ରାବଣ ପୋଡ଼ି ଚଳିତବର୍ଷର ମୁଖ୍ୟ ଆକର୍ଷଣ

ନୂଆପଡ଼ା ଅଫିସ,୩୦।୯: ଚଳିତବର୍ଷ କରୋନା କଟକଣା ନ ଥିବାରୁ ନୂଆପଡ଼ା ଜିଲାର କୋଣଅନୁକୋଣରେ ସାରଦୀୟ ଦୁର୍ଗାପୂଜା ହର୍ଷଉଲ୍ଲାସ ସହିତ ପାଳନ କରାଯାଉଛି। ନବରାତ୍ର ପାଇଁ ଜିଲାର ପୁରପଲ୍ଲୀ ଚଳଞ୍ଚଳ ଦେଖାଦେଇଛି। ପ୍ରତିଦିନ ସନ୍ଧ୍ୟାରେ ଭିଡ ଜମୁଛି। ଦର୍ଶକଙ୍କ ମନୋରଞ୍ଜନ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ ହେଉଛି। ତୁକଲା, ସିନାପାଲି, ଖଡିଆଳ, କୋମନା, ତରବୋଡ, ନୂଆପଡା, ଖରିଆର ରୋଡ ଭଳି ସ୍ଥାନରେ ମହାଆଡମ୍ବର ସହ ନବରାତ୍ର ସାରଦୀୟ ଦୁର୍ଗାପୁଜା ଅନୁଷ୍ଠିତ ହେଉଛି। ପୂଜା ମଣ୍ଡପ ବିଭିନ୍ନ ତାରଣରେ ସାଜସ୍ବଜା କରିଥିବାରୁ ଦର୍ଶକଙ୍କ ମନକୁ ବିମୋହିତ କରି ଦେଉଛି। ତରବୋଡ ଦୁର୍ଗାପୁଜା ୪୮ ବର୍ଷ ପୂର୍ଣ୍ଣ କରି ୪୯ବର୍ଷରେ ପହଞ୍ଚତ୍ଛି। ନବରାତ୍ର ସାରଦୀୟ ଦୁର୍ଗା ପୂଜା ଅଷ୍ଟମ ବର୍ଷରେ ପହଞ୍ଚତ୍ଛି। ୨୫ ବର୍ଷରେ ସିଲଭର ଜୁବଲି ପାଳନ କରିଥିବା ବେଳେ ୪୦ ବର୍ଷରେ ରୁବି ଜୁବଲି ପାଳନ କରିଥିଲା। ଆସନ୍ତା ୨୦୨୩ରେ ଗୋଲଡେନ ଜୁବଲି ପାଳନ କରିବ ବୋଲି ପୂଜା କମିଟି ସଭାପତି ସୂତ୍ରରୁ ପ୍ରକାଶ। ତରବୋଡ ଦୁର୍ଗାପୂଜାକୁ ୪୦ ବର୍ଷ ପୂରଣ ପରେ ନବରାତ୍ର ଦୁର୍ଗାପୁଜା ଆରମ୍ଭ ହୋଇ ଅଷ୍ଟମ ବର୍ଷରେ ପହଞ୍ଚତ୍ଛି। ସଭାପତି ଦୁଃଖ ଭଞ୍ଜନ ନାୟକ, ଉପସଭାପତି ପରଶ ରାମ ଅହିର, ସମ୍ପାଦକ ପୁରନ ମଲ ସାହୁ, ସହସମ୍ପାଦକ ଅର୍ଜୁନ ଜଗତ, କୋଷାଧ୍ୟକ୍ଷ ସୁମିତ ଭାଷାଣି ଓ କାର୍ଯ୍ୟକାରୀ ସଭାପତି ଯୋଗେନ୍ଦ୍ର ନାୟକ ପ୍ରମୁଖ ଆୟୋଜନ କରୁଛନ୍ତି। ବିଶେଷ ଆକର୍ଷଣ ରାବଣ ପୋଡି ରହୁଥିବାରୁ ଚଳିତବର୍ଷ ବାହାର କଳାକାର ଆସି ରାବଣ ମୂର୍ତ୍ତି ତିଆରି କରୁଛନ୍ତି। ରାବଣ ପୋଡି ଦିନ ଅଞ୍ଚଳର ହଜାର ହଜାର ଲୋକଙ୍କ ଭିଡ ଜମିଥାଏ। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପୋଲିସ ଫୋର୍ସ ମୁତୟନ ହୋଇଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାଗାଲାଣ୍ଡରେ ମଦମୃତ୍ୟୁ: ୨ ଦିନରେ ଗଲାଣି ୧୯ଜଣଙ୍କ ଜୀବନ

କୋହିମା,୨୬ା୯; ନାଗାଲାଣ୍ଡରେ ବିଷାକ୍ତ ମଦ ପିଇ ୨ ଦିନରେ ୧୯ଜଣ ପ୍ରାଣ ହରାଇଛନ୍ତି। ମୃତ୍ୟୁର କାରଣ ଏବଂ ରାଜ୍ୟରେ ମଦ ଅପମିଶ୍ରଣର ଯୋଗାଣ ଶୃଙ୍ଖଳକୁ ଠାବ କରିବା…

କାଲି ବନ୍ୟାଞ୍ଚଳ ବୁଲିବେ ମୁଖ୍ୟମନ୍ତ୍ରୀ: ଆକାଶମାର୍ଗରୁ ସ୍ଥିତି ପରଖିବେ ମୋହନ ମାଝୀ

ଭୁବନେଶ୍ୱର,୨୬।୯: ରାଜ୍ୟରେ ଗଭୀର ଅବପାତ ଯୋଗୁ ସୃଷ୍ଟ ଲଗାଣ ବର୍ଷା ଓ ବନ୍ୟା ପରିସ୍ଥିତିର ସମୀକ୍ଷା କରିବା ପାଇଁ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବନ୍ୟା…

ମାସିକ ୮ ହଜାର ଟଙ୍କାରେ ପରିବାର ଚଳିବ କେମିତି? ଆନ୍ଦୋଳନରତ ଯୋଗାଣ ସହାୟକଙ୍କ ସମର୍ଥନରେ ବାହାରିଲେ ନରସିଂହ

ବଲାଙ୍ଗୀର,୨୬।୯ (ସୁନିଲ କୁମାର ମହାନ୍ତି): ପାରିଶ୍ରମିକ ବୃଦ୍ଧି ସହ ଅନ୍ୟାନ୍ୟ ସମସ୍ୟାର ସମାଧାନ ପାଇଁ ସାରା ରାଜ୍ୟର ଯୋଗାଣ ସହାୟକମାନେ ଭୁବନେଶ୍ୱରରେ ଆନ୍ଦୋଳନ ଚଳାଇଛନ୍ତି। ବଲାଙ୍ଗୀର ଜିଲାର…

କାଠ ଆଣିବାକୁ ଯାଇ ହାତୀ ହାବୁଡ଼ରେପଡ଼ିିଗଲେ ବୃଦ୍ଧ, ଆଉ ତା’ପରେ…

କେନ୍ଦୁଝର,୨୬ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ବାଂଶପାଳ ବ୍ଲକ ଶୁଆକାଟିସ୍ଥିତ ଗନ୍ଧମାର୍ଦ୍ଦନ ଲିଜ୍‌ ଏରିଆ ଅଞ୍ଚଳରେ ଏକ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ସୁବନ…

ଗାଜଲବାଡି ଘାଟି ସିଲ୍‌କୁ ୩ ଦିନ: ଦାରିଙ୍ଗବାଡିରେ ମିଳୁନି ପନିପରିବା, ବୃଦ୍ଧି ପାଇଲା ଅତ୍ୟାବଶ୍ୟକ ସାମଗ୍ରୀର ଦର

ଦାରିଙ୍ଗବାଡି,୨୬।୯(ଅରୁଣ ସାହୁ): ଲଗାଣ ବର୍ଷା ଓ ଭୂସ୍ଖଳନ ଭୟ ଯୋଗୁ ସିଲ୍ ହୋଇଥିବା ଗାଜଲବାଡି ଘାଟି ରାସ୍ତା ଇତିମଧ୍ୟରେ ୩ ଦିନ ବିତିଯାଇଥିଲେ ବି ଖୋଲିପାରିନାହିଁ। ଗୁରୁବାର…

କୋରାପୁଟରେ ବର୍ଷା ବିତ୍ପାତ: ୪୫ ଗାଁ ଜଳମଗ୍ନ

କୋରାପୁଟ,୨୬ା୯(ଅମିତାଭ ବେହେରା): ଅର୍ଣ୍ଣବ ବାତ୍ୟା ପ୍ରଭାବରେ କୋରାପୁଟ ଜିଲାରେ ଲଗାଣ ବର୍ଷା ଯୋଗୁ ଜିଲାର ନଦୀ, ନାଳ ଓ ଜଳାଶୟର ଜଳସ୍ତର ବଢ଼ିବା ସହ ବିଭିନ୍ନ ତଳିଆ…

ମା’ ହେଲେ ଦଶମ ଶ୍ରେଣୀ ଛାତ୍ରୀ: ଜିଲା ମୁଖ୍ୟ ଚିକିତ୍ସାଳୟରେ କନ୍ୟା ସନ୍ତାନ ଜନ୍ମ, ଥାନାରେ ଏତଲା

ପାଟଣା,୨୬।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅଞ୍ଚଳରେ ଜଣେ ଦଶମ ଶ୍ରେଣୀର ନାବାଳିକା ଛାତ୍ରୀ ମାଆ ହୋଇଥିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ…

ନ୍ୟୁଜିଲାଣ୍ଡ ସିରିଜରୁ ବାଦ୍‌ ପଡ଼ିଲେ ହାର୍ଦ୍ଦିକ ପାଣ୍ଡ୍ୟା, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୨୬ା୯: ଭାରତର ସିନିୟର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ପୁଣି ଆଘାତପ୍ରାପ୍ତ ହୋଇଛନ୍ତି। ତାଙ୍କ ଆଣ୍ଡୁ ତଳ ଭାଗରେ ଆଘାତ ଲାଗିଛି । ଫଳରେ ସେ ନ୍ୟୁଜିଲାଣ୍ଡ ହ୍ବାଇଟ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?