ଗହୀରମଥାରେ ବିରଳ ପ୍ରଜାତିର ବଗ

ମହାକାଳପଡ଼ା,୨୪।୭(ଡି.ଏନ୍‌.ଏ.): କେନ୍ଦ୍ରାପଡା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳର ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟକୁ ପ୍ରତିବର୍ଷ ସାଇବେରିଆରୁ ବିଭିନ୍ନ ପ୍ରଜାତିର ବିଦେଶୀ ପକ୍ଷୀଙ୍କ ଆଗମନ କରିଥାନ୍ତି। ସାଧାରଣତଃ ଓଡ଼ିଶାରେ ଧଳା ଓ ଧୂସର ରଙ୍ଗର ବଗ ଦେଖିବାକୁ ମିଳିଥାନ୍ତି। କିଛିଦିନ ହେବ ଏହି ଅଞ୍ଚଳରେ ଲୋହିତ ରଙ୍ଗର ବଗ ଦେଖିବାକୁ ମିଳୁଛି। ଏମାନେ ଚାଷ ଜମିରେ ବିଭିନ୍ନ କୀଟ ପତଙ୍ଗ, ଚୂନା ମାଛ, ଝିଣ୍ଟିକା ଆଦି ଖାଦ୍ୟ ରୂପେ ଗ୍ରହଣ କରୁଛନ୍ତି। ଆକାଶରେ ଧଳା ବଗ ସହ ଲୋହିତ ରଙ୍ଗର ବଗ ଉଡ଼ିବା ପରିବେଶ ପ୍ରତି ଖୁବ୍‌ ଶୁଭ ସୂଚନା ମିଳେ ବୋଲି ପରିବେଶବିତ୍‌ ସମରେନ୍ଦ୍ର ମାହାଳି କହିଛନ୍ତି। ତାଙ୍କ କହିବା କଥା, ଉପକୂଳ ଲୁଣା ଓ ହେନ୍ତାଳ ବଣରେ ଏହି ପକ୍ଷୀମାନେ ବସା ବାନ୍ଧିଛନ୍ତି। ଏହି ପ୍ରଜାତିର ବିଦେଶୀ ପକ୍ଷୀକୁ ଲୋହିତ ରଙ୍ଗର ବଗ କୁହାଯାଏ। ଏହି ଅଞ୍ଚଳରେ ଚାଷ ଜମିଗୁଡ଼ିକରେ ପ୍ରଥମଥର ପାଇଁ ଏହି ଲୋହିତ ରଙ୍ଗ ବଗ ଦେଖିବାକୁ ମିଳିଛି। ଏହି ରଙ୍ଗର ବଗ ଜମ୍ବୁ ଗୋବରୀ ନଦୀ ନିକଟ ଏକ ଚାଷ ଜମିରେ ଟ୍ରାକ୍ଟରରେ ସାହାଯ୍ୟରେ କାଦୁଅ ହେଉଥିବା ବେଳେ ପଛ ପାଶର୍‌ବ ଧଳା ବଗମାନଙ୍କ ଗହଣରେ ଦେଖିବାକୁ ମିଳିଛି। ଅପରପକ୍ଷେ ପକ୍ଷୀ ପ୍ରେମୀ ସୁବାସ ସ୍ବାଇଁ କୁହନ୍ତି, ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଭିତରକନିକା ଜାତୀୟ ଉଦ୍ୟାନ ପାଶର୍‌ବବର୍ତ୍ତୀ ହୋଇଥିବାରୁ ଏହି ବିରଳ ପ୍ରଜାତିର ଲୋହିତ ବଗ ଅନ୍ୟ ବିଦେଶୀ ପକ୍ଷୀମାନଙ୍କ ସହ ସଂଯୋଗ ବଶତଃ ଖାଦ୍ୟ ଅନ୍ବେଷଣରେ ଏଠାକୁ ଆସି ଥାଇପାରନ୍ତି। ଏହି ପ୍ରଜାତିର ପକ୍ଷୀ ସାଇବେରିଆ ଅଞ୍ଚଳରେ ବସବାସ କରନ୍ତି। ଏମାନେ ପ୍ରଥମ ଥର ପାଇଁ ଏହି ଅଞ୍ଚଳରେ ଦେଖା ଦେଇଥିବାରୁ ବନ ବିଭାଗ ସୁରକ୍ଷା ଦେବା ଜରୁରୀ ହୋଇପଡିଛି। ଶିକାରୀମାନଙ୍କ ଉପରେ ତୀକ୍ଷ୍ଣ ନଜର ରଖାଯାଉ। ଏହି ଅଞ୍ଚଳ ଜଳବାୟୁରେ ଏମାନଙ୍କ ବଂଶ ଯଦି ବିସ୍ତାର ହୋଇପାରିଲା ତେବେ ଆଗାମୀ ଭବିଷ୍ୟତରେ ପକ୍ଷୀ ଇତିହାସରେ ଆଉ ଏକ ଫର୍ଦ୍ଦ ଯୋଡ଼ି ହେବ ବୋଲି ସ୍ବାଇଁ ମତବ୍ୟକ୍ତ କରିଛନ୍ତି। ଏ ସମ୍ପର୍କରେ ରାଜନଗର ଡିଏଫ୍‌ଓ ଡ. ଯଜ୍ଞଦତ୍ତ ପତିଙ୍କୁ ପଚାରିବାରେ ଏହି ଲୋହିତ ବର୍ଣ୍ଣ ବଗ ସମ୍ପର୍କରେ ପ୍ରଥମଥର ଖବର ମିଳିଲା। ଏହାର ସୁରକ୍ଷା ପାଇଁ ବିଭାଗ ଯତ୍ନବାନ ରହିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଧିକାରୀଙ୍କ ପାଇଁ ୱାଟରପ୍ରୁଫ୍ ଟେଣ୍ଟ: ଖୋଲା ଆକାଶ ତଳେ ଛାତ୍ରୀଛାତ୍ର

ଜମନକିରା, ୧୬।୮ (ରବୀନ୍ଦ୍ର ପ୍ରସାଦ ଦାନୀ): ଗୋଟିଏ ପଟେ ଜୀବନ-ମରଣ ସହ ସଂଗ୍ରାମ କରୁଥିବା ଅସହାୟ ରୋଗୀ, ଅନ୍ୟପଟେ କାଦୁଅ ପଚପଚ ଡାକ୍ତରଖାନା ପରିସରରେ ସ୍ୱାଧୀନତା ଦିବସ…

‘ପଣ୍ଡିତ ଉତ୍କଳମଣି ପ୍ରତ୍ୟେକ ବ୍ୟକ୍ତିବିଶେଷଙ୍କ ହୃଦୟରେ ମଣି ହୋଇ ରହିଛନ୍ତି’

ଦିଗପହଣ୍ଡି,୧୬ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତ ଚୈତନ୍ୟପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି…

ସ୍ୱାଧୀନତା ଦିବସ ପରେଡ୍‌ରେ ବାଧକ ସାଜିଲା ଲଘୁଚାପ ବର୍ଷା

ଗୁଣପୁର, ୧୫।୮ (ସୁଜାତା ପାଢ଼ୀ): ଶନିବାର ସ୍ୱାଧୀନତା ଦିବସ ଅବସରରେ ଗୁଣପୁରରେ ବିଭିନ୍ନ ସ୍କୁଲ ଓ କଲେଜର ଛାତ୍ରୀଛାତ୍ର ପରେଡ୍‌ରେ ଭାଗ ନେବାକୁ ଉତ୍ସାହର ସହ ଅପେକ୍ଷା…

ବିମାନ ବନ୍ଦରରେ ଯାତ୍ରୀଙ୍କ ବନ୍ଧୁକରୁ ଫୁଟିଲା ଗୁଳି; ୨ କର୍ମଚାରୀ ଆହତ

ବାରାଣସୀ,୧୬।୮: ରବିବାର (ଅଗଷ୍ଟ ୧୬, ୨୦୨୬) ବାରାଣସୀ ବିମାନବନ୍ଦରରେ ସୁରକ୍ଷା ଯାଞ୍ଚ ସମୟରେ ହଠଶତ ଗୁଳି ଫୁଟିଥିଲା। ଏହି ଘଟଣାରେ ବିମାନବନ୍ଦରରେ ନିୟୋଜିତ ଦୁଇଜଣ AAICLAS ସ୍କ୍ରିନର…

ବ୍ୟବସାୟୀ ଅପହରଣ ଘଟଣାର ପର୍ଦ୍ଦାଫାଶ: ସାମ୍ନାକୁ ଆସିଲା ବଡ଼ କାରଣ: ‘ହନୁମାନ ପଇସା’ କାରବାରରୁ…

ବଲାଙ୍ଗୀର, ୧୬।୮ (ସୁନିଲ କୁମାର ମହାନ୍ତି): ‘ହନୁମାନ ପଇସା’ କାରବାରକୁ କେନ୍ଦ୍ର କରି ବଲାଙ୍ଗୀରର ବ୍ୟବସାୟୀ ନରେନ୍ଦ୍ର ସାହୁ ଓରଫ୍‌ ଗୁଣ୍ଡାଙ୍କୁ ଅପହରଣ କରାଯାଇଥିବା ଜଣାପଡ଼ିଛି। ଭୁବନେଶ୍ୱରରୁ…

ହର୍ମୁଜକୁ ନେଇ ଆସିଲା ଭଲ ଖବର: ଇରାନ-ଓମାନ ମଧ୍ୟରେ ଚୁକ୍ତି ଚୂଡ଼ାନ୍ତ

ତେହରାନ,୧୬।୮: ଇରାନ ଏବଂ ଓମାନ ମଧ୍ୟରେ ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଚାଲିଥିବା ଚୁକ୍ତିକୁ ନେଇ ସକାରାତ୍ମକ ଖବର ଆସିଛି। ରିପୋର୍ଟଗୁଡ଼ିକ ସୂଚାଇଛି ଯେ ଏହି ରଣନୈତିକ ଜଳପଥ…

ନିଜ ନକ୍ଷତ୍ରରେ ପ୍ରବେଶ କରିବେ ବୁଧ; ୪ ରାଶିଙ୍କ ଗୋଲ୍ଡେନ୍‌ ଟାଇମ୍‌ ଆରମ୍ଭ, ଯାଚିକି ଟଙ୍କା ଦେବେ ଲୋକ…

ଗ୍ରହଗୁଡ଼ିକର ଚଳନ ଏବଂ ଅବସ୍ଥାନରେ ପରିବର୍ତ୍ତନ ଯୋଗୁଁ ବିଭିନ୍ନ ରାଶିର ବ୍ୟକ୍ତିବିଶେଷଙ୍କ ଜୀବନରେ ପ୍ରଭାବ ପଡ଼ିଥାଏ। ଏବେ ବୁଧ ୨୨ ଅଗଷ୍ଟ ପର୍ଯ୍ୟନ୍ତ ଏହି ନକ୍ଷତ୍ରରେ ରହିବେ।…

ଦବିଲା ୫୩ ନମ୍ବର ଜାତୀୟ ରାଜପଥ: ଓଲଟିଲା ୩ ଟ୍ରକ୍‌, ନିମ୍ନମାନର ନିର୍ମାଣ ନେଇ…

ମହାକାଳପଡ଼ା, ୧୬/୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ୍‌ ଅଧୀନ ନୀଳାଚଳ ଛକ ନିକଟରେ ୫୩ ନମ୍ବର ଜାତୀୟ ରାଜପଥର ପାର୍ଶ୍ୱ ରାସ୍ତା ଭୁଶୁଡ଼ି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri