ଅଂଶୁଘାତ ସତର୍କତା

ଧରାପୃଷ୍ଠରେ ମନୁଷ୍ୟ ସମାଜ, ବୃକ୍ଷଲତା, କୀଟପତଙ୍ଗ ଆଦି ସମଗ୍ର ପ୍ରାଣୀଜଗତ ତିଷ୍ଠି ରହିବା ନିମନ୍ତେ ଯେତେ ଶକ୍ତି ରହିଛି, ତନ୍ମଧ୍ୟରୁ ସୌରଶକ୍ତି ହିଁ ସର୍ବଶ୍ରେଷ୍ଠ ଶକ୍ତି ଭାବରେ ବିବେଚନା କରାଯାଏ। ସୂର୍ଯ୍ୟ କିରଣ ବିନା ପୃଥିବୀ ପୃଷ୍ଠରେ ଜୀବଜଗତ ତିଷ୍ଠି ରହିବା ଅସମ୍ଭବ। ସୂର୍ଯ୍ୟ ରଶ୍ମି ଦ୍ୱାରା ବୃକ୍ଷଲତା ସମୂହ ଅମ୍ଳଜାନ ସୃଷ୍ଟି କରି ବାୟୁମଣ୍ଡଳକୁ ଛାଡ଼ିଥାଏ। ମନୁଷ୍ୟ ସ୍ବଚ୍ଛ ଅମ୍ଳଜାନ ଗ୍ରହଣ କରି ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ। ଏହା ଆମକୁ ସୁସ୍ଥ ଓ ଦୀର୍ଘାୟୁ ଜୀବନଯାପନ ବିତାଇବାରେ ସହାୟକ ହୋଇଥାଏ। ସକାଳ ସୂର୍ଯ୍ୟ ରଶ୍ମିରେ ପ୍ରଚୁର ପରିମାଣରେ ଭିଟାମିନ-ଡି ଓ କ୍ୟାଲସିୟମ ରହିଥାଏ, ଯାହାକି ମନୁଷ୍ୟ ପାଇଁ ଅତ୍ୟନ୍ତ ଦରକାରୀ।
ତେଣୁ ସୂର୍ଯ୍ୟ କିରଣ ମନୁଷ୍ୟ ସମାଜ ପାଇଁ ପ୍ରକୃତିର ବରଦାନ ବୋଲି କୁହାଯାଏ।
ସୂର୍ଯ୍ୟ କିରଣ ଆମ ଜୀବଜଗତ ପାଇଁ ବହୁ ଉପକାରୀ। ଆମ ଭାରତୀୟ ସଂସ୍କୃତି ଓ ପରମ୍ପରାରେ ଜ୍ୟୋତର୍ବିଦ୍‌ଙ୍କ ଗଣନା ଅନୁଯାଇ ପ୍ରତିବର୍ଷ ଜାନୁୟାରୀ ମାସ ୧୪ ତାରିଖ (ମକର ସଂକ୍ରାନ୍ତି)ଠାରୁ ଜୁନ୍‌ ମାସ ୨୧ ତାରିଖ ପର୍ଯ୍ୟନ୍ତ ସୂର୍ଯ୍ୟ ଉତ୍ତରାୟଣ ହୋଇଥାନ୍ତି। ଏହାଦ୍ୱାରା ଧରାପୃଷ୍ଠରେ ସୂର୍ଯ୍ୟ କିରଣ ପ୍ରଖର ହୋଇ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହୋଇଥାଏ ଏବଂ ଜନଜୀବନ ଅସ୍ତବ୍ୟସ୍ତ ହୋଇଥାଏ। ଗ୍ରୀଷ୍ମ ଋତୁରେ ଦିନ ବଡ଼ ହୋଇ ରାତି ଛୋଟ ହୋଇଥାଏ। ଦିନ ପ୍ରାୟ ୧୧ଟାଠାରୁ ୩ଟା ଯାଏ ପ୍ରବଳ ଗରମ ଅନୁଭୂତ ହେଉଥିବାରୁ ଏହି ସମୟରେ ମନୁଷ୍ୟ ଘରୁ ପଦାକୁ ବାହାରିଲେ ଅଂଶୁଘାତ (Sunstrok) ହେବାର ଅଧିକ ଆଶଙ୍କା ଥାଏ। ତେଣୁ ଏହି ସମୟରେ ପଦାକୁ ବାହାରିବା ଠିକ୍‌ ନୁହେଁ। ଏହି ଋତୁରେ ଜଳବାୟୁରେ ଜଳୀୟ ଅଂଶ ହ୍ରାସ ପାଇବା ସହ ସ୍ବାଭାବିକ ତାପମାତ୍ରା ବୃଦ୍ଧି ପାଇ ବେଳେବେଳେ ୪୦ ରୁ ୪୫ ଡିଗ୍ରୀ କିମ୍ବା ତା’ଠାରୁ ଅଧିକ ଅନୁଭୂତ ହୋଇଥାଏ, ଯାହାକି ମନୁଷ୍ୟ ପାଇଁ ଅହିତକର।
ଅଂଶୁଘାତର କାରଣ
ମନୁଷ୍ୟ ଜଳବାୟୁ ସହିତ ଖପଖୁଆଇବା ସହ ଶରୀରରେ ତାପମାତ୍ରା ହ୍ରାସ ପାଇବା ଓ ବୃଦ୍ଧି ପାଇବାକୁ ସନ୍ତୁଳିତ ପାଇଁ ମସ୍ତିଷ୍କରେ ‘ହାଇପୋ ଥାଲାମସ’ ନାମକ ଏକ ଗ୍ରନ୍ଥି ରହିଛି। ଯେତେବେଳେ ଉକ୍ତ ନିୟନ୍ତ୍ରଣ ପ୍ରକ୍ରିୟା ଶରୀରରେ ଠିକ୍‌ ଭାବେ ହୋଇପାରି ନ ଥାଏ। ସେତେବେଳେ ମନୁଷ୍ୟ ସୌର ତାପ ସହ୍ୟ କରି ନ ପାରି ଅଂଶୁଘାତର ଶିକାର ହୋଇଥାଏ। ଜଳବାୟୁରେ ତାପମାତ୍ରା ଅଧିକ ଥିବାବେଳେ ମନୁଷ୍ୟ ଚଳପ୍ରଚଳ କଲେ ଶରୀରରେ ତାପମାତ୍ରା ବୃଦ୍ଧିପାଇବା ସହ ଶାରୀରିକ ଓ ମାନସିକ ସ୍ତରରେ ପରିବର୍ତ୍ତନ ଘଟିଥାଏ। ତେଣୁ ଅଂଶୁଘାତ ସମୟରେ ବେଳେବେଳେ ମନୁଷ୍ୟ ଚେତାଶୂନ୍ୟ ହୋଇଯାଏ। ବେଳେବେଳେ ବାତ ମାରିବା ପରି ଲକ୍ଷଣ ଦେଖାଯାଏ। ଶରୀରର ବାହ୍ୟ ଚର୍ମଭାଗ ଶୁଷ୍କ ଓ ଉତ୍ତାପ ଯୁକ୍ତ ହେବାସହ, ଶରୀରରୁ ଅଳ୍ପ ଝାଳ ନିର୍ଗତ ହୁଏ, ପୁଣି ବେଳେବେଳେ ଆଦୌ ଝାଳ ବାହାରି ନ ଥାଏ। ଦୁର୍ବଳ ଲାଗିବା, ମୁଣ୍ଡ ଘୂରାଇବା, ବାନ୍ତି ଲାଗିବା ପରି ଲକ୍ଷଣ ଦେଖାଯାଏ। ଏହି ସମୟରେ ଉପଯୁକ୍ତ ପ୍ରତିକାର କରା ନ ଗଲେ ମନୁଷ୍ୟ ମୃତ୍ୟୁମୁଖରେ ପଡ଼ିବାର ଆଶଙ୍କା ରହିଥାଏ। ପ୍ରକୃତିର ଜଳବାୟୁ ପରିବର୍ତ୍ତନ ଅନୁଯାୟୀ ଆମ ଶରୀରର ଉତ୍ତାପ ବୃଦ୍ଧି ଓ ହ୍ରାସ ପାଇବା ନିୟନ୍ତ୍ରଣ ସ୍ବତଃପ୍ରବୃତ୍ତ ଭାବରେ ହୋଇଥାଏ। ଏହି ପ୍ରକ୍ରିୟାରେ ବ୍ୟତିକ୍ରମ ଘଟିଲେ ଆମ ଶରୀର ଅଧିକ ତାପମାତ୍ରା ସହ୍ୟ କରି ନପାରି ଆମେ ଅଂଶୁଘାତର ସାମନା କରିଥାଉ।
ଚିକିତ୍ସା ଶାସ୍ତ୍ର ମତରେ ଛୋଟ ପିଲାମାନଙ୍କ ଶରୀରର ହାରାହାରି ତାପମାତ୍ରା, ୯୭.୯ ଡିଗ୍ରୀ ଫାରେନ ହାଇଟ (୩୬.୬ ଡିଗ୍ରୀ ସେଲସିୟସ) ରୁ ୯୯ ଡିଗ୍ରୀ ଫାରେନହାଇଟ (୩୭.୨ଡିଗ୍ରୀ ସେଲସିୟସ) ଏବଂ ପ୍ରାପ୍ତ ବୟସ୍କ (୬୫ ବର୍ଷରୁ ଅଧିକ) ବୟସ୍କଙ୍କ ଠାରେ ହାରାହାରି ତାପମାତ୍ରା ୯୮.୬ ଡିଗ୍ରୀ ଫାରେନହାଇଟ (୩୭ ଡିଗ୍ରୀ ସେଲସିୟସ) ରହିବା ଉଚିତ। ଜଳବାୟୁରେ ଅଧିକ ତାପମାତ୍ର ବୃଦ୍ଧି ହେତୁ, ଶରୀରରେ ସ୍ବାଭାବିକ ସ୍ଥିତି ବିଗିଡ଼ିଯାଏ, ଯାହାଫଳରେ ଜଣେ ବ୍ୟକ୍ତି ନିମ୍ନ ରକ୍ତଚାପ, ନିଃଶ୍ୱାସ ପ୍ରଶ୍ୱାସରେ ପ୍ରଖରତା, ନାଡ଼ିର ଗତି ହେବା ସମସ୍ୟାର ସମ୍ମୁଖୀନ ହୋଇଥାଏ। ପରିସ୍ରା ପରିମାଣ କମି ହଳଦିଆ ରଙ୍ଗ ହେବା ସହ ଦୁର୍ଗନ୍ଧ ହୋଇଥାଏ। ଶରୀରର ମାଂସପେଶୀ ଆକସ୍ମିକ ଭାବେ ଆକୁଞ୍ଚନ ହୋଇ ଯନ୍ତ୍ରଣା ଅନୁଭୂତ ହୋଇଥାଏ। ମୁଣ୍ଡ ବିନ୍ଧିବା, ଦୁର୍ବଳ ଲାଗିବା, ଆଳସ୍ୟ ଲାଗିବା ଆଦି ମଧ୍ୟ ଅଂଶୁଘାତର ଲକ୍ଷଣ ଅଟେ।
ପ୍ରତିକାର ଉପାୟ
ମନୁଷ୍ୟ ଅଂଶୁଘାତରେ ଶିକାର ହେଲେ ସଂଗେ ସଂଗେ ଥଣ୍ଡା ସ୍ଥାନକୁ ନେଇ ରୋଗୀ ପିନ୍ଧିଥିବା ପୋଷାକକୁ ଢିଲା କରି ଦିଅନ୍ତୁ। ଖୋଲା ଥଣ୍ଡା ପବନ ସଂସ୍ପର୍ଶରେ ସଂପୃକ୍ତ ବ୍ୟକ୍ତିଙ୍କୁ ରଖିବା ଦରକାର। ମାଟିପାତ୍ରରେ ଥିବା ଥଣ୍ଡା ଜଳ ଦ୍ୱାରା ଗାଧୋଇବା ଦ୍ୱାରା ଆରାମ ମିଳିଥାଏ। ପଇଡ଼ ପାଣି, ଲେମ୍ଭୁ, ଲୁଣ, ଚିନି ମିଶା ଥଣ୍ଡା ଜଳ, ଫଳ ରସ, ଦହି ସର୍ବତ ଆଦି ପିଆଇବା ଉଚିତ। ଅଂଶୁଘାତରେ ପୀଡ଼ିତ ବ୍ୟକ୍ତିର ସ୍ବାସ୍ଥ୍ୟାବସ୍ଥାକୁ ଦେଖି ଆବଶ୍ୟକସ୍ଥଳେ ନିକଟସ୍ଥ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେବା ଆବଶ୍ୟକ।
ଅଂଶୁଘାତ ପାଇଁ ସତର୍କତା
ଗ୍ରୀଷ୍ମ ଋତୁରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ହେତୁ ନିହାତି ଜରୁରୀ କାମ ନ ଥିଲେ ପଦାକୁ ବାହାରିବା ଅନୁଚିତ। ଅଧିକ ପାଣି ପିଅନ୍ତୁ। ଧଳା ଟୋପି କିମ୍ବା ଓଦା ଗାମୁଛା ମୁଣ୍ଡରେ ପିନ୍ଧିବା, କଳା ଚଷମା ଲଗାଇବା, ଛତା ଧରି ବାହାରିବା ସହ କପା ସୂତାରେ ତିଆରି ଧଳା ରଙ୍ଗର ପତଳା, ହାଲୁକା, ଢିଲା ବସ୍ତ୍ର ପରିଧାନ କରିବା ଉଚିତ। ଅଂଶୁଘାତ ପ୍ରତିରୋଧ ପାଇଁ ଅଧିକ ଥଣ୍ଡାପାଣି, ଦହି, ସର୍ବତ, ପିଇ ପାରନ୍ତି। ସାଧରଣତଃ ଅସ୍ବାଭାବିକ ରକ୍ତଚାପ ଥିବା ବ୍ୟକ୍ତି, ଡାଇବେଟିସ୍‌, ଯକ୍ଷ୍ମାରେ ସଂକ୍ରମିତ ରୋଗୀ, ଦୁର୍ବଳ ବ୍ୟକ୍ତି, ଛୋଟ ପିଲା, ବୟସ୍କ, ଗର୍ଭବତୀ, ଖରାରେ ଅଧିକ କାମ କରୁଥିବା ବ୍ୟକ୍ତି, ଅଧିକ ମୋଟାପଣ ଥିବା ବ୍ୟକ୍ତି, ଦୀର୍ଘସ୍ଥାୟୀ ରୋଗରେ ଆକ୍ରାନ୍ତ ବ୍ୟକ୍ତିମାନେ ଅଂଶୁଘାତରେ ଆକ୍ରାନ୍ତ ହେବାର ଅଧିକ ଆଶଙ୍କା ରହିଥାଏ। ସାମ୍ପ୍ରତିକ ପରିସ୍ଥିତିରେ ପ୍ରତିବର୍ଷ ଅଂଶୁଘାତଜନିତ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଜଙ୍ଗଲ କାଟିବା, କଳକାରଖାନା ତଥା ଗାଡ଼ିମୋଟର ଆଦିରୁ ନିର୍ଗତ ଅଙ୍ଗାରକାମ୍ଳ ବାଷ୍ପ ଦ୍ୱାରା ଜଳବାୟୁରେ ମାତ୍ରାଧିକ ଉତ୍ତାପ ବୃଦ୍ଧି ଘଟୁଛି। ଜଳବାୟୁରେ ଅସ୍ବାଭାଭିକ ଗରମ ଅନୁଭୂତ ହୋଇ ଅଂଶୁଘାତର ଆଶଙ୍କା ଅଧିକ ହୋଇଥାଏ। ତେଣୁ ଅଂଶୁଘାତଜନିତ ସମସ୍ୟାକୁ କମାଇବା ପାଇଁ ଆମେ ନିଜେ ସତର୍କତା ଅଲମ୍ବନ କରିବା ସହ
ସବୁ ସ୍ତରରେ ସତର୍କତା ଓ ସଚେତନତାର ଆବଶ୍ୟକତା ରହିଛି।

ଡା. ବସନ୍ତ କୁମାର ଷଡ଼ଙ୍ଗୀ
-ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର
ଚନ୍ଦାହାଣ୍ଡି, ନବରଙ୍ଗପୁର
ମୋ: ୭୮୯୪୧୧୨୪୮୭


Enter your email to get our daily news in your inbox.

All Right Reserved By Dharitri.Com

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri