Posted inଖେଳ

ରିଟାୟର୍ଡ ହର୍ଟ ଆଉଟ୍‌ କ’ଣ: ଆଇପିଏଲ୍‌ ଇତିହାସରେ ପ୍ରଥମଥର ଏହି ନିୟମ ବ୍ୟବହାର କଲେ ଅଶ୍ୱିନ୍‌

ମୁମ୍ବାଇ,୧୧।୪: ଆଇପିଏଲ ଇତିହାସରେ ରବିଚନ୍ଦ୍ରନ ଅଶ୍ୱିନ ପ୍ରଥମ ଖେଳାଳି ଭାବେ ରିଟାୟର୍ଡ ଆଉଟ୍‌ ହୋଇଛନ୍ତି। ଆଇପିଏଲ ୨୦୨୨ର ବିଂଶତମ ଲିଗ ମ୍ୟାଚରେ ଲକ୍ଷ୍ନୌ ସୁପର ଜିଆଣ୍ଟସ ବିପକ୍ଷରେ ବ୍ୟାଟିଂ କରୁଥିବାବେଳେ ରାଜସ୍ଥାନ ରୟାଲ୍ସ ପାଇଁ ବ୍ୟାଟିଂ କରୁଥିବା ଅଶ୍ୱିନ ହଠାତ୍‌ କ୍ରିଜ୍‌ ଛାଡି ପାଭିଲିୟନକୁ ଫେରି ଆସିଥିଲେ। ଏହି ମ୍ୟାଚ୍‌ରେ ରାଜସ୍ଥାନ ତାଙ୍କୁ ଇନିଂସର ଦଶମ ଓଭରରେ ଷଷ୍ଠ ନମ୍ବରରେ ବ୍ୟାଟିଂ କରିବାକୁ ପଠାଇଥିଲା। ତେବେ ଏହାପୂର୍ବରୁ ରିୟାନ ପରାଗ ଏହି ନମ୍ବରରେ ବ୍ୟାଟିଂ କରୁଥିଲେ।
ରାଜସ୍ଥାନ ରୟାଲ୍ସ ଇନିଂସର ୧୯ତମ ଓଭରରେ ଦୁଇଟି ବଲ ବୋଲିଂ ହେବା ପରେ ଆର ଅଶ୍ୱିନ ରିଟାୟର୍ଡ ଆଉଟ୍‌ ହେବାକୁ ନିଷ୍ପତ୍ତି ନେଇଥିଲେ। ସେ ୨୩ଟି ବଲରେ ୨୮ରନ ସଂଗ୍ରହ କରିଥିଲେ। ଅଶ୍ୱିନ ରିଟାୟର୍ଡ ଆଉଟ୍‌ ହୋଇ ରିୟାନ ପାରାଗଙ୍କୁ ଏକ ସୁଯୋଗ ଦେଇଥିଲେ। ପରାଗ ୪ଟି ବଲରୁ ୮ ରନ ସଂଗ୍ରହ କରିଥିଲେ। ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ୬ ଉଇକେଟ୍‌ ହରାଇ ୧୬୫ ସ୍କୋର କରିଥିଲା। ଅଶ୍ୱିନ ପ୍ୟାଭିଲିୟନକୁ ଫେରିବାକୁ ସ୍ଥିର କଲାବେଳେ ଶିମ୍ରନ ହେଟମିୟର ଅନ୍ୟ ପଟେ ଥିଲେ।
ରିଟାୟର୍ଡ ଆଉଟ୍‌ କ’ଣ?
ଯେତେବେଳେ ଜଣେ ବ୍ୟାଟ୍ସମ୍ୟାନ ଅମ୍ପାୟାର କିମ୍ବା ବିରୋଧୀ ଦଳର ଅଧିନାୟକଙ୍କ ପରାମର୍ଶ ନ କରି ନିଜ ଇନିଂସ ମଝିରେ ପ୍ୟାଭିଲିୟନ ଛାଡିଥା’ନ୍ତି, ସେତେବେଳେ ସେ ରିଟାୟର୍ଡ ଆଉଟ୍‌ ବୋଲି ଧରାଯାଏ। ନିୟମ ଅନୁଯାୟୀ ଏହାକୁ ଉଇକେଟ ଭାବେ ବିବେଚନା କରାଯାଏ। ଥରେ ଜଣେ ବ୍ୟାଟ୍ସମ୍ୟାନ ରିଟାୟର୍ଡ ଆଉଟ୍‌ ନେଇଗଲେ, ସେ ଆଉଥରେ ବ୍ୟାଟିଂ କରିବାକୁ ଆସି ପାରିବେ ନାହିଁ। ଅନ୍ୟ ପଟେ ରିଟାୟର୍ଡ ହର୍ଟ ବ୍ୟାଟ୍ସମ୍ୟାନ ଦଳର ଆବଶ୍ୟକତା ଅନୁଯାୟୀ ପୁନର୍ବାର ବ୍ୟାଟିଂ କରିବାକୁ ପଡ଼ିଆ ନେଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

ଟିଏମସି (TMC)କୁ ଲାଗିବ ଶକ୍ତ ଧକ୍କା, ଦଳ ଛାଡିଥିବା ନେତାଙ୍କୁ ଭାଜପା ଦେଲା ବଡ଼ ସୁଯୋଗ

ନୂଆଦିଲ୍ଲୀ,୪।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ର କେନ୍ଦ୍ରୀୟ ନିର୍ବାଚନ କମିଟି ରବିବାର (ଅକ୍ଟୋବର ୪) ରାଜ୍ୟ ସଭା ନିର୍ବାଚନ ପାଇଁ ଦୁଇଜଣ ପ୍ରମୁଖ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?