ମ୍ୟାଲେରିଆ ଆକ୍ରାନ୍ତରେ ରାୟଗଡ଼ା ଜିଲା ୧ ନମ୍ବର

ରାୟଗଡ଼ା,୧୩ା୭(ଆଶିଷ ରଞ୍ଜନ ପଣ୍ଡା): ମ୍ୟାଲେରିଆ ନିରାକରଣ ପାଇଁ ସରକାରଙ୍କ ପକ୍ଷରୁ ଯେତେ ଯୋଜନା କାର୍ଯ୍ୟକାରୀ କରାଗଲେ ମଧ୍ୟ ରାଜ୍ୟରେ ମ୍ୟାଲେରିଆ ନିୟନ୍ତ୍ରଣ ହୋଇପାରୁନାହିଁ। ବରଂ ଦିନକୁ ଦିନ ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ମ୍ୟାଲେରିଆ ଆକ୍ରାନ୍ତରେ ଗତ ବର୍ଷଠାରୁ ରାଜ୍ୟରେ ୧ ନମ୍ବର ସ୍ଥାନରେ ରହିଛି ରାୟଗଡ଼ା ଜିଲା। ଏହା ପୂର୍ବରୁ ୨୦୧୬ ଏବଂ ୨୦୧୭ରେ ରାୟଗଡ଼ା ଜିଲା ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟାରେ ପ୍ରଥମ ସ୍ଥାନରେ ରହିଥିଲା। ସେହିଭଳି ରାଜ୍ୟରେ ୨୦୧୮ରେ ମ୍ୟାଲେରିଆ ଆକ୍ରାନ୍ତରେ ରାୟଗଡ଼ା ଜିଲା ପଞ୍ଚମ, ୨୦୧୯ରେ ଦ୍ୱିତୀୟ, ୨୦୨୦ରେ ତୃତୀୟ, ୨୦୨୧ରେ ଚତୁର୍ଥ, ୨୦୨୨ରେ ଦ୍ୱିତୀୟ ସ୍ଥାନରେ ରହିଥିଲା। ୨୦୨୨-୨୩ ଭଳି ୨୦୨୩-୨୪ରେ ମଧ୍ୟ ଜିଲାରେ ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି।
ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମିଳିଥିବା ତଥ୍ୟକୁ ଅନୁଧ୍ୟାନକଲେ, ୨୦୨୪ ଜାନୁଆରୀରୁ ଜୁନ୍‌ ଶେଷ ସୁଦ୍ଧା ରକ୍ତ ପରୀକ୍ଷା ହୋଇଥିବା ୨,୭୧,୨୧୬ ଜଣଙ୍କ ମଧ୍ୟରୁ ୩,୭୧୨ ଜଣ ମ୍ୟାଲେରିଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ୨୦୨୩ ଜାନୁଆରୀରୁ ଜୁନ୍‌ ପର୍ଯ୍ୟନ୍ତ ୩୧୯୬ ଜଣ ମ୍ୟାଲେରିଆରେ ଆକ୍ରାନ୍ତ ଥିଲେ। ତେଣୁ ପ୍ରତିବର୍ଷ ଜିଲାରେ ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ ମ୍ୟାଲେରିଆ ଆକ୍ରାନ୍ତରେ ରାୟଗଡ଼ା ଜିଲା ଚଳିତ ବର୍ଷ ମଧ୍ୟ ରାଜ୍ୟରେ ପ୍ରଥମ ସ୍ଥାନରେ ରହିଛି। ଜିଲାରେ ରହିଥିବା ୧୧ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ତଥ୍ୟ ଅନୁଯାୟୀ, ଜୁନ୍‌ରେ ୫୬,୯୯୧ ଜଣଙ୍କ ରକ୍ତ ପରୀକ୍ଷା ହୋଇଥିବାବେଳେ ମୋଟ ୧୨୦୪ ଜଣ ମ୍ୟାଲେରିଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚନ୍ଦ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନରେ ସର୍ବାଧିକ ୫୪୬, ଗୁଡ଼ାରିରେ ୪୪୯ ଏବଂ କାଶୀପୁରରେ ୪୩୪ ଜଣ ମ୍ୟାଲେରିଆରେ ଆକ୍ରାନ୍ତ ହୋଇଛନ୍ତି। ଗୁଣପୁର ସହରାଞ୍ଚଳ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନରେ ସର୍ବନିମ୍ନ ୪୪ ଜଣ ମ୍ୟାଲେରିଆ ରୋଗୀ ଚିହ୍ନଟ ହୋଇଛନ୍ତି। ରାୟଗଡ଼ା ଜିଲାରେ ମ୍ୟାଲେରିଆରେ ଆକ୍ରାନ୍ତ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଚଳିତ ବର୍ଷ ଜୁଲାଇ ସୁଦ୍ଧା ମ୍ୟାଲେରିଆରେ ଜଣେ ଛାତ୍ରୀଙ୍କ ମୃତ୍ୟୁ ଘଟିଛି। ମ୍ୟାଲେରିଆରେ ପ୍ରାଣ ହରାଉଥିବା ୭୦% ଜନ୍ମରୁ ୮ ବର୍ଷର ଶିଶୁ ଥିବା ଜଣାପଡ଼ିଛି। ସ୍ବାସ୍ଥ୍ୟ ବିଭାଗ ତଥ୍ୟ ଅନୁସାରେ ଜୁନ୍‌ ସୁଦ୍ଧା ୪୪୯ ଜଣ ଶିଶୁ ମ୍ୟାଲେରିଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛ।
ଅନ୍ୟପଟେ ମ୍ୟାଲେରିଆ ନିରାକରଣ ପାଇଁ ସରକାରଙ୍କ ପକ୍ଷରୁ ୨୦୨୦ରେ ଔଷଧୀୟ ମଶାରି ବଣ୍ଟନ କରାଯାଇଥିଲା। ମଶାରିରେ ରହିଥିବା ଔଷଧର ପ୍ରଭାବ ୩ ବର୍ଷ ପର୍ଯ୍ୟନ୍ତ ରହିଥାଏ। ଏହାର ଅବଧି ବର୍ତ୍ତମାନ ଶେଷ ହୋଇ ବର୍ଷେ ବିତିଗଲାଣି। ତେବେ ପୁନଶ୍ଚ ୨୦୨୩ରେ ବଣ୍ଟନ ହେବାକୁ ଥିବାବେଳେ ମଶାରି ଆସି ନ ଥିବା ଯୋଗୁ ବର୍ତ୍ତମାନ ସୁଦ୍ଧା ବଣ୍ଟନ ହୋଇ ନ ଥିବାରୁ ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ତେବେ ଗ୍ରାମାଞ୍ଚଳରେ ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା ଯୋଗୁ ମ୍ୟାଲେରିଆ ବଢ଼ିବାର ଅନ୍ୟ କାରଣ ବୋଲି ଆଲୋଚନା ହେଉଛି। ରାୟଗଡ଼ା ଜିଲାରେ ମ୍ୟାଲେରିଆ ବ୍ୟାପିବା ସମ୍ପର୍କରେ ସିଡିଏମଓ ଡାକ୍ତର ଲାଲମୋହନ ରାଉତରାୟ କହିଛନ୍ତି, ଏମଡିଡି (ମ୍ୟାଲେରିଆ, ଡାଇରିଆ ଓ ଡେଙ୍ଗୁ) କ୍ୟାମ୍ପେନ ଜୁଲାଇ ୧ରୁ ଅଗଷ୍ଟ ୩୧ ପର୍ଯ୍ୟନ୍ତ ଚାଲିଛି। ମଶାରୀ ପାଇଁ ସରକାରଙ୍କୁ କୁହାଯାଇଛି। ଏହାସହିତ ଲୋକେ ସଚେତନ ହୋଇ ନିଜ ଘର ଏବଂ ଅଞ୍ଚଳ ସଫା ରଖିଲେ ମଶା କମିଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଣିପୁରରେ ବନ୍ଧୁକଧାରୀଙ୍କ ଆକ୍ରମଣ, ଉତ୍ତେଜନା

ଗୁଆହାଟୀ,୨୭ା୮: ମଣିପୁରର କୁକି ବହୁଳ କାଙ୍ଗ୍‌ପୋକ୍‌ପି ଜିଲାରେ ଗୁରୁବାର କେତେଜଣ ଅଜଣା ବନ୍ଧୁକଧାରୀ ଗୁଳି ଚଳାଇବାରୁ ନାଗା ସମ୍ପ୍ରଦାୟର ୪ ଜଣଙ୍କ ମୃତ୍ୟୁ ଘଟିବା ସହ ଜଣେ…

ପ୍ରଥମ ମ୍ୟାଚ୍‌ରେ ଅଧିନାୟକ, ଦ୍ୱିତୀୟ ମ୍ୟାଚ୍‌ରେ ଟିମ୍‌ରୁ ବିଦା! ଚମକାଇଲା ନିଷ୍ପତ୍ତି

ଲଣ୍ଡନ୍, ୨୭।୮: ପାକିସ୍ତାନ କ୍ରିକେଟ୍‌ରେ ସବୁକିଛି ସମ୍ଭବ। ନିଜର ଖେଳ ପ୍ରଦର୍ଶନ ତୁଳନାରେ ଅଜବ ନିଷ୍ପତ୍ତି ପାଇଁ ଚର୍ଚ୍ଚାରେ ରହୁଥିବା ପାକିସ୍ତାନ ଟିମ୍ ପୁଣି ଏକ ଚମକାଇବା…

କିଏ ସେ ଅନୁଷ୍କା ଶର୍ମା? ଯାହାଙ୍କୁ ମିଳିଲା ଟିମ୍‌ ଇଣ୍ଡିଆରେ ବଡ଼ ଦାୟିତ୍ୱ

ମୋହାଲି, ୨୭।୮: ଭାରତୀୟ ମହିଳା କ୍ରିକେଟର ଭବିଷ୍ୟତ ତାରକାଙ୍କୁ ପ୍ରସ୍ତୁତ କରିବା ଲକ୍ଷ୍ୟରେ ବିସିସିଆଇ (BCCI) ଭାରତୀୟ ମହିଳା ‘ଏ’ ଦଳର ଅଷ୍ଟ୍ରେଲିଆ ‘ଏ’ ବିପକ୍ଷ ସିରିଜ୍…

ଏଲିଟ ତାଲିକାରେ ସାମିଲ ହେଲେ ଦିନୁଶା

କଲମ୍ବୋ,୨୭ା୮: ଶ୍ରୀଲଙ୍କାର ସୋନଲ ଦିନୁଶା ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ର ଉଭୟ ଇନିଂସରେ ଶତକ ହାସଲ କରିବା ସହ ଏଲିଟ(ସ୍ବତନ୍ତ୍ର) ତାଲିକାରେ ସାମିଲ ହୋଇଛନ୍ତି। ସେ…

ସେପ୍ଟେମ୍ୱରରେ ମହାସଂଯୋଗ: ୧, ୧୫ ଏବଂ ୨୨ ତାରିଖ ଅତ୍ୟନ୍ତ ଖାସ୍‌, ୭ ରାଶିଙ୍କୁ ବଡ଼ ଚାକିରର ଅଫର୍‌…

ସେପ୍ଟେମ୍ୱର ୨୦୨୬ ମାସର ୧, ୧୫ ଏବଂ ୨୨ ତାରିଖ ଅତ୍ୟନ୍ତ ବିଶେଷ ରହିବାକୁ ଯାଉଛି। ଏହି ତିନୋଟି ତାରିଖରେ ବୁଧ, ମଙ୍ଗଳ, ସୂର୍ଯ୍ୟ ଏବଂ ଗୁରୁ…

ନେରେଡ଼ି ପ୍ରକଳ୍ପକୁ ନେଇ ବିଜେଡିର ଉଦ୍‌ବେଗ: ଜମି ଅଧିଗ୍ରହଣ ପୂର୍ବରୁ ପ୍ରଭାବିତଙ୍କ ସହ ଆଲୋଚନା ଦାବି

ପାରଳାଖେମୁଣ୍ଡି, ୨୭।୮(ଗିରିଧାରୀ ପରିଚ୍ଛା): ନେରେଡ଼ି ବ୍ୟାରେଜ୍ ପ୍ରକଳ୍ପ ପାଇଁ ଗଜପତି ଜିଲା କାଶୀନଗର ତହସିଲ ଅଞ୍ଚଳରେ ପ୍ରାୟ ୧୦୬ ଏକର ଜମି ଅଧିଗ୍ରହଣ ପ୍ରସ୍ତୁତିକୁ ନେଇ ବିଜୁ…

ଶିକ୍ଷକ ନିଯୁକ୍ତି ନେଇ ଆସିଲା ବଡ଼ ଖବର, ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି…

ନୂଆଦିଲ୍ଲୀ,୨୭।୮: ବିହାରର ଲକ୍ଷ ଲକ୍ଷ ଶିକ୍ଷକ ଆଶାୟୀଙ୍କ ପାଇଁ ରାଜଧାନୀ ପାଟଣାରୁ ଏକ ବଡ଼ ଏବଂ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ରାଜ୍ୟ ସରକାର ଚତୁର୍ଥ ପର୍ଯ୍ୟାୟ…

ସ୍ୱାମୀଙ୍କ ଅତ୍ୟାଚାର ସହି ନ ପାରି ଶେଷରେ ବିଷ ପିଇଦେଲେ ସ୍ତ୍ରୀ! ମା’ ଛେଉଣ୍ଡ ହୋଇଗଲା ଛୋଟ ଛୁଆ

ଲାଞ୍ଜିଗଡ଼, ୨୭।୮ (ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ବିଜେପୁର ଥାନା ଅନ୍ତର୍ଗତ କାଣ୍ଡଗୁଡ଼ା ଗ୍ରାମରେ ଘରୋଇ କଳହରୁ ଜଣେ ମହିଳା ବିଷ ପିଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri