Posted inଖେଳ

ସିରାଜଙ୍କୁ ଟିମ୍‌ରୁ କାହିଁକି ରିଲିଜ କଲା RCB? ହେଲା ବଡ଼ ଖୁଲାସା 

ନୂଆଦିଲ୍ଲୀ,୨୩।୮: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୨୦୨୫ର ମେଗା ନିଲାମ ପୂର୍ବରୁ ଏହାର ଷ୍ଟାର ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କୁ ରିଲିଜ କରିଛି। ଏବେ ଦଳ ଏହି ନିଷ୍ପତ୍ତି ଉପରେ ପ୍ରତିକ୍ରିୟା ରଖିଛି। ଆରସିବିର କ୍ରିକେଟ ନିର୍ଦ୍ଦେଶକ ମୋ ବୋବାଟ ଏହି ନିଷ୍ପତ୍ତି ପଛରେ ଥିବା ରଣନୀତି ସମ୍ପର୍କରେ ଖୁଲାସା କରିଛନ୍ତି।  ସିରାଜ ଗତ ସାତ ବର୍ଷ ଧରି ଆରସିବି ସହ ଜଡ଼ିତ ଥିଲେ ଏବଂ ତାଙ୍କର ପ୍ରଦର୍ଶନ ମଧ୍ୟ ଉଲ୍ଲେଖନୀୟ ରହିଥିଲା। ବର୍ତ୍ତମାନ ସେ ଗୁଜରାଟ ଟାଇଟନ୍ସ ଦଳର ଅଂଶ ହୋଇଛନ୍ତି।
ଆରସିବିର କ୍ରିକେଟ ନିର୍ଦ୍ଦେଶକ ବୋବାଟ କହିଛନ୍ତି ଯେ ଦଳର ଲକ୍ଷ୍ୟ ଥିଲା ଏକ ସନ୍ତୁଳିତ ଓ ଶକ୍ତିଶାଳୀ ବୋଲିଂ ଲାଇନଅପ ପ୍ରସ୍ତୁତ କରିବା, ଯାହା ବିଭିନ୍ନ ପରିସ୍ଥିତିରେ ପ୍ରଭାବଶାଳୀ ହେବ। ଭୁବନେଶ୍ୱର କୁମାରଙ୍କୁ ଦଳରେ ଅଣାଯିବାର ଇଚ୍ଛା ଥିଲା, କାରଣ ତାଙ୍କର ଅଭିଜ୍ଞତା ଓ ସ୍ବିଂ ବୋଲିଂ କଳା ଆରସିବିର ରଣନୀତି ପାଇଁ ଗୁରୁତ୍ୱପୂର୍ଣ୍ଣ ଥିଲା। ହେଲେ ସିରାଜଙ୍କୁ ରିଟେନ କରିବା ଦ୍ୱାରା ଭୁବନେଶ୍ୱରଙ୍କୁ ଦଳରେ ଅଣାଯିବା କଷ୍ଟକର ହୋଇଯାଇଥାନ୍ତା। କାରଣ ନିଲାମରେ ବଜେଟ ଓ ଖେଳାଳିଙ୍କ ଅଗ୍ରାଧିକାରକୁ ସନ୍ତୁଳନ କରିବା ଜରୁରୀ ଥିଲା।
କ୍ରିକବଜକୁ ଦେଇଥିବା ସାକ୍ଷାତକାରରେ ବୋବାଟ କହିଛନ୍ତି, ସିରାଜ ସମ୍ଭବତଃ ସେହି ଖେଳାଳି, ଯାହାଙ୍କ ବିଷୟରେ ଆମେ ସବୁଠାରୁ ଅଧିକ ଚିନ୍ତା କରିଥିଲୁ। ଭାରତୀୟ ଆନ୍ତର୍ଜାତୀୟ ବୋଲର ଏତେ ସହଜରେ ମିଳନ୍ତି ନାହିଁ। ଆମେ ସିରାଜଙ୍କ ସହ ପ୍ରତ୍ୟେକ ସମ୍ଭାବ୍ୟ ପରିସ୍ଥିତି ଉପରେ ଆଲୋଚନା କରିଥିଲୁ  ତାଙ୍କୁ ରିଟେନ କରାଯିବ କି, ମୁକ୍ତ କରାଯିବ କିମ୍ବା ରାଇଟ ଟୁ ମ୍ୟାଚ ବ୍ୟବହାର କରାଯିବ। ଏହା କୌଣସି ସରଳ ନିଷ୍ପତ୍ତି ନଥିଲା। ଆମେ ଭୁବିଙ୍କୁ ଇନିଂସର ଉଭୟ ପାଳିରେ ବ୍ୟବହାର କରିବାକୁ ଚେଷ୍ଟା କରୁଥିଲୁ। ସିରାଜଙ୍କୁ ରଖିବା ଦ୍ୱାରା ଏହା କଷ୍ଟକର ହୋଇପଡ଼ିଥାନ୍ତା। ଏହା ପଛରେ କୌଣସି ଏକମାତ୍ର କାରଣ ନାହିଁ, ଅନେକ କାରଣ ଏଥିରେ ଭୂମିକା ନିର୍ବାହ କରିଛି।
ଏହା ସହିତ ବୋବାଟ ଆହୁରି ଖୁଲାସା କରିଛନ୍ତି ଯେ ଅଷ୍ଟ୍ରେଲୀୟ ଅଲରାଉଣ୍ଡର କାମେରନ ଗ୍ରୀନଙ୍କୁ କେବଳ ଆଘାତ କାରଣରୁ ରିଟେନ କରାଯାଇ ନ ଥିଲା। ସେ କହିଛନ୍ତି, ଯଦି ସେ ସୁସ୍ଥ ଥାନ୍ତେ, ଆମେ ତାଙ୍କୁ ପ୍ରାୟ ନିଶ୍ଚିତ ଭାବେ ରିଟେନ କରିଥାନ୍ତୁ। ଏହି ନିଷ୍ପତ୍ତି ଆରସିବି ପାଇଁ ଏକ ରଣନୀତିକ ପଦକ୍ଷେପ ହୋଇଥିବା ବେଳେ, ସିରାଜଙ୍କ ରିଲିଜ ପ୍ରଶଂସକଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ହୋଇଛି। ଏବେ ସମସ୍ତଙ୍କ ନଜର ଗୁଜରାଟ ଟାଇଟନ୍ସରେ ସିରାଜଙ୍କ ପ୍ରଦର୍ଶନ ଏବଂ ଆରସିବିର ନୂଆ ବୋଲିଂ ରଣନୀତି ଉପରେ ରହିଛି।

Enter your email to get our daily news in your inbox.

All Right Reserved By Dharitri.Com

ଅମିତ ଶାହାଙ୍କୁ ଭେଟିଲେ ଗୌତମ ଗମ୍ଭୀର: ଦେଲେ ଏହି ବିଶେଷ ଉପହାର, ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ,୨୧।୯: ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ ଗୌତମ ଗମ୍ଭୀର ସୋମବାର କେନ୍ଦ୍ରୀୟ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତକାରର ଫଟୋ ଗମ୍ଭୀର…

ଭଞ୍ଜନଗର ଉପଖଣ୍ଡର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ: ୪୫୮୬ ନୂଆ ଯୋଡ଼ିହେଲେ, ୩୬୩୪୨ ପଡ଼ିଲେ ବାଦ୍‌

ଭଞ୍ଜନଗର,୨୧।୯(ବାବୁଲା ପ୍ରଧାନ):ଦୀର୍ଘ ସାଢ଼େ ତିନି ମାସ ଧରି ଚାଲିଥିବା ସ୍ବତନ୍ତ୍ର ସଘନ -୨୦୨୬ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଶେଷ ହେବା ପରେ ସୋମବାର ଚୂଡ଼ାନ୍ତ ଭୋଟର…

ଗଭୀର ଅବପାତର ରୂପ ନେଲା ଲଘୁଚାପ, ସମ୍ଭାବ୍ୟ ବାତ୍ୟା ମୁକାବିଲା ପ୍ରସ୍ତୁତି ଆରମ୍ଭ

ଗଞ୍ଜାମ,୨୧।୯(ବିଦ୍ୟାଧର ସାହୁ ): ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଗଭୀର ଅବପାତର ରୂପ ନେଇ ବଙ୍ଗୋପସାଗର ଆଡ଼କୁ ଗତି କରିବା ନେଇ ଭାରତୀୟ ପାଣିପାଗ…

ବାତ୍ୟାକୁ ନେଇ ବଡ଼ ଅପଡେଟ୍‌ ଦେଲେ ମୁଖ୍ୟ ଶାସନ ସଚିବ: ୧୧ ଜିଲା ହେବ ପ୍ରଭାବିତ

ଭୁବନେଶ୍ୱର,୨୧।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ସଂଲଗ୍ନ ଅଞ୍ଚଳ ଉପରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ସୋମବାର ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଅବପାତ ରୂପ…

ବର୍ଷା, ପବନରେ ଓଲଟିଲା ପୂଜା ମଣ୍ଡପ: ଚାପି ହୋଇଗଲା କାର୍‌, ବାଇକ୍‌

ପାରାଦୀପ,୨୧।୯(ଶରତ ରାଉତ): ପାରାଦୀପର ପ୍ରସିଦ୍ଧ ବିଶ୍ବକର୍ମା ପୂଜା ମହୋତ୍ସବ ସୋମବାର ପଞ୍ଚମ ଦିନରେ ପହଞ୍ଚିଛି। ହେଲେ ଲଘୁଚାପ ଜନିତ ବର୍ଷା, ପବନ ଯୋଗୁ ପାରାଦୀପ ପୋର୍ଟ ଆଣ୍ଡ…

୨୦ ମାସର ଶିଶୁଙ୍କୁ ଘରୁ ଘୋଷାଡ଼ି ନେଲା କୁକୁର: ଆଉ ତା’ପରେ ଘଟିଲା…

ଶିମ୍‌ଲା,୨୧।୯: ହିମାଚଳ ପ୍ରଦେଶର ରାଜଧାନୀ ଶିମ୍‌ଲାର ଶାଙ୍କଲୀ ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଏଠାରେ ଜଣେ ୨୦ ମାସର ଶିଶୁ କନ୍ୟା ଉପରେ ଦୁଇଟି…

ଶନିଙ୍କ ଚାଲିବ ଦିଗ ବଦଳ: ୨୦୨୭ରେ କାହା ଉପରେ ଚଢ଼ିବ ସାଢେସାତୀ? କେଉଁ ରାଶି ପାଇବେ ମୁକ୍ତି, ପଢନ୍ତୁ…

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କ ସାଢେସାତୀକୁ ଏକ କଠିନ ସମୟ ଭାବେ ବିବେଚନା କରାଯାଏ। ଜ୍ୟୋତିଷୀୟ ମାନ୍ୟତା ଅନୁଯାୟୀ, ଏହି ସମୟରେ ବ୍ୟକ୍ତିଙ୍କୁ ସ୍ବାସ୍ଥ୍ୟ, ବ୍ୟବସାୟ, ଚାକିରି…

ଯୁବକଙ୍କୁ ମୃତ ଘୋଷଣା କଲେ ଡାକ୍ତର; ଜୀବନ ବଞ୍ଚାଇବାକୁ ମେଡିକାଲରେ ଝଡ଼ାଫୁଙ୍କା କଲେ ଗୁଣିଆ, ତାପରେ…!

ଆନନ୍ଦପୁର,୨୧।୯(ସୁଶାନ୍ତ କୁମାର ସାହୁ ): ପୁଣି ଥରେ ଅନ୍ଧବିଶ୍ୱାସର ମାୟାଜାଲରେ ସଭ୍ୟ ସମାଜ । ବିଜ୍ଞାନ ଏତେ ଆଗେଇ ଯାଇଥିଲେ ମଧ୍ୟ ଆଜି ବି ଲୋକଙ୍କ ମନରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?