ବିଜୟ ଦେବରକୋଣ୍ଡାଙ୍କ ସହ ନିର୍ବନ୍ଧ ଚର୍ଚ୍ଚାକୁ ନିଶ୍ଚିତ କଲେ ରଶ୍ମିକା: କହିଲେ- “ସମସ୍ତେ ଜାଣିଛନ୍ତି”

ହାଇଦ୍ରାବାଦ: ଦୀର୍ଘ ଦିନରୁ ଚାଲିଥିବା ଅଭିନେତା ବିଜୟ ଦେବରକୋଣ୍ଡା ଏବଂ ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ପ୍ରେମ ସମ୍ପର୍କ ଓ ନିର୍ବନ୍ଧକୁ ନେଇ ଚର୍ଚ୍ଚା ଏବେ ବଢ଼ିବାରେ ଲାଗିଛି। ନିଜର ଆଗାମୀ ଫିଲ୍ମ ‘ଥମ୍ମା’ର ପ୍ରମୋସନ ସମୟରେ ରଶ୍ମିକାଙ୍କର ଏକ ଉତ୍ତର ଏହି ଖବରକୁ ଆହୁରି ଦୃଢ଼ କରିଛି।

ମିଡ଼ିଆ ରିପୋର୍ଟ ଅନୁଯାୟୀ, ନିର୍ବନ୍ଧ ପ୍ରସଙ୍ଗରେ ପଚରାଯାଇଥିବା ଏକ ପ୍ରଶ୍ନର ଉତ୍ତରରେ ରଶ୍ମିକା ଲାଜେଇ ହସି କହିଥିଲେ, “ଏ ବିଷୟରେ ସମସ୍ତେ ଜାଣିଛନ୍ତି।” ତାଙ୍କର ଏହି ସଂକ୍ଷିପ୍ତ ମନ୍ତବ୍ୟକୁ ପ୍ରଶଂସକମାନେ ନିର୍ବନ୍ଧର ଏକ ସୂକ୍ଷ୍ମ ସ୍ୱୀକୃତି ବୋଲି ମାନୁଛନ୍ତି।

ରିପୋର୍ଟ ଅନୁସାରେ, ଏହାର କିଛି ସପ୍ତାହ ପୂର୍ବରୁ ଅର୍ଥାତ୍ ଅକ୍ଟୋବର ୩ ତାରିଖରେ ପରିବାର ଓ ଅତି ଘନିଷ୍ଠ ବନ୍ଧୁମାନଙ୍କ ଉପସ୍ଥିତିରେ ଉଭୟ ଲୁଚାଛପାରେ ନିର୍ବନ୍ଧ କରିସାରିଛନ୍ତି।

ରଶ୍ମିକା ତାଙ୍କ ପୋଷା କୁକୁର ‘ଅରା’ ସହ ଏକ ଭିଡିଓ ଇନଷ୍ଟାଗ୍ରାମରେ ସେୟାର କରିଥିଲେ। ସେହି ଭିଡିଓରେ ତାଙ୍କ ବାମ ହାତର ଆଙ୍ଗୁଠିରେ ଥିବା ଚକ୍‌ଚକ୍ ହୀରା ମୁଦିକୁ ପ୍ରଶଂସକମାନେ ସହଜରେ ଧରି ପାରିଥିଲେ। ଅନେକ ଲୋକ ଏହାକୁ ନିର୍ବନ୍ଧର ଅନ୍ୟ ଏକ ସୂଚନା ବୋଲି କହୁଛନ୍ତି।

‘ଗୀତା ଗୋବିନ୍ଦମ୍’ (Geetha Govindam) ଏବଂ ‘ଡିୟର କମ୍ରେଡ୍’ (Dear Comrade) ଫିଲ୍ମରେ ଏକାଠି କାମ କରିବା ପରେ ଏହି ଯୋଡ଼ିଙ୍କ ମଧ୍ୟରେ ସମ୍ପର୍କ ଗଢ଼ି ଉଠିଥିଲା। ଏବେ ଉଭୟ ଫେବୃଆରୀ ୨୦୨୬ରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯୋଜନା କରୁଥିବା ଖବର ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ପଥର ଖୋଲରେ ନାବାଳକ ଫସିବା ଘଟଣାରେ ଅଗ୍ନିଶମ ଡିଜିଙ୍କ ସୂଚନା; ବୈଷୟିକ ଚ୍ୟାଲେଞ୍ଜ୍‌, ଅଜଗର ପାଖରେ…

ନୟାଗଡ଼,୬ା୫(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଓଡ଼ଗାଁ ଆଦର୍ଶ ଥାନା କାଣିପଦା ଜଙ୍ଗଲ ପଥରଖୋଲରେ ନାବାଳକ ଫସିବା ଘଟଣା । ଦୀର୍ଘ ୧୦ ଘଣ୍ଟା ପରେ ଆଜି ଅପରାହ୍ନରେ…

ଗୋଡ଼ ଭାଙ୍ଗିଦେଲା ରୋହିତ ଶର୍ମାଙ୍କ ଶଟ୍‌, ମୁମ୍ବାଇ ଇଣ୍ଡିଆନ୍ସ ଅଭ୍ୟାସ ସମୟରେ ବଡ଼ ଅଘଟଣ,ଦେଖନ୍ତୁ Video

ମୁମ୍ବାଇ,୬।୫: ଇଣ୍ଡିଆନ ପ୍ରିମିୟର ଲିଗ୍‌(IPL ୨୦୨୬)ରେ ମୁମ୍ବାଇ ଇଣ୍ଡିଆନ୍ସର ଷ୍ଟାର୍‌ ବ୍ୟାଟର ରୋହିତ ଶର୍ମା ଆଘାତ ଯୋଗୁ ୫ଟି ମ୍ୟାଚରୁ ବାହାରେ ରହିବା ପରେ ପଡ଼ିଆକୁ ଏକ…

ଗୋଡ଼ ବନ୍ଧା ହୋଇ ଘରେ ପଡୁଛି ପୁଅ, ଅର୍ଥ ଅଭାବରୁ ଚିକିିତ୍ସା ପାଇଁ ମା-ବାପା…

କୁଜଙ୍ଗ,୬ା୫(ମନୋଜ ପ୍ରଧାନ): ଏରସମା ବ୍ଲକ ବାମଦେଇପୁର ପଞ୍ଚାୟତ ବାରାକଣା ଗ୍ରାମର ସୁରେଶ ଚନ୍ଦ୍ର ପାଣି (୪୫) ଜଣେ ଦିନମଜୁରିଆ ଭାବେ କାର୍ଯ୍ୟ କରି ପରିବାର ଚଳାଉଥିଲେ। ପରିବାର…

‘ପାଠ ପଢ଼ି ମାର୍କ ଆଣିବା ଚିନ୍ତାରୁ ବାହାରି ଗବେଷଣା କରିବା ଜରୁରୀ’

ଭଞ୍ଜନଗର,୬ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଇଲୋକ୍ଟ୍ରୋନିକ୍ସ ବିଭାଗ ପକ୍ଷରୁ ବୁଧବାର ଏକ ପାଠଚକ୍ର ଅନୁଷ୍ଠିତ ହୋଇଥିଲା। ଏଥିସହ ଯୁକ୍ତ…

ଟାଙ୍କିରେ ମିଳୁନି ପେଟ୍ରୋଲ-ଡିଜେଲ, ଚଢ଼ା ଦରରେ ଉପଭୋକ୍ତା କିଣି …

ଦାରିଙ୍ଗବାଡ଼ି,୬ା୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିରେ ଏବେ ପେଟ୍ରୋଲ ଓ ଡିଜେଲର ଘୋର ସଙ୍କଟ ଦେଖାଯାଇଛି। ଉକ୍ତ ବ୍ଲକର ୨୫ଟି ପଞ୍ଚାୟତ ପାଇଁ ମାତ୍ର ୨ଟି ଟାଙ୍କି…

ଶେଷ ହେବ ଯୁଦ୍ଧ! ଇରାନ-ଆମେରିକା ମଧ୍ୟରେ ଚୁକ୍ତିନାମା, ଏହି 3 ଟି ପ୍ରସଙ୍ଗରେ ସହମତି…

ଓ୍ବାଶିଂଟନ,୬ା୫: ଇରାନ ଏବଂ ଆମେରିକା ମଧ୍ୟରେ ଶତ୍ରୁତା ବନ୍ଦ କରିବା ନେଇ ଏକ ସହମତି ହୋଇଛି । ଆଗାମୀ ୪୮ ଘଣ୍ଟା ମଧ୍ୟରେ ଦୁଇ ରାଷ୍ଟ୍ର ମଧ୍ୟରେ…

ସ୍ବାସ୍ଥ୍ୟ ପାଇଁ ବିପଦ ସାଜିଛି ସାର-ଔଷଧ, ଜୈବିକ ସାର ପ୍ରୟୋଗ କରି…

ଭଞ୍ଜନଗର,୬ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ କଲ୍ୟାଣ ମଣ୍ଡପରେ ବୁଧବାର ଅନନ୍ୟା ଜୈବିକ ପନିପରିବା ଓ ବିହନ ମେଳା ଅନୁଷ୍ଠିତ ହୋଇଯାଇଛି। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ…

ଓଡ଼ିଶା ଚାଖିବ ଭିଏତନାମ ଡୁରିଆନ, ଦୁଇ ଦେଶ ମଧ୍ୟରେ ୧୦ ଚୁକ୍ତିନାମା

ନୂଆଦିଲ୍ଲ,୬ା୫: ଭାରତ ଏବଂ ଭିଏତନାମ ମଧ୍ୟରେ ସମ୍ପର୍କ ଆହୁରି ମଜବୁତ ହେବାକୁ ଯାଉଛି । ରାଷ୍ଟ୍ରପତି ଟୋ ଲାମଙ୍କ ଭାରତ ଗସ୍ତ ପରେ – ତାଙ୍କ ନିର୍ବାଚନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri