ବଲିଉଡ୍‌ରେ ରବୀନାଙ୍କ ୩୦ ବର୍ଷ

ମୁମ୍ବାଇ: ଅଭିନେତ୍ରୀ ରବୀନା ଟଣ୍ଡନ ବଲିଉଡ୍‌ରେ ୩୦ ବର୍ଷ ପୂରା କରିଛନ୍ତି। ୧୯୯୧ରେ ରିଲିଜ ହୋଇଥିବା ଫିଲ୍ମ ‘ପଥର କେ ଫୁଲ୍‌’ରେ ସେ ପ୍ରଥମଥର କାମ କରିଥିଲେ। ଏହି ଫିଲ୍ମରେ ତାଙ୍କ ବିପକ୍ଷରେ ନାୟକ ଥିଲେ ସଲମାନ ଖାନ୍‌। ଏକ ସାକ୍ଷାତକାରରେ ରବୀନା ଏକଥା ଖୁଲାସା କରିଥିଲେ। ସେ କହିଥିଲେ, କେବେ ଅଭିନେତ୍ରୀ ହେବାକୁ ଚାହୁଁ ନ ଥିଲେ। ମାତ୍ର ଏହା ବୋଧେ ତାଙ୍କ ଭାଗ୍ୟରେ ଥିଲା। ଯେତେବେଳେ ସେ କଲେଜରେ ପଢୁଥିଲେ ସେ ବିଜ୍ଞାପନ ଗୁରୁ ପ୍ରହଲ୍ଲାଦ କକ୍କରଙ୍କ ସହ କିଛି ମଡେଲିଂ ପ୍ରୋଜେକ୍ଟ କରିଥିଲେ।

ରବୀନା କହିଛନ୍ତି, ଯେତେବେଳେ ପ୍ରହଲ୍ଲାଦଙ୍କ ସହ ଇଣ୍ଟର୍ନଶିପ୍‌ କରୁଥିଲେ ସେତେବେଳେ ଲୋକେ ତାଙ୍କୁ କହୁଥିଲେ କାହିଁକି କ୍ୟାମେରା ପଛରେ କାମ କରୁଛନ୍ତି ସାମ୍ନାକୁ ତ ଆସନ୍ତୁ। ଦିନେ ତାଙ୍କ ସାଙ୍ଗ ବଣ୍ଟି ତାଙ୍କୁ ଫୋନ୍‌ କରିଥିଲେ। ସେ ବି ସଲମାନଙ୍କ ସାଙ୍ଗ ଥିଲେ। ବଣ୍ଟି ତାଙ୍କୁ କହିଥିଲେ ଶୀଘ୍ର ସଲମାନଙ୍କୁ ଆସି ଦେଖାକର। ରବୀନା ବାହାରକୁ ଆସିବାରୁ ବଣ୍ଟିଙ୍କ ସହ ସଲମାନ ଆସିଥିବା ଦେଖିଥିଲେ। ସେତେବେଳେ ସଲମାନ ଜିପି ସିପ୍ପି ପ୍ରଡକ୍ସନରେ ପ୍ରସ୍ତୁତ ନିଜ ଫିଲ୍ମ ‘ପଥର କେ ଫୁଲ୍‌’ ପାଇଁ ନାୟିକା ଖୋଜୁଥିଲେ। ବଣ୍ଟି ସଲମାନଙ୍କୁ ରବୀନାଙ୍କୁ ନେବା ପାଇଁ କହିଥିଲେ। ପରେ ସଲମାନ ଏହି ଫିଲ୍ମ ପାଇଁ ମୋତେ ସୁଯୋଗ ଦେଇଥିଲେ। ଏଥିରେ ମୁଁ ବହୁତ ଖୁସି ହୋଇଯାଇଥିଲି। ଏହା ପରଠାରୁ ଆଉ ପଛକୁ ଫେରି ଚାହିଁ ନ ଥିଲେ ରବୀନା। ଏବେ ବଲିଉଡ୍‌ରେ ସେ ୩୦ ବର୍ଷ ପୂରଣ କରିଛନ୍ତି। ସଲମାନଙ୍କ ସହ ତାଙ୍କର ଏବେବି ସୁସମ୍ପର୍କ ଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫେବୃୟାରୀ ୧୪ରେ ପୁଣି ଭାରତରେ ରିଲିଜ ହେବ ‘ଜୋକର୍‌’

ବମ୍ବେ: ପୁଣି ଥରେ ଭାରତରେ ରିଲିଜ୍‌ ହେବ ଚର୍ଚ୍ଚିତ ହଲିଉଡ୍‌ ଚଳଚ୍ଚିତ୍ର ‘ଜୋକର୍‌’। ଜ୍ୱାକୁଇନ୍‌ ଫୋନେକ୍ସଙ୍କ ଅଭିନୀତ ଏହି ଫିଲ୍ମକୁ ଫେବୃୟାରୀ ୧୪ରେ ରିଲିଜ୍‌ କରାଯିବ।...

ସବୁଠାରୁ ୟୁନିକ ହେଜେଲଙ୍କ ପୁଅର ନାମ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ହେଜେଲ କେଚ ଓ ପୂର୍ବତନ କ୍ରିକେଟର ଯୁବରାଜ ସିଂଙ୍କ ଘରକୁ ଚଳିତ ବର୍ଷ ଜାନୁଆରୀରେ ଆସିଥିଲେ ଜଣେ ନୂଆ ଅତିଥି ।...

ନସିରୁଦ୍ଦିନଙ୍କ ବିବାଦୀୟ ବୟାନ

ମୁମ୍ବାଇ: ବିବେକ ଅଗ୍ନିହୋତ୍ରୀଙ୍କ ନିର୍ଦ୍ଦେଶିତ ମୁଭି ‘ଦ କଶ୍ମୀର ଫାଇଲ୍ସ’କୁ ଦର୍ଶକେ ଖୁବ୍ ପସନ୍ଦ କରିଛନ୍ତି । ବକ୍ସ ଅଫିସରେ ଫିଲ୍ମକୁ ଜବରଦସ୍ତ ସଫଳତା ମିଳିଛି...

ବଲିଉଡ୍‌ରେ ଡେବ୍ୟୁ ପାଇଁ ପ୍ରସ୍ତୁତ ମିଥୁନଙ୍କ ସାନପୁଅ ନମାଶି, ‘ବ୍ୟାଡ୍‌ ବୟ’ ଚଳଚ୍ଚିତ୍ରରେ ଆସିବେ ନଜର

ମୁମ୍ବାଇ: ବଲିଉଡ୍‌ ସିନେମା ଜଗତରେ ‘ଡିସ୍କୋ ଡ୍ୟାନ୍ସର’ ଭାବେ ମିଥୁନ୍‌ ଚକ୍ରବର୍ତ୍ତୀ ପରିଚିତ। ଅଭିନୟ ସାଙ୍ଗକୁ ଚମତ୍କାର ନୃତ୍ୟ ପ୍ରଦର୍ଶନ ତାଙ୍କୁ ଏଭଳି ସ୍ବତନ୍ତ୍ର ପରିଚୟ...

ଝିଅ ବିଦାୟୀ ସମୟରେ କାନ୍ଦି ନ ଥିଲେ ହେମାମାଳିନୀ

ବଲିଉଡର ‘ହିମ୍ୟାନ’ ତଥା ଭେଟେରାନ ଅଭିନେତା ଧର୍ମେନ୍ଦ୍ରଙ୍କୁ କେବେ କାନ୍ଦିବା ଦେଖିଛନ୍ତି। ହୁଏତ ନା, କିନ୍ତୁ ଝିଅ ଇଶା ଦେଓଲଙ୍କ ବିବାହ ବିଦାୟୀ ସମୟରେ ତାଙ୍କୁ...

ବିଧାନସଭାରେ ଜୟଲଳିଥାଙ୍କର ଚିରି ଦିଆଯାଇଥିଲା ଶାଢ଼ି

ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ ତାଙ୍କର ଆମାଗୀ ଫିଲ୍ମ ‘ଥଲାଇଭି’କୁ ନେଇ ବିଗତ କିଛି ଦିନ ହେବ ଚର୍ଚ୍ଚାରେ ରହିଛନ୍ତି। ୨ ଦିନ ପୂର୍ବେ ଫିଲ୍ମର...

ରିଲିଜ୍‌ ହେବାର କିଛି ଘଣ୍ଟା ପରେ ଅନ୍‌ଲାଇନ୍‌ରେ ଲିକ୍‌

ଅଶ୍ୱିନ ସାରବନନଙ୍କ ନିର୍ଦ୍ଦେଶିତ ଫିଲ୍ମ‘ କନେକ୍ଟ’ ଡିସେମ୍ବର ୨୩ ଅର୍ଥାତ୍‌ ଶୁକ୍ରବାର ରିଲିଜ୍‌ ହୋଇଯାଇଛି। ତାମିଲ ହରର-ଥ୍ରୀଲର ଫିଲ୍ମଟି ଦର୍ଶକଙ୍କଠାରୁ ଭଲ ପ୍ରତିକ୍ରିୟା ପାଇଛି। ହେଲେ...

ଶୁଟିଂ ସେଟ୍‌କୁ ଫେରିଲେ ଆମିର

ଅଙ୍କାରା,୧୦।୮: ସାରା ବିଶ୍ୱରେ ଘରେ ଘରେ ଏବେ କରୋନା ସଂକ୍ରମଣ ବ୍ୟାପିବାରେ ଲାଗିଛି। କରୋନା ସଂକ୍ରମଣ ଯୋଗୁ ପ୍ରାୟ ସାରା ବିଶ୍ୱରେ ଲକ୍‌ଡାଉନ ଘୋଷଣା କରାଯାଇଥିବା...

Advertisement
Archives

Model This Week