Posted inଖେଳ

ଗୋଟିଏ ମ୍ୟାଚ୍‌ରେ ୧୧ ଉଇକେଟ; ଅଧିନାୟକ କୋହଲି କହିଲେ ‘ ଏ ବାପୁ….’

ଅହମ୍ମଦାବାଦ,୨୬।୨: ଏଠାରେ ଖେଳାଯାଇଥିବା ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟରେ ‘ପ୍ଲେୟର ଅଫ୍‌ ଦ ମ୍ୟାଚ୍‌’ ହୋଇଛନ୍ତି ଅକ୍ଷର ପଟେଲ। ସେ ମ୍ୟାଚ୍‌ରେ କେବଳ ୭୦ରନ୍‌ ଦେଇ ମୋଟ ୧୧ ଉଇକେଟ ନେଇ ଚକିତ କରିଥିଲେ। ଏଥିନେଇ କ୍ରିକେଟଜଗତ ସହ ଜଡ଼ିତ ବ୍ୟକ୍ତିବିଶେଷମାନେ ଅକ୍ଷରଙ୍କ ପ୍ରଶଂସା କରୁଛନ୍ତି। ଏହି କ୍ରମରେ ଅଧିନାୟକ ବିରାଟ କୋହଲି ଗୁଜରାଟି ଭାଷାରେ ସ୍ପିନରଙ୍କ ପ୍ରଶଂସା କରିଛନ୍ତି। ଏହାଶୁଣି ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଅକ୍ଷର ହସି ହସି ଗଡ଼ୁଥିବାର ଏକ ଭିଡିଓ ଭାଇରାଲ ହୋଇଛି।

ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଉଲ୍ଲେଖନୀୟ ବୋଲିଂ କରି ଟେଷ୍ଟର ଉଭୟ ପାଳିରେ ଅଶ୍ୱିନ ଏବଂ ଅକ୍ଷର ବ୍ୟାଟ୍ସମ୍ୟାନ୍‌ଙ୍କୁ ଅଡୁଆରେ ପକାଇଥିଲେ। ପ୍ରଥମେ ଇଂଲଣ୍ଡ ପ୍ରଥମ ପାଳିରେ ୧୧୨ରନ୍‌ କରିପାରିଥିବା ବେଳେ ଦ୍ୱିତୀୟ ପାଳିରେ ମଧ୍ୟ ଅନୂରୁପ ଅବସ୍ଥା ହୋଇଥିଲା। ଏହାକୁ ନେଇ କୋହଲି ହାର୍ଦ୍ଦିକ ଏବଂ ଅକ୍ଷରଙ୍କ ସହ କଥା ହେଉଥିବା ବେଳେ ଗୁଜରାଟୀରେ ‘ଏ ବାପୁ ଥାରି ବୋଲିଂ କମାଲ୍‌ ଛେ’ ବୋଲି କହିଥିଲେ। ଓଡ଼ିଆରେ କହିଲେ ହେ ବନ୍ଧୁ ତୁମେ ଆଜି ବେଶ୍‌ ଭଲ ବୋଲିଂ କରିଛ ବୋଲି କୋହଲି କହିଥିଲେ। ଏହା ଶୁଣି ଉଭୟ ଖେଳାଳି ହସିଥିବା ନଜର ଆସିଥିଲା।

ପଡ଼ିଆ ବାହାରେ କୋହଲି ଅକ୍ଷରଙ୍କ ପ୍ରଶଂସା କରି କହିଥିଲେ, ଯେତେବେଳେ ଜାଡେଜା ଆହତ ହେଲେ ଅନେକଙ୍କୁ ଚିନ୍ତା ଆସିଥିଲା। କାରଣ ସେ ନିଜର ଓଭର ଶୀଘ୍ର ଶେଷ କରିଥାନ୍ତି। ହେଲେ ପରେ ଅକ୍ଷର ଆସିଲେ। ଦେଖିବାକୁ ଡେଙ୍ଗା ହୋଇଥିବା ବେଳେ ସେଭଳି ବୋଲିଂ ମଧ୍ୟ ସେ କରନ୍ତି। ଗୁଜରାଟୀମାନଙ୍କ ବୋଲିଂ ଏବଂ ବ୍ୟାଟିଂ ବିଷୟରେ କିଛି ବୁଝାପଡେନି। କାରଣ ତାଙ୍କ ବଲ୍‌କୁ ତୁମେ ସୁଇପ କରିପାରିବ ନାହିଁ ନା ଡିଫେଣ୍ଡ କରିପାରିବ। ସେମାନେ ଲଗାତାର ଭାବେ ଆକ୍ରମକ ବୋଲିଂ କରିଥାନ୍ତି। ଯଦି ଉଇକେଟ ଭଲ ରହିଲା ତେବେ ଅକ୍ଷର ଭୟଙ୍କର ସାବ୍ୟସ୍ତ ହୋଇପାରନ୍ତି ବୋଲି କୋହଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତ ବିପକ୍ଷ ଟି୨୦ରେ ଅଷ୍ଟ୍ରେଲିଆ ଖେଳାଳି ସ୍ବଦେଶୀ ଜର୍ସି ପିନ୍ଧିବେ

ମେଲବୋର୍ନ,୧୨।୧୧: ଆସନ୍ତାମାସରେ ଆୟୋଜନ ହେବାକୁ ଥିବା ଭାରତ ବିପକ୍ଷ ଟି୨୦ ସିରିଜ ପାଇଁ ଅଷ୍ଟ୍ରେଲିଆ ଖେଳାଳିମାନେ ପ୍ରଥମଥର ପାଇଁ ସ୍ବଦେଶୀ ଶାର୍ଟ ବା ଜର୍ସି ପିନ୍ଧିବେ।...

ଦକ୍ଷିଣ ଆଫ୍ରିକା ଦଳରୁ ପଦାର୍ପଣ କଲେ ଭାରତୀୟ ବଂଶୋଦ୍ଭବ

ବିଶାଖାପାଟଣା,୨।୧୦(ପିଟି): ଭାରତୀୟ ବଂଶୋଦ୍ଭବ ସେନୁରାନ ମୁଥୁସ୍ବାମୀ ବୁଧବାର ଭାରତ ବିପକ୍ଷରେ ଦକ୍ଷିଣ ଆଫ୍ରିକା ଦଳରୁ ଅନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରି ସ୍ବପ୍ନ ପୂରା କରିଛନ୍ତି। ୨୫...

‘ଆଇପିଏଲ ଆୟୋଜନ ବଡ଼ ଚ୍ୟାଲେଞ୍ଜ’

ଦୁବାଇ,୨୮ା୭ (ପି.ଟି.)- ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରେ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ୨୦୨୦ ଆୟୋଜନ କରିବା ଲାଗି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)...

ଲମ୍ବା କେଶ ପାଇଁ ଜୋରିମନା ଦେଉଥଲେ ଏହି ପ୍ରସିଦ୍ଧ କ୍ରିକେଟ୍‌ର: ଜାଣନ୍ତୁ କାହିଁକି

ଭାରତୀୟ କ୍ରିକେଟ ଦଳ ଏବେ ଇଂଲଣ୍ଡ ଗସ୍ତରେ ଅଛି ଏବଂ ଚତୁର୍ଥ ଟେଷ୍ଟ ଗୁରୁବାରଠାରୁ ଓଭାଲରେ ଆରମ୍ଭ ହେବ। ଏହି ଗସ୍ତରେ ଇଶାନ୍ତ ଶର୍ମା ମଧ୍ୟ...

ଆଫଗାନିସ୍ତାନ ସହ ଦିନିକିଆ ସିରିଜ୍‌ ଖେଳିବ ଭାରତ

ମୁମ୍ବାଇ,୧୪।୧୨: ଆଗାମୀ ବର୍ଷ ଆଫଗାନିସ୍ତାନ ସହ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ ଖେଳିବ ଭାରତୀୟ ଦଳ। ଏହି ସିରିଜ୍‌ ଆଗାମୀ ବର୍ଷ ମାର୍ଚ୍ଚରେ ଖେଳାଯିବ...

ଟୁଇଟରରେ ପୋଲାର୍ଡ ଅନ୍‌ଫଲୋ କରିବାରୁ ରାଗିଲେ ରୋହିତ

ନୂଆଦିଲ୍ଲୀ,୨୯।୧୧- ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ଦଳ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ) ଅଧିନାୟକ ରୋହିତ ଶର୍ମାଙ୍କୁ ଟୁଇଟରରେ ଅନ୍‌ଫଲୋ କରି ଚର୍ଚ୍ଚାକୁ ଆସିଥିଲେ ଓ୍ବେଷ୍ଟଇଣ୍ଡିଜ ସୀମିତ...

ଆଇପିଏଲ୍‌- ୧୪: ହାଇଦ୍ରାବାଦ ବିପକ୍ଷରେ ଚେନ୍ନାଇ ଫେଭରାଇଟ୍‌

ନୂଆଦିଲ୍ଲୀ,୨୮।୪(ପି.ଟି.): ରିଦିମ୍‌କୁ ଫେରିଥିବା ମହେନ୍ଦ୍ର ସିଂ ଧୋନୀଙ୍କ ଚେନ୍ନାଇ ସୁପର କିଙ୍ଗ୍ସ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୩ତମ ମ୍ୟାଚ୍‌ରେ ଡେଭିଡ୍‌ ଓ୍ବାର୍ନରଙ୍କ ନେତୃତ୍ୱାଧୀନ ସନରାଇଜର୍ସ...

ଜାତୀୟ ସିନିୟର ୫-ଏ-ସାଇଡ୍‌ ହକି: ହରିୟାଣା ଚାମ୍ପିୟନ

ଭୁବନେଶ୍ୱର, ୨୭।୯(କ୍ରୀଡ଼ା ପ୍ରତିନିଧି)- କାନପୁରର ଗ୍ରୀନ୍‌ ପାର୍କ ଷ୍ଟାଡିୟମରେ ଗୁରୁବାର ଅନୁଷ୍ଠିତ ୫-ଏ-ସାଇଡ୍‌ ହକି (ମିଳିତ ମହିଳା-ପୁରୁଷ) ପ୍ରଦର୍ଶନୀ ଟୁର୍ନାମେଣ୍ଟର ସେମିଫାଇନାଲରେ ଓଡ଼ିଶା ପରାଜିତ ହୋଇଛି।...

Advertisement
Archives

Model This Week