Posted inଖେଳ

କୁମ୍ବଲେଙ୍କ ରେକର୍ଡ ଭାଙ୍ଗିବାରୁ ଗୋଟିଏ ପାଦ ଦୂରରେ ଅଶ୍ୱିନ

ନାଗପୁର,୮।୨: ଟେଷ୍ଟ କ୍ରିକେଟରେ ବଡ଼ ଉପଲବ୍ଧି ହାସଲ କରିବାରୁ ଗୋଟିଏ ପାଦ ଦୂରରେ ଅଛନ୍ତି ଭାରତୀୟ କ୍ରିକେଟ ଟିମ୍‌ର ଷ୍ଟାର ବୋଲର ରବିଚନ୍ଦ୍ରନ ଅଶ୍ୱିନ। ୨୦୧୧ରେ ଟେଷ୍ଟ ଡେବ୍ୟୁ କରିଥିବା ଅଶ୍ୱିନ ନିଜର ୧୨ ବର୍ଷର କ୍ୟାରିୟରରେ ଅନେକ ରେକର୍ଡ ନିଜ ନାମରେ କରିଛନ୍ତି । ଏଯାବତ ସେ ୮୮ ଟେଷ୍ଟ ମ୍ୟାଚ୍‌ର ୧୬୬ ଇନିଂସରେ ବୋଲିଂ କରି ୪୪୯ ଉଇକେଟ ନିଜ ନାମରେ କରିଛନ୍ତି। ସେ ୪୫୦ ଉଇକେଟ ନେବାର ଉପଲବ୍ଧି ହାସଲ କରିବା ଠାରୁ ଗୋଟିଏ ଉଇକେଟ ଦୂରରେ ଅଛନ୍ତି। ନାଗପୁର ଟେଷ୍ଟରେ ଯଦି ସେ ଅତି କମ୍‌ରେ ଗୋଟିଏ ଉଇକେଟ ନିଅନ୍ତି ତେବେ ସେ ୪୫୦ ଅଥବା ତା’ଠାରୁ ଅଧିକ ଟେଷ୍ଟ ଉଇକେଟ ନେଇଥିବା ବିଶ୍ୱର ନବମ ଏବଂ ଅନିଲ କୁମ୍ବଲେଙ୍କ ପରେ ଦ୍ୱିତୀୟ ଭାରତୀୟ ବୋଲର ପାଲଟିବେ।
ସେହିଭଳି ଅଶ୍ୱିନ ନାଗପୁର ଟେଷ୍ଟରେ ଗୋଟିଏ ଉଇକେଟ ନେବା ପରେ ସବୁଠାରୁ ଦ୍ରୁତ ୪୫୦ ଉଇକେଟ ନେବାରେ କୁମ୍ବଲେଙ୍କୁ ପଛରେ ପକାଇବେ। ସେହିଭଳି ମୁଥିଆ ମୁରଲୀଧରନଙ୍କ ପରେ ଦ୍ୱିତୀୟ ସ୍ଥାନରେ ପହଞ୍ଚିବେ। ମୁରଲୀଧରନ ନିଜର ୮୦ତମ ଟେଷ୍ଟରେ ଏବଂ କୁମ୍ବଲେ ୯୩ ତମ ଟେଷ୍ଟରେ ସମାନ ସଂଖ୍ୟକ ଉଇକେଟ ନେଇଥିଲେ। ଏଣୁ ଏହି ଉପଲବ୍ଧି ହାସଲ କରିଥିବା ଦ୍ରୁତତମ ଭାରତୀୟ ହେବାର ରେକର୍ଡ ମଧ୍ୟ ତାଙ୍କ ନାମରେ ହେବ।
ଏହାଛଡ଼ା ଅଷ୍ଟ୍ରେଲିଆ ଟିମ୍‌ ବିପକ୍ଷରେ ଅଶ୍ୱିନଙ୍କ ରେକର୍ଡ ବହୁତ ଭଲ। ସେ ଏଯାବତ ଅଷ୍ଟ୍ରେଲିଆ ବିପକ୍ଷରେ ୧୮ଟେଷ୍ଟ ମ୍ୟାଚ୍‌ର ୩୪ ଇନିଂସlରେ ୮୯ ଉଇକେଟ ନିଜ ନାମରେ କରିଛନ୍ତି। ଏଣୁ  ଖେଳାଯିବାକୁ ଥିବା ୪ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜରେ ସେ ଉଇକେଟର ଶତକ ପୂରଣ କରିପାରନ୍ତି। ଏଥିରୁ ମାତ୍ର ୧୧ ଉଇକେଟ ଦୂରରେ ଅଛନ୍ତି ଅଶ୍ୱିନ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତ-ଇଂଲଣ୍ଡ ମଧ୍ୟ ପ୍ରଥମ ଟେଷ୍ଟ ଆରମ୍ଭ: ଟସ୍‌ ଜିତିଲା ଇଂଲଣ୍ଡ

ଲଣ୍ଡନ,୪।୮: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଆଜିଠାରୁ ଆରମ୍ଭ ହୋଇଛି। ଏହି ସିରିଜର ପ୍ରଥମ ମ୍ୟାଚ ନଟିଂହାମର ଟ୍ରେଣ୍ଟ...

ଏନ୍‌ସିଏ ୨୩ବର୍ଷରୁ କମ୍‌ ମହିଳା ଶିବିରରେ ସୁଶ୍ରୀ

କଟକ ଅଫିସ,୧୫ା୫- ଆସନ୍ତା ଜୁନ ୨୪ରୁ ଜୁଲାଇ ୨୩ ତାରିଖ ପର୍ଯ୍ୟନ୍ତ ବେଙ୍ଗାଲୁରୁ ସ୍ଥିତ ଜାତୀୟ କ୍ରିକେଟ ଏକାଡେମୀ(ଏନ୍‌ସିଏ)ରେ ୨୩ବର୍ଷରୁ କମ୍‌ ମହିଳା ଶିବିର ଅନୁଷ୍ଠିତ...

୪୭ ଟଙ୍କାରେ ଦେଖିପାରିବେ ଇଣ୍ଟରନ୍ୟାଶ୍‌ନାଲ କ୍ରିକେଟ ମ୍ୟାଚ୍‌

ଇସଲାମାବାଦ,୨୯।୧୧: ଦିନକୁ ଦିନ ପାକିସ୍ତାନର ଆର୍ଥିିକ ଅବସ୍ଥା ବିଗିଡିବାରେ ଲାଗିଛି। ଋଣ ବୋଝ ଯୋଗୁ ପାକିସ୍ତାନ ସରକାର ଏବେ ଚିନ୍ତାରେ ଅଛନ୍ତି। କେବଳ ପାକିସ୍ତାନ ସରକାର...

କ୍ରିକେଟର୍‌ ସବୁଠୁ ନିଆରା ପ୍ରଶଂସକ: ପାଖରେ ରଖିଛନ୍ତି ଏମିତି ସବୁ ଜିନିଷ

ରାଞ୍ଚି,୧।୭: ଭାରତରେ କ୍ରିକେଟ ପ୍ରଶଂସକଙ୍କ ଅଭାବ ନାହିଁ। କେହି କେହି କ୍ରିକେଟ ମ୍ୟାଚ ଦେଖି ନିଜର ଉତ୍ସାହ ପ୍ରକାଶ କରୁଥିବାବେଳେ କେତେକ କ୍ରିକେଟ ସମ୍ବନ୍ଧୀୟ ଜିନିଷ...

କ୍ରିକେଟକୁ ଅଲବିଦା କହିଲେ ୨୦୧୧ ବିଶ୍ୱକପ୍‌ ହିରୋ

କଲମ୍ବୋ, ୨୩।୨ : ୨୦୧୧ ବିଶ୍ୱକପ୍‌ ହିରୋ ତଥା ଶ୍ରୀଲଙ୍କା ଦଳର ଭେଟେରାନ ଓପନର ଉପୁଲ ଥରଙ୍ଗା ମଙ୍ଗଳବାର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି।...

କେନ ଓ୍ବିଲିୟମସନଙ୍କ ଖେଳୁଆଡ଼ ମନୋଭାବ ଉପରେ ପ୍ରଶ୍ନ

ବର୍ମିଂହାମ,୨୦।୬(ପି.ଟି.)- ଏଠାରେ ଖେଳାଯାଇଥିବା ବିଶ୍ୱକପ୍‌ ମ୍ୟାଚ୍‌ରେ ଅଧିନାୟକ କେନ ଓ୍ବିଲିୟମସନଙ୍କ ଅପରାଜିତ ଶତକ ବଳରେ ନ୍ୟୁଜିଲାଣ୍ଡ ୪ ଉଇକେଟରେ ଦକ୍ଷିଣ ଆଫ୍ରିକାକୁ ହରାଇ ଦେଇଛି। କିନ୍ତୁ...

ହିରୋ ଜୁନିୟର ଲିଗ୍‌: ଓଡ଼ିଶା ଏଫ୍‌ସି ୧୫ ବର୍ଷରୁ କମ୍‌ ଦଳର ବିଜୟ ଅଭିଯାନ

ଭୁବନେଶ୍ୱର,୨୨।୧(ସ୍ପୋର୍ଟ୍ସ ବ୍ୟୁରୋ)- ନୂଆଦିଲ୍ଲୀର ଜବାହରଲାଲ ନେହେରୁ ଷ୍ଟାଡିୟମରେ ଚାଲିଥିବା ହିରୋ ଜୁନିୟର ଲିଗ୍‌ ୨୦୧୯-୨୦ରେ ଓଡ଼ିଶା ଏଫ୍‌ସିର ୧୫ ବର୍ଷରୁ କମ୍‌ ବାଳକ ଦଳ ବିଜୟରୁ...

ଭାରତ ସପକ୍ଷରେ ନାହିଁ ରେକର୍ଡ

ସାଉଥାମ୍ପଟନ,୫।୬- ଚଳିତ ବିଶ୍ୱକପ୍‌ରେ ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍‌ରୁ ଭାରତୀୟ ଦଳ ତା’ର ଅଭିଯାନ ଆରମ୍ଭ କରିବାକୁ ଯାଉଛି। ହେଲେ ବିଶ୍ୱକପ୍‌ର ଅନ୍ୟତମ ଫେଭରାଇଟ୍‌ ଭାରତ...

Advertisement
Archives

Model This Week