ଆପୋଲୋ ଭୁବନେଶ୍ୱରରେ ବିରଳ ଅସ୍ତ୍ରୋପଚାର

ଭୁବନେଶ୍ୱର,୧୦।୭: ଦେଶର ପ୍ରମୁଖ ଘରୋଇ ଚିକିତ୍ସାଳୟ ଆପୋଲୋ ହସ୍ପିଟାଲର ଭୁବନେଶ୍ୱର ୟୁନିଟ୍‌କୁ ନିକଟରେ ଆଉ ଏକ ବିରଳ ସଫଳତା ମିଳିଥିବା ବେଳେ ଓଡ଼ିଶାର ପ୍ରଥମ ସିଟୁସ ଇନ୍‌ଭର୍ସସର ଚିକିତ୍ସା ସମ୍ପୂର୍ଣ୍ଣ କରାଯାଇଛି। ବିଶେଷକରି ଆକ୍ୟୁଟେ କୋଲେସିଷ୍ଟାଇଟିସରେ ଭର୍ତ୍ତି ହୋଇଥିବା ଜଣେ ୩୮ବର୍ଷୀୟା ମହିଳାଙ୍କର ଆବଶ୍ୟକ ଚିକିତ୍ସା ସହିତ ସଫଳତାର ସହ ଅସ୍ତ୍ରୋପଚାର କରାଯାଇଥିଲା। ଏପରିକି ଅସ୍ତ୍ରୋପଚାରର କିଛିଦିନ ପରେ ସମ୍ପୃକ୍ତ ମହିଳା ସୁସ୍ଥ ହୋଇ ଡିସ୍‌ଚାର୍ଜ ହୋଇଛନ୍ତି। ଉଲ୍ଲେଖଯୋଗ୍ୟ, ଦୀର୍ଘଦିନ ହେବ ଉକ୍ତ ରୋଗରେ ପୀଡ଼ିତ ଥିବା ମହିଳା ଜଣକ ନିକଟରେ ଆପୋଲୋ ଭୁବନେଶ୍ୱରରେ ଆଡମିଶନ ହେବା ସହିତ ଜେନେରାଲ ସର୍ଜରି ବିଭାଗର ବରିଷ୍ଠ ପରାମର୍ଶଦାତା ଡା. ତନ୍ମୟ ପଣ୍ଡାଙ୍କ ତତ୍ତ୍ୱାବଧାନରେ ଚିକିତ୍ସିତ ହେଉଥିଲେ।
ଏ ସମ୍ପର୍କରେ ଡା. ପଣ୍ଡା କହିଛନ୍ତି, ରୋଗୀର ପାରିପାର୍ଶ୍ୱକ ଘଟଣା ସମ୍ପର୍କରେ ଅବଗତ ହେବା ସହ ବିଭିନ୍ନ ଯାଞ୍ଚ ପରେ ଜଣାପଡିଲା ଯେ ସମ୍ପୃକ୍ତ ରୋଗୀର ପେଟରେ ବିଭିନ୍ନ ସମସ୍ୟା ରହିଥିଲା। ବିଶେଷକରି ସମ୍ପୃକ୍ତ ରୋଗୀର ବାମ ସବ୍‌କୋଷ୍ଟଲା ଅଞ୍ଚଳରେ ଯନ୍ତ୍ରଣା ହେବା ସହିତ ବାନ୍ତି ହେଉଥିଲା। ଅପରପକ୍ଷରେ ଆପୋଲୋ ମୁଖ୍ୟ ପରିଚାଳନା ଅଧିକାରୀ ତଥା ନିର୍ଦ୍ଦେଶକ ଆଲୋକ ଶ୍ରୀବାସ୍ତବ ଡା.ପଣ୍ଡା ଓ ତାଙ୍କ ଟିମ୍‌ଙ୍କୁ ଅଭିନନ୍ଦନ ଜଣାଇବା ସହ ହସ୍ପିଟାଲ ପକ୍ଷରୁ ଧନ୍ୟବାଦ ଜ୍ଞାପନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବଦଳି ପାଇଁ ଉପବାଚସ୍ପତିଙ୍କ ନାମରେ ଜାଲ୍‌ ଦସ୍ତଖତ, ଦୁଇ ସହକାରୀ ଯନ୍ତ୍ରୀଙ୍କ ନାଁରେ କ୍ୟାପିଟାଲ ଥାନାରେ ଏତଲା

ଭୁବନେଶ୍ୱର,୧୭।୬(ତ୍ରିନାଥ ମହାନ୍ତି): ବଦଳି ପାଇଁ ଓଡ଼ିଶା ବିଧାନସଭାର ଉପବାଚସ୍ପତି ଭବାନୀ ଶଙ୍କର ଭୋଇଙ୍କ ଦସ୍ତଖତକୁ ଜାଲ୍‌ କରିବା ଏବଂ ସରକାରୀ ଡି.ଓ. ପ୍ୟାଡ୍‌ର ଦୁରୁପଯୋଗ କରିବା ନେଇ…

ପୁଣି ଗଜରାଜଙ୍କ ତାଣ୍ଡବ! ଜଣଙ୍କ ଜୀବନ ନେବା ପରେ ବି ଥମୁନି ଗୋଠଛଡ଼ା ଦନ୍ତାର ଉପଦ୍ରବ, ଚିନ୍ତାରେ ଗ୍ରାମବାସୀ

ବଞ୍ଚୋ,୧୭।୬(ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲା ଆନନ୍ଦପୁର ଅଞ୍ଚଳରେ ଗଜରାଜଙ୍କ ଉପଦ୍ରବ ଥମିବାର ନାଁ ନେଉନାହିଁ । ପୁଣିଥରେ ଜନବସତି ମୁହାଁ ହୋଇଛି ଗୋଠଛଡ଼ା ଦନ୍ତା…

ଗମ୍ଭୀର ସ୍ନାୟୁ ରୋଗ ସହିତ ସଂଘର୍ଷ କରୁଛନ୍ତି ସୋନୁ ନିଗମ, ଯନ୍ତ୍ରଣାଦାୟକ ଭିଡ଼ିଓ ସେୟାର କରି….

ଗାୟକ ସୋନୁ ନିଗମ ଦୀର୍ଘ ଦିନ ଧରି ତାଙ୍କର ସୁମଧୁର କଣ୍ଠସ୍ୱର ପାଇଁ ଲୋକଙ୍କ ପ୍ରିୟ ହୋଇଆସିଛନ୍ତି, କିନ୍ତୁ ସେ ବର୍ତ୍ତମାନ ଏକ କଷ୍ଟକର ପର୍ଯ୍ୟାୟ ଦେଇ…

ବାରିପଦାରେ ଲଭ୍‌ ଜିହାଦ୍‌କୁ ନେଇ ଉତ୍ତେଜନା: କୋର୍ଟ ମ୍ୟାରେଜ ପୂର୍ବରୁ ବର, ବରଯାତ୍ରୀକୁ ଟେକିନେଲା ପୋଲିସ

ବାରିପଦା,୧୭।୬(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦା ସହରରେ ମଙ୍ଗଳବାର ‘ଲଭ୍‌ ଜିହାଦ୍‌’ ଭଳି ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିବା ପରେ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।…

ଚାଷୀଙ୍କ ପ୍ରଶ୍ନବାଣରେ ଘାଇଲା ମନ୍ତ୍ରୀ: ଆଜିଠାରୁ ସବୁ ମଣ୍ଡିରୁ ଉଠିବ ଧାନ

ନୂଆପଡ଼ା,୧୭ା୬ (ମକାରୁ ବେମାଲ):ନୂଆପଡ଼ା ଜିଲା ଗସ୍ତରେ ଆସିଥିବା ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକଙ୍କୁ ଚାଷୀଙ୍କ ପ୍ରଶ୍ନବାଣର ସମ୍ମୁଖୀନ ହେବାକୁ ପଡିଛି। ଜିଲାରେ…

ଧାନବିକ୍ରି ଟୋକନ ନ ମିଳିଲେ ଆନ୍ଦୋଳନ: ଚାଷୀଙ୍କ ଚେତାବନୀ

ବରଗଡ଼,୧୭।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଖରିଫ୍‌ ଚାଷକାର୍ଯ୍ୟ ସମୟ ଆସି ଯାଇଛି। ମାତ୍ର ଏପର୍ଯ୍ୟନ୍ତ ଟୋକନ ସମସ୍ୟା ଯୋଗୁ ଚାଷୀମାନେ ଗତ ରବିରେ ଅମଳ କରିଥିବା ଧାନ…

ନାବାଳିକା ଝାଡ଼ୁବିକାଳିଙ୍କୁ ଗଣବଳାତ୍କାର: ରାତିରେ ଉଠିଥିବା ବେଳେ…

କେନ୍ଦ୍ରାପଡ଼ା, ୧୭।୬(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ସଦର ଥାନା ଜଜାଙ୍ଗଠାରେ ଜଣେ ନାବାଳିକା ଝାଡୁ ବିକାଳି ଗଣବଳାତ୍କାରର ଶିକାର ହୋଇଛନ୍ତି। ଏନେଇ ପୀଡ଼ିତାଙ୍କ ପରିବାର ଥାନାରେ ଅଭିଯୋଗ କରିଛନ୍ତି।…

ଟୋଲ୍ ଟ୍ୟାକ୍ସ ଉପରେ କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି! ଏମାନଙ୍କୁ ଦେବାକୁ ପଡ଼ିବନି ଟୋଲ ଟ୍ୟାକ୍ସ

ନୂଆଦିଲ୍ଲୀ,୧୭।୬: ଦେଶବ୍ୟାପୀ ଟୋଲ୍ ପ୍ଲାଜାରେ ଲମ୍ବା ଧାଡ଼ି ଏବଂ ବାରମ୍ବାର ଟୋଲ୍ ଦେୟ ଦେବାର ଅସୁବିଧାରୁ ମୁକ୍ତି ପାଇବାକୁ ଯାଉଛି । କେନ୍ଦ୍ର ସରକାର ଉନ୍ନତ ପ୍ରଯୁକ୍ତିବିଦ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri