Posted inଖେଳ

ପ୍ରଶଂସାରେ ଶତମୁଖ ହେଡ୍‌ କୋଚ୍‌: କହିଲେ, ‘ରିଷଭ ତୁମେ ଯେଉଁଭଳି ଖେଳୁଛ ହୃଦ୍‌ଘାତ ହୋଇଯିବ’

ଗାବା,୨୦।୧: ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜରେ ଟିମ୍‌ ଇଣ୍ଡିଆର ଦମ୍‌ଦାର ବିଜୟ ପରେ ହେଡ୍‌ କୋଚ୍‌ ରବି ଶାସ୍ତ୍ରୀ ଖେଳାଳିଙ୍କ ମନୋବଳ ବଢ଼ାଇଥିଲେ। ଡ୍ରେସିଂ ରୁମ୍‌ରେ ସେ ଦେଇଥିବା ଭାଷଣ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ବିସିସିଆଇ ପକ୍ଷରୁ ଶେୟାର କରାଯାଇଥିବା ଭିଡିଓରେ କାମଚଳା ଅଧିନାୟକଙ୍କ ସହ ଶାସ୍ତ୍ରୀଙ୍କୁ ଦେଖିବାକୁ ମିଳୁଛି। ସେ ଛିଡ଼ାହୋଇ ଆହତ ଯୋଦ୍ଧାଙ୍କ ସାହସ, ସଙ୍କଳ୍ପ ଏବଂ ଭାବନାକୁ ପ୍ରଶଂସା କରିଛନ୍ତି। ଦଳର ପ୍ରତିଟି ଖେଳାଳି ଆହତ ସମସ୍ୟା ସହ ଲଢ଼ିଛନ୍ତି। ପ୍ରଥମ ଟେଷ୍ଟରେ ୩୬ ରନ୍‌ରେ ଅଲ୍‌ଆଉଟ୍‌ ହେବା ସତ୍ତ୍ୱେ ନିଜ ଆତ୍ମବିଶ୍ୱାସକୁ ବଜାୟ ରଖିଛନ୍ତି। ଆଜି ଏହି ବିଜୟକୁ ନେଇ ଭାରତ ସହ ବିଶ୍ୱବାସୀ ଛିଡ଼ାହୋଇ ଆପଣଙ୍କୁ ସାଲୁଟ କରୁଛନ୍ତି ବୋଲି ଶାସ୍ତ୍ରୀ କହିଛନ୍ତି।

ଏହାଛଡ଼ା ସେ ପ୍ରମୁଖ ବ୍ୟାଟ୍ସମ୍ୟାନ୍‌ ଚେତେଶ୍ୱର ପୂଜାରା, ମ୍ୟାଚ୍‌ ବିଜେତା ରିଷଭ ପନ୍ତ, ଯୁବ ଓପନର ଶୁଭମନ ଗିଲଙ୍କ ବେଶ୍‌ ପ୍ରଶଂସା କରିଛନ୍ତି। ମେଲବର୍ନରୁ ଆରମ୍ଭ ହୋଇଥିବା ସେମାନଙ୍କ ଯାତ୍ରା ସିଡନୀରେ ଉଲ୍ଲେଖନୀୟ ଥିଲା। ଫଳରେ ଗାବାରେ ବିଶ୍ୱାସର ସହ ଟିମ୍‌ ପଡ଼ିଆକୁ ଓହ୍ଲାଇଥିଲା। ଶୁଭମନ ତୁମେ ବହୁତ ଜବରଦସ୍ତ ଖେଳିଛ। ପୂଜାରାଙ୍କୁ ଯୋଦ୍ଧା ଭାବେ ଲୋକେ ଜାଣିବେ। ସିରାଜ ଏବଂ ଅନ୍ୟ ଖେଳାଳିଙ୍କ ପାଇଁ ସିଟି ମାରିବା ଉଚିତ। ରିଷଭ ତୁମେ ଯେଭଳି ଖେଳିଲ, କିଛି ସମୟ ପାଇଁ ହୃଦଘାତ ଦେଇଥିଲ। ହେଲେ ତୁମ ପାଳି ବହୁତ ସୁନ୍ଦର। ରାହାଣେଙ୍କ ଅଧିନାୟକତ୍ୱ ମଧ୍ୟ ପ୍ରଶଂସାଯୋଗ୍ୟ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଶୁବମନଙ୍କ ଉପରେ କାର୍ତ୍ତିକଙ୍କ ଭରସା

ଆବୁଧାବି, ୨୩।୯(ପି.ଟି.)- ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ)ରେ କୋଲକାତା ନାଇଟ ରାଇଡର୍ସ ବୁଧବାର ଏହାର ପ୍ରଥମ ମ୍ୟାଚ ଖେଳିବାକୁ ଯାଉଛି। ସମ୍ମୁଖରେ ସବୁଠାରୁ ସଫଳ ଦଳ...

ସିଡନୀ ଗ୍ରାଉଣ୍ଡରେ ପାକିସ୍ତାନ-ନ୍ୟୁଜିଲାଣ୍ଡ ବଳ କଷାକଷି…

ମେଲବୋର୍ନ,୯।୧୧ : ବୁଧବାର ଟି-୨୦ ବିଶ୍ୱକପର ପ୍ରଥମ ସେମିଫାଇନାଲ ମ୍ୟାଚ ପାକିସ୍ତାନ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ। ସିଡନୀ ଗ୍ରାଉଣ୍ଡରେ ଭାଗ୍ୟର ସାହାଯ୍ୟରେ ଶେଷ-୪ ରେ...

ଆର୍‌ସିବିକୁ ପୁଣି ହରାଇଲା ପଞ୍ଜାବ

ଶାରଜା, ୧୬।୧୦: ଅଧିନାୟକ ବିରାଟ କୋହଲିଙ୍କ ଧିମା ବ୍ୟାଟିଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ପାଇଁ ମହଙ୍ଗା ପଡ଼ିଛି। ଶାରଜା ପରି ଛୋଟ ଗ୍ରାଉଣ୍ଡରେ ୧୭୧...

ଆଜିଠୁ ଖେଳ ଆରମ୍ଭ

ଭୁବନେଶ୍ୱର,୧୩।୧(କ୍ରୀଡ଼ା ପ୍ରତିନିଧି): ଭୁବନେଶ୍ୱରର କଳିଙ୍ଗ ଏବଂ ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମ ପ୍ରସ୍ତୁତ। ଉଦ୍‌ଘାଟନୀ ସମାରୋହର ଗୋଟିଏ ଦିନ ପରେ ଆରମ୍ଭ ହେବାକୁ ଯାଉଛି ହକିର...

କ୍ୟାରିୟରର ଅନ୍ତିମ ମ୍ୟାଚରେ ସନ୍‌ଗ୍ଲାସ ପିନ୍ଧି ବ୍ୟାଟିଂ କଲେ ଗେଲ୍‌

ଆବୁଧାବି, ୬।୧୧: ଓ୍ବେଷ୍ଟଇଣ୍ଡିଜର ୨ ଲୋକପ୍ରିୟ କ୍ରିକେଟର କ୍ରିସ ଗେଲ ଓ ଡ୍ବେନ ବ୍ରାଭୋ ଶନିବାର ନିଜର ଶେଷ ଇନିଂସ ଖେଳିଛନ୍ତି । ବିସ୍ଫୋରକ ବ୍ୟାଟିଂ...

କାଉଣ୍ଟି ଖେଳିବେ ଅଶ୍ୱିନ

ଲଣ୍ଡନ, ୧୬।୧ (ପି.ଟି.)- ସିନିୟର ଭାରତୀୟ ଅଫ୍‌-ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ କାଉଣ୍ଟି କ୍ରିକେଟ୍‌ ଖେଳିବେ। ଇଂଲିଶ କାଉଣ୍ଟି ଚାମ୍ପିୟନଶିପ୍‌ରେ ଚଳିତ ବର୍ଷ ଲାଗି ସେ ୟର୍କଶାୟର...

ଆଇପିଏଲ୍‌ ଇତିହାସର ସବୁଠାରୁ ମହଙ୍ଗା ଖେଳାଳି ପାଲଟିଲେ ମୋରିସ୍‌, ଭାଙ୍ଗିଲେ ଯୁବରାଜଙ୍କ ରେକର୍ଡ

ଚେନ୍ନାଇ,୧୮।୨: ଆଇପିଏଲ୍‌ ୨୦୨୧ ପାଇଁ ଗୁରୁବାର ଅନୁଷ୍ଠିତ ଖେଳାଳି ନିଲାମ ପ୍ରକ୍ରିୟାରେ ନୂଆ ଇତିହାସ ଲେଖାଯାଇଛି। ଏହା ଛୋଟ ନିଲାମ ବୋଲି କୁହାଯାଉଥିଲେ ହେଁ ଦକ୍ଷିଣ...

ସ୍ପ୍ରିଣ୍ଟ କୁଇନ୍‌ ଦୂତୀଙ୍କୁ ପଦୋନ୍ନତି

ଭୁବନେଶ୍ୱର: ଭାରତୀୟ ସ୍ପ୍ରିଣ୍ଟ କୁଇନ୍‌ ଓଡ଼ିଶାର ଦୂତୀ ଚାନ୍ଦ କରୋନା ମହାମାରୀ ପାଇଁ କ୍ରୀଡ଼ା ପ୍ରତିଯୋଗିତାରେ ଭାଗନେଇ ପାରି ନାହାନ୍ତି। ତେବେ ଅର୍ଜୁନ ପୁରସ୍କାର ପାଇଥିବାରୁ...

Advertisement
Archives

Model This Week