ଆଜିଠାରୁ ଆକାଶରେ ଦେଖାଯିବ ବିରଳ ଦୃଶ୍ୟ: ନିକଟତର ହେବେ ୬ ଗ୍ରହ

ଭୁବନେଶ୍ୱର,୧ା୩(ସୁଚିସ୍ମିତା ସାହୁ): ସନ୍ଧ୍ୟା ଆକାଶରେ ଶନିବାରଠାରୁ ୬ଟି ଗ୍ରହ ନିକଟତର ହେବେ। ଏହି ବିରଳ ମହାଜାଗତିକ ଦୃଶ୍ୟ ମାର୍ଚ୍ଚ ୭ ଯାଏ ଦୃଶ୍ୟମାନ ହେବ। ପ୍ରତିଦିନ ସୂର୍ଯ୍ୟାସ୍ତ ପରେ ପ୍ରାୟ ୩୦ ମିନିଟରୁ ୬୦ ମିନିଟ ମଧ୍ୟରେ ଆକାଶରେ ଆକର୍ଷଣ ସାଜିବେ ଏହି ଗ୍ରହ ପୁଞ୍ଜ। ଇଂଲିଶରେ ଏହାକୁ ‘ପ୍ଲାନେଟ ପରେଡ୍‌’ଏବଂ ଓଡ଼ିଆରେ ଗ୍ରହ ସମାବେଶ ବୋଲି କୁହାଯାଉଛି। ଏହି ଶବ୍ଦର କୌଣସି ବୈଜ୍ଞାନିକ ସଂଜ୍ଞା ନାହିଁ। କିନ୍ତୁ ଜ୍ୟୋତିର୍ବିଜ୍ଞାନରେ ଏହା ବହୁଳ ଭାବରେ ବ୍ୟବହୃତ ହେଉଛି ବୋଲି ଜନବିଜ୍ଞାନୀ ଡ. ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି।
ସୂର୍ଯ୍ୟାସ୍ତର ପ୍ରାୟ ୩୦ ମିନିଟ ପରେ ପଶ୍ଚିମ ଆକାଶର ଦିଗ୍‌ବଳୟ ନିକଟରେ କ୍ରମାନ୍ବୟରେ ଶୁକ୍ର, ବୁଧ, ନେପ୍‌ଚୁନ ଏବଂ ଶନି ଗ୍ରହ ରହିବେ। ପ୍ରାୟ ୪୫ ଡିଗ୍ରୀ ଉପରେ ୟୁରାନ୍ସ ଓ ପ୍ରାୟ ମୁଣ୍ଡ ଉପରକୁ ବୃହଷ୍ପତି ଗ୍ରହ ରହିବ। ଏହି ୬ଟି ଗ୍ରହ ଭିତରୁ ୪ଟି ଅର୍ଥାତ ଶୁକ୍ର, ବୁଧ, ବୃହଷ୍ପତି ଏବଂ ଶନି ଖାଲି ଆଖିରେ ଦେଖାଯିବେ। କିନ୍ତୁ ୟୁରାନ୍ସ ଓ ନେପ୍‌ଚୁନ ଗ୍ରହ ଦୁଇଟିକୁ କେବଳ ଦୂରବୀକ୍ଷଣ ଯନ୍ତ୍ରରେ ଦେଖିହେବ। ବୁଧ ଓ ଶନି ଗ୍ରହର ଉଜ୍ଜ୍ୱଳତା ଖୁବ୍‌ କମ୍‌ ଥିବାରୁ ଆଲୋକ ପ୍ରଦୂଷଣ ଥିବା ସହରଗୁଡିକରୁ ଦେଖିବା କଷ୍ଟକର ହେବ। ଏକ ସମୟରେ ଖାଲି ଆଖିରେ ୪ଟି ଗ୍ରହର ଏହି ମହାଜାଗତିକ ଦୃଶ୍ୟକୁ ଦେଖିବାର ସୁଯୋଗ ପାଇପାରିବେ ଲୋକେ। ଓଡିଶା ତଥା ଭାରତର ସବୁ ଅଞ୍ଚଳରୁ ଆକାଶ ମେଘ ଓ ଆଲୋକ ପ୍ରଦୂଷଣ ମୁକ୍ତ ଥିଲେ ଏହାକୁ ଦେଖି ହେବ ବୋଲି ଡ. ପଟ୍ଟନାୟକ କହିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଛାତିଥରା….ଦିଲ୍ଲୀ ଅଗ୍ନିକାଣ୍ଡରେ ୨୧ ମୃତ, ଜୀବନ ବଞ୍ଚାଇବା ପାଇଁ ଛୁଆଙ୍କୁ ଧରି ତୃତୀୟ ମହଲାରୁ ଡ଼େଇଁଲେ ମହିଳା

ନୂଆଦିଲ୍ଲୀ,୩ା୬: ବୁଧବାର ସକାଳେ ଦକ୍ଷିଣ ଦିଲ୍ଲୀର ମାଲବ୍ୟ ନଗରରେ ଏକ ହୋଟେଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା । ନିଆଁ ଆଁରେ ୨୧ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦ରୁ…

ଟିଏମସିରେ ବିଦ୍ରୋହ ଭିତରେ ମମତାଙ୍କ ବଡ଼ ଚାଲ! ଭାଙ୍ଗିଦେଲେ ଦଳର…

କୋଲକାତା,୩।୬: ପଶ୍ଚିମବଙ୍ଗ ବିଧାନସଭା ନିର୍ୱାଚନରେ ଶୋଚନୀୟ ପରାଜୟ ପରେ ତୃଣମୂଳ କଂଗ୍ରେସ (TMC) ଭିତରେ ସୃଷ୍ଟି ହୋଇଥିବା ତୀବ୍ର ବିଦ୍ରୋହକୁ ଦବାଇବା ପାଇଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ…

ମମତାଙ୍କୁ ଜୋରଦାର ଝଟ୍‌କା, ଋତବ୍ରତ ବାନାର୍ଜୀ ହେଲେ ଟିଏମସିର…

କୋଲକାତା,୩।୬: ବର୍ତ୍ତମାନ, ତୃଣମୂଳ କଂଗ୍ରେସ (ଟିଏମସି) ଭିତରେ ସୃଷ୍ଟି ହେଉଥିବା ଆଭ୍ୟନ୍ତରୀଣ ଅଶାନ୍ତି ପଶ୍ଚିମବଙ୍ଗ ରାଜନୀତିରେ ତୀବ୍ର ଆଲୋଚନାର ବିଷୟ। ବିଧାନସଭା ନିର୍ବାଚନରେ ପରାସ୍ତ ହେବା ପରେ,…

କ୍ୟାବିନେଟ ବୈଠକ ପରେ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ୧୦ହଜାର କୋଟି….

ନୂଆଦିଲ୍ଲୀ, ୩।୬: ଇରାନ ଏବଂ ଆମେରିକା ମଧ୍ୟରେ ବିବାଦ ମଧ୍ୟରେ, କେନ୍ଦ୍ର ସରକାର ବିମାନ ଚଳାଚଳ କ୍ଷେତ୍ରକୁ ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ସରକାର ୧୦,୦୦୦ କୋଟିର…

ପୋଖରୀରେ ଭାସୁଥିଲା ମହିଳାଙ୍କ ମୃତଦେହ, ଲୋକେ ଗାଧୋଇବାକୁ ଯିବାବେଳେ…

ବୈଶିଙ୍ଗା,୩ା୬(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅନ୍ତର୍ଗତ ଗଡଦେଉଳିଆ ନିକଟସ୍ଥ ନୂଆସାହି ଗ୍ରାମ ପୋଖରୀରୁ ବୁଧବାର ଜଣେ ଅଜଣା ମହିଳାଙ୍କ ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି।…

ପେଟ୍ରୋଲ ପମ୍ପରେ କେତେ ଭିଡ଼ ଅଛି ଘରେ ବସି ଜାଣନ୍ତୁ, ମୋବାଇଲରେ ସର୍ଚ୍ଚ କରନ୍ତୁ ଏମିତି…

ନୂଆଦିଲ୍‌ଲୀ,୩।୬: ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନରେ ସମୟ ବଞ୍ଚାଇବା ସମସ୍ତଙ୍କ ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ। ଅନେକ ସମୟରେ ଗାଡ଼ିରେ ତେଲ ପକାଇବା ପାଇଁ ପେଟ୍ରୋଲ ପମ୍ପକୁ ଗଲା…

ବଡ଼ଭାଇଙ୍କ ଶେଷକୃତ୍ୟ ପାଇଁ ନିଜ ଗାଁରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ, ଅଶ୍ରୁଳ ଆଖିରେ ଭାଇଙ୍କୁ ବିଦାୟ ଦେଇ…

କେନ୍ଦୁଝର,୩ା୬(ନରେଶ ଚନ୍ଦ୍ର ପଟ୍ଟନାୟକ): ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ବାପାଙ୍କ ପୁଅ ଭାଇ ଦୀନବନ୍ଧୁ ମାଝୀଙ୍କ ଆକସ୍ମିକ ମୃତ୍ୟୁ ଘଟିବା ପରେ ତାଙ୍କ ନିଜ ଗାଁ କେନ୍ଦୁଝର ଜିଲାର ରାଇକଳାକୁ…

ମଞ୍ଚ ଉପରେ ଖାଲି ପାଦ…ହାତରେ ସମ୍ବିଧାନର କପି, ଏପରି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଶିବକୁମାର

ବେଙ୍ଗାଲୁରୁ,୩ା୬: କର୍ନାଟକର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଡି.କେ. ଶିବକୁମାର ଏବେ ରାଜ୍ୟର ମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିଛନ୍ତି । ବୁଧବାର ଦିନ ସେ କର୍ଣ୍ଣାଟକର ୨୫ତମ ମୁଖ୍ୟମନ୍ତ୍ରୀ ଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri