ମୋରଡା,୨୦।୭(ସ୍ମାରକ ମାଜୀ): ବଜ୍ରପାତ ମାରିବାରୁ ମୟୂରଭଞ୍ଜ ଜିଲା ମୋରଡା ବ୍ଲକ ଅଞ୍ଚଳର ଜଣେ ଯୁବକ ଓ଼ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣକ ହେଉଛନ୍ତି ଉକ୍ତ ବ୍ଲକ ଅଧୀନ ସାନମୁଣ୍ଢାବଣି ପଞ୍ଚାୟତ ପାରିଆକୁଲି ଗ୍ରାମର ରବୀନ୍ଦ୍ର ବେହେରା(୩୬)। ସୂଚନା ଅନୁଯାୟୀ, ଆଜି ଅପରାହ୍ନରେ ବ୍ଲକ ଅଞ୍ଚଳରେ ବର୍ଷା ସହିତ ବିଜୁଳି ଓ଼ ଘଡଘଡି ମାରୁଥିବା ବେଳେ ରବୀନ୍ଦ୍ର ନିଜ ଘର ପିଣ୍ଡାରେ ଛିଡା ହୋଇଥିଲେ ଏବଂ ଏହି ସମୟରେ ରବୀନ୍ଦ୍ରଙ୍କ ଉପରେ ବିଜୁଳି ମାରିବାରୁ ସେ ଗୁରୁତର ହୋଇଥିଲେ। ତେବେ ପିଆରଏମ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ରବୀନ୍ଦ୍ରଙ୍କ ମୃତ୍ୟୁ ଘଟିଛି। ସେହିପରି ଉକ୍ତ ବ୍ଲକ ଅଧୀନ ଘୋଳମୁଁହା ଗ୍ରାମର ବୃଦ୍ଧା ଜବା କିସ୍କୁ ବିଲରେ ଚାଷ କାର୍ଯ୍ୟ କରୁଥିବା ସମୟରେ ବଜ୍ରପାତରେ ମୃତ୍ୟୁବରଣ କରିଛନ୍ତି।
Dharitri – Odisha’s No.1 Odia Daily

