୧୦ ହଜାର ଟଙ୍କାକୁ ବନ୍ଧା ପଡ଼ିଥିଲା ରାଶନକାର୍ଡ, ସହଯୋଗର ହାତ ବଢ଼ାଇଲେ ଯୁବ ସ୍ବେଚ୍ଛାସେବୀ

ଗଞ୍ଜାମ,୩୧ା୧୦(ଡି.ଏନ୍‌.ଏ.): ଅଭାବ ଅନଟନ ହେଲେ ସାଧାରଣତଃ ଲୋକେ ସୁନା ରୁପା ବନ୍ଧକ ରଖି ଟଙ୍କା ଧାର ଆଣିଥାନ୍ତି l କିନ୍ତୁ ପରିବାର ବୋଝ ପାଇଁ ସରକାର ପ୍ରଦାନ କରିଥିବା ରାଶନକାର୍ଡ ମାତ୍ର ୧୦ ହଜାର ଟଙ୍କାରେ ବନ୍ଧା ପକାଇବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। କଥାଟା ଆଶ୍ଚର୍ଯ୍ୟ ହେଲେ ବି ନିରାଟ ସତ୍ୟ l
ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲା ରମ୍ଭା ଲକ୍ଷ୍ମୀପୁର ଅଞ୍ଚଳରେ l ଉକ୍ତ ଗ୍ରାମର ରଘୁନାଥ ବେହେରା ତାଙ୍କ ସ୍ତ୍ରୀ, ତିନି ଝିଅ ଓ ଗୋଟିଏ ପୁଅ l ଅତ୍ୟନ୍ତ ଗରିବ ପରିବାର l ଏଠାରେ ରୋଜଗାର ନ ମିଳିବାରୁ ଦୁଇବଡ଼ ଝିଅ ପାଞ୍ଚବର୍ଷ ତଳେ ଦିଲ୍ଲୀର ଏକ ସୂତାକଳରେ କାମ କରିବାକୁ ଯାଇଥଲେ। ସେଠାରେ କାମ କରୁଥିବା ଅବସ୍ଥାରେ ଉପରୁ ତଳେ ପଡ଼ି ଆହତ ହୋଇଯାଇଥିଲେ ବଡ଼ ଝିଅ ସନ୍ଧ୍ୟା ରାଣୀ ବେହେରା(୨୭)। ଉକ୍ତ ସୂତାକଳ ମାଲିକ ମାତ୍ର ୧୦୦୦ ଟଙ୍କା ଦେଇ ଚୁପ୍‌ ବସିଯାଇଥିଲା l ଏନେଇ ସନ୍ଧ୍ୟାଙ୍କ ପରିବାର ଲୋକଙ୍କୁ ଖବର ଦେବା ପରେ ବାପା ଯାଇ ଝିଅକୁ ଆଣି ବ୍ରହ୍ମପୁର ଡାକ୍ତରଖାନାରେ ଦେଖାଇଥିଲେ। ତାଙ୍କର ହାଡ଼ ଭାଙ୍ଗି ଯାଇଥିବାରୁ ସେହି ଦିନ ଠାରୁ ଆଜିକୁ ପାଞ୍ଚ ବର୍ଷ ହେବ ସନ୍ଧ୍ୟା ଚାଲି ପାରୁନାହାନ୍ତି। ଏଭଳି ପରିସ୍ଥିତି ରେ ମା’ ବୈଦେହୀ ଝିଅର ଚିକିତ୍ସା ପାଇଁ ଗ୍ରାମର ଅଧିକାଂଶ ଲୋକଙ୍କଠାରୁ ଟଙ୍କା ଧାର ଆଣିବା ପରେ ଆଉ କେହି ଟଙ୍କା ଦେବାକୁ ମନା କରି ଦେଇଥିଲେ l ଫଳରେ ସାଙ୍କ ପରିବାର ଲୋକେ କୌଣସି ଉପାୟ ନ ପାଇ ସେହି ଗ୍ରାମର ଜଣେ ଲୋକଙ୍କ ଠାରୁ ୧୦ ହଜାର ଟଙ୍କା ଆଣି ନିଜର ରାଶନକାର୍ଡକୁ ବନ୍ଧା ପକାଇ ଦେଇଥିଲେ l କୌଣସି ମତେ ଗଞ୍ଜାମ ସହରର ଯୁବ ସ୍ବେଚ୍ଛାସେବୀ ତଥା ପୂର୍ବତନ ଏମ୍‌ପି ପ୍ରତିନିଧି ସୁଧୀର କୁମାର ପାଢ଼ୀ, ବିଜେଡି ଯୁବ ନେତା ରାକେଶ ରଞ୍ଜନ ଦାଶ ଓ ଜୟଶ୍ରୀ ଛକ ଅଞ୍ଚଳର ବିଜୟ କୁମାର ସାହୁ ପ୍ରମୁଖ ଉକ୍ତ ଗ୍ରାମଞ୍‌କୁ ଯାଇ ଉକ୍ତ ପରିବାରକୁ ୧୦ ହଜାର ଟଙ୍କା ଦେଇ ବନ୍ଧା ପଡ଼ିଥିବା ରାଶନକାର୍ଡ ମୁକୁଳାଇ ଥିଲେ l ସରକାରଙ୍କ ଆବସ ଯୋଜନାରେ ଘରଟିଏ ପାଇଁ ରମ୍ଭା ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ବୋଲି ଏମ୍‌ପି ପ୍ରତିନିଧି ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଛତ୍ରପୁର ରେଳ ଷ୍ଟେଶନରୁ ନାବାଳକ ଚାଲାଣ ବେଳେ ଧରିଲା ପ୍ରଶାସନ: ୪ ଉଦ୍ଧାର, ୨ ଦଲାଲ…

ଛତ୍ରପୁର, ୭।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ରେଳ ଷ୍ଟେଶନ ପରିସରରୁ ଏକ ବଡ଼ ଧରଣର ନାବାଳକ ଚାଲାଣ ଉଦ୍ୟମକୁ ପଣ୍ଡ କରିଛି ପ୍ରଶାସନ। ଜିଲା…

ଲଗାଣ ବର୍ଷାରେ ଧୋଇଗଲା ନିର୍ମାଣାଧୀନ ରିଂ ରୋଡ୍‌: କାମ ନସରୁଣୁ ରାସ୍ତାର ସ୍ଥାୟିତ୍ୱକୁ ନେଇ ଉଠିଲା ପ୍ରଶ୍ନବାଚୀ

ବରଗଡ଼, ୭।୭ (ପ୍ରେମାନନ୍ଦ ଖମାରୀ): ପ୍ରଥମ ବର୍ଷାରେ ହିଁ ଖୋଲିଯାଇଛି ବିକାଶର ଅସଲ ଚେହେରା। ବରଗଡ଼ ସହର ଉପକଣ୍ଠ ଜୀରା ନଦୀ ପାର୍ଶ୍ୱରେ ଚାଲିଥିବା ବହୁ ପ୍ରତୀକ୍ଷିତ…

ଋଷିମାଳ ମହାବିଦ୍ୟାଳୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ, ମା’ଙ୍କ ପାଇଁ ଗଛଟିଏ ସକାଶେ …

ଦାରିଙ୍ଗବାଡି, ୭।୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ସ୍ଥିତ ଋଷିମାଳ ମହାବିଦ୍ୟାଳୟ ପରିସରରେ ମଙ୍ଗଳବାର ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ…

ଘେଁସ୍ କଲେଜର ନାମ ବଦଳିଲା: ସ୍ୱାଧୀନତା ସଂଗ୍ରାମୀ ଶହୀଦ ମାଧୋ ସିଂହଙ୍କ ନାମରେ ହେଲା ନାମିତ

ବରଗଡ଼, ୭।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ବ୍ଲକ ଅନ୍ତର୍ଗତ ଘେଁସ୍ ସ୍ଥିତ ‘ଘେଁସ୍ କଲେଜ’ର ନାମ ସୋମବାରଠାରୁ ଆନୁଷ୍ଠାନିକ ଭାବେ ବଦଳିଛି। ଏହି ଅଞ୍ଚଳର ମହାନ…

ପ୍ରଧାନଶିକ୍ଷକ ମାଗିଲେ ଫେବର, DWOଙ୍କୁ ଗୁହାରି କଲେ ୩ ମହିଳା କର୍ମଚାରୀ

ଭବାନୀପାଟଣା, ୭।୭ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ମଦନପୁର ସରକାରୀ ଏସଏସଡି  ସ୍କୁଲର ପ୍ରଧାନ ଶିକ୍ଷକଙ୍କ ନାମରେ ଏକ ସାଂଘାତିକ ଅଭିଯୋଗ ସାମ୍ନାକୁ ଆସିଛି। ସ୍କୁଲର…

ବିରଳ ମୃତ୍ତିକା ସନ୍ଧାନରେ ବୃକ୍ଷହୀନ ହେଉଛି ତାମ୍ପରା-ବଙ୍ଗୋପସାଗର ମଧ୍ୟସ୍ଥ ଅରଣ୍ୟ, ଛତ୍ରପୁର ସହର ପ୍ରତି…

ଛତ୍ରପୁର,୭।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ବଙ୍ଗୋପସାଗର କୂଳ ଲଙ୍ଘିବା ଘଟଣାକୁ ନେଇ ଚର୍ଚ୍ଚା ଜୋର୍ ଧରିଥିବା ବେଳେ ଏବେ ଛତ୍ରପୁର ପୌରପରିଷଦର ପ୍ରାଣବିନ୍ଦୁ କୁହାଯାଉଥିବା ପ୍ରସିଦ୍ଧ…

ଫୁଲବାଣୀରୁ ବ୍ରହ୍ମପୁର ଯାଉଥିଲା ଗୁରୁତର ରୋଗୀ, ଘନ ଜଙ୍ଗଲ ଭିତରେ ଅଚଳ ହୋଇଗଲା ୧୦୮ ଆମ୍ବୁଲାନ୍ସ,;ଆଉ ତା’ ପରେ…

ଭଞ୍ଜନଗର,୭।୭ (ବାବୁଲା ପ୍ରଧାନ): ରାଜ୍ୟରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବାର ଆଉ ଏକ ବିକଳ ଚିତ୍ର ସାମ୍ନାକୁ ଆସିଛି। ଜଣେ ଗୁରୁତର ରୋଗୀଙ୍କୁ ମେଡିକାଲ ନେବା ସମୟରେ ଅଧା…

ସିର୍କାବର୍ଗ ରାସ୍ତା ମରାମତି ହେଲାନି, ଲଗାଣ ବର୍ଷାରେ ବେହାଲ: ପ୍ରଶାସନ ପ୍ରତିଶ୍ରୁତି ଖିଲାପ କରିଥିବା…

ଦାରିଙ୍ଗବାଡି, ୭।୭ (ଅରୁଣ ସାହୁ): କନ୍ଧମାଳ ଜିଲା  ଦାରିଙ୍ଗବାଡି ବ୍ଲକର ସବୁଠାରୁ ଦୁର୍ଗମ ଅଞ୍ଚଳ ଭାବେ ପରିଚିତ ସିର୍କାବର୍ଗକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାଟି ଏବେ ଲଗାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri