ରାସେଶ୍ୱରୀଙ୍କ ହସ, ଖୁସି ନା କଟାକ୍ଷ

ସମ୍ବଲପୁର,୬।୬ (ଭବାନୀ ଶଙ୍କର ଭୋଇ)ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ହସ ଭରା ଚେହେରା ଏବେ ସମ୍ବଲପୁରରେ ଚର୍ଚ୍ଚାର ବିଷୟ ପାଲଟିଛି। ଭାଜପା ପ୍ରାର୍ଥୀ ଜୟନାରାୟଣ ମିଶ୍ର ବିଧାୟକଭାବେ ବିଜୟୀ ହେବା ପରେ ମଙ୍ଗଳବାର ନିଜ ପରିବାର ଏବଂ ସମର୍ଥକଙ୍କ ସହ ଡା ରାସେଶ୍ୱରୀ ପାଣିଗ୍ରାହୀଙ୍କୁ ଭେଟିବାକୁ ତାଙ୍କ ଶାନ୍ତିନଗରସ୍ଥିତ ବାସଭବନକୁ ଯାଇଥିଲେ। ଏହି ସମୟରେ ଜୟନାରାୟଣଙ୍କୁ ଆଶୀର୍ବାଦ କରିବା ସମୟରେ ରାସେଶ୍ୱରୀଙ୍କ ଖୋଲାହସକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି। ଲୋକେ କହୁଛନ୍ତି ରାସେଶ୍ୱରୀଙ୍କ ହସ ଜୟନାରାୟଣ ଜିତିବାର ଖୁସିର ହସ ନା ତାଙ୍କ ବିରୋଧୀଙ୍କ ପାଇଁ କଟାକ୍ଷ। ଅଥବା ବିଜେଡି ତାଙ୍କ ପ୍ରତି କରିଥିବା ଅପମାନର ପ୍ରତିଶୋଧର ହସ।
୨୦୧୪ ସାଧାରଣ ନିର୍ବାଚନରେ ବିଜେଡିରୁ ବିଧାୟକଭାବେ ନିର୍ବାଚିତ ହେବା ପରେ ସମ୍ବଲପୁରର ବିକାଶ ପାଇଁ ଅନେକ କାର୍ଯ୍ୟ କରିଥିଲେ ରାସେଶ୍ୱରୀ। ୨୦୧୯ରେ ସେ ଜୟନାରାୟଣଙ୍କଠାରୁ ହାରିବା ସତ୍ତ୍ବେ ପାଞ୍ଚବର୍ଷ ଧରି ସକ୍ରିୟ ରହି ଲୋକଙ୍କ ସହ ଜଡିତ ରହିଥିଲେ। ୨୦୨୪ ନିର୍ବାଚନରେ ବିଜେଡି ତାଙ୍କୁ ଟିକେଟ ଦେବ ବୋଲି ତାଙ୍କ ସମର୍ଥକମାନେ ଆଶା ବାନ୍ଧିଥିଲେ। ହେଲେ ଦଳ ତାଙ୍କୁ ଟିକେଟ ଦେଇ ନ ଥିଲା। ଏପରିକି ଯାହାକୁ ପ୍ରାର୍ଥୀ କଲେ ସେ ସମ୍ପର୍କରେ ବିଜେଡି ତାଙ୍କ ସହମତି ନେବା ବି ଉଚିତ ମଣି ନ ଥିଲା। ତାହାକୁ ନେଇ ରାସେଶ୍ୱରୀଙ୍କ ସମର୍ଥନଙ୍କ ଭିତରେ ତୀବ୍ର ଅସନ୍ତୋଷ ଦେଖା ଦେଇଥିଲା। ଏପରିକି ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ବି ରାସେଶ୍ୱରୀଙ୍କୁ ଅଣଦେଖା କରିବା ପରେ ସେ ଏହାର ଜବାବ ଦେବାକୁ ପଣ କରିଥିଲେ। ପ୍ରଥମେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ପରେ ଜୟନାରାୟଣଙ୍କୁ ବିଜୟୀ ହେବା ପାଇଁ ଆଶୀର୍ବାଦ ଦେଇଥିଲେ। ତାଙ୍କ ସମର୍ଥକମାନେ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ଧର୍ମେନ୍ଦ୍ରଙ୍କ ସହ ଜୟନାରାୟଣଙ୍କୁ ଜିତାଇବାକୁ ଉଦ୍ୟମ କରିଥିଲେ। ଜୟନାରାୟଣ ଅସୁସ୍ଥତା ଯୋଗୁଁ ଦୀର୍ଘ ସମୟ ସମ୍ବଲପୁର ବାହାରେ ରହିଥିବାରୁୂ ଲୋକଙ୍କ ଭିତରେ ତାଙ୍କ ପ୍ରତି ଅସନ୍ତୋଷ ରହିଥିଲା। ମାତ୍ର ରାସେଶ୍ୱରୀଙ୍କ ସମର୍ଥନ ପରେ ସ୍ଥିତି ବଦଳିବା ଆରମ୍ଭ କଲା ବୋଲି କୁହାଯାଉଛି। ସମ୍ବଲପୁରରେ ରାସେଶ୍ୱରୀଙ୍କ ଏହି ହସ ପ୍ରସଙ୍ଗ ଚାରିଆଡେ ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୁରୁଦିବସରେ ୧୭୬ ଶିକ୍ଷକଙ୍କୁ ମିଳିଲା ପଦୋନ୍ନତି, ଛୁଟିଲା ଶୁଭେଚ୍ଛା ବାର୍ତ୍ତା…

ମାଲକାନଗିରି,୫ା୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଗୁରୁଦିବସ ଅବସରରେ ୧୭୬ଜଣ ଲେବଲ-୪ ପ୍ରାରମ୍ଭିକ ଶିକ୍ଷକଙ୍କୁ ଲେବଲ-୩କୁ ଶନିବାର ପଦୋନ୍ନତି ଦିଆଯାଇଛି। ଜିଲା ଶିକ୍ଷା ଅଧିକାରୀ…

ଗୁରୁଦିବସରେ ଗୁରୁଙ୍କ ପ୍ରତିବାଦ: କଳା ବ୍ୟାଚ୍ ପିନ୍ଧି ‘କଳା ଦିବସ’ ପାଳିଲେ ଅଂଶୁପା ସ୍ନାତକ ମହାବିଦ୍ୟାଳୟ ଅଧ୍ୟାପକ

ବାଙ୍କୀ,୫।୯(ଶୁଭେନ୍ଦୁ ମହାପାତ୍ର): ଗୋଟିଏ ପଟେ ସାରା ରାଜ୍ୟରେ ଗୁରୁଦିବସ ପାଳିତ ହୋଇଯାଇଥିବା ବେଳେ ବାଙ୍କୀ ଉପଖଣ୍ଡ ଅଂଶୁପା ସ୍ନାତକ ମହାବିଦ୍ୟାଳୟଠାରେ ଦେଖିବାକୁ ମିଳିଛି ଭିନ୍ନ ଚିତ୍ର। ଓସ୍ନେଲିଆ…

ପାଟଣାରେ ଗୁରୁଦିବସ: ଅବସରପ୍ରାପ୍ତ ଗୁରୁଙ୍କୁ ମାନପତ୍ର ଓ ଅଙ୍ଗବସ୍ତ୍ର ଦେଇ ସମ୍ବର୍ଦ୍ଧନା

ପାଟଣା,୫।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ମୁଖ୍ୟାଳୟ ଓ ଏହାର ଆଖପାଖ ଅଞ୍ଚଳର ବିଭିନ୍ନ ଶିକ୍ଷାନୁଷ୍ଠାନରେ ପୂର୍ବତନ ରାଷ୍ଟ୍ରପତି ତଥା ମହାନ ଦାର୍ଶନିକ ଡକ୍ଟର ସର୍ବପଲ୍ଲୀ…

ପ୍ରକଳ୍ପ ଟନେଲରୁ ଜୀବିତ ଉଦ୍ଧାର ହେଲେ ଚାଇନା ନାଗରିକ

କାଠମାଣ୍ଡୁ,୫ା୯: ନେପାଳର ରସୁଓ୍ବା ଜିଲାରେ ଏକ ଜଳବିଦ୍ୟୁତ୍‌ ପ୍ରକଳ୍ପ ଟନେଲ ମଧ୍ୟରୁ ଶନିବାର ଜଣେ ଚାଇନା ନାଗରିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ବନ୍ୟା କ୍ଷତିଗ୍ରସ୍ତ ଅପର ତ୍ରିଶୂଳୀ-୧…

‘ଆସନ୍ତା ମାର୍ଚ୍ଚ-ଏପ୍ରିଲରେ ପଞ୍ଚାୟତ ନିର୍ବାଚନ’

ଭୁବନେଶ୍ୱର,୫।୯ : ରାଜ୍ୟରେ ଆସନ୍ତା ମାର୍ଚ୍ଚ ମାସ ଶେଷ କିମ୍ବା ଏପ୍ରିଲ ପ୍ରଥମ ସପ୍ତାହରେ ପଞ୍ଚାୟତ ନିର୍ବାଚନ ହୋଇପାରେ। ଏନେଇ ରାଜ୍ୟ ନିର୍ବାଚନ କମିଶନର ମଧୁସୂଦନ ପାଢ଼ୀ…

ଦୁଲୀପ ଟ୍ରଫି ଖେଳିବାର ୩ ଦିନ ମଧ୍ୟରେ ଟି୨୦ ଖେଳିବା ଚାଲେଞ୍ଜିଂ ହେବ: ଇଶାନ

ଚେନ୍ନାଇ,୫ା୯: ଦୁଲୀପ ଟ୍ରଫି ଫାଇନାଲ ଶେଷ ହେବାର ୩ ଦିନ ମଧ୍ୟରେ ଭାରତୀୟ ଦଳ ପାଇଁ ଟି୨୦ ଖେଳିବା ଚାଲେଞ୍ଜିଂ ହେବ ବୋଲି ତିଲକ ବର୍ମା ଏବଂ…

ଆଖି ବୁଜିଛନ୍ତି ଗୁରୁ, ହେଲେ ଆଦର୍ଶକୁ ଭୁଲିନାହାନ୍ତି ଶିଷ୍ୟ: ପ୍ରତିମୂର୍ତ୍ତୀ ଗଢ଼ି ଗୁରୁଦିବସ ପାଳିଲା…

ପୁରୁଷୋତ୍ତମପୁର,୫।୯ (ସବିତା ମିଶ୍ର): ଗୁରୁଙ୍କ ଶରୀର ନ ଥାଇପାରେ, କିନ୍ତୁ ତାଙ୍କ ଆଦର୍ଶ ଆଜି ବି ଜୀବନ୍ତ। ଏହି ବାକ୍ୟକୁ ସତ୍ୟରେ ପରିଣତ କରିଛନ୍ତି ଗଞ୍ଜାମ ଜିଲା…

ଶନିଙ୍କ ନକ୍ଷତ୍ରରେ ମଙ୍ଗଳ ଗୋଚର: ୪ ରାଶିଙ୍କୁ ବଡ଼ ଡିଲ୍‌ ଅଫର୍‌, ଧନଲାଭ ଯୋଗ

ପୁଷ୍ୟା ନକ୍ଷତ୍ର ହେଉଛି ଶନିଦେବଙ୍କ ନକ୍ଷତ୍ର। ଶନିଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ପ୍ରବେଶ ବିଭିନ୍ନ ରାଶିର ଲୋକଙ୍କ ଜୀବନ ଉପରେ ପ୍ରଭାବ ପକାଇବ। ସୂଚନାଯୋଗ୍ୟ ଯେ, ମଙ୍ଗଳଙ୍କ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri