କରୋନା ଟିକାର ପ୍ରଥମ ଡୋଜ୍ ନେଲେ ରତନ ଟାଟା

ନୂଆଦିଲ୍ଲୀ,୧୩ ।୩: କରୋନାକୁ ଦୂରେଇବାକୁ ଏବେ ସାରା ବିଶ୍ୱରେ ଚାଲିଛି ପ୍ରୟାସ । ଆଭ ଆମ ଦେଶରେ କରୋନା ଟିକାକରଣ କାର୍ଯ୍ୟକ୍ରମ ବି ଖୁବ୍ ଜୋରରେ ଚାଲିଛି । ଏବେ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବରିଷ୍ଠ ନାଗରିକ ଓ ଜଟିଳ ରୋଗରେ ପୀଡିତ ବ୍ୟକ୍ତିଙ୍କୁ ଟିକା ଦିଆଯାଉଛି । ଶନିବାର ଉଦ୍ଦ୍ୟୋଗପତି ରତନ ଟାଟା ତାଙ୍କର ପ୍ରଥମ ଡୋଜ୍ କରୋନା ଟିକା ନେଇଛନ୍ତି । ଟିକା ନେବା ପରେ ରତନ ଟାଟା ଟୁଇଟ୍ କରି କହିଛନ୍ତି ମୁଁ ମୋର ପ୍ରଥମ ଡୋଜ୍ ଟିକା ନେଇଥିବାରୁ ଧନ୍ୟବାଦ ଜଣାଉଛି । ଏହାଖୁବ୍ ସହଜ ଓ ଯନ୍ତ୍ରଣା ବିହିନ । ତେଣୁ ସମସ୍ତେ ଏହି ଟିକା ନେବାକୁ ଆଗେଇ ଆସି ନିଜକୁ ସୁରକ୍ଷୀତ ରଖିବା ଭଲ । ସୂଚନାଯୋଗ୍ୟ, ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ ଆରମ୍ଭ କରି ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ, ବଲିଉଡ୍ କଳାକାର ଆଦି ସେମାନଙ୍କ ପ୍ରଥମ ଡୋଜ୍ ଟିକା ନେଇ ସାରିଛନ୍ତି । ଆଉ ସମସ୍ତେ ଟିକାକୁ ନେଇ ସକରାତ୍ମକ ମନ୍ତବ୍ୟ ବି ଦେଇଛନ୍ତି । ତେଣୁ ପୁଣିଥରେ ଯେଉଁଭଳି ଭାବେ କରୋନା ବ୍ୟାପିବାରେ ଲାଗିଲାଣି ଏହି ସମୟରେ ଆମେ ଯଥା ସମ୍ଭବ ଟିକା ନେଇଯିବା ଭଲ ।


Enter your email to get our daily news in your inbox.

All Right Reserved By Dharitri.Com

ଦେଶରେ ଖୋଲିବ ୧୦୦ ନୂଆ ସୈନିକ ସ୍କୁଲ…

ନୂଆଦିଲ୍ଲୀ, ୮।୧ : ଦେଶରେ ୧୦୦ ନୂଆ ସୈନିକ ସ୍କୁଲ ଖୋଲିବ ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଶନିବାର ସୂଚନା ଦେଇଛନ୍ତି। ଏହା ଦ୍ୱାରା...

ଚିନ୍ତା ବଢ଼ାଇଲାଣି ମଞ୍ଚେଶ୍ୱର ଅଟାକଳ: ଦୁଇ ଦିନରେ ଚିହ୍ନଟ ହେଲେଣି ୬୧ ଆକ୍ରାନ୍ତ

ଭୁବନେଶ୍ୱର,୨୩।୭(ବ୍ୟୁରୋ): ଗୋଟିଏ ପଟେ ରାଜଧାନୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଗୋଟିଏ ସ୍ଥାନରୁ ଅଧିକ ସଂଖ୍ୟକ ସଂକ୍ରମିତ ଚିହ୍ନଟ ହେବା ପ୍ରଶାସନକୁ ଚିନ୍ତାରେ...

ଦେଶରେ ସାମାନ୍ୟ କମ୍ ହେଲା କରୋନା ସଂକ୍ରମିତଙ୍କ ସଂଖ୍ୟା

ନୂଆଦିଲ୍ଲୀ, ୨୧ ।୯: କରୋନା ସଂକ୍ରମଣ ବେଳକୁ ବେଳ ବୃଦ୍ଧି ପାଉଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ସଂକ୍ରମିତଙ୍କ ସଂଖ୍ୟା ସାମାନ୍ୟ କମ୍ ହୋଇଛି...

ପୋଲିସ ପକ୍ଷରୁ କରୋନା ସଚେତନତା ଶୋଭାଯାତ୍ରା

ବୁଗୁଡ଼ା,୮।୪: ରାଜ୍ୟ ତଥା ଜିଲାରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି କରୋନା ମୁକାବିଲା ପାଇଁ ବୁଧବାର ବୁଗୁଡ଼ା...

ଖଣ୍ଡେ ପାନର ଦାମ୍‌ ୫ ହଜାର…

ପାନ ଭାରତୀୟ ସଂସ୍କୃତି ସହିତ ଅତି ନିବିଡ଼ ଭାବେ ଜଡିତ। ତେବେ ପାନର ଦାମ ୫ ହଜାର ଟଙ୍କା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବା...

କେଜ୍‌ରିଓ୍ବାଲଙ୍କ ଘରକୁ ଭାଜପାର ଟାର୍ଗେଟ

ନୂଆଦିଲ୍ଲୀ,୩୧ା୩: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରିବିନ୍ଦ କେଜ୍‌ରିଓ୍ବାଲଙ୍କ ଘରକୁ ବୁଧବାର ଭାଜପା କର୍ମୀମାନେ ଟାର୍ଗେଟ କରିଥିବା ଅଭିଯୋଗ ହୋଇଛି। ନିକଟରେ ମୁକ୍ତିଲାଭ କରିଥିବା ‘ଦ କଶ୍ମୀର ଫାଇଲ୍ସ’...

ରାଷ୍ଟ୍ରପତି ଦେଲେ ମଞ୍ଜୁରୀ: ନଭେମ୍ବର ୧୮ରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଭାବେ ଶପଥ ନେବେ ଶରଦ ଅରବିନ୍ଦ ବୋବଡେ

ନୂଆଦିଲ୍ଲୀ,୨୯।୧୦: ଆସନ୍ତା ନଭେମ୍ବର ୧୮ରେ ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି ଭାବେ ଶପଥ ନେବେ ଜଷ୍ଟିସ ଶରଦ ଅରବିନ୍ଦ ବୋବଡେ। ସିଆଇଜେଙ୍କ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ...

୨୪ ଘଣ୍ଟାରେ ଦେଶରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ହଜାର ପାଖାପାଖି

ନୂଆଦିଲ୍ଲୀ, ୧୪।୬: କରୋନା ମହାମାରୀ ଯୋଗୁ ଭାରତରେ ଆତଙ୍କ ସୃଷ୍ଟି ହୋଇଛି। ରବିବାର ସୁଦ୍ଧା ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୨୧ ହଜାର ୬୨୬ରେ...

Advertisement
Archives

Model This Week