Posted inଜାତୀୟ

ସୋନିଆ-ସ୍ମୃତିଙ୍କ ମଧ୍ୟରେ କଥା କଟାକଟି

ନୂଆଦିଲ୍ଲୀ,୨୮।୭: ଦେଶର ନବ ନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସଂପର୍କରେ ଆପତ୍ତିଜନକ ଟିପ୍ପଣୀ ଦେଇ ଫସି ଯାଇଛନ୍ତି କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀ। ଦେଶର ରାଷ୍ଟ୍ରପତିଙ୍କୁ ‘ରାଷ୍ଟ୍ରପତ୍ନୀ’ ସମ୍ବୋଧିତ କରିଛନ୍ତି। ଏହି ପ୍ରସଙ୍ଗରେ ସଂସଦର ଉଭୟ ସଦନରେ ଶାସକ ଦଳ ପକ୍ଷରୁ ହଙ୍ଗାମା ଓ ନାରାବାଜି କରାଯାଇଥିଲା। ଫଳରେ ଲୋକ ସଭାକୁ ସ୍ଥଗିତ ରଖାଯାଇଥିଲା। ଗୃହ ସ୍ଥଗିତ ରହିବା ପରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଏବଂ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀଙ୍କ ମଧ୍ୟରେ ବିତର୍କ ହୋଇଥିଲା।
ଲୋକ ସଭା ପ୍ରକ୍ରିୟା ସ୍ଥଗିତ ରହିବା ପରେ ଭାଜପା ଏମ୍‌ପି ମାନେ ‘ସୋନିଆ ଗାନ୍ଧୀ କ୍ଷମା ପ୍ରାର୍ଥନା ମାଙ୍ଗୋ’ ସ୍ଲୋଗାନ ଦେଇଥିଲେ। ସୋନିଆ ଗୃହ ବାହାରକୁ ଯାଉଥିଲେ। କିନ୍ତୁ ଏହି ସ୍ଲୋଗାନ ମଧ୍ୟରେ ସେ ଫେରି ଭାଜପା ଏମ୍‌ପି ରମା ଦେବୀଙ୍କ ନିକଟକୁ ଯାଇ କହିଥିଲେ, ଅଧୀର ରଞ୍ଜନ କ୍ଷମା ମାଗିଛନ୍ତି। ଏହି ସମୟରେ ରମା ଦେବୀଙ୍କ ନିକଟରେ ଠିଆ ହୋଇଥିବା ସ୍ମୃତି ଇରାନୀ ସୋନିଆ ଗାନ୍ଧୀଙ୍କୁ କିଛି କହିଥିଲେ। ସୋନିଆ ରାଗିଯାଇ ଜୋରରେ କହିଥିଲେ, ମୋ ସହିତ କଥା ହୁଅ ନାହିଁ। ଏହା ପରେ ସ୍ମୃତି ଏବଂ ସୋନିଆ ଗାନ୍ଧୀଙ୍କ ମଧ୍ୟରେ ତୀବ୍ର ଯୁକ୍ତିତର୍କ ହୋଇଥିଲା। ଏହି ବିତର୍କ ୨ ରୁ ୩ ମିନିଟ ପର୍ଯ୍ୟନ୍ତ ଚାଲିଥିଲା। ଗୌରବ ଗୋଗୋଇ, ସୁପ୍ରିୟା ସୁଲେ ଆସି ସୋନିଆଙ୍କୁ ସେଠାରୁ ନେଇ ପଳାଇଥିଲେ।
ସୂଚନାଯୋଗ୍ୟ, ବୁଧବାର ଘରୋଇ ଚ୍ୟାନେଲର ଏକ କାର୍ଯ୍ୟକ୍ରମରେ ଅଧୀର ରଂଜନ ରାଷ୍ଟ୍ରପତି ମୁର୍ମୁଙ୍କୁ ‘ରାଷ୍ଟ୍ରପତ୍ନୀ’ ଭାବରେ ସମ୍ବୋଧିତ କରିଥିଲେ। ଏହା ପରେ ଭାଜପା ତାଙ୍କୁ ଘେରିଛି।


Enter your email to get our daily news in your inbox.

All Right Reserved By Dharitri.Com

୫ ବର୍ଷରେ ହରିୟାଣା କ୍ୟାବିନେଟ୍‌ ମନ୍ତ୍ରୀଙ୍କ ସମ୍ପତ୍ତି ହୋଇଛି ୨ ଗୁଣା: ମହାରାଷ୍ଟ୍ରରେ ବଢ଼ିଛି ୬୨ ପ୍ରତିଶତ

ନୂଆଦିଲ୍ଲୀ,୧୯।୧୦: ହରିୟାଣାରେ ଗତ ୫ ବର୍ଷ ମଧ୍ୟରେ ମୁଖ୍ୟମନ୍ତ୍ରୀ ମନୋହର ଲାଲ୍‌ ଖଟ୍ଟରଙ୍କ କ୍ୟାବିନେଟ୍‌ ମନ୍ତ୍ରୀଙ୍କ ସମ୍ପତ୍ତି ଦୁଇଗୁଣା ବଢ଼ିଛି। ଅପରପକ୍ଷରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର...

ଅନ୍ତିମ ସଂସ୍କାର ପାଇଁ ଶ୍ୱଶୁରଙ୍କ ମୃତଦେହକୁ କାନ୍ଧରେ ବୋହି ନେଲେ ୪ ବୋହୂ

ପାଟନା,୩।୧: ବିହାରରେ ପରମ୍ପରାକୁ ଭାଙ୍ଗି ଶ୍ୱଶୁରଙ୍କ ମୃତଦେହକୁ ଅନ୍ତିମ ସଂସ୍କାର ପାଇଁ ୪ ବୋହୂ କାନ୍ଧରେ ବୋହି ନେଇଛନ୍ତି। ଏବେ ଏହାର ଫଟୋ ଓ ଭିଡ଼ିଓ...

୧୮ ମାସ ପରେ ଆରମ୍ଭ ହେଲା ଜମ୍ମୁ-କଶ୍ମୀରରେ 4G ଇଣ୍ଟରନେଟ ସେବା

ଶ୍ରୀନଗର,୬।୨: ଜମ୍ମୁ-କଶ୍ମୀରରେ 4G ମୋବାଇଲ ଇଣ୍ଟରନେଟ ସେବା ଉପରେ ଲାଗିଥିବା ପ୍ରତିବନ୍ଧକ ଶୁକ୍ରବାର ହଟାଇ ଦିଆଯାଇଛି। ଦୀର୍ଘ ୧୮ମାସ ପରେ ଏହି ସେବା ରାଜ୍ୟରେ ଲାଗୁ...

ଟ୍ରମ୍ପଙ୍କ ସ୍ବାଗତ ପାଇଁ ୧୦୭ କେଜିର ୩ ଇଡ୍‌ଲି ତିଆରି କଲେ ଚେନ୍ନାଇ ଶେଫ୍‌

ଚେନ୍ନାଇ,୨୪।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଗସ୍ତରେ ଆସିଥିବା ବେଳେ ତାଙ୍କୁ ସ୍ବାଗତ କରିବାକୁ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏହି ଅବସରରେ ଚେନ୍ନାଇର...

ଶହୀଦ୍‌ଙ୍କୁ ସମ୍ମାନ ଦେବା ଦେଶ ନାଗରିକଙ୍କ କର୍ତ୍ତବ୍ୟ: ଜେନେରାଲ ହୋଦା

ନୂଆଦିଲ୍ଲୀ,୨୨।୪: ଭୋପାଳରୁ ଭାଜପାର ଲୋକ ସଭା ପ୍ରାର୍ଥୀ ହୋଇଥିବା ସ୍ବାଧୀ ପ୍ରଜ୍ଞା ସିଂ ଠାକୁରପ ମୁମ୍ବାଇ ଏଟିଏସ୍‌ ମୁଖ୍ୟ ଶହୀଦ୍‌ ହେମନ୍ତ କରକାରେଙ୍କ ବିରୋଧରେ ବିବାଦୀୟ...

ତୁଟିଲା କଳି: ଏକାଠି ସାମ୍ନାକୁ ଆସିଲେ ଅମରିନ୍ଦର-ସିଦ୍ଧୁ

ଚଣ୍ଡିଗଡ,୨୩।୭: ପଞ୍ଜାବରେ ଅଗାମୀ ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସର ସଙ୍କଟ ଦୂର ହେଲା ପରି ଲାଗୁଛି। ଶୁକ୍ରବାର କଂଗ୍ରେସ ନେତା ନବଜୋତ...

ଭୁଶୁଡିଲା କୋଠା: ଚାଲିଗଲା ୫ ଜୀବନ

ଅମରାବତୀ,୩୦।୧୦: ମହାରାଷ୍ଟ୍ରର ଅମରାବତୀରେ ରବିବାର ଏକ ଦୁଇ ମହଲା କୋଠା ହଠାତ୍‌ ଭୁଶୁଡି ପଡିଲା। ଏଥିରେ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଦୁଇ ଜଣ ଗୁରୁତର...

ସିଆର୍‌ପିଏଫ୍‌-ଡିଆର୍‌ଡିଓ ପକ୍ଷରୁ ବାଇକ୍‌ ଆମ୍ବୁଲାନ୍ସ୍‌ ସେବା ଆରମ୍ଭ

ନୂଆଦିଲ୍ଲୀ,୧୮।୧: ସିଆର୍‌ପିଏଫ୍‌ ଏବଂ ଡିଆର୍‌ଡିଓ ପକ୍ଷରୁ ସୋମବାର ବାଇକ୍‌ ଆମ୍ବୁଲାନ୍ସ୍‌ ସେବା ‘ରକ୍ଷିତା’ର ଆରମ୍ଭ କରାଯାଇଛି। ସୁରକ୍ଷାକର୍ମୀଙ୍କୁ ଜରୁରିକାଳୀନ ସେବା ଯୋଗାଇ ଦେବା ପାଇଁ ଏହା...

Advertisement
Archives

Model This Week