ତୀବ୍ର ହେଉଛି ଚାଷୀ ଅସନ୍ତୋଷ

ଢେଙ୍କାନାଳ ଅଫିସ, ୫।୩ ହାତରେ ଟୋକନ ଅଛି, ହେଲେ ଧାନ ବିକ୍ରି କରିପାରୁନାହାନ୍ତି ଚାଷୀ। ଟାର୍ଗେଟ ପୂରଣ ହୋଇସାରିଥିବା କହି ନିର୍ଦ୍ଧାରିତ ସମୟ ପୂର୍ବରୁ ମଣ୍ଡି ବନ୍ଦ କରିଦିଆଯିବା ପରେ ସମସ୍ୟା ଦ୍ୱିଗୁଣିତ ହୋଇଯାଇଛି। ଯୋଗାଣ ବିଭାଗ ସରକାରଙ୍କ ନୂଆ ଟାର୍ଗେଟକୁ ଅପେକ୍ଷା କରିଥିବାବେଳେ ଢେଙ୍କାନାଳ ଜିଲାରେ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ତୀବ୍ର ରୂପ ଧାରଣ କଲାଣି।
ଧାନ କିଣା ଆରମ୍ଭରୁ ଢେଙ୍କାନାଳ ଜିଲାର ବିଭିନ୍ନ ମଣ୍ଡିରେ ଅବ୍ୟବସ୍ଥା ଦେଖାଦେଇଥିଲା। ତେବେ ଫେବୃୟାରୀରେ ହଠାତ୍‌ ମଣ୍ଡି ବନ୍ଦ କରିଦିଆଯିବା ପରେ ଧାନ ବିକ୍ରି କରି ପାରି ନ ଥିବା ପଞ୍ଜୀକୃତ ଚାଷୀଙ୍କ ଚିନ୍ତା ବଢ଼ିଛି। ଏହାର ପ୍ରତିବାଦରେ ଗୁରୁବାର ଓଡ଼ାପଡା, ଗଁଦିଆ ଏବଂ ସଦର ବ୍ଲକ ଅଧୀନ ୧୦ ପଞ୍ଚାୟତର ଚାଷୀ ଜିଲା ଯୋଗାଣ ବିଭାଗ ଅଧିକାରୀଙ୍କୁ ଘେରିବା ସହ କାର୍ଯ୍ୟାଳୟ ଆଗରେ ପ୍ରତିବାଦ କରିଥିଲେ।
ଓଡ଼ାପଡ଼ା ବ୍ଲକର ବିଡୋ, ମଙ୍ଗଳପୁର, ଖଡଗପ୍ରସାଦ, ମୋଟଙ୍ଗା, କୁସୁପଙ୍ଗା, କମଳାଙ୍ଗ, ଗଁଦିଆ ବ୍ଲକର ପିଙ୍ଗୁଆ, ବେଗା, ଦଶମାଣପାଟଣା ଏବଂ ସଦର ବ୍ଲକର ଶଙ୍କରପୁର ପଞ୍ଚାୟତର ଶତାଧିକ ଚାଷୀଙ୍କ ଟୋକନ ଅଛି। ହେଲେ ମଣ୍ଡି ବନ୍ଦ ହୋଇଯାଇଥିବାରୁ ସେମାନଙ୍କ ଧାନ ଉଠୁନାହିଁ। ଚାଷୀମାନେ ଅଭାବୀ ବିକ୍ରିର ଶିକାର ହେଉଛନ୍ତି। କରଜ ଶୁଝିପାରୁନାହାନ୍ତି କି ରବି ଚାଷ ପାଇଁ ମାନସିକସ୍ତରରେ ପ୍ରସ୍ତୁତ ହୋଇପାରୁ ନ ଥିବା କହିଛନ୍ତି। ତୁରନ୍ତ ମଣ୍ଡିରୁ ଟୋକନଧାରୀଙ୍କ ଧାନ ଉଠା ନ ଗଲେ ପ୍ରଶାସନକୁ ଅଚଳ କରିଦିଆଯିବ ବୋଲି ଚାଷୀମାନେ ଚେତାବନୀ ଦେଇଛନ୍ତି।

ଚିନ୍ତାରେ ନିଦ ହଜିଯାଇଛି
ଧାନ ଦେବା ପାଇଁ ମେସେଜ ଆସିଲା। କିନ୍ତୁ ମଣ୍ଡି ବନ୍ଦ ହୋଇଯିବାରୁ ଧାନ କିଣା ଗଲାନି। ଧାନ ବିକିଲେ ଝିଅ ବାହାଘର କରିବି। ଚିନ୍ତାରେ ନିଦ ହଜିଯାଇଛି। ସରକାର ତୁରନ୍ତ ପଦକ୍ଷେପ ଗ୍ରହଣ କରନ୍ତୁ।
-ମୁରଲୀଧର ସାହୁ, କମଳାଙ୍ଗ

ସମବାୟ ସମିତିରେ ଅବ୍ୟବସ୍ଥା
ଟୋକନ ଥାଇ ଚାଷୀ ଧାନ ଦେଇପାରୁନାହାନ୍ତି। ସମବାୟ ସମିତିରେ ଅବ୍ୟବସ୍ଥା ଲାଗିରହିଛି। ଅସନ୍ତୁଷ୍ଟ ଚାଷୀ ଆତ୍ମାହୁତି କରିବାକୁ ଧମକ ଦେଲେଣି। ଏ ଦିଗରେ ତ୍ୱରିତ ପଦକ୍ଷେପ ନିଆ ନ ଗଲେ ପରିସ୍ଥିତି ଅସମ୍ଭାଳ ହୋଇଯିବ।
-ଦୁର୍ଯ୍ୟୋଧନ ବେହେରା, ଦଶମାଣପାଟଣା ସରପଞ୍ଚ

ଆମ ହାତରେ କିଛିନାହିଁ
ଚାଷୀ ଟୋକନ ଧରି ବସିଛନ୍ତି । କିନ୍ତୁ ଟାର୍ଗେଟ ନାହିଁ। ଜିଲାରେ ଏହା ଏକ ଜଟିଳ ସମସ୍ୟା ହୋଇଛି। ଆମ ହାତରେ ମଧ୍ୟ କିଛି ନାହିଁ। ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ପଦକ୍ଷେପ ନିଆଯିବ।
-ନିରଦ ରଞ୍ଜନ ଦାସ, ଜିଲା ଯୋଗାଣ ଅଧିକାରୀ


Enter your email to get our daily news in your inbox.

All Right Reserved By Dharitri.Com

୨୦ ଫୁଟ୍‌ ତଳକୁ ଖସିଲା ଚକାଡ଼ୋଳା ବସ୍; ୪୦ ଯାତ୍ରୀ…..

ନୟାଗଡ,୧୮।୮(ଲୋକନାଥ ମିଶ୍ର): ୨୦ ଫୁଟ୍‌ ତଳକୁ ଖସିଲା ବସ୍‌ ।ବଲାଙ୍ଗୀର ଖୋର୍ଦ୍ଧା ୫୭ ନଂ ଜାତୀୟ ରାଜପଥ ଅନ୍ତର୍ଗତ ବାଇପାସ୍‌ର ସୁନାଲଟି ଛକ ନିକଟରେ ଏହି ଦୁର୍ଘଟଣା…

‘ସିଏଜି’ ହାତରେ ‘ନିପୁଣ’ ବିଫଳତା, ବିଦ୍ୟାର୍ଥୀ ଲେଖିପାରୁ ନାହାନ୍ତି ନାଁ

ଭୁବନେଶ୍ୱର,୧୮।୮(ରବିନାରାୟଣ ଜେନା): ଶିକ୍ଷାକୁ ସାର୍ବଜନୀନ କରିବାପାଇଁ କେନ୍ଦ୍ର ସରକାରଙ୍କଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ପର୍ଯ୍ୟନ୍ତ ସମସ୍ତେ ଗୁରୁତ୍ୱ ଦେଉଛନ୍ତି । ଛାତ୍ରୀଛାତ୍ରଙ୍କୁ ଗୁଣବତ୍ତା ଶିକ୍ଷା ଯୋଗାଇବା…

ବନ୍ୟାଜଳରେ ବୁଲି ସ୍ଥିତି ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ, ଅଧିକାରୀମାନଙ୍କୁ ଦେଲେ ଏହି ନିର୍ଦ୍ଦେଶ

ଯାଜପୁର/ଦଶରଥପୁର,୧୮।୮(ହର୍ଷବର୍ଦ୍ଧନ ବେହେରା/ସୁଶାନ୍ତ ବେହୁରିଆ) : ବୈତରଣୀ ନଦୀର ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ ଯାଜପୁର ଜିଲାର ଦଶରଥପୁର ବ୍ଲକ ଅଞ୍ଚଳରେ ବନ୍ୟା ସ୍ଥିତି ସଙ୍ଗିନ ହୋଇପଡିଛି ।…

ଆଜି ପ୍ରବଳ ବର୍ଷିବ: ୩ ଜିଲାକୁ ଅରେଞ୍ଜ ଓ୍ବାର୍ନିଂ

ଭୁବନେଶ୍ୱର,୧୮।୮(ବନ୍ଦନା ସେଠୀ): ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତର ରୂପ ନେବା ପରେ ଏହା ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରୁଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା…

ଭାଜପାର ନୂଆ ଟିମରେ ଓଡ଼ିଶାରୁ ୨: ସୋସିଆଲ ମିଡିଆରେ ଧର୍ମେନ୍ଦ୍ର ପ୍ରଧାନ କହିଲେ…

ନୂଆଦିଲ୍ଲୀ, ୧୭।୮: ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ନୂଆ ଟିମ ଘୋଷଣା କରିଛନ୍ତି। ସ୍ମୃତି ଇରାନୀଙ୍କୁ ସାଧାରଣ ସମ୍ପାଦକ ଏବଂ ବସୁନ୍ଧରା ରାଜେଙ୍କୁ ଉପାଧ୍ୟକ୍ଷ ଭାବେ ନିଯୁକ୍ତ…

ପଲିଥିନ୍ ତଳେ ଜୀବନ କଟୁଛି ଜୀବନ: ଜିଲା ପ୍ରଶାସନର ଦୃଷ୍ଟି ଦେବାକୁ ଦାବି

କେସିଙ୍ଗା, ୧୭।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କନ୍ତେଶିର ଗ୍ରାମ ପଞ୍ଚାୟତ ଅଧୀନ କୁର୍ଲୁପଡ଼ା ଗ୍ରାମ ନିକଟରେ ଥିବା କଲେକ୍ଟରପଡ଼ାରେ ବସବାସ କରୁଥିବା ପରମେଶ୍ୱର…

ଝିଅର ଚିକିତ୍ସାକୁ ନେଇ ବଚସା, ସ୍ତ୍ରୀଙ୍କୁ ହତ୍ୟା

ପାରଳାଖେମୁଣ୍ଡି,୧୭ା୮(ଗିରିଧାରୀ ପରିଛା): ଝିଅର ଚିକିତ୍ସାକୁ ନେଇ ସ୍ତ୍ରୀଙ୍କ ସହ ବଚସା ପରେ ତାଙ୍କୁ ହତ୍ୟା କରିବା ମାମଲାରେ ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡ ହୋଇଛି। ଗଜପତି ଜିଲା ସେସନ୍ସ…

ଚୋର-ପୋଲିସ୍‌ର ଖେଳ ସୋସିଆଲ୍‌ ମିଡିଆରେ ଭାଇରାଲ୍‌: ଚାରି ଥାନାର ପୋଲିସ୍‌କୁ ପାଣି ପିଆଇ…

ପୁରୁଷୋତ୍ତମପୁର, ୧୭।୮ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଘଟିଥିବା ଚୋର-ପୋଲିସ୍‌ ଲଢ଼େଇ ଏବେ ସୋସିଆଲ୍‌ ମିଡିଆରେ ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଛି। ଗତ ଶୁକ୍ରବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri