ଓଡ଼ିଆ ଫିଲ୍ମରେ ଗୀତ ଗାଇବେ ରାପର୍‌ ଦୁଲେ

ଭୁବନେଶ୍ୱର,୧୧ା୧୧(ବ୍ୟୁରୋ): କଳାହାଣ୍ଡିର ରାପର ଦୁଲେ ରକର୍‌ ଓଡ଼ିଆ ଫିଲ୍ମରେ ଗୀତ ଗାଇବେ। ୟୁଟ୍ୟୁବ୍‌ ସେନ୍ସେସନ ତଥା ଖପର ଘରର ରାପର ଭାବେ ପରିଚିତ କଳାହାଣ୍ଡିର ଦୁଲେଶ୍ୱର ତାଣ୍ଡି ଓରଫ ଦୁଲେ ରକର୍‌ଙ୍କୁ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣାଶୁଣା ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ ତାଙ୍କ ଆଗାମୀ ଚଳଚ୍ଚିତ୍ରରେ ଗୀତ ଗାଇବାର ସୁଯୋଗ ଦେଇଛନ୍ତି। ଦୁଲେ ରକର୍‌ଙ୍କ ସହିତ ସୁନ୍ଦରଗଡ଼ର ଝିଅ ସ୍ବର୍ଣ୍ଣରେଖା ଏବଂ ଲୋକପ୍ରିୟ କଣ୍ଠଶିଳ୍ପୀ ଆଶୁତୋଷ ମଧ୍ୟ ଏହି ଗୀତରେ କଣ୍ଠଦାନ କରିବେ। ‘ଜିଓ ବାଲା ଆଣ୍ଟି’ ଶୀର୍ଷକ ଏହି ଗୀତକୁ ଗୀତିକାର ସୁବ୍ରତ ସ୍ବାଇଁ ରଚନା କରିଛନ୍ତି। ବୁଧବାର ଟଙ୍କପାଣି ରୋଡସ୍ଥିତ ସ୍ମୃତି ଷ୍ଟୁଡିଓରେ ଦୁଲେ ରକରଙ୍କ ଗୀତ ରେକର୍ଡ କରାଯିବ ବୋଲି ସୂଚନା ମିଳିଛି।
ପୂର୍ବରୁ ‘ଶୁନୋ ସର୍କାର’ ରାପ୍‌ ଗାଇ ସୋସିଆଲ ମିଡିଆରେ ରାତାରାତି ଚର୍ଚ୍ଚିତ ହୋଇଥିଲେ ଦୁଲେ ରକର୍‌। ଭାଇରାଲ ହୋଇଥିବା ଏହି ଗୀତ ପାଇଁ ବଲିଉଡ୍‌ର ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ବିଶାଲ ଦାଦଲାନିଙ୍କ ଠାରୁ ଆରମ୍ଭ କରି ସ୍ବରା ଭାସ୍କର, ସୋନା ମହାପାତ୍ର ଓ ସାମ୍ବାଦିକା ବର୍ଖା ଦତ୍ତଙ୍କ ପର୍ଯ୍ୟନ୍ତ ସମସ୍ତେ ତାଙ୍କର ପ୍ରଶଂସା କରିଥିଲେ। ବିଶାଲ ତାଙ୍କୁ ବଲିଉଡରେ ଗୀତ ଗାଇବାର ଅଫର ଦେଇଥିଲେ ବି ଦୁଲେ ଓଡ଼ିଆ ସିନେମାରେ ଗୀତ ଗାଇବାକୁ ଇଚ୍ଛା ରଖିଥିଲେ। ପ୍ରେମ ଆନନ୍ଦ ଏବେ ତାଙ୍କର ଏହି ସ୍ବପ୍ନ ପୂରଣ କରିଛନ୍ତି। ନୂତନ ପ୍ରତିଭାଙ୍କୁ ସୁଯୋଗ ଦେଉଥିବା ପ୍ରେମ ଆନନ୍ଦ କିଛି ଦିନ ତଳେ କୋରାପୁଟ ଝିଅ ନମିତା ମେଲେକାଙ୍କୁ ସୁଯୋଗ ଦେଇ ପ୍ରଶଂସିତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସୁପ୍ରିମକୋର୍ଟଙ୍କ ବଡ଼ ମନ୍ତବ୍ୟ: ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ବେଳେ ପୋଲିସର ଲାଠିମାଡ଼ ଠିକ୍‌ ନୁହେଁ

ନୂଆଦିଲ୍ଲୀ,୨୭।୮: ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରିବା ସମସ୍ତଙ୍କ ଅଧିକାର ରହିଛି। ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କଲେ ଲାଠିଚାର୍ଜ କରାଯାଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା…

ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ ଏବେ CJPର କାହା ଉପରେ ନଜର? ନେଲା ନୂଆ ପଦକ୍ଷେପ, ରାଜନୀତିରେ ଚହଳ

ନୂଆଦିଲ୍ଲୀ, ୨୭॥୭: ନିଟ୍‌ ପେପର ଲିକ୍‌ ମାମଲାରେ ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ପରେ କକ୍ରୋଚ ଜନତା ପାର୍ଟି (CJP) ଉତ୍ତରପ୍ରଦେଶରେ ମୋର୍ଚ୍ଚା ଖୋଲିଛି। ୟୁପି ସରକାର ରାମପୁରର ଜୌହର…

ସ୍ତ୍ରୀଙ୍କ ସାମ୍ନାରେ ସ୍ବାମୀଙ୍କୁ ବୀଭତ୍ସ ହତ୍ୟା କରି ଜେଲ୍‌ ଗଲେ ବାପ-ପୁଅ

ଜୟପାଟଣା,୨୭ା୭(ଓମ୍‌ ପ୍ରକାଶ ବୈଠାରୁ): କଳାହାଣ୍ଡି ଜିଲା ଜୟପାଟଣା ଥାନା ଅନ୍ତର୍ଗତ କୁମଜୋର ଗ୍ରାମରେ ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଘଟିଥିବା ହତ୍ୟାକାଣ୍ଡରେ ପୋଲିସ ବଡ଼ ସଫଳତା ପାଇଛି।…

‘ମ୍ୟାନ ଅଫ ଦି ସିରିଜ’ ବିବେଚିତ ହେବା ପରେ ହୃଦୟସ୍ପର୍ଶୀ ବୟାନ ଦେଇ ମନ କିଣିଲେ ବୈଭବ ସୂର୍ଯ୍ୟବଂଶୀ

ନୂଆଦିଲ୍ଲୀ,୨୭।୭: ଆୟରଲ୍ୟାଣ୍ଡ ଏବଂ ଇଂଲଣ୍ଡ ଗସ୍ତର ତିକ୍ତ ସ୍ମୃତିକୁ ପଛରେ ପକାଇ, ଟିମ ଇଣ୍ଡିଆ ଜିମ୍ବାୱେରେ ବିଜୟୀ ହୋଇଥିଲା। ଭାରତ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜରେ…

ସଂସଦରେ ପହଞ୍ଚିବା ପରେ ହଠାତ୍‌ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଘଟିଲା ଏମିତି, ଯାହା କେବେ ସେ ଭାବିନଥିଲେ…

ନୂଆଦିଲ୍ଲୀ, ୨୭॥୭: ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଦାବି କରି ଦେଶବ୍ୟାପୀ ଚାଲିଥିବା କକ୍ରୋଚ ଜନତା ପାର୍ଟିର ଛାତ୍ର ଆନ୍ଦୋଳନ ନିକଟରେ ଶେଷ ହୋଇଛି। ଏହି ଆନ୍ଦୋଳନ NEET-UG…

ଓଡ଼ିଶା ଫେରିଲେ ଇଣ୍ଡିଆନ ଆଇଡଲ ବିଜେତା ଜ୍ୟୋତିର୍ମୟୀ, କହିଲେ ମହାପ୍ରଭୁ ଜଗନ୍ନାଥଙ୍କ ପାଇଁ…

ଭୁବନେଶ୍ୱର,୨୭ା୭: ଓଡ଼ିଶା ଫେରିଛନ୍ତି ଇଣ୍ଡିଆନ ଆଇଡଲ ବିଜେତା ଜ୍ୟୋତିର୍ମୟୀ ନାୟକ। ଇଣ୍ଡିଆନ ଆଇଡଲ ଟ୍ରଫି ସହ ଜ୍ୟୋତିର୍ମୟୀ ସୋମବାର ସକାଳେ ଆସି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛନ୍ତି।…

ଏଇ ଭାରତରେ

ଉତ୍ତରପ୍ରଦେଶ କାନପୁର, ପ୍ରୟାଗରାଜ ଓ ଫାରୁଖାବାଦର ବିଭିନ୍ନ ପ୍ରାଥମିକ ବିଦ୍ୟାଳୟରେ ୧୦,୦୦୦ରୁ ଊର୍ଦ୍ଧ୍ୱ ଗଛ ଲଗାଯାଇଥିବାବେଳେ ସେଥିରୁ ୭୫ ପ୍ରତିଶତ ଗଛ ବଞ୍ଚାଇବାରେ ସଫଳ ହୋଇଛନ୍ତି ପିଲମାନେ।…

ଗଣଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ ନବୀନ: କହିଲେ-ଧର୍ମେନ୍ଦ୍ର ପ୍ରଧାନଙ୍କ ଭଳି…

ଭୁବନେଶ୍ୱର, ୨୭।୭: ପ୍ରଥମରୁ ଅଷ୍ଟମ ପାଠ୍ୟ ପୁସ୍ତକ ତ୍ରୁଟି ପ୍ରସଙ୍ଗରେ ସରକାରଙ୍କୁ ଘେରିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ନବୀନ ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri