୧୦ ହଜାର ଟଙ୍କାକୁ ବନ୍ଧା ପଡ଼ିଥିଲା ରାଶନକାର୍ଡ, ସହଯୋଗର ହାତ ବଢ଼ାଇଲେ ଯୁବ ସ୍ବେଚ୍ଛାସେବୀ

ଗଞ୍ଜାମ,୩୧ା୧୦(ଡି.ଏନ୍‌.ଏ.): ଅଭାବ ଅନଟନ ହେଲେ ସାଧାରଣତଃ ଲୋକେ ସୁନା ରୁପା ବନ୍ଧକ ରଖି ଟଙ୍କା ଧାର ଆଣିଥାନ୍ତି l କିନ୍ତୁ ପରିବାର ବୋଝ ପାଇଁ ସରକାର ପ୍ରଦାନ କରିଥିବା ରାଶନକାର୍ଡ ମାତ୍ର ୧୦ ହଜାର ଟଙ୍କାରେ ବନ୍ଧା ପକାଇବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। କଥାଟା ଆଶ୍ଚର୍ଯ୍ୟ ହେଲେ ବି ନିରାଟ ସତ୍ୟ l
ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲା ରମ୍ଭା ଲକ୍ଷ୍ମୀପୁର ଅଞ୍ଚଳରେ l ଉକ୍ତ ଗ୍ରାମର ରଘୁନାଥ ବେହେରା ତାଙ୍କ ସ୍ତ୍ରୀ, ତିନି ଝିଅ ଓ ଗୋଟିଏ ପୁଅ l ଅତ୍ୟନ୍ତ ଗରିବ ପରିବାର l ଏଠାରେ ରୋଜଗାର ନ ମିଳିବାରୁ ଦୁଇବଡ଼ ଝିଅ ପାଞ୍ଚବର୍ଷ ତଳେ ଦିଲ୍ଲୀର ଏକ ସୂତାକଳରେ କାମ କରିବାକୁ ଯାଇଥଲେ। ସେଠାରେ କାମ କରୁଥିବା ଅବସ୍ଥାରେ ଉପରୁ ତଳେ ପଡ଼ି ଆହତ ହୋଇଯାଇଥିଲେ ବଡ଼ ଝିଅ ସନ୍ଧ୍ୟା ରାଣୀ ବେହେରା(୨୭)। ଉକ୍ତ ସୂତାକଳ ମାଲିକ ମାତ୍ର ୧୦୦୦ ଟଙ୍କା ଦେଇ ଚୁପ୍‌ ବସିଯାଇଥିଲା l ଏନେଇ ସନ୍ଧ୍ୟାଙ୍କ ପରିବାର ଲୋକଙ୍କୁ ଖବର ଦେବା ପରେ ବାପା ଯାଇ ଝିଅକୁ ଆଣି ବ୍ରହ୍ମପୁର ଡାକ୍ତରଖାନାରେ ଦେଖାଇଥିଲେ। ତାଙ୍କର ହାଡ଼ ଭାଙ୍ଗି ଯାଇଥିବାରୁ ସେହି ଦିନ ଠାରୁ ଆଜିକୁ ପାଞ୍ଚ ବର୍ଷ ହେବ ସନ୍ଧ୍ୟା ଚାଲି ପାରୁନାହାନ୍ତି। ଏଭଳି ପରିସ୍ଥିତି ରେ ମା’ ବୈଦେହୀ ଝିଅର ଚିକିତ୍ସା ପାଇଁ ଗ୍ରାମର ଅଧିକାଂଶ ଲୋକଙ୍କଠାରୁ ଟଙ୍କା ଧାର ଆଣିବା ପରେ ଆଉ କେହି ଟଙ୍କା ଦେବାକୁ ମନା କରି ଦେଇଥିଲେ l ଫଳରେ ସାଙ୍କ ପରିବାର ଲୋକେ କୌଣସି ଉପାୟ ନ ପାଇ ସେହି ଗ୍ରାମର ଜଣେ ଲୋକଙ୍କ ଠାରୁ ୧୦ ହଜାର ଟଙ୍କା ଆଣି ନିଜର ରାଶନକାର୍ଡକୁ ବନ୍ଧା ପକାଇ ଦେଇଥିଲେ l କୌଣସି ମତେ ଗଞ୍ଜାମ ସହରର ଯୁବ ସ୍ବେଚ୍ଛାସେବୀ ତଥା ପୂର୍ବତନ ଏମ୍‌ପି ପ୍ରତିନିଧି ସୁଧୀର କୁମାର ପାଢ଼ୀ, ବିଜେଡି ଯୁବ ନେତା ରାକେଶ ରଞ୍ଜନ ଦାଶ ଓ ଜୟଶ୍ରୀ ଛକ ଅଞ୍ଚଳର ବିଜୟ କୁମାର ସାହୁ ପ୍ରମୁଖ ଉକ୍ତ ଗ୍ରାମଞ୍‌କୁ ଯାଇ ଉକ୍ତ ପରିବାରକୁ ୧୦ ହଜାର ଟଙ୍କା ଦେଇ ବନ୍ଧା ପଡ଼ିଥିବା ରାଶନକାର୍ଡ ମୁକୁଳାଇ ଥିଲେ l ସରକାରଙ୍କ ଆବସ ଯୋଜନାରେ ଘରଟିଏ ପାଇଁ ରମ୍ଭା ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ବୋଲି ଏମ୍‌ପି ପ୍ରତିନିଧି ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାଚିଲା ଧାନ କ୍ଷେତରେ ହାତୀପଲଙ୍କ ଉପଦ୍ରବ:ଚାଷୀ ମୁଣ୍ଡରେ ଚଡକ

ରୂପସା,୨୩।୪(ବାଞ୍ଛାନିଧି ଦେ)ବାଲେଶ୍ବର ଜିଲା ବସ୍ତା ଥାନା ସଦାନନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ନାଇକୁଡି ଗ୍ରାମରେ ଝାଡଖଣ୍ତି ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି l ୫୦ରୁ ଊର୍ଦ୍ଧ ଝାଡଖଣ୍ତି...

ଅଶାନ୍ତ ହେଉଛି ହିଞ୍ଜିଳି, ବୁଲିଲା ଖଣ୍ଡା

ହିଞ୍ଜିଳିକାଟୁ, ୨୩।୪(ଦ୍ବିତୀକୃଷ୍ଣ ପଣ୍ଡା): ଦିନକୁ ଦିନ ହିଞ୍ଜିଳି ଅଞ୍ଚଳରେ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡିବାରେ ଲାଗିଛି। ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଇବା ସହ ଗୁଣ୍ଡାଗିରି ବଢୁଛି।...

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ

ଭୁବନେଶ୍ୱର,୨୩।୪: ସାଧାରଣ ନିର୍ବାଚନକୁ ନେଇ ଘଡ଼ିକେ ଘୋଡ଼ା ଛୁଟୁଛି। ଦଳବଦଳ ଏବେ ସାଧାରଣରେ ପରିଣତ ହୋଇଛି। ମଙ୍ଗଳବାର ସମ୍ବଲପୁରର ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ ବିଜେଡିରୁ...

ବିଜେଡି ଛାଡ଼ିଲେ ସୀମାରାଣୀ: ଭାଜପାରେ ଯୋଗଦେବା ସମ୍ଭାବନା

ଢେଙ୍କାନାଳ,୨୩ା୪(ରତନ ନାୟାର):ହିନ୍ଦୋଳ ବିଧାନସଭା ଆସନ ପାଇଁ ବିଜେଡି ପକ୍ଷରୁ ମହେଶ ସାହୁଙ୍କ ନାମ ଘୋଷଣା କରାଯିବା ପରେ ଟିକେଟ୍‌ ଆଶାୟୀ ଥିବା ୨ ଥରର ବିଧାୟିକା...

ବିଜେଡି ଛାଡିଲେ ଝାରସୁଗୁଡା ଜିଲା ସାଧାରଣ ସମ୍ପାଦକ

ଭୁବନେଶ୍ୱର,୨୩।୪: ଝାରସୁଗୁଡା ଜିଲାରେ ବିଜେଡିକୁ ଲାଗିଲା ଶକ୍ତ ଝଟକା। ଦଳର ଜିଲା ସାଧାରଣ ସମ୍ପାଦକ ବିଶ୍ୱନାଥ ନାୟକ ଦଳରୁ ଇସ୍ତଫା ଦେଇଛନ୍ତି । ସେ ଦଳ...

ନିର୍ମାଣର ବର୍ଷକ ମଧ୍ୟରେ ରାସ୍ତା ଦବିଲା

ଡେରାବିଶ,୨୩ା୪ (ବେବର୍ତ୍ତା ଅଜୟ ଦାସ):କେନ୍ଦ୍ରାପଡ଼ା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଡେରାବିଶ ଅଞ୍ଚଳର ମୁଖ୍ୟ ରାସ୍ତା କୁହାଯାଉଥିବା ୫୩ ନଂ. ଜାତୀୟ ରାଜପଥର ପଞ୍ଚୁପାଣ୍ଡବ ଛକ...

ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ଅଭିଯୋଗ

ପଟ୍ଟାମୁଣ୍ଡାଇ,୨୩ା୪ (କଳ୍ପତରୁ ନାୟକ):ସରକାରୀ ଅନୁଦାନରେ କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପଞ୍ଚାୟତ ସମିତିରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ହୋଇଆସୁଛି। ମାତ୍ର...

ପୋଲ ନିର୍ମାଣରେ ୧୧ କେଭି ବିଦ୍ୟୁତ୍‌ ଖୁଣ୍ଟ ବାଧକ

କୁଜଙ୍ଗ,୨୩।୪(ମନୋଜ ପ୍ରଧାନ):କୁଜଙ୍ଗ ବ୍ଲକ ବାଲିଆ ପଞ୍ଚାୟତ ଅନ୍ତର୍ଗତ ବଡ଼ଙ୍ଗ ଗ୍ରାମକୁ ସଂଯୋଗ କରୁଥିବା ତତ୍କାଳୀନ ଲୁଣା ନଦୀ ଉପରେ ଥିବା ଏକ ଅଣଓସାରିଆ ପୋଲକୁ ଓସାରିଆ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri