଟକ୍‌ହାମ୍‌ରେ ନୀରଜ କ୍ୟାରିୟରର ସର୍ବାଧିକ ୮୯. ୯୪ମିଟର ଦୂରକୁ ଜାଭେଲିନ୍‌ ଫିଙ୍ଗି ବିଜେତା ହୋଇଥିଲେ। ୯୦ମିଟର ଛୁଇଁବା ତାଙ୍କ ପାଇଁ ଏକ ଚ୍ୟାଲେଞ୍ଜ ହୋଇପଡ଼ିଛି। ଗତବର୍ଷ ଏହି ଦୂରତା ହାସଲ କରିବେ ବୋଲି ଆଶା କରାଯାଉଥିଲା, ହେଲେ ତାହା ସମ୍ଭବ ହୋଇ ନ ଥିଲା। ୨୦୨୪ସିଜନ୍‌ରେ ଏହା ହାସଲ କରିବେ ବୋଲି ଲକ୍ଷ୍ୟ ରଖିଛନ୍ତି ନୀରଜ।

ନୀରଜ ତାଙ୍କ ପ୍ରସ୍ତୁତି ପ୍ରକ୍ରିୟାରେ ପରିବର୍ତ୍ତନ ଆଣିଛନ୍ତି। ଜର୍ମାନୀ ପ୍ରଶିକ୍ଷକ କ୍ଲଜ୍‌ ବାର୍ତ୍ତୋନିଜ୍‌ଙ୍କ ପରାମର୍ଶ ଅନୁସାରେ ସେ ଗତି କରୁଛନ୍ତି। ନୀରଜଙ୍କ ଟାର୍ଗେଟ୍‌ କେବଳ ପ୍ୟାରିସ ଅଲିମ୍ପିକ୍‌। ୨୦୨୪ଡାଇମଣ୍ଡ ଲିଗ୍‌ ପେସାଦାର ସର୍କିଟ୍‌ ମଧ୍ୟ ତାଙ୍କର ଲକ୍ଷ୍ୟ। ନୀରଜ ଜୁନିୟର ବିଶ୍ୱକପ୍‌, ଅଲିମ୍ପିକ୍‌ ଓ ବିଶ୍ୱ ଚାମ୍ପିୟନ ହୋଇ ଗୋଲଡେନ୍‌ ଗ୍ରାଣ୍ଡସ୍ଲାମ୍‌ ହାସଲ କରିବାରେ ଭାରତ ସମେତ ଏସିଆ ମହାଦେଶର ପ୍ରଥମ ଖେଳାଳି। ତଥାପି ପୂର୍ବ ବିଶ୍ୱ ଚାମ୍ପିୟନମାନେ ଯେଉଁ ଦୂରତା ହାସଲ କରିଥିଲେ ତାହା ନିଶ୍ଚିତ ଭାବେ ସ୍ତବ୍ଧକାରୀ। ଜାଭେଲିନ୍‌ ଇଭେଣ୍ଟର ୩ଜଣ ଜଣେ ଜଣେ କିମ୍ବଦନ୍ତୀ ଖେଳାଳି। ଶୀର୍ଷରେ ଅଛନ୍ତି ଜର୍ମାନୀର ଜନାଥନ୍‌ ଭିଟର୍‌। ତାଙ୍କ ଥ୍ରୋ ଦୂରତା ୯୭. ୭୬ମିଟର। ଏହି ବିଶ୍ୱ ରେକର୍ଡ ଅଦ୍ୟାବଧି କାଏମ ରହିଛି। ଜର୍ମାନୀର ଥୋମାସ ରୋଲର ଓ ଫ୍ରାନ୍ସର ଜାନ୍‌ ଜାଲେନୀ ଯଥାକ୍ରମେ ୯୩. ୯୦ମିଟର ଓ ୯୪. ୭୪ମିଟର ଦୂରକୁ ଜାଭେଲିନ୍‌ ଫିଙ୍ଗିବାକୁ ସକ୍ଷମ ହୋଇଥିଲେ। ଥୋମାସ ରୋଲର ୨୦୧୭ ଦୋହା ଡାଇମଣ୍ଡ ଲିଗ୍‌ରେ ୯୩. ୯୦ମିଟର ସହ ସ୍ବର୍ଣ୍ଣ ପଦକ ବିଜୟୀ ହୋଇଥିଲେ। ଜାନ୍‌ ଜାଲେନୀ ୧୯୯୨ ବାର୍ସେଲୋନା ଅଲିମ୍ପିକ୍‌ରେ ୯୪. ୭୪ମିଟର ଦୂରତା ପାଇ ଚାମ୍ପିୟନ୍‌ ହୋଇଥିଲେ। ନୀରଜ ଭାରତର ମିଶନ ଅଲିମ୍ପିକ୍‌ ସେଲ୍‌ ଅଧୀନରେ ଅଛନ୍ତି। ବଳିଷ୍ଠ ପ୍ରଦର୍ଶନ ପାଇଁ ତାଙ୍କୁ ୨୦୧୮ରେ ଅର୍ଜୁନ ଓ ୨୦୨୨ରେ ଖେଳରତ୍ନ ପୁରସ୍କାରରେ ସମ୍ମାନିତ କରାଯାଇଛି। ନୀରଜଙ୍କର ପ୍ରଶିକ୍ଷକ କ୍ଲଜ୍‌ ବାର୍ତ୍ତୋନିଜ୍‌ ହେଉଛନ୍ତି ଜଣେ ଶରୀର ବିଶେଷଜ୍ଞ। ୨୦୧୯ରେ ଅନ୍ୟତମ ଜର୍ମାନୀ ପ୍ରଶିକ୍ଷକ ୱେ ହନ୍‌ଙ୍କୁ ବିଦାୟ ଦେଇ ବାର୍ତ୍ତୋନିଜ୍‌ଙ୍କୁ ଗ୍ରହଣ କରିଥିଲେ। ୱେ ହନ୍‌ ମଧ୍ୟ ଜଣେ ବିଶ୍ୱ ଶ୍ରେଷ୍ଠ ଜାଭେଲିନ୍‌ ଥ୍ରୋୟର୍‌। ତାଙ୍କ ଅଧୀନରେ ରହି ନୀରଜ ଜୁନିୟର ବିଶ୍ୱକପ୍‌ ଚାମ୍ପିୟନ ହୋଇଥିଲେ। ତେବେ ବାର୍ତୋନିଜ୍‌ ନୀରଜ୍‌ଙ୍କ କ୍ୟାରିୟରର ପ୍ରକୃତ ବିନ୍ଧାଣୀ ସାବ୍ୟସ୍ତ ହୋଇଛନ୍ତି।
(ଶ୍ରୀ ଗୌର କୁଟିର, ବଡ଼ବଜାର,
ବାରିପଦା, ମୟୂରଭଞ୍ଜ)


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ଦୁଲୀପ ଟ୍ରଫି ଖେଳିବାର ୩ ଦିନ ମଧ୍ୟରେ ଟି୨୦ ଖେଳିବା ଚାଲେଞ୍ଜିଂ ହେବ: ଇଶାନ

ଚେନ୍ନାଇ,୫ା୯: ଦୁଲୀପ ଟ୍ରଫି ଫାଇନାଲ ଶେଷ ହେବାର ୩ ଦିନ ମଧ୍ୟରେ ଭାରତୀୟ ଦଳ ପାଇଁ ଟି୨୦ ଖେଳିବା ଚାଲେଞ୍ଜିଂ ହେବ ବୋଲି ତିଲକ ବର୍ମା ଏବଂ…

ପରିବର୍ତ୍ତନ ହେବ କି RCBର ନାମ? ମୁହଁ ଖୋଲିଲେ ଚେୟାରମ୍ୟାନ ଆର୍ଯ୍ୟମାନ ବିର୍ଲା

ନୂଆଦିଲ୍ଲୀ,୫।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତିଲା। ଏହା ଦଳର ଲଗାତାର ଦ୍ୱିତୀୟ ଟ୍ରଫି। ପୂର୍ବ ସିଜିନ ଆରମ୍ଭ ହେବା ପୂର୍ବରୁ ଫ୍ରାଞ୍ଚାଇଜର…

Teachers Dayରେ ଭାବପ୍ରବଣ ହେଲେ ସଚିନ ତେନ୍ଦୁଲକର; ପିତାଙ୍କ ସ୍ମୃତିରେ ଆରମ୍ଭ କଲେ ଏକ ଅନନ୍ୟ ପ୍ରୟାସ

ମୁମ୍ବାଇ,୫।୯: ‘କ୍ରିକେଟର ଭଗବାନ’ ଭାବରେ ସମ୍ମାନିତ ସଚିନ ତେନ୍ଦୁଲକର ଆଜି ତାଙ୍କ ପିତାଙ୍କୁ ମନେ ପକାଇ ଭାବପ୍ରବଣ ହୋଇଗଲେ। ଶିକ୍ଷକ ଦିବସ ଅବସରରେ, ସେ ତାଙ୍କ ପିତା…

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

ରୋହିତ ଶର୍ମାଙ୍କ ଭବିଷ୍ୟତ ବିଷୟରେ BCCI କେବେ ନେବ ନିଷ୍ପତ୍ତି? ସାମ୍ନାକୁ ଆସିଲା ତାରିଖ

ନୂଆଦିଲ୍ଲୀ,୫।୯: ଭାରତୀୟ ODI ଦଳରେ ରୋହିତ ଶର୍ମାଙ୍କ ଭବିଷ୍ୟତ କ’ଣ ଅଛି, ଏବଂ ସେ କ’ଣ 2027 ODI ବିଶ୍ୱକପ ପାଇଁ ଯୋଜନାର ଅଂଶ ହେବେ? ଏହି…

ଆଜି ଭାରତ-ପାକିସ୍ତାନ ମ୍ୟାଚ: କିଏ ଜିତିବ ବାଜି

ଦୁବାଇ, ୫।୯ (ପି.ଟି.):ଚଳିତ ଏସିଆ କପ୍‌ ମହିଳା କ୍ରିକେଟରେ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ମ୍ୟାଚ ଶନିବାର ଅନୁଷ୍ଠିତ ହେବ। ପ୍ରଥମ ଦୁଇ ମ୍ୟାଚରେ ବିଜୟୀ ହୋଇ ସେମିଫାଇନାଲରେ ପ୍ରବେଶ…

‘ମୋ ପତ୍ନୀ ମଧ୍ୟ…’, ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏମିତି କାହିଁକି କହିଲେ ପୂର୍ବତନ ଭାରତୀୟ କ୍ରିକେଟର, ବଢିଲା ଚର୍ଚ୍ଚା

ନୂଆଦିଲ୍ଲୀ,୫।୯: ମାତ୍ର ୧୫ ବର୍ଷ ବୟସରେ କ୍ରିକେଟ ଜଗତରେ ନିଜର ଗଭୀର ଛାପ ଛାଡ଼ିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ଏହି ଯୁବ କ୍ରିକେଟରଙ୍କ ପ୍ରତିଭାକୁ ନେଇ ଏବେ ପୂର୍ବତନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri