Posted inଖେଳ

ସୁପରମ୍ୟାନ୍‌ ଭାବେ ଏମିତି କ୍ୟାଚ୍‌ ଧରିଲେ ରବି ବିଷ୍ଣୋଇ: ସମସ୍ତେ ହୋଇଗଲେ ଆଶ୍ଚର୍ଯ୍ୟ, ଦେଖନ୍ତୁ ଭିଡିଓ

ହରାରେ,୧୦।୭: ଭାରତ ଏବଂ ଜିମ୍ବାୱେ ମଧ୍ୟରେ ଚାଲିଥିବା ପାଞ୍ଚ ମ୍ୟାଚ ଟେଷ୍ଟ ସିରିଜର ତୃତୀୟ ମ୍ୟାଚ ବୁଧବାର ଖେଳାଯାଇଥିଲା। ଏହି ମ୍ୟାଚରେ ଭାରତୀୟ ଦଳ ୨୩ ରନ ଜିତି ଜିମ୍ବାୱେକୁ କ୍ରମାଗତ ଦ୍ୱିତୀୟ ମ୍ୟାଚ ପାଇଁ ପରାସ୍ତ କରିଛି। ଏହି ମ୍ୟାଚରେ ଭାରତୀୟ ଖେଳାଳିମାନେ ଦୃଢ ପ୍ରଦର୍ଶନ କରିଥିଲେ। ବର୍ତ୍ତମାନ ଏହି ମ୍ୟାଚ ସହ ଜଡିତ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓରେ ରବି ବିଷ୍ଣୋଇ ସୁପରମ୍ୟାନ ଅବତାରରେ ନଜର ଆସିଛନ୍ତି।
ଏହି ଘଟଣା ତୃତୀୟ ଓଭରର ପ୍ରଥମ ବଲରେ ଘଟିଥିଲା। ଷ୍ଟ୍ରାଇକର ଶେଷରେ ବ୍ରାଏନ ବେନେଟ ଉପସ୍ଥିତ ଥିଲେ। ଆଭେଶ ଖାନ ପ୍ରଥମ ବଲ ବୋଲିଂ କରିଥିଲେ ଯେଉଁଥିରେ ବେନେଟ ଏକ ଶକ୍ତିଶାଳୀ ସଟ ଖେଳିଥିଲେ, କିନ୍ତୁ ରବି ବିଷ୍ଣୋଇ ଆକାଶକୁ ଡେଇଁପଡି କ୍ୟାଚ୍‌ ଧରିଥିଲେ। ବିଷ୍ଣୋଇଙ୍କର ଏହି ଚମତ୍କାର ଫିଲ୍ଡିଂ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେଲେ। ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ମ୍ୟାଚରେ ବେନେଟ ମାତ୍ର ଚାରି ରନ ସ୍କୋର କରିଥିଲେ।
ଟିମ ଇଣ୍ଡିଆ ତୃତୀୟ ମ୍ୟାଚ୍‌କୁ ୨୩ ରନ୍‌ରେ ଜିତି ସିରିଜରେ ୨-୧ ଅଗ୍ରଣୀ ହାସଲ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରାଗରେ ନିଆଁବାଣ ପାକିସ୍ତାନୀ କ୍ରିକେଟର, ଜୟ ଶାହାଙ୍କୁ ନେଇ କହିଦେଲେ ବଡ଼ କଥା…

ନୂଆଦିଲ୍ଲୀ,୨୩।୭: ଭାରତ ଏବଂ ପାକିସ୍ତାନ ମଧ୍ୟରେ ‘ଚାମ୍ପିଅନ୍ସ ଟ୍ରଫି’କୁ ନେଇ ବିବାଦ ବଢ଼ିବାରେ ଲାଗିଛି। ପାକିସ୍ତାନ ଏହାର ଆୟୋଜନକୁ ନେଇ ଖୁସି ଥିବା ବେଳେ ଟିମ୍‌...

Video: ଶ୍ରୀଲଙ୍କା ଯିବା ପୂର୍ବରୁ ବାଗେଶ୍ୱର ଧାମ ସରକାରଙ୍କ ଆଶୀର୍ବାଦ ନେଲେ କୂଲଦୀପ

ନୂଆଦିଲ୍ଲୀ,୨୩।୭: ଭାରତୀୟ ଟି୨୦ ଟିମ୍‌ ଶ୍ରୀଲଙ୍କାରେ ପହଞ୍ଚି ସାରିଛି। ସେହିଭଳି କିଛି ଖେଳାଳି ଦିନିକିଆରେ ଚୟନ ହୋଇଥିବାରୁ ସେମାନେ ଖୁବ୍‌ଶୀଘ୍ର ପହଞ୍ଚିବେ। ଉକ୍ତ ଖେଳାଳିଙ୍କ ମଧ୍ୟରୁ...

କେକେଆର୍‌ ନୁହେଁ, ଆଇପିଏଲ୍‌ରେ ଏହି ଟିମ୍‌ର ହେଡ୍‌ କୋଚ୍‌ ହେବେ ଦ୍ରାବିଡ

ନୂଆଦିଲ୍ଲୀ,୨୩।୭: ଟିମ୍‌ ଇଣ୍ଡିଆ କୋଚ୍‌ ଭାବେ କାର୍ଯ୍ୟକାଳ ଶେଷ ହେବା ପରେ ଆଇପିଏଲ୍‌ ସହ ଯୋଡ଼ି ହେବେ ରାହୁଲ ଦ୍ରାବିଡ଼। ଏବେ ତାଙ୍କ ନୂଆ ଦାୟିତ୍ୱକୁ...

ଶ୍ରୀଲଙ୍କାରେ ପହଞ୍ଚିଲା ଟିମ୍‌ଇଣ୍ଡିଆ: ସେଲ୍‌ଫି ନେଲେ ଖେଳାଳି

କଲମ୍ବୋ,୨୩।୭: ଭାରତୀୟ କ୍ରିକେଟ ଦଳ ଶ୍ରୀଲଙ୍କାରେ ପହଞ୍ଚିଛି। ମୁଖ୍ୟ କୋଚ ଗୌତମ ଗମ୍ଭୀର ମଧ୍ୟ ଭାରତୀୟ ଦଳ ସହ ପହଞ୍ଚିଛନ୍ତି। ମୁଖ୍ୟ କୋଚ ଭାବରେ ଏହା...

ବିନ୍ଦ୍ରାଙ୍କୁ ଅଲିମ୍ପିକ ଅର୍ଡର ସମ୍ମାନ

ନୂଆଦିଲ୍ଲୀ, ୨୩ା: ଅଲିମ୍ପିକ ଆନ୍ଦୋଳନରେ ଉଲ୍ଲେଖନୀୟ ଅବଦାନ ପାଇଁ ଅନ୍ତର୍ଜାତୀୟ ଅଲିମ୍ପିକ କମିଟି (ଆଇଓସି) ଭାରତୀୟ ଶୁଟିଂ କିମ୍ବଦନ୍ତୀ ଅଭିନବ ବିନ୍ଦ୍ରାଙ୍କୁ ଅଲିମ୍ପିକ ଅର୍ଡର ପୁରସ୍କାରରେ...

ଆମେରିକାରୁ ପୁଣି ଖେଳିବେ ଗ୍ରିନର

ଫୋନିକ୍ସ (ୟୁଏସ),୨୩ା୭: ଦିନ ଥିଲା ବ୍ରିଟନୀ ଗ୍ରିନର ୟୁଏସ୍‌ଏ ବାସ୍କେଟବଲ୍‌ ଜର୍ସି ପୁଣି ପିନ୍ଧିବେ ଏକଥା ତାଙ୍କ କଳ୍ପନା ବାହାରେ ଥିଲା। ଦୁଇଥର ଅଲିମ୍ପିକ ସ୍ବର୍ଣ୍ଣ...

ଶ୍ରୀଲଙ୍କା ସିରିଜ ପୂର୍ବରୁ ଭାରତୀୟ ଅଲରାଉଣ୍ଡରଙ୍କର ହେଲା ଏନଗେଜମେଣ୍ଟ

ନୂଆଦିଲ୍ଲୀ,୨୨।୭: ଭାରତୀୟ କ୍ରିକେଟ ଦଳ ସୋମବାର ଶ୍ରୀଲଙ୍କା ଅଭିମୁଖେ ଯାତ୍ରା କରିଛି। ଏହି ସମୟରେ କ୍ରିକେଟର ଲଲିତ ଯାଦବଙ୍କର ଏନଗେଜମେଣ୍ଟ ହୋଇଛି। ସୋସିଆଲ ମିଡିଆରେ ଫଟୋ...

୨୦୨୭ ଓ୍ବାନ ଡେ’ ବିଶ୍ୱକପ ଖେଳିବେ ରୋହିତ ଶର୍ମା-ବିରାଟ କୋହଲି! ଗମ୍ଭୀର ଦେଲେ ସଙ୍କେତ

ନୂଆଦିଲ୍ଲୀ,୨୨।୭: ଟିମ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ହେବା ପରେ ଗୌତମ ଗମ୍ଭୀର ସୋମବାର ପ୍ରଥମ ଥର ପାଇଁ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ସେ ଏହି...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri