Posted inRasifala

ରାଶିଫଳ: ଗୁରୁବାର, ଜାନୁଆରୀ ୨୧ ତାରିଖ – Daily Horoscope

ମେଷ
ଆଜି ବିଶିଷ୍ଟ ବ୍ୟକ୍ତିମାନଙ୍କ ସଂସ୍ପର୍ଶରେ ଆସି ସମ୍ମାନ, ପ୍ରତିଷ୍ଠା ଲାଭ କରିବେ। ଉଚ୍ଚଶିକ୍ଷା, ସନ୍ତାନଙ୍କ ସମସ୍ୟା ସମାଧାନ ଓ ବନ୍ଧୁ ସହ ଆଲୋଚନା କ୍ଷେତ୍ରରେ ସମସ୍ୟା ଆସିପାରେ। ଭଲ କଥା କହିଲେ ମଧ୍ୟ ତାହାକୁ ଅନ୍ୟମାନେ ଭିନ୍ନାର୍ଥରେ ଗ୍ରହଣ କରିପାରନ୍ତି। ଆଶା କରିଥିବା ଦିଗରୁ ଅର୍ଥ ପ୍ରାପ୍ତି ହେବ।
ବୃଷ
ବୃଷ
କୃତିତ୍ୱର ପୁରଷ୍କାର ସ୍ବରୂପ ବିଭିନ୍ନ କ୍ଷେତ୍ରରୁ ଅର୍ଥ, ସମ୍ମାନ ଓ ପ୍ରଶଂସା ପାଇବେ। ସହକର୍ମୀଙ୍କ ମାଧ୍ୟମରେ ପ୍ରତ୍ୟେକ କାମକୁ ସୁରୁଖୁରୁରେ କରାଇନେେଇପାରନ୍ତି। ପାରିବାରିକ ଅଶାନ୍ତି କାରଣରୁ ମାନସିକ ଉଦ୍‌ବେଗ ବଢିପାରେ। କଳା ସାହିତ୍ୟ ଓ ସାମ୍ବାଦିକତା, ଚୁକ୍ତିପତ୍ର କ୍ଷେତ୍ରରୁ ସୁଫଳ ମିଳିବ।
ମିଥୁନ
ମିଥୁନ
ଶାରୀରିକ ସ୍ବାସ୍ଥ୍ୟ ସଙ୍ଗକୁ ମାନସିକ ସ୍ଥିତି ମଧ୍ୟ ଭଲ ରହି ନପାରେ। କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢିବ, ତଥାପି ପୁଷ୍ୟାନକ୍ଷତ୍ରର କୌଣସି ପ୍ରକାର ଅସୁବିଧା ହେବନାହିଁ। ଅତୀତ ଘଟଣାକୁ କେନ୍ଦ୍ରକରି ବିବାଦୀୟ ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି। ସରକାରୀ କ୍ଷେତ୍ରରୁ ଋଣସୂତ୍ରରେ ଅର୍ଥଲାଭର ଆଶା ରହିଛି।
କର୍କଟ
କର୍କଟ
ସାହାଯ୍ୟ, ସହଯୋଗ ଦ୍ୱାରା ପ୍ରତ୍ୟେକ କାମ ସୁବିଧାରେ ସମ୍ପନ୍ନ ହେବ। ଭାବପ୍ରବଣତାରେ ଭାସିଯାଇ ଗୁରୁତ୍ୱପୂର୍ଣ୍ଣ କଥାଟିକୁ ପାଶୋରି ଦେଇପାରନ୍ତି। ଗତକାଲି ଯେଉଁଥିପାଇଁ ଚିନ୍ତା କରୁଥିଲେ ଆଜି ତାହା ବିଳମ୍ବରେ ପାଇବେ। ନିର୍ମାଣ, ଯୋଗାଯୋଗ, ପ୍ରେସ୍‌କ୍ଷେତ୍ରରେ କାମଗୁଡିକ ସମ୍ପନ୍ନ ହୋଇପାରିବ।
ସି˚ହ
ସି˚ହ
ପାରିବାରିକ ଅଶନ୍ତି ମନ ଭିତରେ ଭରି ରହିଥିଲେ ମଧ୍ୟ କୌଣସି କାର୍ଯ୍ୟ ଅଟକିବ ନାହିଁ। କୌଣସି ନୂତନ ଯୋଜନାରମ୍ଭ ସହଯୋଗ ଅଭାବରୁ ମଉଳି ଯିବାକୁ ବସିପାରେ। ଈର୍ଷାପରାୟଣ ମନୋଭାବ ନେଇ ବନ୍ଧୁମାନେ ଆବଶ୍ୟକୀୟ ସହଯୋଗ କରିବେ ନାହିଁ। ନିଜଦୋଷରୁ କେତେକ ସୁଯୋଗ ହାତଛଡା ହୋଇପାରେ।
କନ୍ୟା
ଯାହା କରିବାକୁ ଯୋଜନା କରୁଛି ତାହା ସଫଳ ହେବା କଷ୍ଟକର ହୋଇପାରେ। ନିଜର ସନ୍ଦେହୀ ମନୋଭାବ ହେତୁ କେତେକ ଅନାକାଂକ୍ଷୀତ ସମସ୍ୟା ଦେଖାଦେବାର ଆଶଙ୍କା ରହିଛି। ବନ୍ଧୁଙ୍କ ସହାୟାତରେ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ। କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରିପାରନ୍ତିି।
ତୁଳା
ତୁଳା
କେତେକ ଅପୂରଣୀୟ ଆଶା ମନରେ ଆଲୋଡନ ସୃଷ୍ଟି କରି ଅନ୍ତର୍ଦ୍ୱନ୍ଦ ସୃଷ୍ଟି କରିବ। ବିବାଦୀୟ କ୍ଷେତ୍ରରେ ଉପସ୍ଥିତି ବୁଦ୍ଧି ଖଟାଇ ପରିସ୍ଥିତିକୁ ସମ୍ଭାଳିନେବେ। ମାଲିମକଦ୍ଦମା, ବନ୍ଧୁଙ୍କ ସହ ଆଲୋଚନା ମୂଲ୍ୟହୀନ ହୋଇନପାରେ। କଳା, ସାହିତ୍ୟ, ସାମ୍ବାଦିକତା, ରାଜନୀତି ଓ ଅର୍ଥନୀତିରେ ଉଲ୍ଲେଖନୀୟ ସଫଳତା ହାସଲ କରିବେ।
ବିଛା
ବିଛା
ହାତ ପାହାନ୍ତାରୁ ସବୁ ସୁବିଧାସୁଯୋଗ ପାଇଯିବେ। ଯାହାକୁ ନିଜର ମନେକରୁଛନ୍ତି ସେହିମାନଙ୍କର ହିଁ ଆପଣଙ୍କ ପ୍ରଶଂସା ଓ ପ୍ରତିଷ୍ଠାରେ ଗାତ୍ରଦାହ ସୃଷ୍ଟି ହେବ। ଆପୋଷ ଆଲୋଚନା ଦ୍ୱାରା ଘରୋଇ ସମସ୍ୟାର ସମାଧାନ କରିପାରିବେ। କଳା ସାହିତ୍ୟ, ସାମ୍ବାଦିକତା, ପ୍ରଶାସନରେ ସମସ୍ୟା ସମାଧାନ ହେବାର ଆଶା ରହିଛି।
ଧନୁ
ଧନୁ
କଥାର କଠୋରତା ସବୁ ବିଷୟକୁ ପିତା କରିଦେଇପାରେ। ଅର୍ଥନୈତିକ, ସାମାଜିକ ସ୍ଥିତି ମଜ୍‌ବୁତ୍‌ ରହିବ। ଉତରାଷାଢା ନକ୍ଷତ୍ର ଯେତେ ସମସ୍ୟା ଆସିଲେ ମଧ୍ୟ ତାହାର ସଠିକ୍‌ ସମାଧାନ କରିବାର ସଫଳ ହେବେ। ବ୍ୟବସାୟ, ପରିବହନ, ନିର୍ମାଣ, ସଭାସମିତି ଓ ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବ।
ମକର
ମକର
ଏକାଧିକ କାର୍ଯ୍ୟରେ ଅନୁପ୍ରବେଶ କୌଣସିଟାରେ ମଧ୍ୟ ସଫଳତା ଦେବ ନାହିଁ। ଆଶାନୁଯାୟୀ ଅର୍ଥ ସାହାଯ୍ୟ ଆଶାରେ ବନ୍ଧୁଙ୍କୁ ବିଭିନ୍ନ ବିନୟପୂର୍ଣ୍ଣ କଥା କହି ସଫଳତା ହାସଲ କରିବେ। ଶିଳ୍ପ, ବାଣିଜ୍ୟ ଓ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢିପାରେ। ପ୍ରତିବେଶୀଙ୍କ ସହ ସଂପର୍କ ଯୋଡିବାକୁ ଆପ୍ରାଣ ଚେଷ୍ଟା କରିପାରନ୍ତି।
କୁମ୍ଭ
କୁମ୍ଭ
ଏଣେ ପାଇଲେ ତେଣେ ଖର୍ଚ୍ଚର ବାଟ ଖୋଲିଯିବ ଫଳରେ ହାତ ଫାଙ୍କା ରହିବ। ପରିବାରର ସମ୍ଯଯାକୁ ବନ୍ଧୁଙ୍କ ମୁହଁ ସାମ୍ନାରେ ପ୍ରକାଶ କରିପାରିବେ ନାହିଁ। ବାଦବିବାଦ କ୍ରମେ ଜଟିଳ ହୋଇପାରେ କିନ୍ତୁ ପୂର୍ବଭାଦ୍ରପଦ ନକ୍ଷତ୍ର ଖଚ୍ଚାନ୍ତ ହୋଇ ସଫଳତା ହାସଲ କରିବେ। ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେଇ ଆଶା ପୂରଣ କରିପାରନ୍ତି।
ମୀନମୀନ
ମନକୁ ଯେପରି ଆସୁଛି ସେହିପରି କରି ଚାଲନ୍ତୁ କିଛି ଅସୁବିଧା ହେବ ନାହିଁ। ବିଶେଷ କାରଣ ନଥାଇ ମଧ୍ୟ ଆଜି ପରିବାରରେ ଟଣା, ଓଟରା ଲାଗିପାରେ। ବନ୍ଧୁଙ୍କ ଖାପଛଡା କଥା ଓ ବେଖାତିର ମନୋଭାବ ଯୋଗୁଁ ଚିନ୍ତା ପ୍ରକଟ କରିବେ। ଋଣ ପରିଶୋଧ ପାଇଁ ବ୍ୟଗ୍ରତା, ସମ୍ପର୍କୀୟଙ୍କ ଅଭିଯୋଗ ଏବଂପଡୋଶୀଙ୍କ ଟାହି ଟାପରା ମନକୁ ବିଭ୍ରାନ୍ତ କରିବାର ସୂଚନା ରହିଛି।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶୁକ୍ରବାର, ଏପ୍ରିଲ ୨୬ ତାରିଖ – Daily Horoscope

ମେଷ ଆଜି ଅଷ୍ଟମଚନ୍ଦ୍ର ଯୋଗୁ ଭ୍ରାତୃ ବିରୋଧ, ସହକର୍ମୀ ସହ ଝଗଡ଼ାର ଆଶଙ୍କା ରହିଛି। ଚନ୍ଦ୍ରଙ୍କ ପ୍ରତି ଶନିଙ୍କ ଦୃଷ୍ଟିରୁ ଋଣବାଡ଼ି, ବ୍ୟବସାୟରେ ପ୍ରତିବନ୍ଧକ ଚିନ୍ତାର...

ରାଶିଫଳ: ଗୁରୁବାର, ଏପ୍ରିଲ ୨୫ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ଇଚ୍ଛା ନ ଥାଇ ମଧ୍ୟ କେତେକ କାମ କରିବାକୁ ବାଧ୍ୟ ହେବେ। ଅନ୍ୟଦ୍ୱାରା ପ୍ରେରିତ ହୋଇ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡ଼ିପାରେ। ବୈଷୟିକ...

ରାଶିଫଳ: ବୁଧବାର, ଏପ୍ରିଲ ୨୪ ତାରିଖ – Daily Horoscope

ମେଷ ଆଜି ଗଜକେଶରୀ ଯୋଗ ପ୍ରଭାବରୁ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ଅର୍ଜନ କରିବେ। ପ୍ରତ୍ୟୁଷ ଯାତ୍ରା, ବ୍ୟବସାୟ, ପରିବହନ, କଳା, ସାହିତ୍ୟ, ସଙ୍ଗୀତାଦି ପ୍ରତି ରୁଚି...

ରାଶିଫଳ: ମଙ୍ଗଳବାର, ଏପ୍ରିଲ ୨୩ ତାରିଖ – Daily Horoscope

ମେଷ ଆଜି ଅଧିକାଂଶ କ୍ଷେତ୍ରରେ ଭୟ ସୃଷ୍ଟିହେବା ସହ ଆଶଙ୍କାଜନିତ ମନ ଅସ୍ଥିର ରହିବ। କେବଳ ରବିଙ୍କ ସୁପ୍ରଭାବ ଯୋଗୁ ଝିନ୍‌ଝଟ୍‌ ମଧ୍ୟରେ ହିଁ କାମଗୁଡ଼ିକ...

ରାଶିଫଳ: ସୋମବାର, ଏପ୍ରିଲ ୨୨ ତାରିଖ – Daily Horoscope

ମେଷ ଆଜି ଅଶ୍ୱିନୀ ନକ୍ଷତ୍ରର ବହୁତ ଦିନରୁ ଭଲ ସମ୍ପର୍କ ଥିବା ବନ୍ଧୁଙ୍କ ସହ ମନୋମାଳିନ୍ୟ ଘଟିପାରେ। ବୃହସ୍ପତିଙ୍କ ପ୍ରଭାବରୁ ନୂଆ ଯୋଜନାଟିଏ କରିବା ସକାଶେ...

ରାଶିଫଳ: ରବିବାର, ଏପ୍ରିଲ ୨୧ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ରଙ୍କ ସହ କେତୁଯୁକ୍ତ କାରଣରୁ ମାନସିକ ସ୍ବାସ୍ଥ୍ୟ ଭଲ ରହିବ ନାହିଁ। ଉଚ୍ଚସ୍ଥ ଶୁକ୍ର ଏକାଧାରରେ କର୍ମକ୍ଷେତ୍ରରେ ବନ୍ଧୁବର୍ଗଙ୍କ ପ୍ରୀତିଭାଜନ କରାଇପାରେ। କଳା,...

ରାଶିଫଳ: ଶନିବାର, ଏପ୍ରିଲ ୨୦ ତାରିଖ – Daily Horoscope

ମେଷ ନିଜ ରାଶିରେ ରବି ଓ ବୃହସ୍ପତି ଥିବାରୁ କର୍ମାରମ୍ଭ ପ୍ରୀତିପ୍ରଦ ରହିବ। ଚନ୍ଦ୍ର ପ୍ରଭାବରୁ ପରିବହନ, ବାଣିଜ୍ୟ, ଶିଳ୍ପ କ୍ଷେତ୍ରରେ ଶିଥିଳତା ଦେଖାଦେଇପାରେ। ସମସ୍ୟା...

ରାଶିଫଳ: ଶୁକ୍ରବାର, ଏପ୍ରିଲ ୧୯ ତାରିଖ – Daily Horoscope

ମେଷ ଚନ୍ଦ୍ରଙ୍କ ଶୁଭସଂସ୍ଥିତି ପ୍ରଭାବରେ ପାରିବାରିକ ଶାନ୍ତି ଓ ସ୍ଥିରତା ସଙ୍ଗକୁ ବୈଷୟିକ ଅଭିବୃଦ୍ଧି ଘଟିବ। ସ୍ବାସ୍ଥ୍ୟ ସମସ୍ୟା ସୁଧୁରିଯିବ ଏବଂ ସମ୍ପର୍କୀୟଙ୍କ ସହାନୁଭୂତି ଲାଭ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri