Posted inଖେଳ

ପୁଅ ଲଗାତର ୬ ବଲ୍‌ରୁ ୬ ଛକା ମାରି ରଚିଥିଲେ ଇତିହାସ: ପରଦିନ ମା’ ଭେଲ୍‌ପୁରୀ ବିକ୍ରେତାଙ୍କଠାରୁ ଶୁଣିଥିଲେ ଏହି ଖବର

ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ କୋଚ ରବି ଶାସ୍ତ୍ରୀ ଆଜି ୬୦ ବର୍ଷରେ ପଦାର୍ପଣ କରିଛନ୍ତି। ସେ ମେ ୨୭, ୧୯୬୨ରେ ବମ୍ବେ (ବର୍ତ୍ତମାନ ମୁମ୍ବାଇ) ରେ ଜନ୍ମଗ୍ରହଣ କରିଥିଲେ। ଜାନୁଆରୀ ୧୯୮୫ରେ ବମ୍ବେ ପାଇଁ ଖେଳୁଥିବାବେଳେ ରବି ଶାସ୍ତ୍ରୀ ବରୋଦା ବିପକ୍ଷରେ ୬ଟି ବଲ୍‌ରୁ ଛକା ମାରିଥିଲେ। ଶାସ୍ତ୍ରୀ ଦ୍ୱିତୀୟ ଇନିଂସରେ ୧୨୩ ବଲରେ ୨୦୦ ରନ ସଂଗ୍ରହ କରିଥିଲେ। ଏଥିସହ ଶାସ୍ତ୍ରୀ ବରୋଦାର ଦ୍ୱିତୀୟ ଇନିଂସରେ ଦୁଇଟି ଉଇକେଟ ମଧ୍ୟ ନେଇଥିଲେ। ସେହି ଦିନ ଶାସ୍ତ୍ରୀଙ୍କ ଏହି କୀର୍ତ୍ତି ବିଷୟରେ ସମଗ୍ର ବିଶ୍ୱ ଜାଣିବାକୁ ପାଇଲା। କିନ୍ତୁ ରବି ଶାସ୍ତ୍ରୀଙ୍କ ମା’ ପୁଅର ସଫଳତା ଘଟଣା ପରଦିନ ଏକ ଭେଲ୍‌ପୁରୀ ବିକ୍ରେତାଙ୍କ ଠାରୁ ଜାଣିବାକୁ ପାଇଥିଲେ। ଶାସ୍ତ୍ରୀଙ୍କ ମା’ ରେଡିଓରେ କ୍ରିକେଟ କମେଣ୍ଟ୍ରି ଶୁଣନ୍ତି। କିନ୍ତୁ ସେ ତାଙ୍କ ପୁଅର ଏହି କାର୍ଯ୍ୟ ବିଷୟରେ ସେ ଆଦୌ ସୂଚନା ପାଇ ନ ଥିଲେ।
ରବି ଶାସ୍ତ୍ରୀ ‘ବ୍ରେକ୍‌ଫାଷ୍ଟ୍‌ ଓ୍ବିଥ୍‌ ଚାମ୍ପିଅନ୍ସ ଶୋ’ ସମୟରେ ଏହା ପ୍ରକାଶ କରିଛନ୍ତି। ତାଙ୍କ ଇନିଂସ ବିଷୟରେ ବର୍ଣ୍ଣନା କରି ଶାସ୍ତ୍ରୀ କହିଛନ୍ତି, ବରୋଦା ବିପକ୍ଷରେ ସେହି ଇନିଂସ ଖେଳିବା ପରେ ମୁଁ ସାଙ୍ଗମାନଙ୍କ ସହିତ ରାତିରେ ପାର୍ଟି କରିବାକୁ ଯାଇଥିଲି। ମୁଁ ଘରକୁ ଫେରିବା ବେଳକୁ ଭୋର ତିନିଟା ହୋଇଥିଲା। ମୁଁ ମୋ ମା’ଙ୍କୁ କହିଲି ୫ଟାରେ ଅଭ୍ୟାସ କରିବାକୁ ଯିବି କହି ଶୋଇବାକୁ ଗଲି। ୫ଟାରେ ଉଠି ଅଭ୍ୟାସ ପାଇଁ ପଳାଇଲି। ସକାଳେ ମା’ ଘରର ସାମଗ୍ରୀ ଆଣିବାକୁ ବଜାରକୁ ଯାଇଥିଲେ। ଘର ନିକଟରେ ଥିବା ଜଣେ ଭେଲପୁରୀ ବିକ୍ରେତା ତାଙ୍କୁ କହିଥିଲେ ଯେ ରବି ୬ଟି ବଲରେ ୬ଟି ଛକା ମାରିଛନ୍ତି। ଏହି ଜାଣିବା ପରେ ମା’ ମୋତେ ଗାଳି ଦେଇ ଆଗରୁ କାହିଁକି କହିଲୁ ନାହିଁ ବୋଲି କହିଥିଲେ।
ରବି ଶାସ୍ତ୍ରୀ ଭାରତ ପାଇଁ ୮୦ଟି ଟେଷ୍ଟ ଏବଂ ୧୫୦ଟି ଦିନିକିଆ ଖେଳିଥିଲେ। ସେ ଟେଷ୍ଟରେ ୩୮୩୦ ରନ ଏବଂ ଦିନିକିଆରେ ୩୧୩୦ ରନ ସ୍କୋର କରିଥିଲେ। ସେ ୧୯୮୩ରେ ଇଂଲଣ୍ଡରେ ବିଶ୍ୱକପ ଜିତିଥିବା ଦଳର ଅଂଶ ଥିଲେ। ପରେ ଶାସ୍ତ୍ରୀ ଜଣେ ସମୀକ୍ଷକ ଭାବରେ କାର୍ଯ୍ୟ କରିଥିଲେ ଏବଂ ପରେ ଟିମ ଇଣ୍ଡିଆର କୋଚ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କ୍ୱିଟୋଭା, ପିରୋଙ୍କୋଭା, ସେରେନାଙ୍କ ବିଜୟ ଅଭିଯାନ

ପ୍ୟାରିସ୍‌,୨୯।୯(ଏପି): ଫ୍ରେଞ୍ଚ୍‌ ଓପନ୍‌ ମହିଳା ସିଙ୍ଗଲ୍ସରେ ଚେକ୍‌ ଗଣରାଜ୍ୟର ପେଟ୍ରା କ୍ୱିଟୋଭା, ବୁଲଗେରିଆର ଶ୍ୱେତାନା ପିରଙ୍କୋଭା, ଆମେରିକାର କୋକୋ ଗୌଫ୍‌ ଅନ୍ୟ ଖେଳାଳିମାନେ ଦ୍ୱିତୀୟ ରାଉଣ୍ଡରେ...

ସଲମାନ୍‌ଙ୍କୁ ପସନ୍ଦ କରନ୍ତିନି ବିରାଟ କୋହଲି: କାରଣ ଜାଣିଲେ…

ମହାମାରୀ କରୋନା ସମୟରେ କଳାକାରଙ୍କ ଥ୍ରୋବ୍ୟାକ୍‌ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହାରି ମଧ୍ୟରେ ସଲମାନ୍‌ ଖାନ୍‌, ଅନୁଷ୍କା ଶର୍ମା...

ସର୍ବିୟା ଅଭିନେତ୍ରୀଙ୍କୁ ପଟାଖା କହିଲେ ହାର୍ଦ୍ଦିକ ପାଣ୍ଡ୍ୟା

ନୂଆଦିଲ୍ଲୀ,୧।୧- ଆହତ ସମସ୍ୟା ଯୋଗୁ ଜାତୀୟ ଦଳରୁ ବାଦ୍‌ ପଡ଼ିଥିବା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଇନ୍‌ଷ୍ଟାଗ୍ରାମରେ ଏକ ଫଟୋ ଛାଡ଼ିଛନ୍ତି। ଉକ୍ତ ଫଟୋରେ ହାର୍ଦ୍ଦିକଙ୍କ ସହ...

ୟୁରୋକପ୍‌ ଫୁଟ୍‌ବଲ: ଜର୍ମାନୀକୁ ହରାଇ କ୍ୱାର୍ଟରରେ ଇଂଲଣ୍ଡ

ଲଣ୍ଡନ,୧।୭: ୟୁରୋକପ୍‌ ଫୁଟ୍‌ବଲ ଟୁର୍ନାମେଣ୍ଟରେ ଇଂଲଣ୍ଡ ଏଥର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। ମଙ୍ଗଳବାର ୪୦,୦୦୦ ଦର୍ଶକଙ୍କ ସମ୍ମୁଖରେ ସ୍ଥାନୀୟ ଓ୍ବେମ୍ବଲି ଷ୍ଟାଡିୟମରେ ଖେଳାଯାଇଥିବା ଟୁର୍ନାମେଣ୍ଟର...

ଆଣ୍ଠୁମାଡି ସ୍ତ୍ରୀଙ୍କ ଫଟୋ ଉଠାଇଲେ କୋହଲି: ମହିଳା କ୍ରିକେଟର୍‌ କଲେ ଖୁଲାସା

ଭାରତୀୟ ମହିଳା ଏବଂ ପୁରୁଷ ଦଳ କେବଳ ଜୁନ ୩ରେ ଇଂଲଣ୍ଡରେ ପହଞ୍ଚିଛନ୍ତି। ଉଭୟ ଦଳ ଏବେ ସାଉଥମ୍ପଟନରେ କ୍ୱାରାଣ୍ଟାଇନ୍‌ରେ ଅଛନ୍ତି। ମହିଳା ଦଳ ଜୁନ୍‌...

ଆଇପିଏଲ୍‌ରେ ପ୍ରଥମ ଖେଳାଳି ଭାବେ ଲଗାତର ୨ ଶତକ ହାସଲ କଲେ ଧାଓ୍ବନ

ଦୁବାଇ, ୨୦।୧୦: ଶିଖର ଧାଓ୍ବନଙ୍କ ଶତକ ବଳରେ ମଙ୍ଗଳବାର ଏଠାରେ ଖେଳାଯାଇଥିବା ଆଇପିଏଲ୍‌ର ୩୮ତମ ମୁକାବିଲାରେ ଦିଲ୍ଲୀ କ୍ୟାପିଟାଲ୍ସ ୧୬୫ ରନର ଟାର୍ଗେଟ୍‌ କିଙ୍ଗ୍ସ ଇଲେଭେନ...

‘ପୁଅଙ୍କ ସହ ମ୍ୟାଚ ମୋଡ଼ ବଦଳାଇଥିଲା’

ଭୁବନେଶ୍ୱର, ୧୭।୧୧ (ତପନ ସ୍ବାଇଁ): ଭାରତରେ ଏବେ ମହିଳା କ୍ରିକେଟ ଉତ୍‌ଥାନ ପଥରେ ରହିଛି। ଭାରତୀୟ ଦଳ ବିଶ୍ୱର ଯେ କୌଣସି ଦଳକୁ ଚ୍ୟାଲେଞ୍ଜ ଦେବାକୁ...

ଆଜି କ୍ରିକେଟ୍‌ ଇତିହାସରେ ଏକ ଖାସ୍‌ ଦିନ, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୫।୧: ଜାନୁୟାରୀ ୫ କ୍ରିକେଟ ଇତିହାସରେ ଅତ୍ୟନ୍ତ ସ୍ବତନ୍ତ୍ର। ୫୨ ବର୍ଷ ପୂର୍ବେ ଆଜି ଅର୍ଥାତ୍‌ ଜାନୁଆରୀ ୧୯୭୧ରେ ପ୍ରଥମ ଦିନିକିଆ ମ୍ୟାଚ୍‌ ଖେଳାଯାଇଥିଲା। ମେଲବୋର୍ନ...

Advertisement
Archives

Model This Week