ରସଗୋଲା ଶ୍ରୀଜଗନ୍ନାଥ ସଂସ୍କୃତିର ଅନନ୍ୟ ପରିଚୟ

ଭୁବନେଶ୍ୱର,୨୭ା୭ (ସୌମ୍ୟରଞ୍ଜନ ରାଉତ): ରଥାରୂଢ଼ ଶ୍ରୀଜୀଉଙ୍କ ନୀଳାଦ୍ରି ବିଜେ ଅବସରରେ ରବିବାର ସାରା ରାଜ୍ୟରେ ଉତ୍ସାହର ସହ ପାଳନ ହେଉଛି ରସଗୋଲା ଦିବସ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ ସହ ଜଡ଼ିତ ଏହି ପରମ୍ପରା କେବଳ ଧାର୍ମିକ ଆସ୍ଥାର ପ୍ରତୀକ ନୁହେଁ ବରଂ ଓଡ଼ିଶାର ସଂସ୍କୃତି ଓ ପାରମ୍ପରିକ ମିଷ୍ଟାନ୍ନର ଗୌରବକୁ ମଧ୍ୟ ବିଶ୍ୱଦରବାରରେ ପହଞ୍ଚାଇଛି। ରସଗୋଲାକୁ ମିଠା ଭିତରେ ରାଜା ବୋଲି କୁହାଯାଏ। ଏହା ଓଡ଼ିଆଙ୍କର ସବୁଠୁ ପ୍ରିୟ ମିଷ୍ଟାନ୍ନ ମଧ୍ୟରୁ ଅନ୍ୟତମ। ଶ୍ରୀଜଗନ୍ନାଥ ପରମ୍ପରାରେ ରସଗୋଲାର ବ୍ୟବହାର ଦ୍ୱାଦଶ ଶତାବ୍ଦୀରୁ ଚାଲିଆସୁଛି। ରଥଯାତ୍ରାରୁ ଫେରିବା ପରେ ମହାପ୍ରଭୁ ଜଗନ୍ନାଥ ଅଭିମାନିନୀ ମା’ ଲକ୍ଷ୍ମୀଙ୍କ ମାନଭଞ୍ଜନ ପାଇଁ ରସଗୋଲା ଭେଟି ଦେଇଥାନ୍ତି। ଏହାପରେ ମହାପ୍ରଭୁଙ୍କ ଶ୍ରୀମନ୍ଦିର ପ୍ରବେଶ ପରମ୍ପରା ସମ୍ପନ୍ନ ହୋଇଥାଏ। ଶ୍ରୀଜଗନ୍ନାଥ ସଂସ୍କୃତିରେ ରସଗୋଲାର ସ୍ବତନ୍ତ୍ର ସ୍ଥାନ ରହିଛି। ପ୍ରତିବର୍ଷ ଚତୁର୍ଦ୍ଧାମୂର୍ତ୍ତିଙ୍କ ନୀଳାଦ୍ରି ବିଜେ ଅବସରରେ ରସଗୋଲା ଭୋଗ ଲାଗୁଥିବାରୁ ଏହି ଦିନକୁ ‘ରସଗୋଲା ଦିବସ’ ଭାବେ ପାଳନ କରାଯାଉଛି। ଏହା ସହିତ ଓଡ଼ିଶାର ଏହି ପାରମ୍ପରିକ ମିଷ୍ଟାନ୍ନକୁ ବିଶ୍ୱସ୍ତରରେ ଅଧିକ ପରିଚିତ କରାଇବା ମଧ୍ୟ ଏହି ଦିବସ ପାଳନର ଅନ୍ୟତମ ଉଦ୍ଦେଶ୍ୟ। ତେବେ ରସଗୋଲା ଉତ୍ପତ୍ତିକୁ ନେଇ ଓଡ଼ିଶା ଓ ପଶ୍ଚିମବଙ୍ଗ ମଧ୍ୟରେ ଦୀର୍ଘଦିନ ଧରି ବିବାଦ ଲାଗି ରହିଥିଲା। ଐତିହାସିକ ତଥ୍ୟ, ପରମ୍ପରା ଓ ପ୍ରମାଣ ଆଧାରରେ ଓଡ଼ିଶା ନିଜର ଦାବିକୁ ସୁଦୃଢ଼ ଭାବେ ଉପସ୍ଥାପନ କରିଥିଲା। ଶେଷରେ ୨୦୧୯ ଜୁଲାଇ ୨୯ରେ ‘ଓଡ଼ିଶା ରସଗୋଲା’ କୁ ଭୌଗୋଳିକ ସୂଚକ (ଜିଆଇ) ମାନ୍ୟତା ମିଳିବା ସହ ରାଜ୍ୟ ପାଇଁ ଏକ ଐତିହାସିକ ସଫଳତା ହାସଲ ହୋଇଥିଲା। ଏହି ମାନ୍ୟତା ଓଡ଼ିଶାର ସମୃଦ୍ଧ ଖାଦ୍ୟ ପରମ୍ପରା ଓ ଶ୍ରୀଜଗନ୍ନାଥ ସଂସ୍କୃତିର ଅନନ୍ୟ ପରିଚୟକୁ ବିଶ୍ୱସ୍ତରରେ ଆହୁରି ସୁଦୃଢ଼ କରିଥିଲା।

Jagannath Niladri Bije,ओडिशा में इस दिन पति अपनी पत्नी को खिलाते हैं रसगुल्ला, जानें इस खास दिवस की कहानी - rasgulla dibasa in odisha with niladri bije jagannath temple puri know its

ରସଗୋଲା ଦିବସକୁ ଉତ୍ସବ ଭାବେ ପାଳନ କରାଯାଉଛି
ଶ୍ରୀଜଗନ୍ନାଥ ସଂସ୍କୃତିର ଅନନ୍ୟ ପରମ୍ପରା ‘ନୀଳାଦ୍ରି ବିଜେ’ ସହ ଜଡିତ ରହିଛି ’ରସଗୋଲା ଦିବସ’। ମା’ ମହାଲକ୍ଷ୍ମୀଙ୍କ ମାନଭଞ୍ଜନ ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥ ସମର୍ପଣ କରନ୍ତି ରସଗୋଲା। ପବିତ୍ର ନୀଳାଦ୍ରି ବିଜେ ଅବସରରେ ଏହି ସୁନ୍ଦର ପରମ୍ପରାକୁ ଅଧିକ ଉତ୍ସବ ମୁଖର କରିବା ପାଇଁ ସ୍ବତନ୍ତ୍ର ପ୍ରସ୍ତୁତି ହେଉଛି ରସଗୋଲା ଉତ୍ସବ। ଶ୍ରୀଜଗନ୍ନାଥ ସଂସ୍କୃତିରେ ସୁରକ୍ଷା ଓ ସଂରକ୍ଷଣ ଆମ ସମସ୍ତଙ୍କର ଦାୟିତ୍ୱ ହେବା ଆବଶ୍ୟକ।
– ଡ. ନାରାୟଣ ମହାପାତ୍ର, ସଭାପତି,
ଶ୍ରୀ ଜଗନ୍ନାଥ ସଂସ୍କୃତି ପ୍ରଚାର ସଂସ୍ଥାନ।

Rasagola: The Ritual Offering at Jagannath Temple
୮୦୦ ବର୍ଷ ତଳୁ ରସଗୋଲାର
ଶ୍ରେଷ୍ଠତ୍ୱ ବଜାୟ ରହିଛି
ଓଡ଼ିଶାର ଐତିହ୍ୟ, ପରମ୍ପରା, ସଂସ୍କୃତିର ପ୍ରତୀକ ରସଗୋଲା ସାରା ଦେଶରେ ପ୍ରସିଦ୍ଧିଲାଭ କରିଛି। ରସଗୋଲାର ପ୍ରତ୍ୟେକଟି ବିନ୍ଦୁ ଓଡ଼ିଶାର ଇତିହାସ ସହିତ ସଂଶ୍ଳିଷ୍ଟ। ଜଗତର ନାଥ ପ୍ରଭୁ ଜଗନ୍ନାଥଙ୍କ ଛପନ ଭୋଗ ମଧ୍ୟରୁ ଶ୍ରେଷ୍ଠ ହେଉଛି ରସଗୋଲା। ପୁରାଣରେ ମଧ୍ୟ ରସଗୋଲାର ବର୍ଣ୍ଣନା ରହିଛି। ସେହିପରି ସାରଳା ମହାଭାରତ, ଦାଣ୍ଡି ରାମାୟଣ ଓ ମାଦଳା ପାଞ୍ଜିରେ ଦୀର୍ଘ ୮୦୦ ବର୍ଷ ତଳୁ ରସଗୋଲାର ଶ୍ରେଷ୍ଠତ୍ୱ ଉଲ୍ଲେଖ କରାଯାଇଛି। ମା’ ଲକ୍ଷ୍ମୀଙ୍କ ମାନଭଞ୍ଜନ କରିବାକୁ ମହାପ୍ରଭୁ ଶ୍ରୀଜଗନ୍ନାଥ ରସଗୋଲା ଦେବା ପ୍ରଥା ବହୁ ବର୍ଷ ଆଗରୁ ଚଳିଆସିଛି l ଲକ୍ଷ୍ମୀଙ୍କ ମାନ ଭଞ୍ଜନ ପରେ ତିନି ଠାକୁର ରତ୍ନ ସିଂହାସନକୁ ବିଜେ କରନ୍ତି।
– ଅରବିନ୍ଦ ତ୍ରିପାଠୀ, ମୁଖପାତ୍ର,
ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଜୀବନ ସଂଘର୍ଷରେ ହାରିଗଲେ ଚାଷୀ

ଦିଗପହଣ୍ଡି,୧୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ଗ୍ରାମର ଜଣେ ଚାଷୀ ସାପ କାମୁଡ଼ାରେ ଗୁରୁତର ହୋଇ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା…

କାର୍‌ରେ ଚାଲାଣ ହେଉଥିଲା ଗଞ୍ଜେଇ, ଯାଞ୍ଚ ସମୟରେ ମହାରାଷ୍ଟ୍ରର ୨ ଅଭିଯୁକ୍ତଙ୍କୁ ଧରି…

ଦାରିଙ୍ଗବାଡ଼ି,୧୨ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ସିମନବାଡ଼ି ପଞ୍ଚାୟତ ଟୋଲଗେଟ ନିକଟରେ ପୋଲିସ ବ୍ଲକିଂ କରି ଯାଞ୍ଚ କରିବା ସମୟରେ ଗୋଟିଏ କାର୍‌ରୁ ୪୨ କେଜି…

କାନପୁରରେ ବାରମ୍ବାର ଖସୁଛି ଅତଡ଼ା: ସ୍ଥିତି ଅନୁଧ୍ୟାନ କଲେ ଅଧିକାରୀ

ଛେନାପଦୀ/ହାଟଡିହୀ,୧୨l୯(ନିରାକାର ପରିଡା/ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ସୋସୋ ପଞ୍ଚାୟତ କାନପୁର ଗ୍ରାମର ଦକ୍ଷିଣ ପାର୍ଶ୍ୱ ସାଳନ୍ଦୀ ନଦୀ ଦ୍ୱାରା ବାରମ୍ବାର ଅତଡ଼ା ଖସି କାନପୁର…

ରାସ୍ତାରେ ଯାଉଯାଉ ବାଇକ୍‌ ସହ କଚାଡ଼ି ହୋଇପଡ଼ିଗଲେ ଯୁବକ, ୮ ଘଣ୍ଟା ପରେ ଘଟିଲା…

ଦିଗପହଣ୍ଡି,୧୨ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଫାସିଗୁଡ଼ା -ଛଣମେରି ଗ୍ରାମ ମଧ୍ୟବର୍ତ୍ତୀ ମୁଖ୍ୟରାସ୍ତା ୟରେ ଶନିବାର ମଧ୍ୟାହ୍ନରେ ସଡ଼କ ଦୁର୍ଘଟଣାରେ ଗୁରୁତର ହୋଇଥିବା ଜଣେ…

୨ ଦିନ ହେଲା ବସ୍‌ଷ୍ଟାଣ୍ଡ ବାସିନ୍ଦା ଜଳବନ୍ଦୀ, ନିଦ୍ରାରେ ପ୍ରଶାସନ

ଦିଗପହଣ୍ଡି,୧୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ବସ୍‌ଷ୍ଟାଣ୍ଡ ବାସିନ୍ଦା ୨ ଦିନ ହେଲା ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି। ଦିଗପହଣ୍ଡି ସହର ଜିଲାର ଏକ ପ୍ରମୁଖ…

ଗ୍ରାମ ସଭାପତିଙ୍କୁ ହତ୍ୟା ମାମଲା: ଆଜୀବନ କାରାଦଣ୍ଡ ଭୋଗିବେ ଦ୍ୱିତୀୟ ଅଭିଯୁକ୍ତ

ଭଞ୍ଜନଗର,୧୨ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଦଣ୍ଡିପଦର ଗ୍ରାମରେ ୨୦୧୬ରେ ଗ୍ରାମ ସଭାପତି ପରୀକ୍ଷିତ ପ୍ରଧାନଙ୍କୁ ହତ୍ୟା କରାଯାଇଥିଲା। ଉକ୍ତ ମାମଲାର ରାୟ ଶୁକ୍ରବାର ପ୍ରକାଶ…

ନିଖୋଜ ଥିଲେ, କେନାଲରୁ ମିଳିଲା ମହିଳାଙ୍କ ମୃତଦେହ

କୋକସରା,୧୨।୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ଲଡୁଗାଁ ପିତବାସପୁର କେନାଲ ବ୍ରିଜ ନିକଟରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତା ମହିଳା ଜଣକ…

ବ୍ରିକ୍ସ ସମ୍ମିଳନୀରେ କୋରାପୁଟ କଫି ଚାଖିବେ ବିଶ୍ୱ ପ୍ରତିନିଧି, ବଢ଼ିଲା ଓଡ଼ିଶାର ଗୌରବ

କୋରାପୁଟ,୧୨ା୯(ଅମିତାଭ ବେହେରା): କୋରାପୁଟର ପାହାଡ଼ିଆ ଅଞ୍ଚଳରେ ଆଦିବାସୀ ଚାଷୀଙ୍କ ଦ୍ୱାରା ଉତ୍ପାଦିତ ସୁଗନ୍ଧିତ କଫି ଏବେ ବିଶ୍ୱ ମଞ୍ଚରେ ପହଞ୍ଚିଛି। ନୂଆଦିଲ୍ଲୀରେ ଚାଲିଥିବା ୧୮ତମ ବ୍ରିକ୍ସ ଶିଖର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?