ଉତ୍ତରାଖଣ୍ଡରେ ରାୟଗଡ଼ା ଯୁବତୀଙ୍କୁ ହତ୍ୟା କରି ନଦୀରେ ଫିଙ୍ଗିଦେଲେ

ରାୟଗଡ଼ା,୭।୧୧ (ଆଶିଷ ରଞ୍ଜନ ପଣ୍ଡା): ଉତ୍ତରାଖଣ୍ଡରେ ରାୟଗଡ଼ା ଜିଲା ଚାନ୍ଦିଲି ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ହତ୍ୟା କରାଯାଇ ମୃତଦେହକୁ ଏକ ନଦୀରେ ଫିଙ୍ଗି ଦିଆଯାଇଥିଲା। ଉତ୍ତରାଖଣ୍ଡ ଲାଲପୁର ଥାନା ପୋଲିସ ଗୁରୁବାର ଅପରାହ୍ନରେ ନଦୀରୁ ମୃତଦେହ ଜବତ କରିଛି। ହତ୍ୟା ଅଭିଯୋଗରେ ପୋଲିସ ମୃତ ଯୁବତୀ ରହୁଥିବା ଘର ମାଲିକଙ୍କ ପୁଅ ଅମିତ ସିଂହଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।
ସୂଚନା ଅନୁଯାୟୀ, ଚାନ୍ଦିଲି ଥାନା ଅନ୍ତର୍ଗତ ଜେକେପୁର ସହରର ସୃଷ୍ଟି ଶର୍ମା(୨୩) ଉତ୍ତରାଖଣ୍ଡର ଲାଲ୍‌ପୁରସ୍ଥିତ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରାରେ ତାଙ୍କର ଇଣ୍ଟର୍ନସିପ ଟ୍ରେନିଂ କରିବାକୁ ଯାଇଥିଲେ। ସେ ଲାଲ୍‌ପୁରର ଭାରତୀୟମ ଇଣ୍ଟରନ୍ୟାଶନାଲ ସ୍କୁଲ ପଛରେ କାମେଶ୍ୱର ସିଂହଙ୍କ ଏକ ଘରକୁ ଭଡ଼ା ନେଇ ରହୁଥିଲେ। ତେବେ ମଙ୍ଗଳବାର ଅପରାହ୍ନରୁ ସୃଷ୍ଟିଙ୍କ ଫୋନ ବନ୍ଦ ଥିବାବେଳେ ଜେକେପୁରଠାରେ ଥିବା ତାଙ୍କ ପରିବାର ଯେତେ ଚେଷ୍ଟା କରିଥିଲେ ବି ସୃଷ୍ଟିଙ୍କ ସହ ଯୋଗାଯୋଗ ହୋଇ ପାରି ନ ଥିଲା। ସୃଷ୍ଟିଙ୍କ ପରିବାର ଲୋକ ଘର ମାଲିକ କାମେଶ୍ୱର ସିଂହଙ୍କୁ ଯୋଗାଯୋଗ କରିବାରୁ ସେମାନେ ବାହାରେ ଥିବାରୁ ସୃଷ୍ଟିଙ୍କ ବିଷୟରେ ଜାଣି ନ ଥିବା କହିଥିଲେ। ପରେ ଘର ମାଲିକଙ୍କ ପୁଅ ଅମିତଙ୍କୁ ଯୋଗାଯୋଗ କରିବାରୁ ସେ କୌଣସି ଉତ୍ତର ଦେଇ ନ ଥିଲେ। ଏହାପରେ ସୃଷ୍ଟିଙ୍କ ସମ୍ପର୍କୀୟ ଭାଇ ଅମୃତ କୁମାର ତାଙ୍କ ବନ୍ଧୁ ସୁରଜ ଏବଂ ମନୀଷଙ୍କ ସହିତ ଲାଲ୍‌ପୁରରେ ପହଞ୍ଚତ୍ ଥାନାରେ ସୃଷ୍ଟିଙ୍କ ନିଖୋଜ ବିଷୟରେ ରିପୋର୍ଟ କରିଥିଲେ। ସେମାନେ ପୋଲିସର କାର୍ଯ୍ୟାନୁଷ୍ଠାନକୁ ଅପେକ୍ଷା ନ କରି ଘର ମାଲିକ କାମେଶ୍ୱର ସିଂହଙ୍କ ଘରର ବିପରୀତରେ ଥିବା ପୂର୍ବତନ ଜିଲା ପଞ୍ଚାୟତ ସଦସ୍ୟ ରଞ୍ଜିତ ସିଂହଙ୍କ ଘରେ ଥିବା ସିସିଟିଭି ଫୁଟେଜ ଯାଞ୍ଚ କରିଥିଲେ। ଏହି ସମୟରେ ଘର ମାଲିକଙ୍କ ପୁଅ ଅମିତଙ୍କୁ ସନ୍ଦେହଜନକ ଅବସ୍ଥାରେ ବୁଲୁଥିବା ଦେଖିବାକୁ ପାଇଥିଲେ। ଏନେଇ ସେମାନଙ୍କ ସନ୍ଦେହ ହେବାରୁ ପୋଲିସକୁ କହିଥିଲେ। ଏହାପରେ ପୋଲିସ ଘର ମାଲିକଙ୍କ ପୁଅକୁ ପଚରାଉଚୁରା କରିବା ପରେ ସେ ହିଁ ସୃଷ୍ଟିଙ୍କୁ ହତ୍ୟା କରିଥିବା ସ୍ବୀକାର କରିଥିଲେ। ସେ ସୃଷ୍ଟିଙ୍କ ମୃତଦେହକୁ ଏକ ଚାଦରରେ ଗୁଡ଼ାଇ ଇଟା ଏବଂ ପଥର ବାନ୍ଧି ଲାଲପୁର ମନ୍ଦିର ପଛପଟେ ଶ୍ରୀପୁର-ମହାରାଜପୁର ରାସ୍ତା ନିକଟରେ ଥିବା ବାଡୋର ନଦୀରେ ଫିଙ୍ଗି ଦେଇଥିବା କହିଥିଲେ। ସୂଚନା ପାଇବା ପରେ ପୋଲିସ ଗୁରୁବାର ଅପରାହ୍ନରେ ନଦୀରୁ ମୃତଦେହ ଜବତ କରିଛି। ଅଭିଯୁକ୍ତ ଅମିତ ସିଂହଙ୍କୁ ଗିରଫ କରିବା ସହ ହତ୍ୟାରେ ସହାୟତା କରିଥିବା ଲୋକଙ୍କ ବିଷୟରେ ତଦନ୍ତ କରୁଛି। ତେବେ ଏହି ହତ୍ୟା ପଛର କାରଣ ଜଣାପଡ଼ି ନ ଥିବା ବେଳେ ଏବେ ସୃଷ୍ଟିଙ୍କ ମୃତଦେହ ବ୍ୟବଛେଦ ପାଇଁ ରୁଦ୍ରପୁର ମେଡିକାଲକୁ ପଠାଯାଇଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଇମ୍ରାନଙ୍କ ଦଳର ଚାରି ଜଣ ନେତାଙ୍କୁ ଦଶ ବର୍ଷ ଜେଲଦଣ୍ଡ

ଲାହୋର,୨୧।୬: ଶନିବାର ପାକିସ୍ତାନର ଏକ କୋର୍ଟ ୨୦୨୩ ଦଙ୍ଗା ସହିତ ଜଡିତ ଏକ ମାମଲାରେ ଜେଲରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଦଳର ଚାରି ଜଣ…

ଆଜି ଏହି ସବୁ ଜିଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା, ଜାରି ହେଲା ଅରେଞ୍ଜ ଓ୍ବାର୍ନିଂ

ଭୁବନେଶ୍ୱର, ୨୧ା୬(ବନ୍ଦନା ସେଠୀ): ମୌସୁମୀ ଛୁଇଁବା ପରେ ରାଜ୍ୟର ବିଭିନ୍ନ ଅଞ୍ଚଳକୁ ଅଗ୍ରସର ହେଉଛି। ଫଳରେ ସେସବୁ ଜିଲାରେ କୋହଲା ପାଗ ସହ ବର୍ଷା ଯୋଗୁ ଗ୍ରୀଷ୍ମ…

ଟିମ ଇଣ୍ଡିଆରେ ରୋହିତ ଶର୍ମାଙ୍କ ଭବିଷ୍ୟତକୁ ନେଇ ବଡ଼ ବୟାନ ଦେଲେ ଅଧିନାୟକ ଶୁଭମନ, କହିଲେ…

ନୂଆଦିଲ୍ଲୀ, ୨୧।୬: ତୃତୀୟ ଦିନିକିଆ ମ୍ୟାଚରେ ଭାରତ, ଆଫଗାନିସ୍ତାନକୁ ୯ ଉଇକେଟ୍‌ରେ ପରାସ୍ତ କରିଛି। ଏହା ସହିତ ଟିମ ଇଣ୍ଡିଆ, ଆଫଗାନିସ୍ତାନକୁ ଦିନିକିଆ ସିରିଜରେ କ୍ଲିନ ସ୍ବିପ୍‌…

ଭାରତ କ’ଣ ପାଇଲା

ଜୁନ୍‌ ୧୭ରେ ଏକ ଖବର ପ୍ରକାଶ ପାଇଥିଲା, ଆମେରିକା ଇଣ୍ଡୋ-ପାସିଫିକ କମାଣ୍ଡର ନାମ ବଦଳାଇ ପୁଣିଥରେ ‘ପାସିଫିକ କମାଣ୍ଡ’ କରିଦେଇଛି। କଶ୍ମୀରର ଏକ ଭୁଲ୍‌ ମାନଚିତ୍ର ସହିତ…

ବାଂଲାଦେଶ ପ୍ରଧାନମନ୍ତ୍ରୀ ତାରିକ ରହମାନଙ୍କ ବଡ଼ ନିଷ୍ପତ୍ତି: ସେ ତାଙ୍କର ପ୍ରଥମ ବିଦେଶ ଗସ୍ତରେ ଭାରତ ପରିବର୍ତ୍ତେ ଗସ୍ତ କରିବେ ଏହି ଦେଶ

ଢାକା,୨୧।୬: ବାଂଲାଦେଶର ପ୍ରଧାନମନ୍ତ୍ରୀ ତାରିକ ରହମାନ ତାଙ୍କର ପ୍ରଥମ ବିଦେଶ ଗସ୍ତ ପାଇଁ ମାଲେସିଆ ଏବଂ ଚାଇନାକୁ ବାଛିଛନ୍ତି। ଏହି ନିଷ୍ପତ୍ତିକୁ ତାଙ୍କର ନୂତନ ବୈଦେଶିକ ନୀତି…

ଆରାବଳୀ ରାୟ ସମୀକ୍ଷା କମିଟିର ପରିବର୍ତ୍ତନ ଦାବି, ସିଜେଆଇଙ୍କୁ ପତ୍ର ଲେଖିଲେ ବିଶେଷଜ୍ଞ

ନୂଆଦିଲ୍ଲୀ,୨୧।୬: ଆରାବଳୀ ପର୍ବତମାଳାର ସୁରକ୍ଷା ଲକ୍ଷ୍ୟରେ ଦିଆଯାଇଥିବା ପୂର୍ବ ରାୟର ସମୀକ୍ଷା ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ କମିଟିରେ ପରିବର୍ତ୍ତନ ପାଇଁ ଭାରତର ପ୍ରଧାନ ବିଚାରପତି (ସିଜେଆଇ)ଙ୍କୁ…

ଅଧ୍ୟକ୍ଷ ପଦ ଛାଡ଼ିବାକୁ ପ୍ରସ୍ତୁତ: ଉଦ୍ଧବ

ମୁମ୍ବାଇ,୨୧।୬: ଶିବସେନା (ୟୁବିଟି)ରେ ବିଦ୍ରୋହ ଅଧିକ ଗମ୍ଭୀର ହେଉଥିବାବେଳେ ଦଳ ଅଧ୍ୟକ୍ଷ ପଦ ଛାଡ଼ିବାକୁ ପ୍ରସ୍ତୁତ ଥିବା ନେଇ ଉଦ୍ଧବ ଠାକ୍‌ରେ ଶୁକ୍ରବାର କହିଛନ୍ତି। ତାଙ୍କ ନେତୃତ୍ୱ…

ଇରାନର ସର୍ତ୍ତ ପୂରଣ ହେଲେ ହର୍ମୁଜ ପ୍ରଣାଳୀରୁ ବାହାରିବ ଜହାଜ, ନୂଆ ସର୍ତ୍ତକୁ ନେଇ ଚିନ୍ତାରେ ପଡିଲାଣି ସାରା ବିଶ୍ୱ

ତେହରାନ,୨୧।୬: ଆମେରିକା ଏବଂ ଇରାନ ମଧ୍ୟରେ ଚୁକ୍ତିନାମା ପରେ, ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ପଥ ମଧ୍ୟରୁ ଗୋଟିଏ ହର୍ମୁଜ ପ୍ରଣାଳୀକୁ ବାଣିଜ୍ୟିକ ଜାହାଜ ପାଇଁ ପୁନଃ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri