ପ୍ରଶ୍ନବାଚୀରେ ବିରଳ ଅଲିଭ ରିଡ୍‌ଲେଙ୍କ ସୁରକ୍ଷା

କେନ୍ଦ୍ରାପଡ଼ା ଅଫିସ, ୧ା୧୧:ବିଶ୍ୱ ପ୍ରସିଦ୍ଧ ଗହୀରମଥାର ସାମୁଦ୍ରିକ ଅଞ୍ଚଳରେ ଥିବା ପ୍ରଚୁର ଖାଦ୍ୟ ବିରଳ ଅଲିଭରିଡଲେ କଇଁଛଙ୍କୁ ଆକର୍ଷିତ କରୁଛି। ପ୍ରତିବର୍ଷ ୪ରୁ ୫ ଲକ୍ଷ କଇଁଛ ଏଠାକୁ ଆସି ଅଣ୍ଡାଦାନ କରୁଛନ୍ତି। ତେବେ ଆୟୁସିଏନର ରେଡ ଡାଟା ଲିଷ୍ଟରେ ଥିବା ଏହି ଜୀବଙ୍କ ସୁରକ୍ଷା ଏବେ ପ୍ରଶ୍ନବାଚୀ ସଅଷ୍ଟି କରିଛି। ପ୍ଲାଷ୍ଟିକ ପ୍ରଦୂଷଣ ଯୋଗୁ ଅହେତୁକ ମାତ୍ରାରେ ଜେଲି ଫିସର ସଂଖ୍ୟା ବୃଦ୍ଧି ଘଟୁଛି। ଶୈବାଳ ଉଦ୍ୟାନ ନଷ୍ଟ ହେଉଥିବା ବେଳେ ମାଛ ବଂଶ ବିଭିନ୍ନ କାରଣରୁ କମିଯାଉଛି। ତଟକ୍ଷୟ, ବନବିଭାଗର ସ୍ପିଡ ବୋଟ ଅଚଳ, ସାମୁଦ୍ରିକ ଥାନାରେ କର୍ମଚାରୀଙ୍କ ଅଭାବ, ସମୁଦ୍ର ତଟରକ୍ଷା ବାହିନୀ ସହ ଭାବ ବିନିମୟରେ ଅଭାବରୁ ମତ୍ସ୍ୟଜୀବୀଙ୍କ ବେଆଇନ ପ୍ରବେଶ, ଗାଞ୍ଜ ଜାଲରେ କଇଁଛ ଧରାପଡିବା ଆଦି ସମସ୍ୟାରେ ସୁରକ୍ଷା ପ୍ରଦାନ ଦେବା ଏକ ଚାଲେଞ୍ଜ ପାଲଟିଛି। ହଜାର ଶାବକଙ୍କ ମଧ୍ୟରୁ ଗୋଟିଏ କଇଁଛ ପୂର୍ଣ୍ଣାଙ୍ଗ ଜୀବନ ଅତିବାହିତ କରୁଥିବା ନେଇ ବୁଦ୍ଧିଜୀବୀ ଓ ପରିବେଶବିତ୍‌ମାନେ ଉଦ୍‌ବେଗ ପ୍ରକାଶ କରିଛନ୍ତି।
ବୁଦ୍ଧିଜୀବୀ ଗଣେଶ ଚନ୍ଦ୍ର ସାମଲ, ଜଗନ୍ନାଥ ଦାସ, ଦୋଳଗୋବିନ୍ଦ ଜେନା, ପରିବେଶବିତ୍‌ ହେମନ୍ତ କୁମାର ରାଉତ, ଅଶୋକ କୁମାର ସ୍ବାଇଁ ପ୍ରମୁଖ କହିଛନ୍ତି, କଇଁଛ ସୁରକ୍ଷା ପାଇଁ ନଭେମ୍ବର ୧ରୁ ମେ ୩୧ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କ ପାଇଁ ସାମୁଦ୍ରିକ କଟକଣା ଆରମ୍ଭ ହୋଉଛି। ପ୍ରତିବର୍ଷ ୪ରୁ ୫ ଲକ୍ଷ ପର୍ଯ୍ୟନ୍ତ ଅଲିଭରିଡଲେ ଏହି ଅଞ୍ଚଳକୁ ପ୍ରଜନନ ସ୍ଥଳ ଭାବେ ବାଛିବା ବିଶ୍ୱ ପ୍ରକୃତିପ୍ରେମୀଙ୍କୁ ଆଶ୍ଚର୍ଯ୍ୟ କରିଛି। ୧୪୩୫ ବର୍ଗ କିଲୋମିଟରର ଏହି କଇଁଛଙ୍କ ଅନ୍ତୁଡିଶାଳ ବିଭିନ୍ନ କାରଣରୁ ଦୁର୍ବଳ ହେଉଥିବା ବେଳେ ଏହି ବିରଳ ଜୀବ ଆଇୟୁସିଏନର ରେଡ ଡାଟାବୁକ୍‌ରେ ଅଛି। ୧ ହଜାର ଶାବକଙ୍କ ମଧ୍ୟରୁ ମାତ୍ର ଗୋଟିଏ ପୂର୍ଣ୍ଣ ବୟସ୍କ ହେଉଥିବା ଆଇୟୁସିଏନ ଦର୍ଶାଇଥିବା ବେଳେ କଇଁଛ ମୃତ୍ୟୁକୁ ନେଇ ଉଦ୍‌ବେଗର କାରଣ ସାଜିଛ। ରାଜ୍ୟ ସରକାରଙ୍କ ବନ ଓ ପରିବେଶ ବିଭାଗ ୧୯୯୭ ସେପ୍ଟେମ୍ବର ୨୭ରେ ଗହୀରମଥାର ଏହି ସାମୁଦ୍ରିକ ଅଞ୍ଚଳକୁ ଜାତୀୟ ଉଦ୍ୟାନ ଭିତରକନିକା ମଧ୍ୟରୁ ଅଲଗା କରି ସ୍ବତନ୍ତ୍ର ମାନ୍ୟତା ପ୍ରଦାନ କରିଛନ୍ତି। ଗହୀରମଥା ସାମୁଦ୍ରିକ ଅଞ୍ଚଳ ୧୪୩୫ ବର୍ଗ କିଲୋମିଟର ମଧ୍ୟରୁ ମାତ୍ର ୨୭ ବର୍ଗ କିଲୋମିଟର ସ୍ଥଳଭାଗ। ତେବେ ଏହି ସ୍ଥଳଭାଗ ସାମୁଦ୍ରିକ ତଟକ୍ଷୟ ହେଉଛି। ଚଳିତବର୍ଷ ଅଗରନାଶୀ ଦ୍ୱୀପ ସମ୍ପୂର୍ଣ୍ଣ ସମୁଦ୍ରରେ ବିଲୀନ ହେବା ସହିତ ବିଗତ ବର୍ଷଗୁଡିକରେ ନାଶୀ, ବାବୁବାଲି, ଏକକୁଳା ଆଦି ସ୍ଥାନର ଆକାର କମିଛି। ପ୍ରଜନନ ସ୍ଥାନ ଅପେକ୍ଷା କଇଁଛଙ୍କ ଅକାଳ ମୃତ୍ୟୁ ଏବେ ସମସ୍ୟା ହୋଇଛି। ଏହି ନିଷିଦ୍ଧାଞ୍ଚଳରେ ବହୁ ସମୟରେ ବେଆଇନ ମାଛ ଧରା ସେମାନଙ୍କ ଜୀବନ ପ୍ରତି ବିପଦ ସାଜିଛି। ବନ ବିଭାଗ ନିକଟରେ ବେଆଇନ ଭାବେ ପ୍ରବେଶ କରୁଥିବା ଟ୍ରଲରକୁ ଧରିବାକୁ ଉପଯୁକ୍ତ ଇଞ୍ଜିନ ବିଶିଷ୍ଟ ବୋଟ ନାହିଁ। ଜିଲାରେ ଥିବା ୩ ସାମୁଦ୍ରିକ ଥାନାରେ କର୍ମଚାରୀଙ୍କ ଅଭାବ ରହିଛି। ସେହିପରି ତଟ ସୁରକ୍ଷା ବାହାନୀ ସହିତ ସମ୍ପର୍କ ରଖିବାରେ ବହୁ ସମୟରେ ବନ ବିଭାଗ ବିଫଳ ହେଉଛି। ଏବେ ପ୍ଲାଷ୍ଟିକ ପ୍ରଦୂଷଣ ବଢ଼ିଚାଲିଛି। ଯାହା ସାମୁଦ୍ରର ଶୈବାଳ ଉଦ୍ୟାନକୁ ନଷ୍ଟ କରୁଛି। ଶିଳ୍ପାଞ୍ଚଳ ଓ ଚିଙ୍ଗୁଡି ଘେରୀର ବର୍ଯ୍ୟବସ୍ତୁ ଓ ଜଳ ଶୈବାଳ ଉପରେ ପ୍ରଭାବ ପକାଇଛି। ଫଳରେ ଜେଲି ଫିସ ସଂଖ୍ୟା ବଢ଼ୁଛି। ଏହାସହ ବିଭିନ୍ନ କାରଣରୁ ପ୍ରତିବର୍ଷ ନିଷିଦ୍ଧାଞ୍ଚଳରେ ପ୍ରତିବର୍ଷ ହଜାରରୁ ଅଧିକ କଇଁଛଙ୍କ ମୃତ୍ୟୁ ହେଉଛି। ସୁରକ୍ଷା ବ୍ୟବସ୍ଥା ଗହୀରମଥାରେ କାର୍ଯ୍ୟକାରୀ ହେଉ ନ ଥିବା ସେମାନେ କ୍ଷୋଭ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ରେଞ୍ଜର ମାନସ ଦାସ କହିଛନ୍ତି, ବିରଳ ଅଲିଭ ରିଡଲେଙ୍କ ସୁରକ୍ଷା ପାଇଁ ବନ ବିଭାଗ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ହୋଇଛି। କଟକଣା ସମୟରେ ମତ୍ସ୍ୟଜୀବୀଙ୍କ ଅନୁପ୍ରବେଶ ରୋକିବା ପାଇଁ କ୍ୟାମ୍ପ ସହ ନିରୀକ୍ଷଣକୁ ଅଧିକ ଗୁରୁତ୍ୱ ଦିଅଯାଉଛି। ଗତ କଟକଣା ସମୟରେ ବେଆଇନ ଭାବେ ପ୍ରବେଶ ବୋଟ ଓ ଟ୍ରଲରକୁ ଜବତ କରାଯାଇଥିବା ବେଳେ ୪୫୦ରୁ ଅଧିକ ଲୋକଙ୍କ ନାମରେ ମାମଲା ରୁଜୁ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?