Posted inଖେଳ

ଆମେରିକାରେ ଟ୍ରେନିଂ ନେବେ ରାଓ୍ବତ

ନୂଆଦିଲ୍ଲୀ, ୫ା୩ (ପି.ଟି.)-ଯୁକ୍ତରାଷ୍ଟ୍ର ଆମେରିକାରେ ୩ ମାସ ଟ୍ରେନିଂ ସହ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେବେ ସନ୍ତରଣକାରୀ କୁଶାଗ୍ରା ରାଓ୍ବତ। ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ(ସାଇ) ମିଶନ ଅଲିମ୍ପିକ ସେଲ୍‌ ଦ୍ୱାରା ଏହା ଅନୁମୋଦନ ଲାଭ କରିଛି। ରାଓ୍ବତ ହେଉଛନ୍ତି ଟାର୍ଗେଟ ଅଲିମ୍ପିକ ପୋଡିୟମ ସ୍କିମ୍‌ (ଟପ୍ସ) ଡେଭଲପମେଣ୍ଟ ଗ୍ରୁପ୍‌ର ଏକ ଅଂଶବିଶେଷ। ଆମେରିକାରେ ତାଙ୍କ ୩ ମାସ ରହଣିକାଳରେ ସେ ଡେଭ୍‌ କେଲସିମରଙ୍କ ସହିତ ଟ୍ରେନିଂ ନେବେ। ୨୦୧୬ ୟୁଏସ୍‌ଏ ଅଲିମ୍ପିକ ସୁଇମିଂ ଟିମ୍‌ର ସହକାରୀ ଓପନ ଓ୍ବାଟର ସୁଇମିଂ କୋଚ୍‌ ଭାବେ ସେ କାର୍ଯ୍ୟ କରିଛନ୍ତି। ରାଓ୍ବତ ଆମେରିକାରେ ଅଲିମ୍ପିକ ପାଇଁ ସିଧାସଳଖ ଯୋଗ୍ୟତା ହାସଲ କରିବା ଲାଗି ଅଲିମ୍ପିକ ଏ’ କଟ୍‌ ହାସଲ କରିବା ଲାଗି ଚେଷ୍ଟା କରିବେ। ଭାରତର ଏହି ଫ୍ରି-ଷ୍ଟାଇଲ ସୁଇମର ୨୦୨୦ରେ ଅଷ୍ଟ୍ରେଲିଆରେ ଏହି କୋଚ୍‌ଙ୍କ ଅଧୀନରେ ଟ୍ରେନିଂ ନେଇଥିଲେ। ରାଓ୍ବତ ଇତିମଧ୍ୟରେ ୪୦୦ ମିଟର, ୮୦୦ ମିଟର ଓ ୧୫୦୦ ମିଟର ଆଦି ତିନୋଟି ଇଭେଣ୍ଟରେ ଅଲିମ୍ପିକ ବି’ କଟ୍‌ ହାସଲ କରିସାରିଛନ୍ତି। ୟୁୁଏସ୍‌ଏରେ ଅଲିମ୍ପିକ ଏ’ କଟ୍‌ ହାସଲ କରିବା ନେଇ ସେ ଦୃଢ ଆଶାବାଦୀ। କେଲସିମର ବର୍ତ୍ତମାନ କାଲିଫର୍ନିଆର ସାଣ୍ଟା ମୋନିକା ଟିମ୍‌ର ମୁଖ୍ୟ କୋଚ୍‌ ଅଛନ୍ତି। ୨୦୧୭ ଓ ୨୦୧୯ ବିଶ୍ୱ ଚାମ୍ପିୟନଶିପ୍‌ ପାଇଁ ସେ ୟୁୂଏସ୍‌ଏ ସୁଇମିଂ କୋଚ୍‌ ରହିଥିଲେ। ସେ ବହୁ ସଂଖ୍ୟାରେ ଅଲିମ୍ପିଆନଙ୍କୁ ଟ୍ରେନିଂ ଦେଇଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ଜୋର୍ଡାନ ଓ୍ବିଲିମୋଭସ୍କି। ସେ ୨୦୧୬ ରିଓ ଅଲିମ୍ପିକ୍ସରେ ୧୫୦୦ ମିଟରରେ ଚତୁର୍ଥ ଏବଂ ୧୦୦୦୦ମିଟରରେ ୫ମସ୍ଥାନ ଅଧିକାର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୧୯ ବର୍ଷରୁ କମ୍‌ ଫୁଟ୍‌ବଲ: ଉଜ୍‌ବେକିସ୍ତାନଠାରୁ ହାରିଲା ଭାରତ

ଅଲ୍‌ ଖୋବାର (ସୌଦି ଆରବ), ୭ା୧୧ (ପି.ଟି.)- ୧୯ ବର୍ଷରୁ କମ୍‌ ଏଏଫ୍‌ସି ଚାମ୍ପିୟନଶିପ୍‌ ୨୦୨୦ ଯୋଗ୍ୟତାପର୍ଯ୍ୟାୟ ଟୁର୍ନାମେଣ୍ଟରେ ଭାରତର ଆରମ୍ଭ ନୈରାଶ୍ୟଜନକ ରହିଛି। ବୁଧବାର...

୫୦ କୋଟିରୁ ଊର୍ଦ୍ଧ୍ୱ ମୂଲ୍ୟରେ ଘର ବିକିବେ ଓ୍ବର୍ନ

ନୂଆଦିଲ୍ଲୀ, ୧୯।୩- ପୁରା ବିଶ୍ୱ ଯେତେବେଳେ ପ୍ରାଣଘାତୀ କରୋନା ଭାଇରସ୍‌ର ପ୍ରକୋପରେ ଥରହର ହେଉଛନ୍ତି ସେତେବେଳେ କିମ୍ବଦନ୍ତୀ ଅଷ୍ଟ୍ରେଲିଆ ସ୍ପିନର ସେନ ଓ୍ବର୍ନ ଏକ ବଡ଼...

ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ ଘୁଞ୍ଚିବା ପ୍ରସଙ୍ଗ: ଶ୍ରେଷ୍ଠ ଦଳଗୁଡିକ ବିରୋଧରେ ପ୍ରସ୍ତୁତିରେ ସହାୟ ହେବ: ବରୁଣ

ବେଙ୍ଗାଲୁରୁ,୨୭।୪(ପି.ଟି.): କୋଭିଡ-୧୯ ମହାମାରୀ କାରଣରୁ ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌କୁ ଗୋଟିଏ ବର୍ଷ ଘୁଞ୍ଚାଇ ଦିଆଯାଇଛି। ତେବେ ଏହା ଆମ ପାଇଁ ଲାଭ ଦାୟକ ହେବ ।...

ପାକିସ୍ତାନରେ ହେବ ୨୦୨୫ ଚାମ୍ପିୟନ୍ସ ଟ୍ରଫି

ଦୁବାଇ,୧୬।୧୧: ୨୦୨୪ରୁ ୨୦୩୧ ମଧ୍ୟରେ ହେବାକୁ ଥିବା ପ୍ରତ୍ୟେକ ଆଇସିସି ଇଭେଣ୍ଟର ଆୟୋଜକଙ୍କ ତାଲିକା ମଙ୍ଗଳବାର ପ୍ରକାଶ କରିଛି ଅନ୍ତର୍ଜାତୀୟ କ୍ରିକେଟ କାଉନ୍ସିଲ। ଅନ୍ତିମ ଥର...

ରାଇଜିଂ ଷ୍ଟାରଙ୍କ ଆକ୍ସନ ଅପେକ୍ଷାରେ କଳିଙ୍ଗ

ଭୁବନେଶ୍ୱର, ୧୧।୧୦ (କ୍ରୀଡ଼ା ପ୍ରତିନିଧି): ଟୁର୍ନାମେଣ୍ଟରେ ଆମେରିକା ଓ ବ୍ରାଜିଲ ପରି ଉଚ୍ଚ ର଼୍ୟାଙ୍କ୍‌ପ୍ରାପ୍ତ ଦଳ ବିପକ୍ଷରେ ଖେଳିବାକୁ ଥିଲେ ହେଁ ଭାରତର ଭଲ ପ୍ରଦର୍ଶନକୁ...

ଆଇପିଏଲ୍‌ରେ ସ୍ବତନ୍ତ୍ର ରେକର୍ଡ କଲେ ରାହୁଲ

କୋଲକାତା,୨୬।୫: ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ଅଧିନାୟକ ଲୋକେଶ ରାହୁଲ ଆଇପିଏଲ୍‌ ଇତିହାସରେ ପ୍ରଥମ ଖେଳାଳି ଭାବେ ୪ ସିଜନରେ ୬୦୦ରୁ ଅଧିକ ରନ୍‌ କରିଛନ୍ତି। ଇଡେନ...

ଆସନ୍ତା ସିଜନରେ ଗୋଆରୁ ଖେଳିବେ ଦିଣ୍ଡା

ମୁମ୍ବାଇ, ୨୯ା୯ (ପି.ଟି.)-ଗତ ସିଜନରେ ବେଙ୍ଗଲ ଦ୍ୱାରା ଉପେକ୍ଷିତ ହୋଇଥିବା ସିମ୍‌ ବୋଲର ଅଶୋକ ଦିଣ୍ଡା ଆସନ୍ତା ଘରୋଇ ସିଜନରେ ଗୋଆ ରଣଜୀ ଦଳ ତରଫରୁ...

ପୁଣି ଥରେ ରୌପ୍ୟରେ ସନ୍ତୁଷ୍ଟ ହେଲେ ସିନ୍ଧୁ

ନୂଆଦିଲ୍ଲୀ,୫।୧୨: ଭାରତର ଚାମ୍ପିୟନ ବ୍ୟାଡ୍‌ମିଣ୍ଟନ ଖେଳାଳି ପିଭି ସିନ୍ଧୁଙ୍କୁ ପୁଣି ଥରେ ରୌପ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଛି ବିଡବ୍ଲ୍ୟୁଏଫ୍‌ ଓ୍ବାଲ୍ଡ ଟୁର ଫାଇନାଲ୍ସରେ। ବିଶ୍ୱ...

Advertisement
Archives

Model This Week