ରାବଣ ପୃଥିବୀର ପ୍ରଥମ ବିମାନ ପାଇଲଟ: ଦାବି କଲେ ଶ୍ରୀଲଙ୍କା ସରକାର

କଲମ୍ବୋ, ୨୧।୭: ପୃଥିବୀରେ କିଏ ପ୍ରଥମେ ବିମାନ ଉଡ଼ାଇଥିଲେ। ଏଭଳି ପ୍ରଶ୍ନ ନେଇ ଶ୍ରୀଲଙ୍କା ସରକାର ଏକ ଅଜବ ଉତ୍ତର ଦେଇଛନ୍ତି। ଶ୍ରୀଲଙ୍କା ସରକାର କହିଛନ୍ତି ଯେ, ରାକ୍ଷସରାଜ ରାବଣ ପ୍ରଥମେ ପୁଷ୍ପକ ବିମାନ ନାମକ ଯାନ ଆକାଶରେ ଉଡ଼ାଉଥିବା ରାମାୟଣରେ ଉଲ୍ଲେଖ ରହିଛିି। ତେଣୁ ରାବଣ ପୃଥିବୀର ପ୍ରଥମ ବିମାନ ପାଇଲଟ। ଏନେଇ ସରକାର ଲୋକଙ୍କ ପାଖରେ ଗଚ୍ଛିତ ଥିବା ପୁରୁଣା ଗନ୍ଥର ତଥ୍ୟ ଏକ ବିଜ୍ଞାପନ ମାଧ୍ୟମରେ ଲୋଡ଼ିଛନ୍ତି। ଏହାଦ୍ୱାରା ରାବଣଙ୍କ ମୃତ୍ୟୁ ସହିତ ଲୋପ ପାଇଥିବା ଦେଶର ବିକଶିତ ବିମାନ ଉଡ଼ାଣ ଶୈଳୀର ପୁନରୁଦ୍ଧାର ହୋଇପାରିବ ବୋଲି ସରକାର ଯୋଜନା କରିଛନ୍ତି। ରାବଣ ୫ ହଜାର ବର୍ଷ ତଳେ ଏହି ଯାନର ବ୍ୟବହାର କରୁଥିବା ଲୋକେ କହିଛନ୍ତି। ରାବଣ ମାତା ସୀତାଙ୍କୁ ଅପହରଣ କରିଥିବା ତଥ୍ୟକୁ ଶ୍ରୀଲଙ୍କା ସରକାର ଖଣ୍ଡନ କରିଛନ୍ତି। ଏହି କାହାଣୀ ଭାରତୀୟ ରାମାୟଣରେ ଦର୍ଶାଯାଇଛି। ତେବେ ରାବଣ ଏପରି କରି ନ ଥିଲେ। ସେ ଜଣେ ମହାନ୍‌ ରାଜା ଥିଲେ ବୋଲି ଶ୍ରୀଲଙ୍କା ସରକାର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୧ ଦିନ ପରେ ଥମିଲା ଯୁଦ୍ଧ!

ତେଲ ଅଭିଭ୍‌,୨୧।୫: ଗତ ୧୧ ଦିନ ଧରି ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ସଂଘର୍ଷ ଶେଷରେ ଶାନ୍ତ ପଡିଛି। ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ...

ଇତିହାସରେ ପ୍ରଥମ, ଏମିତି କରି ଦେଖାଇଲା ନାସା

ନ୍ୟୁୟର୍କ,୧୭।୭: ଆମେରିକାର ସ୍ପେସ ଏଜେନ୍ସି ନାସା ଏବଂ ୟୁରୋପୀୟ ସ୍ପେସ ଏଜେନ୍ସି ମିଳିତ ଭାବରେ ଏକ ସୋଲାର ଅର୍ବିଟର ପଠାଇଥିଲେ। ଯାହା ସୂର୍ଯ୍ୟଙ୍କ ଅତି ନିକଟରୁ...

ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ ବନ୍ଧକ

ବାମାକୋ, ୧୯।୮: ପଶ୍ଚିମ ଆଫ୍ରିକୀୟ ଦେଶ ମାଲିରେ ଏବେ ରାଜନୈତିକ ସଂକଟ ଘନେଇବାରେ ଲାଗିଛି। ସୈନ୍ୟ ବାହିନୀ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ବିରୋଧ ବିଦ୍ରୋହ କରିଛନ୍ତି।...

ଆତଙ୍କରେ ୨୫୦ ମହିଳା ବିଚାରପତି

ହେଗ୍‌/କାବୁଲ,୪।୯: ଆଫଗାନିସ୍ତାନରେ ପାଶ୍ଚାତ୍ୟ ସମର୍ଥତ୍ତ ନାଗରିକ ସରକାର ଚାଲିଥିବା ପର୍ଯ୍ୟନ୍ତ ମହିଳା ବିଚାରପତିମାନେ କୋର୍ଟକୁ ଯାଇ ଶୁଣାଣି କରୁଥିଲେ। ତାଲିବାନ୍‌ର କାବୁଲ ଦଖଲ ସହ ବିଦେଶୀ...

ଓବାମାଙ୍କୁ ବୋମା ପଠାଇ ଫଶିଗଲେ ଡେଲିଭରୀ ବୟ

ଓ୍ବାଶିଂଟନ,୬।୮: ଆମେରିକାରେ ଘଟିଥିବା ଏକ ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଜଣେ ପିଜା ଡେଲିଭରୀ ବୟଙ୍କୁ ଅଦାଲତ ୨୦ ବର୍ଷର ସଜା ଶୁଣାଇଛନ୍ତି। ଯୁବକ...

ରୁଷିଆ ସହ ପ୍ରତିରକ୍ଷା ସମ୍ପର୍କକୁ ଏଡ଼ାଇପାରିନି ଭାରତ

ନୂଆଦିଲ୍ଲୀ,୨୬ା୬(ପି.ଟି.): ରୁଷିଆ ସହିତ ପ୍ରତିରକ୍ଷା ସମ୍ପର୍କକୁ ନୂଆଦିଲ୍ଲୀ ଏଡ଼ାଇ ଦେଇପାରିବ ନାହିଁ ବୋଲି ଭାରତ ଗସ୍ତରେ ଆସିଥିବା ଆମେରିକା ପରରାଷ୍ଟ୍ର ସଚିବ ମାଇକ୍‌ ପମ୍ପିଓ ମଙ୍ଗଳବାର...

ଇରାକ୍‌-ସିରିଆରେ ଅଛନ୍ତି ୧୮ ହଜାର ଆଇଏସ୍‌ ଆତଙ୍କବାଦୀ: ଆମେରିକା

ଓ୍ବାଶିଂଟନ,୭।୮: ଇରାକ୍‌-ସିରିଆରେ ୧୮ ହଜାର ଇସଲାମିକ୍‌ ଷ୍ଟେଟ୍‌(ଆଇଏସ୍‌) ଆତଙ୍କବାଦୀ ରହିଥିବା ଆମେରିକା କହିଛି। ସେମାନଙ୍କ ମଧ୍ୟରେ ୩ ହଜାର ବିଦେଶୀ ଆତଙ୍କବାଦୀ ମଧ୍ୟ ରହିଛନ୍ତି ବୋଲି...

ଦୁର୍ଘଟଣା ପୂର୍ବରୁ ବିମାନରେ ଲାଗିଥିଲା ନିଆଁ:କ୍ଷେପଣାସ୍ତ୍ର ମାଡ଼ରେ ଖସିଥିବା ଆଶଙ୍କା

କିଏଭ୍‌,୯ା୧- ଇରାନ ରାଜଧାନୀ ତେହେରାନ ନିକଟରେ ୟୁକ୍ରେନର ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ୧୭୬ ଜଣଙ୍କ ମୃତ୍ୟୁ ଘଟିବା ପରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।...

Advertisement
Archives

Model This Week