Posted inଜାତୀୟ

ଜିନ୍‌ପିଙ୍ଗ୍‌ଙ୍କୁ ବିରୋଧକରି ବେଜିଂରେ ବିକ୍ଷୋଭ

ବାରାଣସୀ,୧୫।୧୦(ପି.ଟି.): ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ୍‌ଙ୍କୁ ବିରୋଧ କରି ସର୍ବସାଧାରଣରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଚାଇନାର ‘ଜିରୋ କୋଭିଡ୍‌’ ନୀତିକୁ ସମାଲୋଚନା କରାଯାଇ ରାଜଧାନୀ ବେଜିଂର ବିଭିନ୍ନ ବ୍ୟସ୍ତବହୁଳ ଛକ ସ୍ଥାନରେ ବ୍ୟାନର ଲଗାଯାଇଛି। ଗୁରୁବାର ଲାଗିଥିବା ଏହି ବ୍ୟାନରଗୁଡ଼ିକରେ ରାଷ୍ଟ୍ରପତି ଜିନ୍‌ପିଙ୍ଗକୁ ସିଧାସଳଖ ସମାଲୋଚନା କରାଯାଇଛି। ଚାଇନା ଶାସକଙ୍କ ବିରୋଧରେ ସର୍ବସାଧାରଣରେ ବିକ୍ଷୋଭ ଏକ ବିରଳ ଘଟଣା। ଜିନ୍‌ପିଙ୍ଗ ରାଷ୍ଟ୍ରପତି ହେବା ଦିନରୁ ଏଭଳି ବିରୋଧ କେବେ ଦେଖାଯାଇ ନ ଥିଲା। ତେବେ ଉକ୍ତ ବ୍ୟାନର କିଏ ଲଗାଇଛି ତାହା ସ୍ପଷ୍ଟ ଜଣାପଡ଼ି ନାହିଁ। ପୋଲିସ ବିଭିନ୍ନ ଲୋକଙ୍କୁ ଅଟକ ରଖି ପଚରାଉଚରା କରୁଛି।
ବ୍ୟାନରରେ ଜିନ୍‌ପିଙ୍ଗଙ୍କୁ ଏକଚ୍ଛତ୍ରବାଦୀ ଏବଂ ଉତ୍ପୀଡ଼କ ବୋଲି ଦର୍ଶାଯାଇ ତାଙ୍କର ବହିଷ୍କାର ଦାବି କରାଯାଇଛି। ଜିରୋ କୋଭିଡ୍‌ ନୀତିର କଟକଣା କୋହଳ କରିବା ଲାଗି ଏଥିରେ ଆହ୍ବାନ ଦିଆଯାଇଛି। ଜନସାଧାରଣଙ୍କର ଅଧିକାର ରହିବା ଆବଶ୍ୟକ, ସେମାନଙ୍କୁ କ୍ରୀତଦାସ ଭଳି ବ୍ୟବହାର କରାଯିବା ଉଚିତ ନୁହେଁ ବୋଲି ବ୍ୟାନରରେ ଲେଖାଯାଇଛି। ଚାଇନା କମ୍ୟୁନିଷ୍ଟ ପାର୍ଟି (ସିପିସି)ର ୨୦ତମ ଜାତୀୟ କଂଗ୍ରେସ ରବିବାର ଡକାଯାଇଛି। ଏହି ବୈଠକରେ ଜିନ୍‌ପିଙ୍ଗଙ୍କୁ ପୁନର୍ବାର ନେତା ନିର୍ବାଚନ କରାଯିବ ବୋଲି କୁହାଯାଉଥିଲା। ସେ ତୃତୀୟ ଥର ଲାଗି ଚାଇନା ରାଷ୍ଟ୍ରପତି ରହିବେ ବୋଲି ଆଶା କରାଯାଉଥିଲାବେଳେ ତାଙ୍କ ବିରୋଧରେ ଦେଶରେ ବିକ୍ଷୋଭ ଦେଖାଦେଇଛି। ଏହା ସତ୍ତ୍ୱେ ଚାଇନା ତାହାର ଜିରୋ କୋଭିଡ୍‌ ନୀତି ବଦଳାଇବା ନେଇ କୌଣସି ସୂଚନା ମିଳିନାହିଁ। ଚାଇନାରେ ରାଜନୈତିକ ବିକ୍ଷୋଭ ଅତି ବିରଳ ଘଟଣା ହୋଇଥିବାରୁ ବ୍ୟାନର ଜରିଆରେ ସାଙ୍କେତିକ ବିକ୍ଷୋଭକୁ ଅତ୍ୟନ୍ତ ଗୁରୁତର ସହ ନିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଫିଫା ବିଶ୍ୱକପ୍‌ରେ ୨୫ ବର୍ଷୀୟ ଭାରତୀୟ ବଂଶୋଦ୍ଭବ ଖେଳାଳିଙ୍କ ପଦାର୍ପଣ

ମଣ୍ଟେରି,୧୫ା୬: ଭାରତୀୟ ବଂଶୋଦ୍ଭବ ଖେଳାଳି ନିଶାନ ଭେଲୁପିଲେ ଅଷ୍ଟ୍ରେଲିଆ ପାଇଁ ଫିଫା ବିଶ୍ୱକପ୍‌ରେ ପଦାର୍ପଣ କରିଛନ୍ତି। ତାଙ୍କ ପ୍ରତିନିଧିତ୍ୱରେ ଅଷ୍ଟ୍ରେଲିଆ ଗ୍ରୁପ୍‌-ଡି’ ମ୍ୟାଚ୍‌ରେ ଶକ୍ତିଶାଳୀ ତୁର୍କୀକୁ ୨-୦…

ଅନ୍ତିମ ମିନିଟ୍‌ରେ ମ୍ୟାଚ ଜିତିଲା ଆଇଭରି କୋଷ୍ଟ

ଫିଲାଡେଲଫିଆ,୧୫ା୬: ୧୨ ବର୍ଷରେ ପ୍ରଥମ ଥର ପାଇଁ ବିଶ୍ୱକପ୍‌ରେ ଖେଳୁଥିବା ଆଇଭରି କୋଷ୍ଟ ବିଜୟ ସହ ଅଭିଯାନ ଆରମ୍ଭ କରିଛି। ୬୮,୨୭୪ ଦର୍ଶକଙ୍କ ଉପସ୍ଥିତିରେ ଲିଙ୍କନ ଫାଇନାନ୍‌ସିଆଲ…

ଦେବଦେବୀଙ୍କୁ ନିଉତା ଦେଲେ ନୃସିଂହ ଠାକୁର

ସମ୍ବଲପୁର,୧୫ା୬(ବି.ଶଙ୍କର): ନନ୍ଦପଡା ଶ୍ରୀଶ୍ରୀ ବମ ବରାଡ ବାଲୁଙ୍କେଶ୍ୱର ବାବାଙ୍କ ବିବାହର ନିଆରା ପରମ୍ପରା ନୃସିଂହ ନିଉତା (ନିମନ୍ତ୍ରଣ) ସୋମବାର ରାତିରେ ସମ୍ପନ୍ନ ହୋଇଛି। ଜ୍ୟେଷ୍ଠ ମଳମାସର ଅମାବାସ୍ୟା…

ଟ୍ରମ୍ପଙ୍କ କଥା ଶୁଣିଲେନି ନେତାନ୍ୟାହୁ! ଆମେରିକା-ଇରାନ ଚୁକ୍ତିକୁ ଫୁ’ କରି ଲେବାନନ୍ ଉପରେ ଇସ୍ରାଏଲର ଭୟଙ୍କର ଆକ୍ରମଣ

ଓ୍ବାଶିଂଟନ,୧୫।୬: ଇରାନ-ଆମେରିକା ଚୁକ୍ତିନାମା ସମ୍ପର୍କରେ ଉତ୍ସବ ପାଳନ କରୁଥିବା ବେଳେ ଇସ୍ରାଏଲ ଦକ୍ଷିଣ ଲେବାନନରେ ଡ୍ରୋନ ଆକ୍ରମଣ କରିଛି । ରିପୋର୍ଟ ଅନୁଯାୟୀ, ଇସ୍ରାଏଲୀ ସେନା ଦକ୍ଷିଣ ଲେବାନନରେ…

ଦିଗପହଣ୍ଡି ବ୍ଲକରେ ବେନିୟମ ବିବାହ ପଞ୍ଜିକରଣ ଅଭିଯୋଗ, ମାତିଛନ୍ତି ଦଲାଲ

ଦିଗପହଣ୍ଡି,୧୫|୬(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟରେ ବେନିୟମ ଭାବେ ବିବାହ ପଞ୍ଜିକରଣ କରାଯାଉଥିବା ବେଳେ ପଞ୍ଜିକରଣ ପାଇଁ ଦଲାଲଗିରି ବହୁ ମାତ୍ରାରେ…

ରାସ୍ତା ପାର୍‌ ହେଉଥିବା ବେଳେ ଦ୍ରୁତଗତିରେ ମାଡ଼ି ଆସି ଭାଲୁକୁ ଧକ୍କା ଦେଲା ଗାଡ଼ି, ଆଉ ତା’ପରେ…

କୋକସରା,୧୫।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବିଜୁ ଏକ୍ସପ୍ରେସ ୱେ ସାନ ପୋଡାଗୁଡ଼ା-ରାଜୀବ କଲୋନୀ ମଝିରେ ଅଜଣା ଗାଡ଼ି ଧକ୍କାରେ ଏକ ଭାଲୁର ମୃତ୍ୟୁ…

ସୈନିକ ସ୍କୁଲ ରାସ୍ତାରେ ଭୟଙ୍କର ସିରିଜ ଦୁର୍ଘଟଣା, ୪ଜଣଙ୍କ ଉପରେ ମାଡ଼ିଗଲା କାର

ଭୁବନେଶ୍ୱର,୧୫।୬: ରାଜଧାନୀ ଭୁବନେଶ୍ୱରସ୍ଥିତ ସୈନିକ ସ୍କୁଲ ରାସ୍ତାରେ ଏକ ଭୟଙ୍କର ସିରିଜ୍‌ ଦୁର୍ଘଟଣା ଘଟିଛି। ସୋମବାର ରାତିରେ ଏକ କାର ଦ୍ରୁତଗତିରେ ମାଡ଼ି ଆସି ଚା’ ପିଉଥିବା…

କାନୀଗୁମା ନିକଟରେ ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା, ଭବାନୀପାଟଣାର ଯୁବକଙ୍କ ମୃତ୍ୟୁ

ଥୁଆମୂଳ ରାମପୁର,୧୫।୬(ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ଥାନା କାନୀଗୁମା କଫି ନର୍ସରୀ ନିକଟସ୍ଥ ବାଙ୍କ ବୁଲାଣି ରାସ୍ତାରେ ଦୁଇଟି ମୋଟରସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri