Posted inଖେଳ

ପୁଅ ଲଗାତର ୬ ବଲ୍‌ରୁ ୬ ଛକା ମାରି ରଚିଥିଲେ ଇତିହାସ: ପରଦିନ ମା’ ଭେଲ୍‌ପୁରୀ ବିକ୍ରେତାଙ୍କଠାରୁ ଶୁଣିଥିଲେ ଏହି ଖବର

ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ କୋଚ ରବି ଶାସ୍ତ୍ରୀ ଆଜି ୬୦ ବର୍ଷରେ ପଦାର୍ପଣ କରିଛନ୍ତି। ସେ ମେ ୨୭, ୧୯୬୨ରେ ବମ୍ବେ (ବର୍ତ୍ତମାନ ମୁମ୍ବାଇ) ରେ ଜନ୍ମଗ୍ରହଣ କରିଥିଲେ। ଜାନୁଆରୀ ୧୯୮୫ରେ ବମ୍ବେ ପାଇଁ ଖେଳୁଥିବାବେଳେ ରବି ଶାସ୍ତ୍ରୀ ବରୋଦା ବିପକ୍ଷରେ ୬ଟି ବଲ୍‌ରୁ ଛକା ମାରିଥିଲେ। ଶାସ୍ତ୍ରୀ ଦ୍ୱିତୀୟ ଇନିଂସରେ ୧୨୩ ବଲରେ ୨୦୦ ରନ ସଂଗ୍ରହ କରିଥିଲେ। ଏଥିସହ ଶାସ୍ତ୍ରୀ ବରୋଦାର ଦ୍ୱିତୀୟ ଇନିଂସରେ ଦୁଇଟି ଉଇକେଟ ମଧ୍ୟ ନେଇଥିଲେ। ସେହି ଦିନ ଶାସ୍ତ୍ରୀଙ୍କ ଏହି କୀର୍ତ୍ତି ବିଷୟରେ ସମଗ୍ର ବିଶ୍ୱ ଜାଣିବାକୁ ପାଇଲା। କିନ୍ତୁ ରବି ଶାସ୍ତ୍ରୀଙ୍କ ମା’ ପୁଅର ସଫଳତା ଘଟଣା ପରଦିନ ଏକ ଭେଲ୍‌ପୁରୀ ବିକ୍ରେତାଙ୍କ ଠାରୁ ଜାଣିବାକୁ ପାଇଥିଲେ। ଶାସ୍ତ୍ରୀଙ୍କ ମା’ ରେଡିଓରେ କ୍ରିକେଟ କମେଣ୍ଟ୍ରି ଶୁଣନ୍ତି। କିନ୍ତୁ ସେ ତାଙ୍କ ପୁଅର ଏହି କାର୍ଯ୍ୟ ବିଷୟରେ ସେ ଆଦୌ ସୂଚନା ପାଇ ନ ଥିଲେ।
ରବି ଶାସ୍ତ୍ରୀ ‘ବ୍ରେକ୍‌ଫାଷ୍ଟ୍‌ ଓ୍ବିଥ୍‌ ଚାମ୍ପିଅନ୍ସ ଶୋ’ ସମୟରେ ଏହା ପ୍ରକାଶ କରିଛନ୍ତି। ତାଙ୍କ ଇନିଂସ ବିଷୟରେ ବର୍ଣ୍ଣନା କରି ଶାସ୍ତ୍ରୀ କହିଛନ୍ତି, ବରୋଦା ବିପକ୍ଷରେ ସେହି ଇନିଂସ ଖେଳିବା ପରେ ମୁଁ ସାଙ୍ଗମାନଙ୍କ ସହିତ ରାତିରେ ପାର୍ଟି କରିବାକୁ ଯାଇଥିଲି। ମୁଁ ଘରକୁ ଫେରିବା ବେଳକୁ ଭୋର ତିନିଟା ହୋଇଥିଲା। ମୁଁ ମୋ ମା’ଙ୍କୁ କହିଲି ୫ଟାରେ ଅଭ୍ୟାସ କରିବାକୁ ଯିବି କହି ଶୋଇବାକୁ ଗଲି। ୫ଟାରେ ଉଠି ଅଭ୍ୟାସ ପାଇଁ ପଳାଇଲି। ସକାଳେ ମା’ ଘରର ସାମଗ୍ରୀ ଆଣିବାକୁ ବଜାରକୁ ଯାଇଥିଲେ। ଘର ନିକଟରେ ଥିବା ଜଣେ ଭେଲପୁରୀ ବିକ୍ରେତା ତାଙ୍କୁ କହିଥିଲେ ଯେ ରବି ୬ଟି ବଲରେ ୬ଟି ଛକା ମାରିଛନ୍ତି। ଏହି ଜାଣିବା ପରେ ମା’ ମୋତେ ଗାଳି ଦେଇ ଆଗରୁ କାହିଁକି କହିଲୁ ନାହିଁ ବୋଲି କହିଥିଲେ।
ରବି ଶାସ୍ତ୍ରୀ ଭାରତ ପାଇଁ ୮୦ଟି ଟେଷ୍ଟ ଏବଂ ୧୫୦ଟି ଦିନିକିଆ ଖେଳିଥିଲେ। ସେ ଟେଷ୍ଟରେ ୩୮୩୦ ରନ ଏବଂ ଦିନିକିଆରେ ୩୧୩୦ ରନ ସ୍କୋର କରିଥିଲେ। ସେ ୧୯୮୩ରେ ଇଂଲଣ୍ଡରେ ବିଶ୍ୱକପ ଜିତିଥିବା ଦଳର ଅଂଶ ଥିଲେ। ପରେ ଶାସ୍ତ୍ରୀ ଜଣେ ସମୀକ୍ଷକ ଭାବରେ କାର୍ଯ୍ୟ କରିଥିଲେ ଏବଂ ପରେ ଟିମ ଇଣ୍ଡିଆର କୋଚ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମହିଳା ୨୫ ମି. ପିସ୍ତଲରେ ଇଶାଙ୍କୁ ରୌପ୍ୟ, ନିରାଶ କଲେ ମନୁ

ନାଗୋୟା,୨୮ା୯: ଭାରତୀୟ ଶୁଟର ଇଶା ସିଂ ମହିଳା ୨୫ ମି. ପିସ୍ତଲ ବ୍ୟକ୍ତିଗତ ଇଭେଣ୍ଟରେ ରୌପ୍ୟ ପଦକ ଜିତିଛନ୍ତି। ଚଳିତ ଏସିଆନ ଗେମ୍ସରେ ଶୁଟିଂ ପ୍ରତିଯୋଗିତାରେ ଏହା…

ତେଜିଲା ଆନ୍ଦୋଳନ, ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ କଂଗ୍ରେସର ବିକ୍ଷୋଭ

ଛତ୍ରପୁର,୨୮।୯(ଦିଲ୍ଲୀପି ସାମଲ/ଦ୍ୱାରିକା ସାମଲ): ଅଖିଳ ଭାରତ କଂଗ୍ରେସ କମିଟିର ନିର୍ଦ୍ଦେଶ କ୍ରମେ ଭୋଟ ଚୋରି ଅଭିଯୋଗକୁ ନେଇ ମୁଖ୍ୟ ନିର୍ବାଚନ କମିସନରଙ୍କ ବିରୋଧରେ ଗଞ୍ଜାମ ଜିଲା କଂଗ୍ରେସ…

କାଠ ସଂଗ୍ରହ ବେଳେ ମହୁମାଛି ଆକ୍ରମଣ: ୪ ଜଣ ଆହତ, ତୁମୁଡ଼ିବନ୍ଧ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାଧୀନ

ତୁମୁଡ଼ିବନ୍ଧ, ୨୮୯ (ଦୀପକ କୁମାର ପରାସେଠ): ଜାଳେଣି କାଠ ସଂଗ୍ରହ କରିବାକୁ ଜଙ୍ଗଲକୁ ଯାଇଥିବାବେଳେ ମହୁମାଛି ଆକ୍ରମଣରେ ୪ ଜଣ ଆହତ ହୋଇଛନ୍ତି। କନ୍ଧମାଳ ଜିଲା ତୁମୁଡ଼ିବନ୍ଧ…

କେନ୍ଦୁଝର ବହୁ ଚର୍ଚ୍ଚିତ ଷ୍ଟ୍ରିଟ ଲାଇଟ୍‌ ଦୁର୍ନୀତି ମାମଲା: ବିଦ୍ୟୁତ୍‌ ବିଭାଗର ୩ ଯନ୍ତ୍ରୀ କଲେ ଆତ୍ମସମର୍ପଣ

କେନ୍ଦୁଝର,୨୮।୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ବହୁ ଚର୍ଚ୍ଚିତ ଷ୍ଟ୍ରିଟ ଲାଇଟ୍‌ ଦୁର୍ନୀତି ମାମଲାରେ ୩ଜଣ ଯନ୍ତ୍ରୀ ଆତ୍ମସମର୍ପଣ କରିଛନ୍ତି। ସୋମବାର କେନ୍ଦୁଝର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ବିଦ୍ୟୁତ୍‌…

ମଙ୍ଗଳ-ଚନ୍ଦ୍ରଙ୍କ ସଂଯୋଗରେ ମହାଲକ୍ଷ୍ମୀ ରାଜଯୋଗ: ୨୦୨୭ ପୂର୍ବରୁ କର୍କଟ ସମେତ ୪ ରାଶି ହେବେ ମାଲାମାଲ, ଘରକୁ ଆସିବ ଖୁସିଖବର!

ନଭେମ୍ବର ଆରମ୍ଭରେ ଗ୍ରହମାନଙ୍କ ସ୍ଥିତିରେ ଏକ ବିଶେଷ ପରିବର୍ତ୍ତନ ଦେଖିବାକୁ ମିଳିବ। ପଞ୍ଚାଙ୍ଗ ଅନୁସାରେ, ୧ ନଭେମ୍ବର ୨୦୨୬ରେ ଚନ୍ଦ୍ର ଓ ମଙ୍ଗଳ ଏକାଠି କର୍କଟ ରାଶିରେ…

ଟ୍ରକ୍‌ ଡ୍ରାଇଭରଙ୍କ ଝିଅ ରଚିଲେ ଇତିହାସ: ଏସିଆନ ଗେମ୍‌ରେ ଭାଙ୍ଗିଲେ ୪୨ ବର୍ଷର ରେକର୍ଡ

ନୂଆଦିଲ୍ଲୀ,୨୮।୯: ଏସିଆନ ଗେମ୍ସ ୨୦୨୬ରେ ତାମିଲନାଡୁର ଆଥଲେଟ ବିଥ୍ୟା ରାମରାଜ ନିଜ ନାଁରେ କରିଛନ୍ତି ଏକ ବଡ଼ ରେକର୍ଡ। ମହିଳା ୪୦୦ ମିଟର ହର୍ଡଲ୍ସରେ ସେ ୫୪.୭୫…

ଗୋଟିଏ UPI ପେମେଣ୍ଟରୁ ସରକାରଙ୍କୁ ମିଳେ କେତେ ଟଙ୍କା? ପ୍ରତି ଟ୍ରାଞ୍ଜାକ୍ସନ୍‌ର ପୂରା ହିସାବ ଜାଣିଲେ ହେବେ ଚକିତ

ନୂଆଦିଲ୍ଲୀ,୨୮।୯: ୟୁନିଫାଏଡ ପେମେଣ୍ଟସ ଇଣ୍ଟରଫେସ ବା UPI ଜରିଆରେ ପ୍ରତିଦିନ କୋଟି କୋଟି ଟଙ୍କାର କାରବାର ହେଉଛି। କିନ୍ତୁ ଆପଣ କେବେ ଭାବିଛନ୍ତି କି, ଆପଣଙ୍କ ଗୋଟିଏ…

ନଦୀ ପାର ହେବା ବେଳେ ପୁଅ ଆଗରେ ଭାସିଗଲେ ବାପା, କାଠ ସଂଗ୍ରହ କରିବାକୁ ଯାଉଥିଲେ

ତୁମୁଡିବନ୍ଧ,୨୮ା୯(ଦୀପକ କୁମାର ପରାସେଠ): ପରିବାର ପାଇଁ ଦୁଇ ପଇସା ରୋଜଗାର କରିବା ଆଶାରେ ଜଙ୍ଗଲକୁ କାଠକୋଇଲା ସଂଗ୍ରହ କରିବାକୁ ଯାଉଥିଲେ ବାପା ପୁଅ । ହେଲେ ଜଙ୍ଗଲରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?